Odisha Crime: ଭୁବନେଶ୍ୱର ଛାତି ଉପରେ ଏକତରଫା ପ୍ରେମକୁ ନେଇ ଭୟଙ୍କର କାଣ୍ଡ । ପତ୍ନୀଙ୍କ ବଡ ଭଉଣୀ ପ୍ରେମ ନିବେଦନ ସ୍ୱୀକାର ନକରିବାରୁ ଗାଡି ଚଢାଇ ସ୍ତ୍ରୀକୁ ହତ୍ୟା ଉଦ୍ୟମ । ରାଜଧାନୀ ସ୍ଥିତ ପଟିଆ ଅଞ୍ଚଳରେ ଏଭଳି ଏକ ଘଟଣା ଆଜି ସାମ୍ନାକୁ ଘଟିଛି । ତେବେ ଏଭଳି ଏକ ଭୟଙ୍କର ଷଡ଼ଯନ୍ତ୍ରର ଶିକାର ହେବାପୂର୍ବରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମହିଳା । ଏହି ଘଟଣାରେ ଅଭିଯୁକ୍ତ ଅକ୍ଷୟ ବେହେରାକୁ ଇନଫୋସିଟି ପୋଲିସ ଗିରଫ କରି କୋର୍ଟ ଚାଲଣ କରିଥିବା ଜଣାପଡ଼ିଛି ।


COMMERCIAL BREAK
SCROLL TO CONTINUE READING

ଅଭିଯୁକ୍ତ ଅକ୍ଷୟ ପୂର୍ବରୁ ବିବାହିତ । ହେଲେ ସ୍ତ୍ରୀର ବଡ଼ ଭଉଣୀକୁ ଏକତରଫା ପ୍ରେମ(One Side Love) କରି ବିଫଳ ହେବା ପରେ ପତ୍ନୀକୁ ଗାଡ଼ି ଚଢାଇ ମାରି ଦେବାକୁ ଉଦ୍ୟମ କରିଛନ୍ତି ଅକ୍ଷୟ । ରାସ୍ତାରେ ସ୍କୁଟିକୁ ଧକ୍କା ଦେଇ ଅଧା କିଲୋମିଟର ଘୋଷାଡି ନେଇଥିଲେ ନିଜେ ଅକ୍ଷୟ । ନିଜେ ରଚିଥିଲେ ମର୍ଡର ପ୍ଲଟ । ନିଜେ ପିକଅପ ଭ୍ୟାନ୍ ଚଳାଇ ଆସି ସ୍କୁଟିକୁ ଧକ୍କା ଦେବା ପରେ ସ୍କୁଟି କୁ ୫୦୦ ମିଟର ଘୋଷାଡିନେଇଥିଲେ।  ଗିରଫ ଅଭିଯୁକ୍ତ ଅକ୍ଷୟ ପଟିଆ ରେଲୱେ ଷ୍ଟେସନ ନିକଟରେ ରୁହନ୍ତି । ପୂରା ଘଟଣାବଳୀରୁ ଜଣା ପଡ଼ିଛି ଯେ, ପତ୍ନୀଙ୍କ ବଡ ଭଉଣୀଙ୍କୁ ଅକ୍ଷୟ ଏକ ପାଖିଆ ଭଲ ପାଇ ଆସୁଥିଲେ। ପୀଡିତାଙ୍କ ବଡ଼ ଭଉଣୀ ବିବାହିତା ହୋଇଥିବାରୁ ସେ ଅଭିଯୁକ୍ତର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହାସହ ପତ୍ନୀ ବି ଏକଥା ଜାଣିବାରୁ ବିବାଦ ମଧ୍ୟ ଦେଖାଦେଇଥିଲା। 


ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ(Family Dispute) ଶତ୍ରୁତା ଲାଗି ରହିଥିଲା। ତେବେ ପତ୍ନୀକୁ ରାସ୍ତାରୁ ହଟାଇବାକୁ ଉଦ୍ୟମ କରିଥିଲା ଅକ୍ଷୟ। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ପତ୍ନୀ ଅଫିସରୁ ଘରକୁ ଫେରୁଥିବା ବେଳେ ପଟିଆ-ସିପେଟ ରାସ୍ତାରେ, ଅଭିଯୁକ୍ତ ସ୍ବାମୀ ନିଜ ପିକଅପ ଭ୍ୟାନରେ ଆସି ପୀଡ଼ିତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ପୀଡ଼ିତା ଜଣକ ସ୍କୁଟି ସହ ତଳେ ପଡ଼ିଯିବା ପରେ ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ଗାଡିଟିକୁ ଘୋଷାଡି ନେଇଥିଲା ଅଭିଯୁକ୍ତ ଅକ୍ଷୟ। ସ୍ଥାନୀୟ ଲୋକେ ଦେଖିବା ପରେ ଅଭିଯୁକ୍ତର ଗାଡ଼ିକୁ ପିଛା କରି ଅଟକାଇବା ସହିତ ପୀଡ଼ିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣାରେ ପୀଡିତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ଜଣାପଡିଛି। ଅଭିଯୁକ୍ତ ଅକ୍ଷୟକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ଇନଫୋସିଟି ଥାନା ପୋଲିସ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।


Also Read: Nick Jonas: ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍ ଙ୍କୁ ହୋଇଛି ଭୟଙ୍କର ରୋଗ! ନିଜେ କଲେ ସେୟାର


Also Read: Akshay Tritiya 2024: ଚଳିତବର୍ଷ ଅକ୍ଷୟ ତୃତୀୟାରେ ଭୁଲରେ ବି କରନ୍ତୁନି ଏହି ୪ଟି କାମ