ରାୟଗଡ଼ା ବସ୍‌ଷ୍ଟାଣ୍ଡ ନିକଟରୁ ନବଜାତକର ମୃତଦେହ ଉଦ୍ଧାର
Advertisement
Article Detail0/zeeodisha/odisha2116960

ରାୟଗଡ଼ା ବସ୍‌ଷ୍ଟାଣ୍ଡ ନିକଟରୁ ନବଜାତକର ମୃତଦେହ ଉଦ୍ଧାର

ପ୍ରତିଦିନ ସକାଳ ପରି ଆଜି ମଧ୍ୟ ସକାଳ ସମୟରେ ସଫେଇ କର୍ମଚାରୀ ସହରର ବସଷ୍ଟାଣ୍ଡ୍ ସଫା କରୁଥିଲେ । ତାଙ୍କ ନଜରରେ ଏକ ଅଖା ପଡିଥିଲା । ଅଖାଟିକୁ ଉଠାଇବା ସମୟରେ ଭିତରେ କିଛି ଓଜନିଆ ଜିନିଷ ଥିବା ସେ ଜାଣିବାକୁ ପାଇଥିଲେ । ସନ୍ଦେହ ହେବାରୁ ସେ ଅଖାଟି ଖୋଲି ଦେଖିବାବେଳକୁ ନବଜାତ ଶିଶୁ ପୁତ୍ରର ମୃତଦେହ ମିଳିଥିଲା । 

ରାୟଗଡ଼ା ବସ୍‌ଷ୍ଟାଣ୍ଡ ନିକଟରୁ ନବଜାତକର ମୃତଦେହ ଉଦ୍ଧାର

ରାୟଗଡା: ବସଷ୍ଟାଣ୍ଡ୍ ନିକଟରୁ ଏକ ଅଖା ଭିତରେ ନବଜାତ ଶିଶୁ ପୁତ୍ରର ଶବ ଉଦ୍ଧାର କରାଯାଇଛି । ଜଣେ ସଫେଇ କର୍ମଚାରୀ ବସଷ୍ଟାଣ୍ଡ୍ ନିକଟରେ ସଫେଇ କାମ କରୁଥିବା ସମୟରେ ଅଖା ଭିତରେ ଶିଶୁପୁତ୍ରର ମୃତଦେହ ଦେଖିବା ପରେ ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ କହିଥିଲେ । ପରେ ସେଠାରେ ଶିଶୁପୁତ୍ରର ମୃତଦେହ ଦେଖିବା ପାଇଁ ଭିଡ ଜମିଥିଲା । ତେବେ କିଏ ଓ କେଉଁ କାରଣ ପାଇଁ ଏଠାରେ ନବଜାତ ଶିଶୁ ପୁତ୍ରର ମୃତଦେହ ପକାଇଛି ତାହା ଜଣାପଡିନାହିଁ ।

ସୂଚନା ମୁତାବକ, ପ୍ରତିଦିନ ସକାଳ ପରି ଆଜି ମଧ୍ୟ ସକାଳ ସମୟରେ ସଫେଇ କର୍ମଚାରୀ ସହରର ବସଷ୍ଟାଣ୍ଡ୍ ସଫା କରୁଥିଲେ । ତାଙ୍କ ନଜରରେ ଏକ ଅଖା ପଡିଥିଲା । ଅଖାଟିକୁ ଉଠାଇବା ସମୟରେ ଭିତରେ କିଛି ଓଜନିଆ ଜିନିଷ ଥିବା ସେ ଜାଣିବାକୁ ପାଇଥିଲେ । ସନ୍ଦେହ ହେବାରୁ ସେ ଅଖାଟି ଖୋଲି ଦେଖିବାବେଳକୁ ନବଜାତ ଶିଶୁ ପୁତ୍ରର ମୃତଦେହ ମିଳିଥିଲା । ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ପୋଲିସ ଷ୍ଟେସନରେ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ, ମୃତ ଶିଶୁ ଦେହରେ ଏକ ମେଡିକାଲ୍ ସ୍ଲିପ୍ ଲାଗିଥିବା ଦେଖିବାକୁ ମିଳିଛି । ପିଲାଟି ଫେବୃଆରୀ ୧୬ ତାରିଖ ଦିନ କାଶୀପୁର ଡଙ୍ଗାସିଲ ମେଡିକାଲରେ ଜନ୍ମ ହୋଇଥିବା ଉକ୍ତ ମେଡିକାଲ ସ୍ଲିପ୍ ରୁ ଜଣାପଡିଛି । ପିଲାଟିର ମାଆଙ୍କ ନାମ ରଶ୍ମୀ ମାଝୀ ଏବଂ ବାପାଙ୍କ ନାମ ରମେଶ ମାଝୀ ବୋଲି ମେଡିକାଲ୍ ସ୍ଲିପ୍ ରୁ ଜଣାପଡିଛି ।

Also Read- ବିଶ୍ୱ ଜନସଂଖ୍ୟାର ୧୦ ଗୁଣ ପରିମାଣରେ ଟିକା ଉତ୍ପାଦନ କରିବ ଓଡ଼ିଶା !

Also Read- ଜନଜାତି ଛାତ୍ରୀ ନିବାସ ମାଟ୍ରନମାନଙ୍କ ପାରିଶ୍ରମିକ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଗଲା