Indonesia is moving its capital from Jakarta to Borneo: ରାଜଧାନୀ ପରିବର୍ତ୍ତନ କରୁଛି କରୁଛି ବିଶ୍ୱର ବୃହତ୍ତମ ଦ୍ୱୀପ ରାଷ୍ଟ୍ର ଭାବରେ ଜଣାଶୁଣା ଇଣ୍ଡୋନେସିଆ। ବର୍ତ୍ତମାନ ଏହି ଦେଶର ରାଜଧାନୀ ହେଉଛି ଜାକର୍ତ୍ତା। ହେଲେ ଏହି ସହର ପ୍ରାୟତଃ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଘେରି ହୋଇ ରହିଥାଏ। କେତେବେଳେ ଏଠାରେ ଭୂକମ୍ପ ଆଉ କେତେବେଳେ ଏଠାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ଏହି ସହରରେ ବିଭିନ୍ନ ସମୟରେ କୌଣସି ନାଁ କୌଣସି  ପ୍ରାକୃତିକ ବିପର୍ଯ୍ୟୟ ଅନୁଭୂତ ହୋଇଥାଏ।


COMMERCIAL BREAK
SCROLL TO CONTINUE READING

ହେଲେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଇଣ୍ଡୋନେସିଆ ସରକାର ଦେଶର ରାଜଧାନୀ ପରିବର୍ତ୍ତନ କରିବାକୁ ଚିନ୍ତା କରୁନାହାଁନ୍ତି। ରାଜଧାନୀ ପରିବର୍ତ୍ତନ କରିବା ପଛରେ ରହିଥିବା କାରଣ ମଧ୍ୟ ସାମ୍ନାକୁ ଆସିସାରିଛି। ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତା ଜାଭା ସାଗର ଉପକୂଳରେ ଅବସ୍ଥିତ। ଏହି ସହର ଧିରେ ଧିରେ ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି। କାରଣ ସମୁଦ୍ର ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ରରେ ଜଳ ବୃଦ୍ଧି ପାଇବା ପଛରେ ରହିଥିବା ପ୍ରମୁଖ କାରଣ ହେଉଛି ବିଶ୍ୱତାପନ। ବିଶ୍ୱର ଅନେକ ବିଭିନ୍ନ ଆନ୍ତର୍ଜାତୀୟ ମଞ୍ଚରେ ବିଶ୍ୱରେ ବୃଦ୍ଧି ପାଉଥିବା ତାପମାତ୍ରାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।


ଜାକର୍ତ୍ତା ସହରରେ ବଢିଚାଲିଛି ଭିଡ଼ 
ଇଣ୍ଡୋନେସିଆ ସରକାର ଦେଶର ରାଜଧାନୀ ଜାକର୍ତ୍ତା ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବା ନେଇ ସନ୍ଦେହ କରୁଛନ୍ତି। ସେଥିପାଇଁ ଦେଶର ନୂଆ ରାଜଧାନୀ ପ୍ରତିଷ୍ଠା ପାଇଁ ବୋର୍ଣ୍ଣିଓ ଦ୍ୱୀପକୁ ଚୟନ କରାଯାଇଛି। କୁହାଯାଉଛି ଆସନ୍ତା ବର୍ଷ ବେଳକୁ ଦେଶର ନୂତନ ରାଜଧାନୀକୁ ଉଦଘାଟନ କରିବେ ଇଣ୍ଡୋନେସିଆ ସରକାର। ଯଦିଓ ନୂତନ ରାଜଧାନୀ ପ୍ରତିଷ୍ଠା କରିବାକୁ ଅତିକମରେ ୨୦ ବର୍ଷ ସମୟ ଲାଗିବ। ଜାକର୍ତ୍ତା ସହରର ଅବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଛି। ଦେଶର ରାଜଧାନୀରେ ଭିଡ଼ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସହରର ଜନସଂଖ୍ୟା ପ୍ରାୟ ଏକ କୋଟିରୁ ଅଧିକ ହେବ। ଏହି ସହର ଲାଗି ଟ୍ରାଫିକ୍ ଏବଂ ପ୍ରଦୂଷଣ ସବୁଠାରୁ ବଡ଼ ସମସ୍ୟା ଭାବରେ ଉଭା ହୋଇଛି।


Also Read: Indonesia Capital Change: ଜାକର୍ତ୍ତା ଠାରୁ ବୋର୍ଣ୍ଣିଓ ଦ୍ୱୀପକୁ ରାଜଧାନୀ ସ୍ଥାନାନ୍ତର କରୁଛି ଇଣ୍ଡୋନେସିଆ, ଜାଣନ୍ତୁ କାରଣ


 


ଆସନ୍ତା ୨୦୫୦ ପର୍ଯ୍ୟନ୍ତ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ଜାକର୍ତ୍ତା!
ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶର ନୂଆ ରାଜଧାନୀ ଏକ ଫରେଷ୍ଟ ସିଟି ହେବ। ଆମର ଲକ୍ଷ୍ୟ ହେଉଛି ଆସନ୍ତା ୨୦୪୫ ପର୍ଯ୍ୟନ୍ତ ଶୂନ କାର୍ବନ ନିର୍ଗମନ। ଆମକୁ କୌଣସି ପ୍ରକାରେ ଏହି ଲକ୍ଷ୍ୟ ହାସଲ କରିବାକୁ ହେବ। ହେଲେ ନୂତନ ରାଜଧାନୀ ଗଠନକୁ ନେଇ ପରିବେଶ ବିଶେଷଜ୍ଞ ଇଣ୍ଡୋନେସିଆ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେମାନଙ୍କ ଯୁକ୍ତି ହେଉଛି ଯେ ଯେତେବେଳେ ଆପଣ ଏକ ଜଙ୍ଗଲ ଅଞ୍ଚଳକୁ ସହରରେ ପରିଣତ କରିବେ, ସେତେବେଳେ ଏଠାରେ ରହିଥିବା ଅନେକ ବଡ଼ ବଡ଼ ଗଛ ବ୍ୟାପକ ମାତ୍ରାରେ କାଟିବାକୁ ହେବ। ଯେଉଁ କାରଣରୁ ପ୍ରକୃତି, ଜଙ୍ଗଲରେ ବାସ କରୁଥିବା ଲୋକ ଏବଂ ଜୀବଜନ୍ତୁଙ୍କ ପାଇଁ ବିପଦ ଆସିବ। କୁହାଯାଉଛି ଯେ ଆସନ୍ତା ୨୦୫୦ ପର୍ଯ୍ୟନ୍ତ ଜାକର୍ତ୍ତା ସହରର ପ୍ରାୟ ୭୫ ପ୍ରତିଶତ ଅଂଶ ସମୁଦ୍ର ଗର୍ଭରେ ଲୀନ ହୋଇଯିବ। 


ପ୍ରାୟ ୧୦ ମିଲିୟନ ଲୋକ ବସବାସ କରୁଥିବା ସହର ହେଉଛି ଜାକର୍ତ୍ତା। ଯାହାରା ଜନସଂଖ୍ୟା ବୃହତ ମହାନଗର ତୁଳନାରେ ୩ ଗୁଣା ଅଧିକ। ଏହାକୁ ପୃଥିବୀର ସବୁଠାରୁ ଦ୍ରୁତ ଗତିରେ ବୁଡ଼ି ଯାଉଥିବା ସହର ଭାବରେ ବର୍ଣ୍ଣନା କରାଯାଉଛି। ଆସନ୍ତା ୨୦୫୦ ପର୍ଯ୍ୟନ୍ତ ସୁଦ୍ଧା ସହରର ଏକ ତୃତୀୟାଂଶ ଭାଗରେ ଜଳମଗ୍ନ ହୋଇପାରେ ବୋଲି ଆକଳନ କରାଯାଇଛି। ଏହାର ମୁଖ୍ୟ କାରଣ ଅନିୟନ୍ତ୍ରିତ ହାରରେ ଭୂତଳ ଜଳ ଉତ୍ତୋଳନ। ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ କାରଣରୁ ଜାଭା ସାଗରର ବଢୁଥିବା ଉଚ୍ଚତା। ଏହାର ବାୟୁ ଏବଂ ଭୂତଳ ଜଳ ଅତ୍ୟଧିକ ପ୍ରଦୂଷିତ ହୋଇଛି। ଏହା ନିୟମିତ ଭାବେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି। ଏହାର ରାସ୍ତାଘାଟ ଏତେ ଭିଡ଼ ହେଉଛି। ଏହି କାରଣରୁ ବର୍ଷକୁ ପ୍ରାୟ ୪.୫ ବିଲିୟନ ଡଲାର ଖର୍ଚ୍ଚ ହେଉଛି।