Shukra Gochar 2023: ଏହି ଦିନ ରାଶି ପରିବର୍ତ୍ତନ କରିବେ ଶୁକ୍ର, ଖୋଲିଯିବ ଏହି ୫ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଧନ ଢାଳିବେ ମାଆ ଲକ୍ଷ୍ମୀ!
Advertisement
Article Detail0/zeeodisha/odisha1763437

Shukra Gochar 2023: ଏହି ଦିନ ରାଶି ପରିବର୍ତ୍ତନ କରିବେ ଶୁକ୍ର, ଖୋଲିଯିବ ଏହି ୫ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଧନ ଢାଳିବେ ମାଆ ଲକ୍ଷ୍ମୀ!

Shukra Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏକ ନିର୍ଦ୍ଦିଷ୍ଟ ସମୟ ସମୟରେ ଗ୍ରହମାନେ ସେମାନଙ୍କର ଗତିବିଧିରେ ପରିବର୍ତ୍ତନ କରିଥାଆନ୍ତି । ସେହିପରି ଶୁକ୍ର (venus)ଜୁଲାଇ ୭ ଅପରାହ୍ନ ୩ଟା ୫୯ ମିନିଟ୍ ସମୟରେ ସିଂହ(leo) ରାଶିକୁ ଚଳନ କରିବେ। ଏହି କାରଣରୁ ଧନଲାଭର ଯୋଗ ସୃଷ୍ଟି ହେଉଛି। ଫଳରେ ୧୨ଟି ରାଶି ମାନଙ୍କ (zodiac signs) ମଧ୍ୟରୁ ୫ଟି ରାଶି ଏହାର ଶୁଭଫଳ ପାଇବେ। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Shukra Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏକ ନିର୍ଦ୍ଦିଷ୍ଟ ସମୟ ସମୟରେ ଗ୍ରହମାନେ  ସେମାନଙ୍କର ଗତିବିଧିରେ ପରିବର୍ତ୍ତନ କରିଥାଆନ୍ତି । ସେହିପରି ଶୁକ୍ର (venus)ଜୁଲାଇ ୭ ଅପରାହ୍ନ ୩ଟା ୫୯  ମିନିଟ୍ ସମୟରେ ସିଂହ(leo) ରାଶିକୁ ଚଳନ କରିବେ। ଏହି କାରଣରୁ ଧନଲାଭର ଯୋଗ ସୃଷ୍ଟି ହେଉଛି। ଫଳରେ ୧୨ଟି ରାଶି ମାନଙ୍କ (zodiac signs) ମଧ୍ୟରୁ ୫ଟି ରାଶି ଏହାର ଶୁଭଫଳ ପାଇବେ।  ଶୁକ୍ରଙ୍କୁ(venus) ଧନ ଓ ବିଳାସର ରାଜା ବୋଲି କୁହାଯାଏ। ୫ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନ ଲାଭ ନେଇ ଯୋଗ ରହିଛି ।  

Also Read : Horoscope Today 03 July 2023: ଏହି ୨ ରାଶିଙ୍କ ବିଗିଡ଼ିପାରେ କାମ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ

ଏହି ରାଶିର ବ୍ୟକ୍ତି ହେବେ ମାଲେମାଲ୍:

ବୃଷ: ଶୁକ୍ରଙ୍କ ରାଶି ପରିବର୍ତ୍ତନ ଯୋଗୁଁ, ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ଏହି ସମୟ ଅନୁକୂଳ ରହିବ । ଏହି ସମୟରେ ଜମି, ଯାନ କିମ୍ବା ଘର ଇତ୍ୟାଦି କିଣିବା ନେଇ ଯୋଗ ରହିଛି । ଚାକିରିରେ ପଦୋନ୍ନତି ସହ ଆୟ ବୃଦ୍ଧି ହେବେ । ଜୀବନରେ ସୁଖ ଫେରି ଆସିବ । ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ଅଟେ। କୌଣସି ଏକ ବଡ଼ ଡ଼ିଲ କରିପାରନ୍ତି । ଅବିବାହିତ ଲୋକଙ୍କ ବିବାହ ସ୍ଥିର ହୋଇପାରେ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । 

