Train Speed In India: ଦେଶରେ ଅନେକ ପ୍ରକାରର ଟ୍ରେନ୍ ସେବା ଯୋଗାଇଥାଏ। ଏହା ସହିତ ଟ୍ରେନ୍ ମାଧ୍ୟମରେ ଲୋକଙ୍କୁ ଉନ୍ନତ ସୁବିଧା ଯୋଗାଇ ଦେବାକୁ ଭାରତ ସରକାର ନିରନ୍ତର ଚେଷ୍ଟା କରୁଛନ୍ତି। ଏହି ସମୟରେ ଦେଶକୁ ବନ୍ଦେ ଭାରତ ଟ୍ରେନ ନାମରେ ଏକ ଦ୍ରୁତଗାମୀ ରେଳଗାଡ଼ି ଦେଶକୁ ଉପହାରରେ ମିଳିଥିଲା। ବନ୍ଦେ ଭାରତ ଦେଶର ଦ୍ରୁତତମ ଟ୍ରେନ ମଧ୍ୟରେ ଅନ୍ତର୍ଭୁକ୍ତ। ଯାହାର ଗତି ପରୀକ୍ଷା ସମୟରେ ଘଣ୍ଟା ପ୍ରତି ୧୮୦ କିଲୋମିଟର ପରୀକ୍ଷଣ କରାଯାଇଛି। ଯଦିଓ ଯାତ୍ରୀଙ୍କ ସହିତ ଏହି ଟ୍ରେନ୍ ଘଣ୍ଟା ପ୍ରତି ୧୪୦ କିଲୋମିଟରରେ ଯାତ୍ରା କରିଥାଏ।


COMMERCIAL BREAK
SCROLL TO CONTINUE READING

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦିଲ୍ଲୀ-ଭୋପାଳ ରେଳମାର୍ଗରେ (Delhi Bhopal Train Route) ଟ୍ରେନ ୧୬୦ କିଲୋମିଟର ବେଗରେ ଗତି କରିଥାଏ। ଅନ୍ୟ ପଟେ ଗତିମାନ ଏକ୍ସପ୍ରେସ ମଧ୍ୟ ଏହି ମାର୍ଗରେ ୧୬୦ କିଲୋମିଟର ବେଗ ପର୍ଯ୍ୟନ୍ତ ଯାତ୍ରା କରିଥାଏ। ହେଲେ କ'ଣ ଆପଣ ଏହାର କାରଣ ଜାଣିଛନ୍ତି? ଏହା ପଛରେ କେଉଁ କାରଣ ରହିଛି? କାହିଁକି କେବଳ ଦିଲ୍ଲୀ-ଭୋପାଳ ରେଳମାର୍ଗରେ ଟ୍ରେନ ସର୍ବାଧିକ ବେଗର ଗତି କରିଥାଏ?


Also Read: Indian Railway: ଦେଶରେ କେଉଁ ମାର୍ଗରେ ସର୍ବାଧିକ ବେଗରେ ଚାଲିଥାଏ ବନ୍ଦେ ଭାରତ?


ଦିଲ୍ଲୀ-ଭୋପାଳ ରେଳ ମାର୍ଗ


ଦିଲ୍ଲୀ-ଭୋପାଳ ରେଳ ମାର୍ଗରେ ସିଗନାଲ ସିଷ୍ଟମ (Delhi Bhopal Railway Route Signaling System) କାରଣରୁ ଟ୍ରେନ ସର୍ବାଧିକ ବେଗର ଗତି କରିବା ସମ୍ଭବପର ହୋଇଥାଏ। ଦିଲ୍ଲୀ-ଭୋପାଳ ରେଳ ମାର୍ଗରେ ହଜରତ ନିଜାମୁଦ୍ଦିନ ଠାରୁ ଆଗ୍ରା (Hazrat Nizamuddin To Agra) ପର୍ଯ୍ୟନ୍ତ ରେଳ ଲାଇନ ସହାୟତାରେ ଟ୍ରେନ ଗତି କରିବା ବେଳେ ଏହାର ସର୍ବାଧିକ ବେଗକୁ ବ୍ୟବହାର କରିଥାଏ। କାରଣ ଏଠାରେ ୨୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ସିଗନାଲ୍ ସିଷ୍ଟମ୍ ବହୁତ ହାଇ-ଟେକ୍ (Indian Railways High Tech Signal System)। ଏହି କାରଣରୁ ଟ୍ରେନ୍ ଏହାର ସର୍ବାଧିକ ଗତି ଧରିବା ସହଜ ହୋଇଥାଏ। ଯେଉଁଥିପାଇଁ ଟ୍ରେନ ଏହି ମାର୍ଗରେ ସର୍ବାଧିକ ବେଗରେ ଗତି କରିଥାଏ।


ଟ୍ରେନ୍ ଗତି
ବିଶ୍ୱାସ କରାଯାଏ ଯେ ଯଦି ଟ୍ରେନ ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରୁ ଅଧିକ ହୁଏ, ତାହେଲେ ଡ୍ରାଇଭର ସଠିକ୍ ଭାବରେ ସିଗନାଲ୍ ଦେଖିବ ନାହିଁ। ଯେଉଁ କାରଣରୁ ଦୁର୍ଘଟଣା ମଧ୍ୟ ଘଟିପାରେ। ସେଥିପାଇଁ ଟ୍ରେନ ଗତି କମ୍ ରହିଥାଏ। ହେଲେ ଦିଲ୍ଲୀ-ଭୋପାଳ ମାର୍ଗରେ ହଜରତ ନିଜାମୁଦ୍ଦିନ ଠାରୁ ଆଗ୍ରା ପର୍ଯ୍ୟନ୍ତ ଟ୍ରାକ ମଧ୍ୟରେ ଟ୍ରାନ୍ସମିଟର ସ୍ଥାପନ କରାଯାଇଛି।


Also Read: Indian Railway: ଅନ୍ୟ ଟ୍ରେନ୍ ପରି ନାହିଁ ଇଞ୍ଜିନ? ହେଲେ କିପରି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଉଛନ୍ତି ଲୋକ ପାଇଲଟ?


ଟ୍ରାନ୍ସମିଟର


ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) ଏବଂ ଗତିମାନ ଏକ୍ସପ୍ରେସ (Gatimaan Express) ପରି ଦ୍ରୁତଗାମୀ ଟ୍ରେନ (High Speed Train) ଏହି ଟ୍ରାନ୍ସମିଟର ମାଧ୍ୟମରେ ଟ୍ରେନ ଭିତରେ ଥିବା ରିସିଭର ପାଖକୁ ସିଗନାଲ ପଠାଇଥାଏ। ଏହା ଟ୍ରେନ୍ ସୁରକ୍ଷା ଚେତାବନୀ ବ୍ୟବସ୍ଥା (Train Protection & Warning System) ଭାବରେ ଜଣାଶୁଣା। ଏପରି ପରିସ୍ଥିତିରେ, ସିଗନାଲ୍ ରିସିଭର୍ (Railway Signal Receiver) ପାଖରେ ପହଞ୍ଚିବା ମାତ୍ରେ ଲୋକୋ ପାଇଲଟ୍ (Loco Pilot) ସିଗନାଲ୍ (Railway Signal) ଲାଲ୍ କିମ୍ବା ସବୁଜ ତାହା ଜାଣିବାକୁ ସକ୍ଷମ ହୋଇଥାନ୍ତି। ଏହା ପରେ, ସଙ୍କେତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ।