Jagad Guru Rambhadracharya: ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ବଡ ଅପଡେଟ୍ ଆସିଛି। ଦିଲ୍ଲୀ AIIMS ରେ ସଫଳ ଭାବେ ଜଗଦଗୁରୁଙ୍କ ହାର୍ଟ ଭଲଭ୍ ସ୍ଥାନିତ ହୋଇଛି । AIIMS ଡାକ୍ତରମାନେ ଅସ୍ତ୍ରୋପଚାର କରି ତାଙ୍କ ଭଲଭ୍କୁ ବଦଳାଇ ଦେଇଛନ୍ତି । ଅସ୍ତ୍ରୋପଚାର ପରେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି । ହୃଦରୋଗ ବିଭାଗର ଡାକ୍ତର ଅମ୍ବୁଜ ରାୟ ଏବଂ କାର୍ଡିଓଥୋରାସିକ୍ ସର୍ଜରୀର ଡାକ୍ତର ଶିବ ଚୌଧୁରୀଙ୍କ ନେତୃତ୍ୱରେ ରାମଭଦ୍ରାଚାର୍ଯ୍ୟଙ୍କ ଭଲଭ୍ ରିପ୍ଲେସମେଣ୍ଟ ସର୍ଜରୀ ହୋଇଥିବା ଜଣାପଡିଛି । ଆଉ କିଛି ସ୍ୱାସ୍ଥ୍ୟଗତ ଯାଞ୍ଚ ପରେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ହସପିଟାଲରୁ ଡିସଚାର୍ଜ କରାଯିବ ବୋଲି କୁହାଯାଇଛି ।


COMMERCIAL BREAK
SCROLL TO CONTINUE READING

କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ହାଥରସରେ ଏକ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତୁଳସୀ ପୀଠର ପ୍ରତିଷ୍ଠାତା ଜଗତଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇଯାଇଥିଲା। ରାମଭଦ୍ରାଚାର୍ଯ୍ୟ ସେହି ସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗ କରୁଥିଲେ । ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ଶିଷ୍ୟମାନେ ତାଙ୍କୁ ତୁରନ୍ତ ଆଗ୍ରା ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ପରେ ମହାରାଜଙ୍କୁ ଆଗ୍ରାରୁ ଦେହରାଡୁନ୍ ସ୍ଥାନାନ୍ତରଣ କରାଯାଇଥିଲା । ପରେ ଅପରେସନ ପାଇଁ ଦିଲ୍ଲୀ AIIMSରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ଏମମସରେ ତାଙ୍କର ଭଲଭ୍ ରିପ୍ଲେସମେଣ୍ଟ ସର୍ଜରୀ କରାଯାଇଥିଲା ।


ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ୨୦୧୭ ମସିହାରେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ହାର୍ଟ ଭଲଭ୍ ଅସ୍ତ୍ରୋପଚାର ହୋଇଥିଲା । ଆପଣଙ୍କୁ କହିରଖୁଛୁ ଯେ, ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ପଦ୍ମଭୂଷଣ ସମ୍ମାନର ଅଧିକାରୀ ।


Also Read- Garlic Price : ଏହି ସ୍ଥାନରେ ମାତ୍ର ୨ଶହ ଟଙ୍କାରେ ମିଳୁଛି ରସୁଣ, କିଣିବାକୁ ପ୍ରବଳ ଭିଡ


Also Read- ରାୟଗଡ଼ା ବସ୍‌ଷ୍ଟାଣ୍ଡ ନିକଟରୁ ନବଜାତକର ମୃତଦେହ ଉଦ୍ଧାର