East Coast Railway: ଯାତ୍ରୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଦୂରଗାମୀ ଟ୍ରେନ୍ ସେବା ବୃଦ୍ଧି କଲା ପୂର୍ବତଟ ରେଳବାଇ
Advertisement
Article Detail0/zeeodisha/odisha1947899

East Coast Railway: ଯାତ୍ରୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଦୂରଗାମୀ ଟ୍ରେନ୍ ସେବା ବୃଦ୍ଧି କଲା ପୂର୍ବତଟ ରେଳବାଇ

East Coast Railway Special Train Service Extension: ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଏବଂ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ନିୟମିତ ଚଳାଚଳ କରୁଥିବା ଟ୍ରେନ୍ ପାଇଁ ରହିଥିବା ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ। 

East Coast Railway: ଯାତ୍ରୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଦୂରଗାମୀ ଟ୍ରେନ୍ ସେବା ବୃଦ୍ଧି କଲା ପୂର୍ବତଟ ରେଳବାଇ

East Coast Railway Special Train: ସାଧାରଣ ଜନତା, ବିଶେଷକରି ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଏବଂ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ନିୟମିତ ଚଳାଚଳ କରୁଥିବା ଟ୍ରେନ୍ ପାଇଁ ରହିଥିବା ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଆଉ କିଛି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ପୂର୍ବତଟ ରେଳପଥ ଦେଇ ପୂଜା ଏବଂ ଶୀତ ସମୟରେ ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ହେଉଛି…

ପୁରୀ-ପାଟନା ସ୍ୱତନ୍ତ୍ର
୦୮୪୩୯/୦୮୪୪୦ ପୁରୀ-ପାଟନା-ପୁରୀ ସ୍ପେଶାଲ ପୁରୀରୁ ପ୍ରତ୍ୟେକ ଶନିବାର ଦିନ ୨ ଘଣ୍ଟା ୫୫ ମିନିଟ ସମୟରେ ଏବଂ ପ୍ରତ୍ୟେକ ରବିବାର ଦିନ ୧ ଘଣ୍ଟା ୪୫ ମିନିଟ ସମୟରେ ପାଟନା ଠାରୁ ଛାଡୁଥିବା ସ୍ୱତନ୍ତ୍ର ଟ୍ରେନ ବର୍ତ୍ତମାନ ୨୦୨୩ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ। 

ଭୁବନେଶ୍ୱର-ଧାନବାଦ୍ ସ୍ୱତନ୍ତ୍ର
୦୨୮୩୨/୦୨୮୩୧ ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ ଟ୍ରେନ ବର୍ତ୍ତମାନ ୩୦ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ।

ପୁରୀ-ଭଞ୍ଜପୁର ବିଶେଷ
୦୮୦୧୧/୦୮୦୧୨ ଭଞ୍ଜପୁର (ବାରିପଦା)-ପୁରୀ-ଭଞ୍ଜପୁର ସ୍ପେଶାଲ ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁର ଠାରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ପୁରୀ ଠାରୁ ଛାଡୁଥିବା ସ୍ୱତନ୍ତ୍ର ଟ୍ରେନ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। 

ବ୍ରହ୍ମପୁର-ସୁରଟ ବିଶେଷ
୦୯୦୬୯/୦୯୦୭୦ ସୁରଟ-ବ୍ରହ୍ମପୁର-ସୁରଟ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ବୁଧବାର ଦିନ ୨ ଘଣ୍ଟା ୨୦ ମିନିଟ ସମୟରେ ସୁରଟ ଠାରୁ ଏବଂ ବ୍ରହ୍ମପୁର ଠାରୁ ପ୍ରତ୍ୟେକ ପ୍ରତ୍ୟେକ ଶୁକ୍ରବାର ଭୋର ୩ ଘଣ୍ଟା ୩୦ ମିନିଟ ସମୟରେ ଛାଡିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ ନଭେମ୍ବର ୮ ତାରିଖରୁ ୨୯ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ। 

ମାଳତୀପାଟପୁର (ପୁରୀ)-ଗୋମତି ନଗର (ଲକ୍ଷ୍ନୋ) ବିଶେଷ
୦୫୦୬୮/୦୫୦୬୭ ଗୋମତି ନଗର-ମାଳତୀପାଟପୁର ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଗୁରୁବାର ସନ୍ଧ୍ୟା ୬ ଘଣ୍ଟା ୫୫ ମିନିଟ ସମୟରେ ଗୋମତି ନଗର ଠାରୁ ଯାତ୍ରା ଆରମ୍ଭ କରିବାକୁ ୟାଉଥିବା ବେଳେ ପ୍ରତ୍ୟେକ ଶନିବାର ମାଲତିପାଟପୁର ଠାରୁ ଦିନ ୧୦ ଘଟିକାରେ ଛାଡିବ। ଏହି ଟ୍ରେନ ନଭେମ୍ବର ୯ ତାରିଖରୁ ୨ ଡିସେମ୍ବର 2023 ପର୍ଯ୍ୟନ୍ତ ଚଳାଚଳ କରିବ।  

ଭୁବନେଶ୍ୱର-ଚେନ୍ନାଇ ସ୍ୱତନ୍ତ୍ର
୦୬୦୭୩/୦୬୦୭୪ ଚେନ୍ନାଇ-ଭୁବନେଶ୍ୱର-ଚେନ୍ନାଇର ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ସୋମବାର ଚେନ୍ନାଇ ଠାରୁ ରାତି ୧୧ ଘଣ୍ଟା ୪୫ ମିନିଟ ସମୟରେ ଛାଡିବାକୁ ରହିଥିବା ବେଳେ ଭୁବନେଶ୍ୱର ଠାରୁ ପ୍ରତ୍ୟେକ ମଙ୍ଗଳବାର ରାତି ୯ ଘଟିକା ସମୟରେ ଛାଡିବ। ଏହି ଟ୍ରେନ ନଭେମ୍ବର ୧୩ ତାରିଖରୁ ୨୮ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ।

ସାନ୍ତ୍ରାଗାଛି-ଚେନ୍ନାଇ ସ୍ୱତନ୍ତ୍ର
୦୬୦୭୧/୦୬୦୭୨ ସାନ୍ତ୍ରାଗାଛି-ଚେନ୍ନାଇ- ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ଶନିବାର ରାତି ୧୧ ଘଣ୍ଟା ୪୫ ମିନିଟ ସମୟରେ ଚେନ୍ନାଇ ଛାଡିବାକୁ ରହିଥିବା ବେଳେ ସାନ୍ତ୍ରାଗାଛି ଠାରୁ ପ୍ରତି ସୋମବାର ଭୋର ୫ ଘଟିକାରେ ଛାଡିବ। ଏହି ଟ୍ରେନ ନଭେମ୍ବର ୧୧ ତାରିଖରୁ ୨୭ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ।

ସାନ୍ତ୍ରାଗାଛି-ପୁରୀ ବିଶେଷ
୦୨୮୩୭/୦୨୮୩୮ ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ଶୁକ୍ରବାର ସାନ୍ତ୍ରାଗାଛି ଠାରୁ ଏବଂ ପୁରୀ ଠାରୁ ପ୍ରତ୍ୟେକ ଶନିବାର ଛାଡୁଥିବା ସ୍ୱତନ୍ତ୍ର ଟ୍ରେନ ବର୍ତ୍ତମାନ ୨୫ ନଭେମ୍ବର 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ଭଞ୍ଜପୁର (ବାରିପଦା)-ପୁରୀ ବିଶେଷ
୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଛାଡୁଥିବା ଏବଂ ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ଦିନ ପୁରୀ ଠାରୁ ଛାଡୁଥିବା ବିଶେଷ ଟ୍ରେନ ବର୍ତ୍ତମାନ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ।

ସିଆଲଦା (କୋଲକାତା)-ପୁରୀ ବିଶେଷ
୦୩୧୦୧/୦୩୧୦୨ ସିଆଲଦା-ପୁରୀ-ସିଆଲଦା ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ଶନିବାର ଦିନ ସିଆଲଦା ଠାରୁ ଏବଂ ପ୍ରତି ରବିବାର ରବିବାର ଦିନ ପୁରୀ ଠାରୁ ଛାଡୁଥିବା ବିଶେଷ ଟ୍ରେନ ୨୬ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ।

ସମ୍ବଲପୁର-ଏରୋଡ ସ୍ପେଶାଲ
୦୮୩୧୧/୦୮୩୧୨ ସମ୍ବଲପୁର-ଏରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ବୁଧବାର ସମ୍ବଲପୁର ଠାରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ଏରୋଡ ଠାରୁ ଛାଡୁଥିବା ବିଶେଷ ଟ୍ରେନ ବର୍ତ୍ତମାନ ୧ ଡିସେମ୍ବର 2023 ପର୍ଯ୍ୟନ୍ତ ଚଳାଚଳ କରିବ।

କଟକ-ହାଇଦ୍ରାବାଦ ବିଶେଷ
୦୭୧୬୫/୦୭୧୬୬ ହାଇଦ୍ରାବାଦ-କଟକ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ମଙ୍ଗଳବାର ରାତି ୮ ଘଣ୍ଟା ୧୦ ମିନିଟ ସମୟରେ ହାଇଦ୍ରାବାଦ ଠାରୁ ଏବଂ ପ୍ରତି ବୁଧବାର ରାତି ୧୦ ଘଣ୍ଟା ୩୦ ମିନିଟ ସମୟରେ କଟକ ଠାରୁ ଛାଡିବାକୁ ବିଶେଷ ଟ୍ରେନ ନଭେମ୍ବର ୭ ତାରିଖରୁ ୨୨ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ। 

ଭୁବନେଶ୍ୱର ନୂତନ-ବାଙ୍ଗାଲୋର ସ୍ୱତନ୍ତ୍ର
୦୬୨୮୭/୦୬୨୮୮ ବାଙ୍ଗାଲୋର-ଭୁବନେଶ୍ୱର ନୂତନ-ବାଙ୍ଗାଲୋର ଅଣ-ସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ନଭେମ୍ବର ୧୦ ତାରିଖ ଶୁକ୍ରବାର ଭୋର ୪ ଘଣ୍ଟା ସମୟରେ ବାଙ୍ଗାଲୋର ଠାରୁ ଏବଂ ନଭେମ୍ବର ୧୧ ତାରି ଶନିବାର ଭୁବନେଶ୍ୱର ଠାରୁ ସକାଳ ୮ ଘଣ୍ଟା ୧୫ ମିନିଟ ସମୟରେ ଭୁବନେଶ୍ୱର ନୂତନ ରେଳ ଷ୍ଟେସନ ଠାରୁ ଛାଡ଼ିବ।  

ଉପରୋକ୍ତ ଟ୍ରେନ ବ୍ୟତୀତ ୦୮୫୭୯/୦୮୫୮୦ ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍, ୦୮୫୪୩/୦୮୫୪୪ ବିଶାଖାପାଟନମ୍-ବାଙ୍ଗାଲୋର-ବିଶାଖାପାଟନମ୍ ସ୍ପେଶାଲ୍, ୦୮୫୮୩/୦୮୫୮୪  ବିଶାଖାପାଟନମ୍-ତିରୁପତି-ବିଶାଖାପାଟମ୍ ବିଶେଷ ଟ୍ରେନ ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ୦୮୫୮୬ ବିଶାଖାପାଟନମ୍-କୁର୍ନୁଲ୍ ସିଟି-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ ୧୫ ନଭେମ୍ବର 2023 ପର୍ଯ୍ୟନ୍ତ ଚାଲିବ। ପୂର୍ବତଟ ରେଳପଥ ନିୟମିତ ଭାବେ ଯାତ୍ରୀ ପ୍ରୋଫାଇଲ୍ ପରିଚାଳନାକୁ ସମୀକ୍ଷା କରି ଉପରୋକ୍ତ ମାର୍ଗରେ ଟ୍ରେନ୍ ରେ ଅତିରିକ୍ତ ଯାତ୍ରୀ ଚାହିଦାକୁ ସମୀକ୍ଷା କରୁଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଅଧିକ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।