Kanpur News: ଜୀବନ ହାରିଛନ୍ତି ଜଣେ ମେଧାବି ଆଇଆଇଟି ଛାତ୍ରୀ ପ୍ରଗତି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ପାଞ୍ଚ ପୃଷ୍ଠାର ସୁଇସାଇଡ ନୋଟରୁ ମାତ୍ର ଦୁଇଟି ପୃଷ୍ଠା ଖାଲି ରହିଥିବା ଦେଖିବାକୁ ମିଳିଛି । ଗୋଟିଏ ପୃଷ୍ଠାରେ ଲେଖାଯାଇଛି ଯେ, ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ଦ୍ୱିତୀୟ ପୃଷ୍ଠାରେ, ପରିବାର ସଦସ୍ୟଙ୍କ ନାମ ଉଲ୍ଲେଖ କରିବା ସହ ଏହା ଲେଖାଯାଇଛି ଯେ, ମୁଁ କିଛି କରିପାରିବି ନାହିଁ। ମୋର ପିଏଚଡି ଶେଷ ହେବା ପରେ, ମୁଁ ପାଠପଢା ସହ ଅନ୍ୟ କାର୍ଯ୍ୟ କରିପାରିବି ବୋଲି ଭାବିଥିଲି କିନ୍ତୁ ତାହା ହୋଇପାରିଲା ନାହିଁ । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ସୁଇସାଇଡ୍ ନୋଟରୁ ଜଣାପଡୁଛି ଯେ, ପ୍ରଗତି ଖୁବ ଏକାକୀ ଅନୁଭବ କରୁଥିଲେ, କିନ୍ତୁ ଏହାର ପ୍ରକୃତ କାରଣ କ’ଣ ହୋଇପାରେ ତାହା ପରିବାର ସଦସ୍ୟଙ୍କ ମତାମତ ନେବାପରେ ଜଣାପଡିବ । କୁହାଯାଉଛି ଯେ, ଆତ୍ମହତ୍ୟା ନୋଟରେ ଜଣେ ପୁଅର ନାମ ଏବଂ ମୋବାଇଲ୍ ନମ୍ବର ଲେଖାଯାଇଛି। ଏ ସମ୍ପର୍କରେ ପୋଲିସ ତଦନ୍ତ କରୁଛି। ପ୍ରଗତି ତାଙ୍କ ସାଙ୍ଗମାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ, ମତେ ବହୁତ ସହଯୋଗ କରିଥିବାରୁ ଧନ୍ୟବାଦ । ପୋଲିସ କହିଛି ଯେ, ନୋଟରେ କାହା ବିରୋଧରେ କୌଣସି ଅଭିଯୋଗ ନାହିଁ । ଯଦି ଆବଶ୍ୟକ ହୁଏ ତେବେ ଆତ୍ମହତ୍ୟା ନୋଟକୁ ହସ୍ତଲିଖନ ବିଶେଷଜ୍ଞ ମଧ୍ୟ ପରୀକ୍ଷା କରିବେ।


COMMERCIAL BREAK
SCROLL TO CONTINUE READING

ପ୍ରଗତିଙ୍କ ଶବ ଜବତ କରାଯିବା ପରେ ଶରୀରର ପୋଷ୍ଟମର୍ଟମ କରାଯାଇଛି । ତିନିଜଣ ଡାକ୍ତର ପୋଷ୍ଟମର୍ଟମ କାର୍ଯ୍ୟ କରିଥିବାର ଭିଡିଓ ଫଟୋଗ୍ରାଫି ମଧ୍ୟ ହୋଇଥିଲା । ଗୁରୁବାର ପୂର୍ବାହ୍ନରେ ପ୍ରଗତି ଆତ୍ମହତ୍ୟା କରିଥିବା ଜଣାପଡିଛି। ପୋଷ୍ଟ ମର୍ଟମ ରିପୋର୍ଟରେ ଫାଶୀ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଇଛି ।


ପ୍ରଗତିଙ୍କ ମା କହିଛନ୍ତି ଯେ, ଝିଅ ଖୁବ ସାହସୀ ଥିଲା ସେ କେବେ ବି ଆତ୍ମହତ୍ୟା କରିପାରବନାହିଁ । ବୁଧବାର ସନ୍ଧ୍ୟାରେ ସେ ତାଙ୍କ ଝିଅଙ୍କ ସହିତ ଭିଡିଓ କଲରେ କଥା ହୋଇଥିଲେ । ଚେହେରାରୁ ଅତ୍ୟନ୍ତ ଚିନ୍ତିତ ଥିବା ଲାଗୁଥିଲା ଏବଂ ସେ ବିରକ୍ତ ହୋଇଥିଲେ । ତାଙ୍କୁ ଅନେକ ପଚାରିଥିଲେ ମଧ୍ୟ ସେ କିଛି ମାଙ୍କୁ କିଛି କହିନଥିଲେ । ଥଣ୍ଡା ହୋଇଥିବା କାରଣରୁ ମୁହଁ ଏମିତି ଲାଗୁଥିବା କହିଥିଲେ । ଗୁରୁବାର ସକାଳେ ଉଠିବା ପରେ ପ୍ରଗତିଙ୍କୁ ଅନେକ ଥର କଲ କରିଥିଲେ ତାଙ୍କ ମା କିନ୍ତୁ ସେ ଫୋନର ଉତ୍ତର ଦେଇନଥିଲେ । ତାପରେ ଦିନ ୨ଟାରେ କେହିଜଣେ କଲ୍ ରିସିଭ୍ କରି ତୁରନ୍ତ ଏଠାକୁ ଆସିବା ପାଇଁ କହିଥିଲେ । ପ୍ରଗତିଙ୍କ ଆତ୍ମହତ୍ୟା ଖବର ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ବାହାରିଥିଲେ । ଗୁରୁବାର ରାତି ୯ ଟାରେ ପୋଷ୍ଟମର୍ଟମ ପରେ ପ୍ରଗତିଙ୍କ ମୃତଦେହ ତାଙ୍କ ଘରେ ପହଞ୍ଚିଥିଲା । ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା। ଝିଅକୁ ହରାଇବା ଦୁଃଖରେ କାନ୍ଦି କାନ୍ଦି ମାଙ୍କ ଅବସ୍ଥା ଖରାପ ହୋଇଥିଲା । ଆଖପାଖର ମହିଳାମାନେ ପ୍ରଗତିଙ୍କ ମାଆଙ୍କୁ ବହୁତ କଷ୍ଟରେ ନିୟନ୍ତ୍ରଣ କରିଥିଲେ । ଶୁକ୍ରବାର ଦିନ ପ୍ରଗତିଙ୍କ ଭାଇ ଶିବମ ରାଉରକେଲାରୁ ପହଞ୍ଚିବା ପରେ ମୃତଦେହକୁ ସଂସ୍କାର କରାଯିବ ବୋଲି ପରିବାର ସଦସ୍ୟ କହିଛନ୍ତି।


ବରିଷ୍ଠ ପ୍ରଫେସରମାନେ କହିଛନ୍ତି ଯେ, ପ୍ରଗତିଙ୍କ ଏକାଡେମିକ୍ ରେକର୍ଡ ଖୁବ ଭଲ ରହିଛି। ପ୍ରଗତିଙ୍କ ସାଙ୍ଗମାନେ ମଧ୍ୟ ସହମତ ଅଟନ୍ତି ଯେ, ସେ ଭଲ ପଢାପଢି କରୁଥିଲେ । ସେ ତାଙ୍କର ପିଏଚଡି ପାଠ୍ୟକ୍ରମରେ 8.13 ସିପିଆଇ ପାଇଥିଲେ । ପ୍ରତ୍ୟେକ ସେମିଷ୍ଟାରରେ ଗ୍ରେଡ୍ ମଧ୍ୟ ଶୀର୍ଷରେ ରହିଛି । ତେବେ ଆତ୍ମହତ୍ୟା ପଛର କାରଣ ଅନୁସନ୍ଧାନ ପାଇଁ ଏକ କମିଟି ଗଠନ କରାଯାଇଛି। ଆଭ୍ୟନ୍ତରୀଣ ଅନୁସନ୍ଧାନ କରିବା ପରେ ଏକ ରିପୋର୍ଟ ଦାଖଲ କରିବେ ଟିମ୍ ।


Also Read- Top 10 News Today: ନୋବେଲ ଶାନ୍ତି ପୁରସ୍କାର ଘୋଷଣା, ସଂକ୍ଷେପରେ ପଢନ୍ତୁ ୧୦ଟି ପ୍ରମୁଖ ଖବର


Also Read- Weekly Horoscope: ନୂଆ ସପ୍ତାହରେ କେଉଁ ରାଶିକୁ ମିଳିବ ଲାଭ ? ପଢନ୍ତୁ ରାଶିଫଳ