Indian Railways Revenue 2023-24: ରାଜସ୍ୱ ଆଦାୟରେ ରେକର୍ଡ ଭାଙ୍ଗିଛି ରେଳବାଇ। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ରେଳବାଇ ୨.୫୬ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ହାସଲ କରାଯାଇଥିବା ରାଜସ୍ୱ କ୍ଷେତ୍ରରେ ଏକ ନୂଆ ରେକର୍ଡ କରିଛି। ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ରେଳବାଇର ରାଜସ୍ୱ ପରିମାଣ ୨.୪୦ ଲକ୍ଷ କୋଟି ଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ପୋଷ୍ଟ ମାଧ୍ୟମରେ କୁହାଯାଇଛି ଯେ ଭାରତୀୟ ରେଳବାଇ ୨୦୨୪ ଆର୍ଥିକ ବର୍ଷରେ ୧୫୯୧ ମେଟ୍ରିକ ଟନ୍ ମାଲ ପରିବହନ କରିଥିଲା। ଗତ ୨୦୨୩ ଆର୍ଥିକ ବର୍ଷରେ ଯାହାର ପରିମାଣ (ମାଲ ପରିବହନ) ୧୫୧୨ ମେଟ୍ରିକ୍ ଟନ୍ ରହିଥିଲା।


COMMERCIAL BREAK
SCROLL TO CONTINUE READING

୨୦୨୪ ବର୍ଷରେ ବିଛାଯାଇଥିଲା ୫୩୦୦ କିଲୋମିଟର ଲମ୍ବା ରେଳ ଧାରଣା 
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ରେଳବାଇ ୨୦୨୪ ଆର୍ଥିକ ବର୍ଷରେ ୫୩୦୦ କିଲୋମିଟର ଲମ୍ବା ରେଳ ଧାରଣା ବିଛାଇଥିଲା। ସେହିପରି ସମଗ୍ର ବର୍ଷରେ ୫୫୧ ଡିଜିଟାଲ୍ ଷ୍ଟେସନ୍ ଆରମ୍ଭ କରିଥିଲା। ମଧ୍ୟବର୍ତ୍ତୀ ବଜେଟ୍ ଅନୁଯାୟୀ ରେଳବାଇ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୫୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ପାଇବ। ଯାହା ବର୍ଷେ ପୂର୍ବେ (୨୦୨୩-୨୪ ଆର୍ଥିକ ବର୍ଷ) ଆବଣ୍ଟିତ ହୋଇଥିବା ୨.୪ ଲକ୍ଷ କୋଟି ଟଙ୍କାରୁ ୫ ପ୍ରତିଶତ ଅଧିକ। ରେଳ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ଏବଂ ଅତିରିକ୍ତ ବଜେଟ୍ ସମ୍ବଳ (Internal and Extra Budgetary Resources) ୨୦୨୩-୨୪ ଆର୍ଥିକ ବର୍ଷରେ ୫୨,୭୮୩ କୋଟି ଟଙ୍କାରୁ ୨୦୨୪-୨୫ ଆର୍ଥିକ ବର୍ଷରେ ୧୩ ହଜାର କୋଟି ଟଙ୍କାକୁ ହ୍ରାସ ପାଇଛି।


Also Read: Indian Railway: ୨୦୨୩-୨୪ ଆର୍ଥିକ ବର୍ଷରେ କେତେ ରୋଜଗାର-ଖର୍ଚ୍ଚ କରିଛି ରେଳବାଇ? ଜାଣନ୍ତୁ ବର୍ଷକର ହିସାବ


 


ରିହାତି ବନ୍ଦ କରିବାର ଲାଭ ପାଇଲା ରେଳବାଇ 
ଏହାପୂର୍ବରୁ ଏକ ଆରଟିଆଇ ଉତ୍ତରରେ ଜଣାପଡ଼ିଥିଲା ଯେ ବରିଷ୍ଠ ନାଗରିକଙ୍କ ପାଇଁ ଟ୍ରେନ୍ ଟିକେଟ୍ ଉପରେ ରିହାତି ବନ୍ଦ କରିବା ଦ୍ୱାରା ରେଳବାଇ ଉପକୃତ ହୋଇଛି। କୋରୋନା ମହମାରୀ ଆସିବା ପୂର୍ବରୁ ରେଳବାଇ ଟ୍ରେନ୍ ଟିକେଟ୍ କିଣିବା ସମୟରେ ବରିଷ୍ଠ ନାଗରିକଙ୍କୁ ସୁବିଧା ଦେଉଥିଲା। ହେଲେ ଏହାକୁ କୋରୋନା ଅବଧି ସମୟରେ ବନ୍ଦ କରାଯାଇଥିଲା। ଆରଟିଆଇ ଉତ୍ତରରେ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ ରେଳବାଇ ଟିକେଟ ଉପରେ ପ୍ରଦାନ କରୁଥିବା ରିହାତି ପ୍ରତ୍ୟାହାର କରି ପ୍ରାୟ ୫୮୦୦ କୋଟି ଟଙ୍କା ରୋଜଗାର କରିଛି। ଆରଟିଆଇ ଅଧିନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରେର ଜଣାପଡିଛି ଯେ ଟ୍ରେନ୍ ଭଡାରେ ବରିଷ୍ଠ ନାଗରିକଙ୍କୁ ପ୍ରଦାନ କରାଯାଉଥିବା ରିହାତି ପ୍ରତ୍ୟାହାର କରି ରେଳବାଇ ୫୮୦୦ କୋଟିରୁ ଅଧିକ ରାଜସ୍ୱ ଆଦାୟ କରିଛି।



ଆପଣଙ୍କୁ କହିରଖୁଛୁ ଗତ ୨୦୨୦ ମାର୍ଚ୍ଚ ୨୦ ତାରିଖରୁ କୋରୋନା ମହାମାରୀ କାରଣରୁ ଦେଶବ୍ୟାପୀ ଲକଡାଉନ ଲାଗୁ ହେବା ସହିତ ରେଳ ମନ୍ତ୍ରଣାଳୟ ବରିଷ୍ଠ ନାଗରିକଙ୍କୁ ଟ୍ରେନ ଭଡା ଉପରେ ଦେଉଥିବା ରିହାତି ପ୍ରତ୍ୟାହାର କରି ନେଇଥିଲା। ସେହି ସମୟ ପର୍ଯ୍ୟନ୍ତ ରେଳବାଇ ମହିଳାଙ୍କୁ ଟ୍ରେନ୍ ଭଡା ଉପରେ ୫୦ ପ୍ରତିଶତ ଏବଂ ଟ୍ରାନ୍ସଜେଣ୍ଡର ବର୍ଗର ପୁରୁଷ ଏବଂ ବରିଷ୍ଠ ନାଗରିକଙ୍କୁ ୪୦ ପ୍ରତିଶତ ରିହାତି ଦେଉଥିଲା। ଏହି ରିହାତି ବନ୍ଦ ହୋଇଯିବା ପରେ ବରିଷ୍ଠ ନାଗରିକଙ୍କୁ ଅନ୍ୟ ଯାତ୍ରୀଙ୍କ ଭଳି ସମାନ ଭଡ଼ା ଦେବାକୁ ପଡୁଛି।