Cyclone Update: ଡିସେମ୍ବରରେ ପୁଣି ବାତ୍ୟା ଆଶଙ୍କା, କେମିତି ରହିବ ପ୍ରଭାବ?
Cyclone Update: ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ସୃଷ୍ଟି ହେବା ସହ ବାତ୍ୟା ସୃଷ୍ଟି ହେଲେ ଏହାର ନାମକରଣ କରାଯିବ ‘ ମିଚାଉଙ୍ଗ ‘। ତେବେ କେମିତି ରହିବ ଓଡ଼ିଶା ଉପରେ ଏହାର କଣ ରହିବ ପ୍ରଭାବ ଜାଣନ୍ତୁ।
Cyclone Update:ପୁଣି ରାଜ୍ୟକୁ ବାତ୍ୟା ଭୟ । ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ମଲ୍ଲାକା ଷ୍ଟ୍ରେଟରେ ଲଘୁଚାପ ସୃଷ୍ଟି ହୋଇଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିବା ଆକଳନ କରାଯାଉଛି । ୨୯ ତାରିଖ ବେଳକୁ ଏହା ଅବପାତର ରୂପ ନେବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ।
ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ନେଇ ସମ୍ଭାବନା ରହିଛି । ତେବେ ପରବର୍ତ୍ତୀ ୪୮ଘଣ୍ଟାରେ ବାତ୍ୟାର ରୂପ (Cyclone) ନେଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ସୃଷ୍ଟି ହେବା ସହ ବାତ୍ୟା ସୃଷ୍ଟି ହେଲେ ଏହାର ନାମକରଣ କରାଯିବ ‘ ମିଚାଉଙ୍ଗ ‘। ତେବେ କେମିତି ରହିବ ଓଡ଼ିଶା ଉପରେ ଏହା ଉପରେ ବର୍ତ୍ତମାନ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ।
ସେପଟେ ଦେଶରେ ତାପମାତ୍ରା ମଧ୍ୟ ଧିରେ ଧିରେ କମିବାରେ ଲାଗିଛି । ରବିବାର ରାତିରୁ ଦିଲ୍ଲୀ ଏନସିଆରରେ(Delhi-NCR) ବର୍ଷା ସହିତ ମେଘୁଆ ଆକାଶର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ (ଆଇଏମଡି)। ରବିବାର ଦିନ ଜାତୀୟ ରାଜଧାନୀରେ ସର୍ବାଧିକ ତାପମାତ୍ରା ୨୬.୪ ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରୀ ସେଲସିୟସ ଥିଲା, ଯାହା ଚଳିତ ଶୀତ ଋତୁରେ ହାରାହାରି ଠାରୁ ଏକ ଡିଗ୍ରୀ କମ ରହିଥିଲା। IMD କହିଛି ଯେ ବର୍ଷା ପରେ ହାଲୁକାରୁ ମଧ୍ୟମ କୁହୁଡି ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ରବିବାର ଅର୍ଥାତ୍ ଗତକାଲି ଗୁଜୁରାଟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ସମୟରେ ବଜ୍ରପାତ ଘଟିବା କାରଣରୁ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଗୁଜରାଟର ବିଭିନ୍ନ ସହରରେ ଖରାପ ପାଗ ଏବଂ ବଜ୍ରପାତ ଯୋଗୁଁ ମୃତ୍ୟୁକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Home Minister) ରବିବାର ଦିନ ଦୁଃଖ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନ ରିଲିଫ କାର୍ଯ୍ୟରେ ନିୟୋଜିତ ଥିବା କହିଛନ୍ତି। ରାଜ୍ୟ ଜରୁରୀକାଳୀନ ସଞ୍ଚାଳନ କେନ୍ଦ୍ର (SEOC) ର ଜଣେ ଅଧିକାରୀଙ୍କ କହିବାନୁସାରେ, ଗୁଜୁରାଟର ବିଭିନ୍ନ ଅଞ୍ଚଳରେ ବର୍ଷା ଜନିତ ବଜ୍ରପାତରେ ଏପର୍ଯ୍ୟନ୍ତ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
Also Read: Lightning Strikes: ଅଦିନିଆ ବର୍ଷାରେ ଆକାଶରୁ ପଡ଼ିଲା ଘଡ଼ଘଡ଼ି, ୨୦ ଜଣଙ୍କ ମୃତ୍ୟୁ