Winter Forecast 2023 India: ଦେଶର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି। ଯଦିଓ ପାଣିପାଗ ବିଭାଗ ମୌସୁମୀ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଘୋଷଣା କରିଛି। ହେଲେ ଏବେ ବର୍ଷା ଅଳ୍ପ ବହୁତେ ଜାରି ରହିଛି। ହେଲେ ଏହି ସମୟରେ ଶୀତ ଶୀଘ୍ର ଆସିବାର ଲକ୍ଷଣ ମଧ୍ୟ ଦେଖାଦେଇଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାସିନ୍ଦା ମଧ୍ୟ ଥଣ୍ଡା ଅନୁଭବ କରିବା ଆରମ୍ଭ କରିଛନ୍ତି। ସ୍ଥାନୀୟ ପାଣିପାଗ ବିଭାଗ ମଙ୍ଗଳବାର ରାତିରେ ସର୍ବନିମ୍ନ ତାପମାତ୍ରା ୧୮.୩ ଡିଗ୍ରୀ ସେଲସିୟସ ରହିଥିବାକର ରେକର୍ଡ କରିଛି। 


COMMERCIAL BREAK
SCROLL TO CONTINUE READING

ଯଦି ଗତ ସୋମବାର କଥା କୁହାଯାଏ ତାହେଲେ ସର୍ବନିମ୍ନ ତାପମାତ୍ରା ୨୦.୧ ଡିଗ୍ରୀ ସେଲସିୟସ ରହିଥିଲା। ଭାରତୀୟ ପାଣିପାଗ ବିଭାଗ (India Meteorological Department) ଅନୁଯାୟୀ, ଉତ୍ତର-ପଶ୍ଚିମ ପବନ ଏବଂ ସ୍ୱଚ୍ଛ ଆକାଶ କାରଣରୁ ରାତି ସମୟରେ ଦିଲ୍ଲୀର ରାତିର ତାପମାତ୍ରା (Latest Temperature of Delhi in Night) ହ୍ରାସ ପାଉଥିବାର ଜଣାପଡ଼ିଛି। ଆଇଏମଡି ପୂର୍ବାନୁମାନ (IMD Weather Bulletin) ଅନୁଯାୟୀ ବୁଧବାର-ଗୁରୁବାର ରାତିରେ ଦିଲ୍ଲୀର ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ହୋଇପାରେ। ଶୁକ୍ରବାର ଠାରୁ ତାପମାତ୍ରା ବଢିବା ନେଇ ଆଶା କରାଯାଉଛି। ପବନର ଦିଗରେ ପରିବର୍ତ୍ତନ ହେତୁ, ଆଗାମୀ ଦିନରେ ରାତିର ତାପମାତ୍ରା ୨୧ ଡିଗ୍ରୀ ଠାରୁ ୨୨ ଡିଗ୍ରୀ ସେଲସିୟସ ମଧ୍ୟରେ ରହିପାରେ। ଅକ୍ଟୋବର ୧୦ ର୍ଯ୍ୟନ୍ତ ପାଗ ଏପରି ରହିବା ନେଇ ଆଶା କରାଯାଉଛି।


ସଫଦରଜଙ୍ଗ ବ୍ୟତୀତ ଯଦି ଦିଲ୍ଲୀର ଅନ୍ୟ ସ୍ଥାନ ବିଷୟରେ କୁହାଯାଏ ତାହେଲେ ମଙ୍ଗଳବାର ରାତିରେ ଲୋଧି ରୋଡ୍ ଅଞ୍ଚଳର ତାପମାତ୍ରା ୧୬.୯ ଡିଗ୍ରୀ ସେଲସିୟସ ରହିଥିବାର ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ଠାରୁ ୫ ଡିଗ୍ରୀ ସେଲସିୟସ କମ୍ ରହିଥିଲା। ଯଦି ଉତ୍ତର ଦିଲ୍ଲୀ କଥା କୁହାଯାଏ, ତାହେଲେ ଏଠାକାର ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ସେଲସିୟସ୍ ରହିଛି। ଯାହା ସ୍ୱାଭାବିକ ଠାରୁ ୬ ଡିଗ୍ରୀ ସେଲସିୟସ୍ କମ୍ ରହିଥିଲା। ଏହା ସହିତ ଆୟାନଗର ଏବଂ ଜଫରପୁର ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୭.୪ ଏବଂ ୧୮.୨ ଡିଗ୍ରୀ ସେଲସିୟସ ରହିଥିବାର ରେକର୍ଡ କରାଯାଇଛି।


ମଙ୍ଗଳବାର ସକାଳେ ରାଷ୍ଟ୍ରୀୟ ରାଜଧାନୀରେ (National Capital Delhi) ଥଣ୍ଡା ପବନ ପ୍ରବାହିତ ହୋଇଥିଲା। ସର୍ବନିମ୍ନ ତାପମାତ୍ରା ୧୮.୨ ଡିଗ୍ରୀ ସେଲସିୟସ ରହିଥିବାର ରେକର୍ଡ କରାଯାଇଥିଲା। ଯାହା ସ୍ୱାଭାବିକ ଠାରୁ ୪ ଡିଗ୍ରୀ ସେଲସିୟସ କମ୍। ଆଇଏମଡି ପକ୍ଷରୁ କୁହାଯାଇଛି ଯେ ସହରରେ ଆପେକ୍ଷିକ ଆର୍ଦ୍ରତା ମଙ୍ଗଳବାର ସକାଳ ସମୟରେ ୬୭% ରହିଥିବାର ରେକର୍ଡ କରାଯାଇଛି।


ଦିଲ୍ଲୀ ସ୍ଥିତ ପ୍ରାଥମିକ ପାଣିପାଗ କେନ୍ଦ୍ର ସଫଦରଜଙ୍ଗ ଅବଜରଭେଟୋରୀ (Delhi Primary Meteorological Center Safdarjung Observatory) ଠାରେ ସର୍ବନିମ୍ନ ତାପମାତ୍ରା ୧୮.୩ ଡିଗ୍ରୀ ସେଲସିୟସ ରହିଥିବାର ରେକର୍ଡ ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ପ୍ରାୟ ୩୫ ଡିଗ୍ରୀ ସେଲସିୟସ ରିହିବାର ସମ୍ଭାବନା ରହିଛି। ସୋମବାର ସହରର ସର୍ବାଧିକ ତାପମାତ୍ରା ୩୫.୧ ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା 20.1 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଯାହା ସ୍ୱାଭାବିକ ଠାରୁସ ୩ ଡିଗ୍ରୀ ସେଲସିୟସ କମ୍ ରହିଥିଲା।