Bullet Train Service Stop in Japan: ବୈଷୟିକ ଜ୍ଞାନକୌଶଳ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି ଜାପାନ। ଜାପାନ ଭଳି ଏକ ବିକଶିତ ଦେଶରେ ଚାଲୁଥିବା ବୁଲେଟ୍ ଟ୍ରେନ୍ ଏହାର ଗତି ଏବଂ ସମୟାନୁବର୍ତ୍ତୀତା ପାଇଁ ସମଗ୍ର ବିଶ୍ୱରେ ଜଣାଶୁଣା। ହେଲେ ଏବେ ବିଶ୍ୱ ପ୍ରସିଦ୍ଧ ବୁଲେଟ ଟ୍ରେନ ଏହାର ଧାର୍ଯ୍ୟ ସମୟରେ ଯାତ୍ରା କରିବାରେ ସକ୍ଷମ ହୋଇନାହିଁ। ଏନେଇ ମିଳିଥିବା ଖବର ଅନୁସାରେ ଜାନୁଆରୀ ୨୩ ତାରିଖ ମଙ୍ଗଳବାର ଜାପାନ ରାଜଧାନୀ ଟୋକିଓ ସହ ଦେଶର କେନ୍ଦ୍ରୀୟ-ପୂର୍ବ ଅଞ୍ଚଳରେ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ସେବା ସ୍ଥଗିତ କରାଯାଇଛି। ଯାହା ପରେ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି।


COMMERCIAL BREAK
SCROLL TO CONTINUE READING

କେଉଁ ଲାଇନ ଉପରେ ଲାଗିଲା ପ୍ରତିବନ୍ଧକ?
ଏନେଇ ପୂର୍ବ ଜାପାନ ରେଳ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ମଙ୍ଗଳବାର ସକାଳ ୧୦:୦୦ ସମୟରୁ ରାଜଧାନୀ ଟୋକିଓ ଠାରୁ ସେଣ୍ଡାଇ, ଟୋକିଓ-ନିଗାଟା ଏବଂ ଟୋକିଓ-ନାଗାନୋ ବୁଲେଟ ଟ୍ରେନ ମାର୍ଗକୁ ବନ୍ଦ କରି ଦିଆଯାଇଛି। ଯାହା ଦ୍ୱାରା ଯାତ୍ରୀଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡ଼଼ିଛି। 


କାହିଁକି ବୁଲେଟ ଟ୍ରେନ ସେବା ଉପରେ ଲାଗିଲା ବ୍ରେକ?
ଦେଶରେ ବୁଲେଟ ଟ୍ରେନ ସେବାକୁ ସ୍ଥଗିତ କରାଯିବା ପଛରେ ରହିଥିବା କାରଣ ସମ୍ପର୍କରେ ଜଣାଇଛି ପୂର୍ବ ଜାପାନ ରେଳ କମ୍ପାନୀ। ଏ ସମ୍ପର୍କରେ ମତ ରଖି କମ୍ପାନୀ କହିଛି ଯେ ବିଦ୍ୟୁତ କାଟ ସମସ୍ୟା କାରଣରୁ ବୁଲେଟ ଟ୍ରେନ ଚଳାଚଳ ଉପରେ ଲାଗିଛି ବ୍ରେକ। ବିଦ୍ୟୁତ୍ ଅଭାବ କାରଣରୁ ରାଜଧାନୀ ଟୋକିଓ ସମେତ ଦେଶର କେନ୍ଦ୍ରୀୟ-ପୂର୍ବ ଅଞ୍ଚଳରେ ବୁଲେଟ୍ ଟ୍ରେନ୍ ସେବା ବନ୍ଦ ହୋଇଯାଇଛି।


Also Read: Japan Earthquake 2024: ଭୂକମ୍ପ ପ୍ରଭାବରୁ ବର୍ତ୍ତିପାରିଲା ନାହିଁ ବୁଲେଟ୍ ଟ୍ରେନ୍; ୧୧ ଘଣ୍ଟା ପାଇଁ ଫସି ରହିଲେ ୧୪୦୦ ଯାତ୍ରୀ


ଚଳିତ ମାସରେ ୨ ଥର ପ୍ରଭାବିତ ହୋଇଛି ବୁଲେଟ ଟ୍ରେନ ସେବା
ଗତ ୧ ତାରିଖରେ ଦେଶର ପଶ୍ଚିମ ଉପକୂଳରେ ଅନୁଭୂତ ହୋଇଥିଲା ୭.୬ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂକମ୍ପ। ଯେଉଁଥିପାଇଁ ବୁଲେଟ ଟ୍ରେନ ଯାତ୍ରା କରିବା ବଦଳରେ କିଛି ସମୟ ପାଇଁ ଅଟକି ଯାଇଥିଲା। ଭୂକମ୍ପ ପରେ ଚାରୋଟି ବୁଲେଟ୍ ଟ୍ରେନ୍ ସେବା ବନ୍ଦ ହୋଇ ଯାଇଥିଲା। ହେଲେ ପରେ ପୁନର୍ବାର ବୁଲେଟ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଜାପାନ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶରେ ୭.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହେବା ପରେ କେନ୍ଦ୍ରୀୟ ଟୟାମା ଏବଂ କାନାଜାୱା ମଧ୍ୟରେ ହାଇ ସ୍ପୀଡ୍ ଟ୍ରେନ୍ ସେବା ଅଟକି ଯାଇଥିଲା।


୧୧ ଘଣ୍ଟା ଧରି ଅଟକି ରହିଲା ବୁଲେଟ୍ ଟ୍ରେନ୍ 
ଭୂକମ୍ପ କାରଣରୁ (Japan Earthquake 2024) କେନ୍ଦ୍ରୀୟ ଟୟାମା ଏବଂ କାନାଜାୱା ମଧ୍ୟରେ ହାଇ ସ୍ପୀଡ୍ ଟ୍ରେନ୍ ସେବା (High Speed Train Service in Japan) ପ୍ରାୟ ୧୧ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା। ଯାହା ପରେ ଏହି ୨ ଟ୍ରେନ୍ ସ୍ଥାନୀୟ ସମୟ ମଙ୍ଗଳବାର ଦିନ ଚାରିଟା ବେଳେ ଟୟାମା ରେ ଷ୍ଟେସନ ଠାରେ। ସେହିପରି ବିପରୀତ ଦିଗରେ ଯାତ୍ରା କରୁଥିବା ଅନ୍ୟ ଦୁଇଟି ଟ୍ରେନ୍ ଇଶିୱାକା ପ୍ରଦେଶର କାନାଜାୱା ରେଳ ଷ୍ଟେସନ ଠାରେ ପହଞ୍ଚିଥିଲା। ଜାପାନ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶର ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି ଯେ ପ୍ରାୟ ୧୪୦୦ ଯାତ୍ରୀ ହାଇ ସ୍ପୀଡ୍ ଟ୍ରେନ୍ ଭିତରେ ଫସି ରହିଥିଲେ।