କର୍କଟ: ଶୁକ୍ରଙ୍କ ସିଂହ ରାଶିକୁ ଚଳନ କଲେ କର୍କଟ ରାଶିର ଲୋକେ ଅଧିକ ଶୁଭଫଳ ପାଇବେ। ଆର୍ଥିକ ସ୍ଥିତ ମଜଭୁତ ହେବା ସହ ଧନ୍ୟଧାନ୍ୟ ବୃଦ୍ଧି ହେବ । ବୈବାହିକ ଜୀବନ ସୁଖମୟ ହେବ । ପ୍ରେମ ବିବାହରେ ପରିଣତ ହୋଇପାରେ । ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ ରହିବ । ପାଠପଢାରେ ଉନ୍ନତି କରିବେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଯେଉଁମାନେ ଦୀର୍ଘ ଦିନ ଧରି ଜମି ଇତ୍ୟାଦିରେ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଉପଯୁକ୍ତ। ଏହି ସମୟରେ ଆପଣଙ୍କର ପ୍ରୟାସ ସଫଳ ହେବ। ଯାତ୍ରା ବଢିପାରେ,ଯଦି ଆପଣ କୌଣସି ସ୍ଥାନକୁ ଯିବାକୁ ଯୋଜନା କରୁଛନ୍ତି, ବିଦେଶ ହେଉ କିମ୍ବା ଆପଣ ନିକଟସ୍ଥ ଭ୍ରମଣରେ ଯାଇପାରିବେ।

କନ୍ୟା: ଶୁକ୍ରଙ୍କ ସିଂହ ରାଶିକୁ ଚଳନ କଲେ ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ମଧ୍ୟ ସୁନାପରି ଚମକିବ । ଖାସ୍ କରି ଯେଉଁମାନେ ବ୍ୟବସାୟ କରୁଛନ୍ତି । ସେମାନଙ୍କୁ ଅତ୍ୟନ୍ତ ବ୍ୟବସାୟରେ ଲାଭ ମିଳିବ । ଏହି ସମୟରେ ଆପଣ ନୂଆ ଡିଲ୍ ମଧ୍ୟ କରିପାରନ୍ତି। ବିଦେଶ ଯାତ୍ରାର ସମ୍ଭାବନା ରହିଛି । ହଠାତ୍ କେଉଁ ଆଡୁ ଧନଲାଭର ଯୋଗ ମଧ୍ୟ ରହିଛି। କାର୍ଯ୍ୟାଳୟରେ ଆପଣଙ୍କୁ ନୂତନ ଦାୟିତ୍ବ ମିଳିପାରେ। ଏପରିକି ଆପଣ ଏହି ସମୟରେ ଚାକିରି ମଧ୍ୟ ପରିବର୍ତ୍ତନ କରିବାର ଅନୁକୂଳ ସମୟ ରହିଛି। 

ତୁଳା : ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ତୁଳ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳ ଆଣିବ । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ସମୟ ବେଶ ଅନୁକୂଳ ରହିବ । ରୋଜଗାର ନେଇ ସମସ୍ତ ବାଟ ଫିଟିପାରେ । ଚାକିରିରେ ପଦୋନ୍ନତି ମିଳିବ । କାର୍ଯ୍ୟାଳୟର ସମସ୍ତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଆପଣଙ୍କ କଥାରେ ବହୁତ ଖୁସି ହେବେ ଏବଂ ସେମାନେ ଆପଣଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଂଶସା କରିବେ। ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ବ୍ୟବସାୟରେ ଅଗ୍ରଗତି ହେବା ସହ ସଫଳତା ମିଳିବ । ଆୟ ବୃଦ୍ଧି ପାଇବା ସହ ଖର୍ଚ୍ଚ ହ୍ରାସ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

କୁମ୍ଭ : ସିଂହରେ ଶୁକ୍ରଙ୍କ ଗମନ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଶୁକ୍ରଙ୍କ କୃପା  ଆପଣଙ୍କ ଉପରେ ରହିବ। ବିବାହିତ ଜୀବନ ମଧ୍ୟ ସୁଖୀ ହେବାକୁ ଯାଉଛି। ଆପଣଙ୍କ କାର୍ଯ୍ୟ ହେତୁ ସମାଜରେ ସମ୍ମାନ ବୃଦ୍ଧି ପାଇବ। ଆତ୍ମବିଶ୍ୱାସ ହେତୁ, ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କୁମ୍ଭ ରାଶିର ଲୋକଙ୍କ ପାଇଁ, କୌଣସି ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି। ଭ୍ରମଣ କରିବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ। କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)