RIMS Ranchi: ପ୍ରସବ ପାଇଁ ଚର୍ଚ୍ଚାରେ ମହିଳା; ଆଶ୍ଚର୍ଯ୍ୟଜନକ ହୋଇଗଲେ ଡାକ୍ତରଖାନା କର୍ତ୍ତୃପକ୍ଷ
Ranchi RIMS Medical: ଏନେଇ ରିମ୍ସ ଡାକ୍ତରଖାନା ଅଧିକାରୀ କହିଛନ୍ତି ଯେ ଏହି ୨୭ ବର୍ଷୀୟ ମହିଳା ଜଣଙ୍କ ଗର୍ଭଧାରଣ କରିବାର ୭ ମାସ ମଧ୍ୟରେ ସମସ୍ତ ସନ୍ତାନ ଜନ୍ମ ଦେଇଛନ୍ତି। ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି।
RIMS Hospital Jharkhand: ଗୋଟିଏ କିମ୍ବା ଦୁଇଟି ନୁହେଁ ଥରକେ ପାଞ୍ଚଟି ପିଲା ଜନ୍ମ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ୨୭ ବର୍ଷୀୟ ମହିଳା। ପ୍ରସବ ପରେ ଉଭୟ ମାଆ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ଜଣାପଡ଼ିଛି। ଝାଡଖଣ୍ଡ ରାଜଧାନୀ ରାଞ୍ଚି ସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୋମବାର ଝାଡଖଣ୍ଡ (Jharkhand) ଚତାରା ଜିଲ୍ଲାର (Chatra District) ଇତଖୋରୀ ବ୍ଲକର (Itkhori Block) ବାସିନ୍ଦା ଅନୀତା ନାମକ ଜଣେ ୨୭ ବର୍ଷୀୟ ମହିଳା ପାଞ୍ଚଟି ସନ୍ତାନ ଜନ୍ମ ଦେଇଥିଲେ। ତାଙ୍କର ପ୍ରସବ ରାଜଧାନୀ ରାଞ୍ଚି (Ranchi) ସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ajendra Institute of Medical Sciences) ଠାରେ ହୋଇଥିଲା।
ପାଞ୍ଚ ଶିଶୁଙ୍କ ପିତା ପ୍ରକାଶ ସା କହିଛନ୍ତି ଯେ ତାଙ୍କ ପତ୍ନୀ ଅନୀତା ପୂର୍ବରୁ ଚତାରା ଜିଲ୍ଲାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହେଲେ କିଛି ଶାରୀରିକ ସମସ୍ୟା ହେତୁ ତାଙ୍କୁ ପ୍ରସବ ପାଇଁ ରାଞ୍ଚି ରିମସ୍ (Ranchi RIMS Hospital) ଠାରେ ଭର୍ତ୍ତି କରାଯାଇଥିଲା। ସାଧାରଣ ପ୍ରସବ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା। ଜନ୍ମ ହୋଇଥିବା ସମସ୍ତ ପାଞ୍ଚ ଶିଶୁ ଝିଅ ବୋଲି ଜଣାପଡ଼ିଛି। ମହିଳା ଜଣକ ରିମସ୍ ଠାରେ ନିଯୁକ୍ତ ହୋଇଥିବା ଡାକ୍ତର ଶଶୀବାଳା ସିଂହଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି।
ଏନେଇ ପ୍ରତିକ୍ରିୟା ରଖି ଜଣେ ରିମ୍ସ ଅଧିକାରୀ କହିଛନ୍ତି ଯେ ଏହି ୨୭ ବର୍ଷୀୟ ମହିଳା ଜଣଙ୍କ ଗର୍ଭଧାରଣ କରିବାର ୭ ମାସ ମଧ୍ୟରେ ସମସ୍ତ ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ହେଲେ ତଥାପି ନବଜାତ ଶିଶୁ ଅପରିପକ୍ୱ ଏବଂ କମ୍ ