Top 10 News Today: ନୋବେଲ ଶାନ୍ତି ପୁରସ୍କାର ଘୋଷଣା, ସଂକ୍ଷେପରେ ପଢନ୍ତୁ ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2468722

Top 10 News Today: ନୋବେଲ ଶାନ୍ତି ପୁରସ୍କାର ଘୋଷଣା, ସଂକ୍ଷେପରେ ପଢନ୍ତୁ ୧୦ଟି ପ୍ରମୁଖ ଖବର

Top 10 News Today : ଜାପାନୀ ସଂସ୍ଥା ‘ନିହନ ହିଡାନ୍‌କ୍ୟୋ’କୁ ନୋବେଲ ଶାନ୍ତି ପୁରସ୍କାର ମିଳିବ, ଛତର ଯାତ୍ରାରେ ୧୦ ହଜାରରୁ ଊର୍ଦ୍ଧ୍ବ ପଶୁବଳି ଏବଂ ଅନ୍ୟାନ୍ୟ ଖବର

Top 10 News Today: ନୋବେଲ ଶାନ୍ତି ପୁରସ୍କାର ଘୋଷଣା, ସଂକ୍ଷେପରେ ପଢନ୍ତୁ ୧୦ଟି ପ୍ରମୁଖ ଖବର

Top 10 News Today

Headlines 01- ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି । ଜାପାନୀ ସଂସ୍ଥା ‘ନିହନ ହିଡାନ୍‌କ୍ୟୋ’କୁ ନୋବେଲ ଶାନ୍ତି ପୁରସ୍କାର ମିଳିବ । ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ‘ନିହନ ହିଡାନ୍‌କ୍ୟୋ’ ଏବଂ ବୋମା ବିଭୀଷିକାରୁ ବଞ୍ଚି ଯାଇଥିବା ଲୋକଙ୍କ ପାଇଁ କାମ କରୁଛି । ହିରୋସିମା, ନାଗାସାକି ବୋମା ପୀଡ଼ିତଙ୍କ ପାଇଁ କାମ କରିବା ସହ ବିଶ୍ବକୁ ପରମାଣୁ ବୋମା ମୁକ୍ତ କରିବାକୁ ସଚେତନତା ସୃଷ୍ଟି କରୁଛି ସଂସ୍ଥା ।

Headlines 02- ଆଜି ମହାମାୟୀଙ୍କ ମହାଷ୍ଟମୀ ପୂଜା। ମଣ୍ତପରେ ମାଆଙ୍କର ମହାଷ୍ଟମୀ ଚାଲିଥିବା ବେଳେ ପୀଠରେ ଦେବୀଙ୍କ ମହା-ନବମୀ ପୂଜା ଚାଲିଛି। ମହାଷ୍ଟମୀ ପୂଜା କରିବା ଲାଗି ମଣ୍ତପ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମଳୁଛି। ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ତି ପାଠରେ କମ୍ପୁଛି ପରିବେ। ଷୋଡଶ ଉପଚାରରେ ଚାଲିଛି ମାଆଙ୍କ ପୂଜା।  ଚଣ୍ତିପାଠରେ ଗଗନ ପବନ ମୁଖରିତ ହେଉଛି। ମାଆଙ୍କୁ ଦର୍ଶନ କରି ନୈବେଦ୍ୟ ଅର୍ପଣ କରୁଛନ୍ତି ଭକ୍ତ। 

Headlines 03- ନୋଏଲ୍ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ୍ କରାଯାଇଛି। ସ୍ୱର୍ଗତ ରତନ ଟାଟାଙ୍କ ମୃତ୍ୟୁ ପରେ ଏହି ଦାୟିତ୍ୱ ନୋଏଲ୍ ଟାଟାଙ୍କୁ ଦିଆଯାଇଛି। ୧୯୯୧ ରେ ଯେତେବେଳେ ରତନ ଟାଟାଙ୍କୁ ଟାଟା ଗ୍ରୁପର ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା, ସେତେବେଳେ ଠାରୁ ସେ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ଭାବରେ ରହି ଆସିଥିଲେ। କିନ୍ତୁ ବର୍ତ୍ତମାନ ଟାଟା ଟ୍ରଷ୍ଟ ସର୍ବସମ୍ମତି କ୍ରମେ ଏହି ଦାୟିତ୍ୱ ନୋଏଲ୍ ଟାଟାଙ୍କୁ ଦେଇଛନ୍ତି। ନୋଏଲ୍ ଟାଟା ହେଉଛି ରତନ ଟାଟାର ସାବତ ଭାଇ, ଯିଏ ଗତ ୪୦ ବର୍ଷ ଧରି ଟାଟା ଗ୍ରୁପ୍ ସହିତ ଜଡିତ ରହିଛନ୍ତି।

Headlines 04- ଦୁର୍ଗା ପୂଜା ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରିଛନ୍ତି। ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବା ପରେ ଏହି ଘୋଷଣା କରାଯାଇଛି। ରାଜଧାନୀର ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ମା' ଙ୍କର ଆଳତି କରିଛନ୍ତି।

Headlines 05- ରାଜଧାନୀର ୩ଟି ମଣ୍ଡପ ବୁଲି ମା' ଙ୍କ ଆଶିଷ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପ୍ରଥମ ରସୁଲଗଡ଼ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କରିଥିଲେ। ଏହାପରେ ସହିଦନଗର ପୂଜାମଣ୍ଡପରେ ମା’ଙ୍କ ଆଶୀର୍ବାଦ ନେଇଥିଲେ। ମହାଷ୍ଟମୀରେ ମା’ଙ୍କ ପୂଜାରେ ସାମିଲ ହେଲେ ନବୀନ ପଟ୍ଟନାୟକ। ଶେଷରେ ବଡ଼ଗଡ଼ ଦୁର୍ଗାପୂଜା ମଣ୍ଡପ ଯାଇ ମା’ଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି। ସକାଳ ସାଢେ ୧୦ଟାରୁ ପ୍ରାୟ ଘଣ୍ଟାଏ ଯାଏଁ ମଣ୍ଡପ ଯାଇଁ ମାଆଙ୍କୁ ଦର୍ଶନ କରିଛନ୍ତି ନବୀନ।

Headlines 06- ବଡ଼ମ୍ବା ଭଟ୍ଟାରିକା ମହୋତ୍ସବରେ ମା'ଙ୍କ ମହାଷ୍ଟମୀର ମହୋତ୍ସବ ଖୁବ ଧୁମଧାମରେ ପାଳନ କରାଯାଇଛି । ବିଧାନସଭା ବାଚସ୍ପତି ସୁରମା ପାଢୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଯୋଗଦେଇଥିଲେ।

Headlines 07- ଭବାନୀପାଟଣାର ପ୍ରସିଦ୍ଧ ମାଣିକେଶ୍ବରୀଙ୍କ ଛତର ଯାତ୍ରା ସଂପନ୍ନ ହୋଇଛି । ଜେନାଖାଲରୁ ଛତର ବାହାରି ଦିନ ୧୨ଟାରେ ମନ୍ଦିରରେ ପହଞ୍ଚିଥିଲା।  ଚଳିତବର୍ଷ ଛତର ଯାତ୍ରାରେ ୧୦ ହଜାରରୁ ଊର୍ଦ୍ଧ୍ବ ପଶୁବଳି ଦିଆଯାଇଥିବା ସୂଚନା ମିଳିଛି ।

Headlines 08- ପାରାଦୀପ ପିଆଇସିଟି ବର୍ଥରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ବିବାଦ ତୁଟୁନାହିଁ । କ୍ଷତିପୂରଣ ଓ ନିଯୁକ୍ତି ଜିଦରେ ଆନ୍ଦୋଳନରେ ବସି ରହିଛନ୍ତି ଶ୍ରମିକମାନେ । ଆନ୍ଦୋଳନ ଯୋଗୁଁ ବ୍ୟବଚ୍ଛେଦ ନହୋଇ ମେଡିକାଲରେ ପଡ଼ିରହିଛି ମୃତଦେହ । ଗତକାଲି ବନ୍ଦର ଭିତରେ ଶ୍ରମିକଙ୍କୁ ଏକ ଭାରିଯାନ ଚାପି ଦେବା କାରଣରୁ ମୃତ୍ୟୁ ହୋଇଥିଲା ।

Headlines 09- ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଆଜି ନିଜର ୮୨ ତମ ଜନ୍ମଦିନ ପାଳନ କରୁଛନ୍ତି ।  ଅମିତାଭଙ୍କ ଜନ୍ମଦିନରେ ଫ୍ୟାନ୍ସମାନଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରେଟିମାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

Headlines 10- ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ। ଦଶହରା ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ କୁମାର ପୂର୍ଣ୍ଣିମା ବେଳକୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି।  ଓଡି଼ଶାରେ ୧୪ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଅକ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ। ୧୫ ରୁ ଦକ୍ଷିଣ  ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହେବ। 

Also Read- Weekly Horoscope: ନୂଆ ସପ୍ତାହରେ କେଉଁ ରାଶିକୁ ମିଳିବ ଲାଭ ? ପଢନ୍ତୁ ରାଶିଫଳ