Indonesia Capital Change: ଜାକର୍ତ୍ତା ଠାରୁ ବୋର୍ଣ୍ଣିଓ ଦ୍ୱୀପକୁ ରାଜଧାନୀ ସ୍ଥାନାନ୍ତର କରୁଛି ଇଣ୍ଡୋନେସିଆ, ଜାଣନ୍ତୁ କାରଣ
Advertisement

Indonesia Capital Change: ଜାକର୍ତ୍ତା ଠାରୁ ବୋର୍ଣ୍ଣିଓ ଦ୍ୱୀପକୁ ରାଜଧାନୀ ସ୍ଥାନାନ୍ତର କରୁଛି ଇଣ୍ଡୋନେସିଆ, ଜାଣନ୍ତୁ କାରଣ

Indonesia Is Moving Its Capital:  ଜାକର୍ତ୍ତା ଠାରୁ ବୋର୍ଣ୍ଣିଓ ଦ୍ୱୀପକୁ ରାଜଧାନୀ ସ୍ଥାନାନ୍ତର କରୁଛି ଇଣ୍ଡୋନେସିଆ। ଦେଶର ରାଜଧାନୀ ସ୍ଥାନାନ୍ତର କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଇଣ୍ଡୋନେସିଆ ସରକାର।

Indonesia Capital Change: ଜାକର୍ତ୍ତା ଠାରୁ ବୋର୍ଣ୍ଣିଓ ଦ୍ୱୀପକୁ ରାଜଧାନୀ ସ୍ଥାନାନ୍ତର କରୁଛି ଇଣ୍ଡୋନେସିଆ, ଜାଣନ୍ତୁ କାରଣ

Indonesia is moving its capital from Jakarta to Borneo: ରାଜଧାନୀ ସ୍ଥାନାନ୍ତର କରିବାକୁ ଯୋଜନା କରିଛି ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆ। ଜାକର୍ତ୍ତା ଠାରୁ ବୋର୍ଣ୍ଣିଓ ଦ୍ୱୀପକୁ ରାଜଧାନୀ ସ୍ଥାନାନ୍ତର କରୁଛି ଇଣ୍ଡୋନେସିଆ। ଦେଶର ରାଜଧାନୀ ସ୍ଥାନାନ୍ତର କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଇଣ୍ଡୋନେସିଆ ସରକାର। ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନର ରାଜଧାନୀ ଜାକର୍ତ୍ତା ଭିଡ଼ ସମସ୍ୟା, ପ୍ରଦୂଷଣ, ଭୂମିକମ୍ପ ଭଳି ସମସ୍ୟାର ସାମ୍ନା କରୁଛି। ଏପରିକି ଜାକାର୍ତ୍ତା ଜାଭା ସାଗରରେ ଶୀଘ୍ର ବୁଡ଼ି ଯାଉଛି। ଏହି କାରଣରୁ  ଇଣ୍ଡୋନେସିଆ ସରକାର ଦେଶର ରାଜଧାନୀ ବୋର୍ଣ୍ଣିଓ ଦ୍ୱୀପକୁ ସ୍ଥାନାନ୍ତର କରିବାକୁ ଯାଉଛନ୍ତି। ଇଣ୍ଡୋନେସିଆ ଅଧିକାରୀ କହିଛନ୍ତି ଯେ ନୂତନ ରାଜଧାନୀ ଏକ “ସ୍ଥାୟୀ ଜଙ୍ଗଲ ସହର” ହେବ। ଯାହା ପରିବେଶକୁ ବିକାଶର ମୂଳରେ ରଖିବ ଏବଂ ୨୦୨୪ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ମୁକ୍ତ ହେବାକୁ ଲକ୍ଷ୍ୟ ରଖିଛି।

ମାତ୍ର ଇଣ୍ଡୋନେସିଆ ସରକାରଙ୍କ ରାଜଧାନୀ ସ୍ଥାନାନ୍ତରଣକୁ ଗ୍ରହଣ କରିପାରୁ ନାହାଁନ୍ତି ପରିବେଶବିଦ। ଏନେଇ ସେମାନେ ଚେତାବନୀ ଦେଇଛନ୍ତି ଯେ ରାଜଧାନୀ ସ୍ଥାନାନ୍ତର ଦ୍ୱାରା ବ୍ୟାପକ ଜଙ୍ଗଲକ୍ଷୟ ହେବ। ଏହି କାରଣରୁ ଓରାଙ୍ଗଓଟାଙ୍ଗ ଭଳି ବିଲୁପ୍ତପ୍ରାୟ ପ୍ରଜାତିର ପ୍ରାଣୀଙ୍କ ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ହେବ ଏବଂ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଘର ବିପଦଗ୍ରସ୍ତ ହେବ। ବର୍ତ୍ତମାନ ସମୟରେ ନୂତନ ରାଜଧାନୀକୁ ପ୍ରବେଶ ସାଧାରଣତଃ ସୀମିତ ରହିଛି। 

କାହିଁକି ଇଣ୍ଡୋନେସିଆ ଏହାର ରାଜଧାନୀ ସ୍ଥାନାନ୍ତର କରୁଛି। ଏନେଇ ଇଣ୍ଡୋନେସିଆ ସରକାରଙ୍କ କ'ଣ ଯୋଜନା ରହିଛି। ରାଜଧାନୀ ସ୍ଥାନାନ୍ତର ପ୍ରକଳ୍ପ ସ୍ଥାନ ନିକଟରେ ଅବସ୍ଥିତ ପରିବେଶ, ବିଲୁପ୍ତପ୍ରାୟ ପ୍ରଜାତି ଏବଂ ଆଦିବାସୀ ସମ୍ପ୍ରଦାୟ ଉପରେ ଏହା କିପରି ପ୍ରଭାବ ପକାଇବ? ରାଜଧାନୀ ସ୍ଥାନାନ୍ତରଣକୁ ଗ୍ରହଣ କରିପାରୁ ନାହାଁନ୍ତି ପରିବେଶବିଦ।

ପ୍ରାୟ ୧୦ ମିଲିୟନ ଲୋକ ବସବାସ କରୁଥିବା ସହର ହେଉଛି ଜାକର୍ତ୍ତା। ଯାହାରା ଜନସଂଖ୍ୟା ବୃହତ ମହାନଗର ତୁଳନାରେ ୩ ଗୁଣା ଅଧିକ। ଏହାକୁ ପୃଥିବୀର ସବୁଠାରୁ ଦ୍ରୁତ ଗତିରେ ବୁଡ଼ି ଯାଉଥିବା ସହର ଭାବରେ ବର୍ଣ୍ଣନା କରାଯାଉଛି। ଆସନ୍ତା ୨୦୫୦ ପର୍ଯ୍ୟନ୍ତ ସୁଦ୍ଧା ସହରର ଏକ ତୃତୀୟାଂଶ ଭାଗରେ ଜଳମଗ୍ନ ହୋଇପାରେ ବୋଲି ଆକଳନ କରାଯାଇଛି। ଏହାର ମୁଖ୍ୟ କାରଣ ଅନିୟନ୍ତ୍ରିତ ହାରରେ ଭୂତଳ ଜଳ ଉତ୍ତୋଳନ। ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ କାରଣରୁ ଜାଭା ସାଗରର ବଢୁଥିବା ଉଚ୍ଚତା। ଏହାର ବାୟୁ ଏବଂ ଭୂତଳ ଜଳ ଅତ୍ୟଧିକ ପ୍ରଦୂଷିତ ହୋଇଛି। ଏହା ନିୟମିତ ଭାବେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି। ଏହାର ରାସ୍ତାଘାଟ ଏତେ ଭିଡ଼ ହେଉଛି। ଏହି କାରଣରୁ ବର୍ଷକୁ ପ୍ରାୟ ୪.୫ ବିଲିୟନ ଡଲାର ଖର୍ଚ୍ଚ ହେଉଛି।

ରାଷ୍ଟ୍ରପତି ଜୋକୋ ୱିଡୋଡୋ ଜାକର୍ତ୍ତା ବିଭିନ୍ନ ଅସୁବିଧାର ସାମ୍ନା କରିବା, ଏହାର ଜନସଂଖ୍ୟା ହ୍ରାସ କରିବା ପାଇଁ ଏକ ନୂତନ ରାଜଧାନୀ ନିର୍ମାଣକୁ ଏକ ସ୍ଥାୟୀ ସହର ସହିତ ନୂତନ ଦେଶ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ନ୍ୟୁସାନ୍ତରା ସହର ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି ରାଷ୍ଟ୍ରପତି ଜୋକୋ ୱିଡୋଡୋ। ନ୍ୟୁସନ୍ତରା ହେଉଛି ଏକା ଜାଭା ଶବ୍ଦ। ଯାହାର ଅର୍ଥ ହେଉଛି ଦ୍ୱୀପପୁଞ୍ଜ। ନୂତନ ରାଜଧାନୀରେ ସରକାରୀ କୋଠା ଏବଂ ଗୃହ ନିର୍ମାଣ କରାଯିବା। ଯେଉଁଠାରେ ପ୍ରାୟ ୧.୫ ମିଲିୟନ କିମ୍ବା ଏହା ଠାରୁ ଅଧିକ ସରକାରୀ କର୍ମଚାରୀ ଏଠାକୁ ସ୍ଥାନାନ୍ତରିତ ହେବେ। ଯଦିଓ ମନ୍ତ୍ରଣାଳୟ ଏବଂ ସରକାରୀ ଏଜେନ୍ସିମାନେ ଏହି ସଂଖ୍ୟା ଚୂଡାନ୍ତ କରିବାକୁ କାର୍ଯ୍ୟ କରୁଛନ୍ତି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଜାକର୍ତ୍ତା ଠାର ଉତ୍ତର-ପୂର୍ବ ଦିଗରେ ପ୍ରାୟ ୨୦୦୦ କିଲୋମିଟର ଦୂରରେ ନୂତନ ରାଜଧାନୀ ସ୍ଥାପନ ହେବ। 

ନୁସନ୍ତରା ଜାତୀୟ ରାଜଧାନୀ ପ୍ରାଧିକରଣର ମୁଖ୍ୟ ବାମ୍ବାଙ୍ଗ ସୁସନ୍ତୋନୋ କହିଛନ୍ତି ଯେ ନୂତନ ରାଜଧାନୀ “ଜଙ୍ଗଲ ସହର” ସଂକଳ୍ପକୁ ପ୍ରୟୋଗ କରିବ। ଯେଉଁଠାରେ ୬୫% ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରାଯିବ। ଇଣ୍ଡୋନେସିଆ ସ୍ୱାଧୀନତା ଦିବସ ସହିତ ଆସନ୍ତା ବର୍ଷ ଅଗଷ୍ଟ ୧୭ ତାରିଖଏହି ସହର ଉଦଘାଟନ ହେବାର ଆଶା କରାଯାଉଛି। ନୂତନ ରାଜଧାନୀ କର୍ତ୍ତୃପକ୍ଷ କହିଛନ୍ତି ଯେ ସହରର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟ, ଦେଶର ଶତବାର୍ଷିକୀ ପାଳନ କରି ୨୦୪୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହେବ ନାହିଁ।

ପରବିବେଶ ଚିନ୍ତା କରୁଛନ୍ତି, ବୋର୍ଣ୍ଣିଓସ୍ଥିତ ପୂର୍ବ କାଲିମାଣ୍ଟନ୍ ପ୍ରଦେଶରେ ୨ ଲକ୍ଷ ୫୬ ହଜାର ହେକ୍ଟର ଜମିରେ ସହର ନିର୍ମାଣ କାରଣରୁ ଏହାର ପ୍ରଭାବ ପରିବେଶ ଉପରେ ପଡ଼ିପାରେ। ଯେଉଁଠାରେ ଓରାଙ୍ଗଓଟାଙ୍ଗ, ଚିତାବାଘ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ବାସସ୍ଥାନ ରହିଛି। ଜଙ୍ଗଲ ସମସ୍ୟା ଉପରେ ନଜର ରଖୁଥିବା ଇଣ୍ଡୋନେସିଆସ୍ଥିତ ଏକ ଅଣ-ସରକାରୀ ସଙ୍ଗଠନ ଫରେଷ୍ଟ ୱାଚ୍ ଇଣ୍ଡୋନେସିଆ ୨୦୨୨ ନଭେମ୍ବରରେ ଏକ ରିପୋର୍ଟ ଜରିଆରେ ଚେତାବନୀ ଦେଇଥିଲା। ଏନେଇ କୁହାଯାଇଥିଲା ନୂତନ ରାଜଧାନୀର ଅଧିକାଂଶ ଜଙ୍ଗଲ ଅଞ୍ଚଳ ହେଉଛି “ଉତ୍ପାଦନ ଜଙ୍ଗଲ” ଅର୍ଥାତ୍ ଜଙ୍ଗଲ ଏବଂ ଉତ୍ତୋଳନ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇପାରେ। ଯାହା ଦ୍ୱାରା ଜଙ୍ଗଲ ନଷ୍ଟ ହୋଇପାରେ। ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନୂତନ ରାଜଧାନୀ ଅଞ୍ଚଳରେ ଅବଶିଷ୍ଟ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ସ୍ଥିତି ସମ୍ପର୍କରେ କୌଣସି ନିଶ୍ଚିତତା ନାହିଁ।

ନିର୍ମାଣ କାର୍ଯ୍ୟ ହେତୁ ୧୦୦ ଜଣରୁ ଅଧିକ ବାଲିକ୍ ଆଦିବାସୀ ସ୍ଥାନାନ୍ତରିତ ହେଉଛନ୍ତି। ଯେଉଁ ଲୋକ ନିକଟସ୍ଥ ୫ ଗ୍ରାମରେ ବସବାସ କରୁଛନ୍ତି। ନିର୍ମାଣ ସ୍ଥାନ ବିସ୍ତାର ହୋଇଥିବାରୁ ଅଧିକ ଗ୍ରାମ ପ୍ରଭାବିତ ହେବାର ଆଶା କରାଯାଉଛି। ସରକାର କହିଛନ୍ତି ଯେ ନୂତନ ରାଜଧାନୀ ସ୍ଥାନାନ୍ତର କରିବାକୁ ନେଇ ସ୍ଥାନୀୟ ସମ୍ପ୍ରଦାୟର ନେତାଙ୍କ ଠାରୁ ସମର୍ଥନ ମିଳିଛି। ଯେଉଁମାନଙ୍କ ଜମି ସହର ପାଇଁ ବ୍ୟବହାର କରାଯାଉଛି ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି।