IAF Airlift: ଗଲୱାନ ଉପତ୍ୟକାରେ ସାଂଘାତିକ ସଂଘର୍ଷ ପରେ ୬୮ ହଜାରରୁ ଅଧିକ ସେନା ଯବାନ ସହ ପାଖାପାଖି ୯୦ଟି ଟ୍ୟାଙ୍କ ଏବଂ ଯୁଦ୍ଧାସ୍ତ୍ର ବହନକାରୀ ଭାରତୀୟ ବାୟୁସେନା (Air force) ବିମାନ ଦ୍ୱାରା ପୂର୍ବ ଲଦାଖକୁ ଦେଶର ବିଭିନ୍ନ ସ୍ଥାନରୁ ବାୟୁସେନା ପକ୍ଷରୁ ତନଖି କରାଯାଇଥିଲା । ମିଳିଥିବା ରିପୋର୍ଟ ମୁତାବକ ଶତ୍ରୁଙ୍କ ଗତୀବିଧି ଉପରେ ଦୃଷ୍ଟି ଓ ସ୍ଥାନକୁ ତଦାରଖ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପରେସନ (operation) କରାଯାଇଥିଲା । ଏକ ସ୍ୱତନ୍ତ୍ର ଅପରେସନ ମାଧ୍ୟମରେ LAC କୂଳରେ ଥିବା ବିଭିନ୍ନ ଅଜଣା ଅଞ୍ଚଳରେ ନିୟୋଜନ ପାଇଁ IAF ର ପରିବହନ ଜାହାଜ ଦ୍ୱାରା ଯବାନଙ୍କ ସମେତ ଅସ୍ତ୍ରଶସ୍ତ୍ର ମଧ୍ୟ ସ୍ଥାନକୁ ପଠାଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ବଢୁଥିବା ଉତ୍ତେଜନାକୁ ନଜରରେ ରଖି ଆଇଏଏଫ ଚିନର କାର୍ଯ୍ୟକଳାପ (China's activities) ଉପରେ ଦୃଷ୍ଟି ଦେବା ସହ ଅଞ୍ଚଳଠାରୁ କିଛି ଦୂରରେ ବ୍ୟାପକ ଫୋର୍ସ ମୁତୟନ କରିଥିବା ବୋଲି କୁହାଯାଉଛି । ଭାରତୀୟ ବାୟୁସେନାର ଏକାଧିକ ବିମାନକୁ ବିଭାଗ ବ୍ୟବହାର କରିଥିଲା । ୬୮ ହଜାର ଯବାନଙ୍କ ସମେତ ପ୍ରାୟ ୩୩୦ ବିଏମ୍ପି ପଦାତିକ ଯୁଦ୍ଧ ଯାନ, ରାଡାର ସିଷ୍ଟମ (Radar system), ଆର୍ଟିଲିରି ବନ୍ଧୁକ ସମେତ ଅନ୍ୟାନ୍ୟ ସମସ୍ତ ଉପକରଣ ଗଚ୍ଛିତ ଥିଲା । ତେବେ ସି ୧୩୦ଜେ ଏବଂ ସି-୧୭ ଗ୍ଲୋବେମାଷ୍ଟର ବିମାନରେ ଗଚ୍ଛିତ ଥିବା ସମସ୍ତ ଜିନିଷ ସହ ମୋଟ ଓଜନ ୯ହଜାର ଟନ୍ ହୋଇଥିଲା । ବିମାନ ନିଜର ଉଡାଣ କ୍ଷମତାକୁ ବେସ୍ ଭଲ ଭାବରେ ପ୍ରଦର୍ଶନ କରୁଥିଲା । ରାଫେଲ, ମିଗ୍ ୨୯ ସହିତ ଅନେକ ଯୁଦ୍ଧ ବିମାନ ପାଟ୍ରୋଲିଂ ପାଇଁ ନିୟୋଜିତ ହୋଇଥିଲେ । ଏଥିସହ ବିଭିନ୍ନ ହେଲିକପ୍ଟରରେ ପାହାଡିଆ ସ୍ଥାନ ଗୁଡିକୁ ଯାଞ୍ଚ କରାଯାଇଥିଲା ।


