IPS Sagarika Nath: ସୁରକ୍ଷିତ ନୁହେଁ ଭୁବନେଶ୍ବର ! ରାଜଧାନୀରେ ଚାଲିଛି ଲୁଟେରାଙ୍କ (Miscreants) ରାଜ୍ । ଦିନକୁ ଦିନ ବଢୁଛୁ ଚୋରୀ, ଲୁଟ୍ ଓ ରାହାଜାନୀ ପରି ଘଟଣା । ଆଉ କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧି । ଆଉ ଲୁଟେରାଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ନାହାଁନ୍ତି ଆଇପିଏସ ଅଫିସର ସାଗରିକା ନାଥଙ୍କ ପରିବାର ।  ବାଲେଶ୍ୱର ଏସ୍‌ପି ତଥା ଆଇପିଏସ୍ ଅଧିକାରୀ ସାଗରିକା ନାଥଙ୍କ ବାପା-ମା’ଙ୍କ ଠାରୁ (IPS Sagarika Naths parents) ଭୁବନଶ୍ବରରେ (Bhubaneswar) ଲୁଟ୍ ହୋଇଛି। ଏପରିକି ଲୁଟେରାମାନେ (Miscreant) ତାଙ୍କ ବାପା ମାଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି।  ଏନେଇ ସାଗରିକାଙ୍କ ପକ୍ଷରୁ ଭରତପୁର ଥାନାରେ ଅଭିଯୋଗ ହୋଇଥିବା ଜଣାପଡି଼ଛି । 


COMMERCIAL BREAK
SCROLL TO CONTINUE READING

Also Read: Odisha 10th Supplementary Exam 2023: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜାଣନ୍ତୁ କେତୋଟି କେନ୍ଦ୍ରରେ ହେଉଛି ଏକ୍ସଜାମ୍?


Also Read: Indian Railways: ପବିତ୍ର ଶ୍ରାବଣ ପାଇଁ କାଲିଠୁ ଏହି ସବୁ ଷ୍ଟେସନ ଓ ଟ୍ରନରେ ଯାତ୍ରୀଙ୍କୁ ମିଳିବନି ଆମିଷ ଖାଦ୍ୟ


କଣ ଥିଲା ପୂରା ଘଟଣାକ୍ରମ , ଜାଣନ୍ତୁ  ?


ସୂଚନା ଅନୁସାରେ,ଆଇପିଏସ୍ ସାଗରିକାନାଥଙ୍କ ବାପା ମାଆ ଗତକାଲି ବିଳମ୍ବିତ ରାତିରେ ଏକ କାର ଯୋଗେ ଆମ୍ରି ହସପିଟାଲ ନିକଟ ସତ୍ୟସାଇ ଏନକ୍ଲେଭ ସ୍ଥିତ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ୨ ଜଣ  ଦୁବୃର୍ତ୍ତ ବାଇକରେ  ଆସି ସେମାନଙ୍କ କାର୍‌କୁ ଅଟକାଇ ଥିଲେ। ଏହାପରେ ଦୁର୍ବୃତ୍ତମାନେ ସେମାନଙ୍କ ଠାରୁ ଲୁଟ୍‌ ଉଦ୍ୟମ କରିଥିଲେ। ତେବେ ସାଗରିକାଙ୍କ ବାପା ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ଏହାକୁ ନେଇ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ପରେ ଦୁର୍ବୃତ୍ତମାନେ ସାଗରିକାଙ୍କ ବାପା, ମାଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଲୁଟେରାମାନେ  ସାଗରିକାଙ୍କ ବାପା,ମା’ଙ୍କ ନିକଟରେ ଥିବା ଟଙ୍କା ଓ ସୁନା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏନେଇ ଭରତପୁର ଥାନାରେ ଏତଲା ପରେ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। ଘଟଣାସ୍ଥଳରୁ ଲୁଟେରାଙ୍କ ଏକ ବାଇକ ଜବତ ହୋଇଥିବା ସୂଚନା ମିଳିଛି।  ପୋଲିସ ସେହି ରାସ୍ତାରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି । ଆଇପିଏସ ଅଧିକାରୀ ସାଗରିକା ନାଥ ଏବେ ବାଲେଶ୍ୱର ଏସପି ଅଛନ୍ତି । ପୂର୍ବରୁ ସେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଭାବେ କାର୍ଯ୍ୟ କରିଛନ୍ତି । 


Also Read: Ollywood Actress Archita Sahu: ଜାଣନ୍ତୁ ଅର୍ଚ୍ଚିତାଙ୍କ ବିଷୟରେ କିଛି ରୋଚକ କଥା...


Also Read: Shukra Gochar 2023: ଏହି ଦିନ ରାଶି ପରିବର୍ତ୍ତନ କରିବେ ଶୁକ୍ର, ଖୋଲିଯିବ ଏହି ୫ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଧନ ଢାଳିବେ ମାଆ ଲକ୍ଷ୍ମୀ!


ନିକଟରେ ରାଜଧାନୀରେ ଏଭଳି ଏକ ଲୁଟ୍ ଘଟଣା ଦେଖିବାକୁ ମିଳିଥିଲା। ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୨ ଲକ୍ଷ ୮୭ ହଜାର ଟଙ୍କା ଲୁଟ। ଘଟଣା ଘଟିଛି ଭୁବନେଶ୍ବରର କଳାରାହାଙ୍ଗ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ । ମିଳିଥିବା ସୂଚନା ମୁତାବକ  ଦ୍ବିପ୍ରହର ସମୟରେ ଜଣେ ଦୁର୍ବୃତ୍ତ  ହେଲମେଟ, ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିଥିବା ନକଲି ବନ୍ଧୁକ ଦେଖାଇ ପ୍ରାୟ ୨ ଲକ୍ଷ ୮୭ ହଜାର ଟଙ୍କା ଲୁଟି ନେଇଥିଲା । ଲୁଟ ବେଳେ ବ୍ୟାଙ୍କରେ କେବଳ ମହିଳା କର୍ମଚାରୀ ଉପସ୍ଥିତ ଥିଲେ। ଯାହା ଫଳରେ ଲୁଟେରା ଲୁଟ କରିବାରେ ସଫଳ ହେଲା। ଏହି ଘଟଣାକୁ ନେଇ ଇନଫୋସଟି ଥାନାରେ ଏକ ଅଭିଯୋଗ ହୋଇଛି। ପୋଲିସ ସିସଟିଭ ଆଧାରରେ ତଦନ୍ତକୁ ଜୋରଦାର କରିଛି ।