Indian Railway: ଦେଶରେ କେଉଁ ମାର୍ଗରେ ସର୍ବାଧିକ ବେଗରେ ଚାଲିଥାଏ ବନ୍ଦେ ଭାରତ?
Advertisement
Article Detail0/zeeodisha/odisha1658307

Indian Railway: ଦେଶରେ କେଉଁ ମାର୍ଗରେ ସର୍ବାଧିକ ବେଗରେ ଚାଲିଥାଏ ବନ୍ଦେ ଭାରତ?

Vande Bharat Express: ଆରଟିଆଇ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସୂଚନା ମିଳିଥିଲା ​​ଯେ ଦେଶର "ହାଇ ସ୍ପିଡ୍ ବୁଲେଟ୍ ଟ୍ରେନ୍" କୁହାଯାଉଥିବା ବନ୍ଦେ ଭାରତ ହାରାହାରି ଭାବରେ ଘଣ୍ଟା ପ୍ରତି ୮୩ କିଲୋମିଟର ବେଗରେ ଗତି କରୁଛି।  ଅର୍ଥାତ ଏହାର ବେଗ ଘଣ୍ଟାପ୍ରତି ୮୩ କିଲୋମିଟର ରହିଛି। 

Indian Railway: ଦେଶରେ କେଉଁ ମାର୍ଗରେ ସର୍ବାଧିକ ବେଗରେ ଚାଲିଥାଏ ବନ୍ଦେ ଭାରତ?

Vande Bharat Train: ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ବେଗ ଦୃଷ୍ଟିକୋଣରୁ ସର୍ବାଗ୍ରେ ରହିଛି। ଦେଶର "ହାଇ ସ୍ପିଡ୍ ବୁଲେଟ୍ ଟ୍ରେନ୍" କୁହାଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ, ଦେଶରେ ଚାଲୁଥିବା ଅନ୍ୟ ଟ୍ରେନ୍ ତୁଳନାରେ ସର୍ବାଧିକ ବେଗରେ ଗତି କରିଥାଏ। ଏହି ଟ୍ରେନ୍ ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଗତ କରିବାକୁ ସକ୍ଷମ। ବେଗ ଅନୁସାରେ ଏହାର ନିର୍ମାଣ ମଧ୍ୟ କରାଯାଇଛି। ହେଲ ତପାପି ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୩୦ କିଲୋମିଟର ସ୍ଥିର କରାଯାଇଛି। ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗ ଗତି କରୁଛି। ରେଳ ଧାରଣର ଅବସ୍ଥା ଖରାପ ହେବା କାରଣରୁ ଏହାର ଗତି ଧାର୍ଯ୍ୟ ବେଗ ଠାରୁ ଧୀମା ହୋଇଯାଉଛି। ହେଲେ କ'ଣ ଆପଣ ଜାଣଛନ୍ତି ଏହି ଟ୍ରେନ ହାରାହାରି ଭାବରେ କେତେ କିଲୋମିଟର ବେଗରେ ଗତି କରୁଛି?

ଆରଟିଆଇ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସୂଚନା ମିଳିଥିଲା ​​ଯେ ଦେଶର "ହାଇ ସ୍ପିଡ୍ ବୁଲେଟ୍ ଟ୍ରେନ୍" କୁହାଯାଉଥିବା ବନ୍ଦେ ଭାରତ ହାରାହାରି ଭାବରେ ଘଣ୍ଟା ପ୍ରତି ୮୩ କିଲୋମିଟର ବେଗରେ ଗତି କରୁଛି।  ଅର୍ଥାତ ଏହାର ବେଗ ଘଣ୍ଟାପ୍ରତି ୮୩ କିଲୋମିଟର ରହିଛି। ଏହି ତଥ୍ୟ ୨ ବର୍ଷ ତଳର ବୋଲି ଜଣାପଡ଼ିଛି। ବିଗତ ୨ ବର୍ଷ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଘଣ୍ଟା ପ୍ରତି ହାରାହାରି ୮୩ କିଲୋମିଟର ବେଗରେ ଚାଲୁଥିଲା। ଆରଟିଆଇ ଅଧୀନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସୂଚନା ଦିଆଯାଇଛି ଯେ ବନ୍ଦେ ଭାରତ ଟ୍ରେନ ଲାଗି ଏପରି ଏକ ମାର୍ଗ ରହିଛି ଯେଉଁଠାରେ ଏହାର ହାରାହାରି ବେଗ ଘଣ୍ଟା ପ୍ରତି ୯୫ କିଲୋମିଟର ରହିଥିଲା।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ମଧ୍ୟ ପ୍ରଦେଶ ବାସିନ୍ଦା ଚନ୍ଦ୍ରଶେଖର ଗୌର ସୂଚନା ଅଧିକାର ଆଇନ ଅଧିନରେ ବନ୍ଦେ ଭାରତ ଏକ୍ସପ୍ରେସ ସମ୍ପର୍କରେ ସୂଚନା ମାଗିଥିଲେ। ଏହାର ଉତ୍ତରରେ ତାଙ୍କୁ କୁହାଯାଇଥିଲା ଯେ ଗତ ୨୦୨୧-୨୨ ବର୍ଷରେ ବନ୍ଦେ ଭାରତ ଏକ୍ସପ୍ରେସ, ହାରାହାରି ଘଣ୍ଟା ପ୍ରତି ୮୪.୪୮ କିଲୋମିଟର ବେଗରେ ଯାତ୍ରା କରୁଥିଲା। ହେଲେ ୨୦୨୨-୨୩ ବର୍ଷରେ ଏହା ଘଣ୍ଟାପ୍ରତି ବେଗ ୮୧.୩୮ କିଲୋମିଟରକୁ ଖସି ଆସିଛି। ବନ୍ଦେ ଭାରତ ଏକ୍ସପ୍ରେସ ମେକ୍ ଇନ୍ ଇଣ୍ଡିଆ ପ୍ରକଳ୍ପର ଏକ ଉପହାର। ଅନୁସନ୍ଧାନ ଅଭିକଳ୍ପ ଏବଂ ମାନକ ସଙ୍ଗଠନ () ଦ୍ୱାରା ଏହାର ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ଚେନ୍ନାଇ ଠାରେ ଅବସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଠାରେ ଏହାର ନିର୍ମାଣ କରାଯାଇଛି।

ଆଇଟିଆଇ ଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ ମୁମ୍ବାଇ ଛତ୍ରପତି ଶିବାଜୀ ମହରାଜ ଟର୍ମିନସ-ସାଇନଗର ଶିରିଡ଼ି ମାର୍ଗରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଗତି, ହାରାହାରି ଭାବରେ  ହେଉଛି ୬୪ କିଲୋମିଟର। ଅର୍ଥାତ ଏହି ଟ୍ରେନ ଘଣ୍ଟାପ୍ରତି ୬୪ କିଲୋମିଟର ବେଗରେ ଗତି କରିଥାଏ।  ଏହା ସହିତ ଦେଶର ସବୁଠାରୁ ବ୍ୟସ୍ତବହୁଳ ମାର୍ଗ ମଧ୍ୟରୁ ଦିଲ୍ଲୀ-ବାରାଣାସୀ ମାର୍ଗରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ବେଗ ହାରାହାରି ଭାବରେ ସବୁଠାରୁ ଦ୍ରୁତତମ। ନୂଆଦିଲ୍ଲୀ-ବାରାଣାସୀ ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ, ହାରାହାରି ଭାବରେ ୯୫ କିଲୋମିଟର ବେଗରେ ଗତି କରିଥାଏ। ଏହି ଟ୍ରେନ୍ ସେବା ଗତ ୨୦୧୯ ବର୍ଷରେ ଆରମ୍ଭ ହୋଇଥିଲା। ଏହା ହେଉଛି ଦେଶର ପ୍ରଥମ ବନ୍ଦେ ଭାରତ ଟ୍ରେନ୍।

ସେହିପରି ନିକଟରେ ଆରମ୍ଭ ହୋଇଥିବା ରାନୀ କମଳାପତି (ହବିବଗଞ୍ଜ)-ହଜରତ୍ ନିଜାମୁଦ୍ଦିନ ମଧ୍ୟରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ହାରାହାରି ଭାବରେ ଘଣ୍ଟାପ୍ରତି ୯୪ କିଲୋମିଟର ବେଗରେ ଯାତ୍ରା କରୁଛି। ବେଗ ତାଲିକାରେ ଏହି ଟ୍ରେନ ଦ୍ୱିତୀୟ ସ୍ଥାନରେ ରହିଛି। ରାଜଧାନୀ ଏବଂ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ୍ ତୁଳନାରେ ବନ୍ଦେ ଭାରତ ଏକ୍ସପ୍ରେସ ବେଗ ହାରାହାରି ଭାବରେ ଅଧିକ ରହିଛି। 

ଜଣେ ରେଳବାଇ ଅଧିକାରୀ କହିଛନ୍ତି ଯେ, ଏହା ବୁଝିବାକୁ ହେବ ଯେ ପରିବହନର କୌଣସି ସାଧନ ଏହାର ଯାତ୍ରା ସମୟରେ ସର୍ବାଧିକ ଗତି ବଜାୟ ରଖିପାରିବ ନାହିଁ। ଏହା ଯେଉଁ ମାର୍ଗରେ ଚଳାଚଳ କରିଥାଏ, ଏହାର ସ୍ଥିତି ଏକ ବଡ଼ କାରକ ହୋଇଥାଏ। ପ୍ରତ୍ୟେକ ବିଭାଗରେ ବନ୍ଦେ ଭାରତ ଟ୍ରେନ ହାରାହାରି ଗତି ସେହି ମାର୍ଗରେ ଚଳାଚଳ କରୁଥିବା ଦ୍ରୁତତମ ଟ୍ରେନ୍ ଠାରୁ ଅଧିକ। ଉଦାହରଣ ସ୍ୱରୂପ ଆଗ୍ରା କ୍ୟାଣ୍ଟ ଏବଂ ତୁଗଲକାବାଦ ମଧ୍ୟରେ ଚଳାଚଳ କରୁଥିବା ବନ୍ଦେ ଭାରତ ଟ୍ରେନ ସର୍ବାଧିକ ୧୬୦ କିଲୋମିଟର ବେଗରେ ଗତି କରିଥାଏ।