ଦୁଇଟି ଯୁଦ୍ଧ ବିମାନ ଏସୟୁ ୩୦ ଏମକେଆଇ ଏବଂ ଜାଗୁଆର ଦ୍ୱାରା ୫୦ କିମି ପରିଦ୍ଧିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ପରେ ଟିମ୍ ନିଶ୍ଚିତ କରିଥିଲା ଯେ ସବୁ କିଛି ସଠିକ ରହିଛି । ଅଧିକାରୀମାନେ କହିଛନ୍ତି ଯେ, ଆଇଏଏଫ ବାୟୁ ପ୍ରତିରକ୍ଷା କ୍ଷମତା ସହ ବିଭିନ୍ନ ରାଡାର ସ୍ଥାପନ କରି ଏଲଏସି ଫ୍ରଣ୍ଟ ଲାଇନ୍ ବେସରେ ଉଡାଣ କରିଥିଲା । ସାମରିକ ସ୍ଥିତିକୁ ମଜବୁତ କରିବା ପାଇଁ ଏପରି କୌଶଳ ଓ ବିଶ୍ୱସନୀୟ ଶକ୍ତି ବଜାୟ ରଖିବା ସହ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ଏହାର ଲକ୍ଷ । ଏଥିସହ ଶତ୍ରୁ ଉପରେ ନଜର ରଖିବା ପାଇଁ ପ୍ରସ୍ତୁତି ଓ ମୁକାବିଲାର ଏହା ଏକ ପରୀକ୍ଷା ବୋଲି ସୂଚନା ମିଳିଛି ।


ଅନ୍ୟ ପଟେ ପୂର୍ବ ଲଦାଖ ମୁହାଁମୁହିଁ ହେବା ପରେ ପ୍ରାୟ ୩ହଜାର ୫ଶହ କିଲୋମିଟର ଲମ୍ବା LAC ସହିତ ଭିତ୍ତିଭୂମି ବିକାଶ ପାଇଁ ସରକାର ଏକ ପ୍ରମୁଖ ପଦକ୍ଷେପ ନେଉଛନ୍ତି। ଏହାର ଯୁଦ୍ଧ କ୍ଷମତା ବୃଦ୍ଧି କରିବା ପାଇଁ ଗଲୱାନ ଉପତ୍ୟକା ସଂଘର୍ଷ ପରେ ସେନା ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଲଏସି ପାର୍ବତ୍ୟ ଅଞ୍ଚଳରେ ବହୁ ସହଜରେ ପରିବହନ ଯୋଗ୍ୟ ଏମ ୭୭୭ ଅଲ୍ଟ୍ରା-ଲାଇଟ୍ ହାୱିଜର୍ ନିୟୋଜିତ କରିସାରିଛି । ଏଥିରେ ଶୀଘ୍ର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସମସ୍ତ ଜିନିଷ ପରିବହନ କରାଯାଇପାରିବ ।


ଗାଲୱାନ ଉପତ୍ୟକାରେ ହୋଇଥିବା ତୀବ୍ର ମୁକାବିଲା ପରେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ନୂଆ ମୋଡ ନେଇଛି । ଉଭୟ ପଟରେ ବର୍ତ୍ତମାନ ପ୍ରାୟ ୫୦ହଜାରରୁ ୬୦ହଜାର ଯବାନ ନିୟୋଜିତ ଅଛନ୍ତି । ତେବେ ସୋମବାର ଦିନ ଉଭୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ତଥା ଆଲୋଚନା ହେବା ନେଇ ସୂଚନା ରହିଛି । ପୂର୍ବରୁ ଜୁଲାଇ ୨୪ ରେ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜୋହାନ୍ସବର୍ଗରେ ବୈଠକ ପରିସରରେ ବରିଷ୍ଠ ଚୀନ୍ କୂଟନୀତିଜ୍ଞ ୱାଙ୍ଗ ୟିଙ୍କୁ ଭେଟିଥିଲେ।


Also Read- Cricket News: ଏସିଆ କପ୍ ପୂର୍ବରୁ କ୍ରିକେଟ୍ ପଡିଆରେ ସାପ ଆତଙ୍କ