Hurun India Rich List: ଭୁବନେଶ୍ୱର: ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକ। ନିକଟରେ ହୁରୁନ ଦ୍ୱାରା ପ୍ରକାଶ ପାଇଥିବା ଦେଶର ଧନୀ ତାଲିକାରେ ସ୍ଥାନ ପାଇଛନ୍ତି ଓଡିଆ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ। ତାରା ରଞ୍ଜନ ପଟ୍ଟନାୟକ ହେଉଛନ୍ତି ଫାଲକନ ମେରାଇନ ଆଣ୍ଡ ଏକ୍ସପୋର୍ଟସର ପ୍ରତିଷ୍ଠାତା ତାରା ରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଓ ତାଙ୍କ ପରିବାରକୁ ହୁରୁନ ଧନୀ ତାଲିକା ୨୦୨୪ରେ ସ୍ଥାନ ଦେଇଛନ୍ତି। ସେ ତାଲିକାର ୫୪୦ତମ ସ୍ଥାନରେ ରହିଛନ୍ତି। ତାଙ୍କ ସମ୍ପତ୍ତି ୪୯୦୦ କୋଟି ଟଙ୍କା ଆକଳନ କରିଛି ହୁରୁନ।


COMMERCIAL BREAK
SCROLL TO CONTINUE READING

Watch Video: ଭାଇରାଲ ହେଲା ପୁରୀ ହତ୍ୟାକାଣ୍ଡର ଲୋମଟାଙ୍କୁରା ଭିଡିଓ


Watch Video: ପୁଣିଥରେ ଭାଇରାଲ ହେଲା ପ୍ରେମିଯୁଗଳଙ୍କର ଅନ୍ତରଙ୍ଗ ଭିଡିଓ



ଏଠାରେ କହି ରଖୁ କି ଫାଲନକ ଗୃପ ହେଉଛି ଏକ ୪୦ ବର୍ଷର ପୁରୁଣା କମ୍ପାନୀ। ଯାହା ଦେଶର ସର୍ବବୃହତ ସମନ୍ୱିତ ସିଫୁଡ଼ ରପ୍ତାନକାରୀ। ଏହା ବିଶ୍ୱର ବିଭିନ୍ନ ଦେଶକୁ ସିଫୁଡ ରପ୍ତାନୀ କରୁଛି। ଫାଲକନ ଗୃପ ଅଧିନରେ ସିଫୁଡ଼, ପଶୁ ଖାଦ୍ୟ, ଫ୍ରେଞ୍ଚ ଫ୍ରାଇଜ, ଟ୍ରେଡିଂ ଓ ରିଅଲ ଇଷ୍ଟେଟ ବ୍ୟବସାୟ ଦ୍ୱାରା ପରିଚାଳିତ ହେଉଛି। ପ୍ରତିଟି ସଂସ୍ଥା ଓଡିଶା, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଓ ଦୁବାଇରେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ କମ୍ପାନୀ ଭାବେ କାର୍ଯ୍ୟ କରୁଛନ୍ତି। ରୁପେର୍ଟ ହୋଗୱେର୍ଫଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ହୁରୁନ ବିଶ୍ୱବ୍ୟାପୀ ବ୍ୟପାକ ପରିସଂଖ୍ୟନ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ ହୁରୁନ ପକ୍ଷରୁ ଆଦାନୀ ଓ ଅମ୍ବାନୀଙ୍କ ଭଳି ଧନୀ ଥିବା ସମ୍ଭ୍ରାନ୍ତ ବର୍ଗରେ ଶ୍ରୀ ପଟ୍ଟନାୟକଙ୍କୁ ସାମିଲ କରିଛି। 



ସେପଟେ ଧନୀ ତାଲିକାରେ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଅଦାନୀ। ବର୍ଷକ ଭିତରେ ଅଦାନୀଙ୍କର ୯୫ ପ୍ରତିଶତ ସମ୍ପତି ବୃଦ୍ଧି ପାଇଛି । ଫଳରେ ତାଙ୍କ ଆୟ ୧୧୬୧୮୦୦ କୋଟି ଟଙ୍କାରେ ପହଞ୍ଚିଛି। ଫଳରେ ୧୧୦୪୭୦୦ କୋଟି ଟଙ୍କା ଆୟ ରଖିଥିବା ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଅଦାନୀ। ଶୀର୍ଷରେ ଅଦାନୀ ରହିଥିବା ବେଳେ ଅମ୍ବାନୀ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ସେହିପରି ଟପ ୧୦ ତାଲିକାରେ ଏଚସିଏଲ ଟେକ୍ନୋଲୋଜିସର ଶିବ ନାଦାର, ସିରମ ଇନଷ୍ଟିଚ୍ୟୁଟର ସାଇରସ ପୁନାୱାଲା, ସନ ଫାର୍ମାର ଦିଲ୍ଲୀପ ସାଂଘୱି, ଗୋପିଚାନ୍ଦ ହିନ୍ଦୁଜା ଓ ରାଧାକୃଷ୍ଣ ଦମାନୀଙ୍କ ନାମ ରହିଛି।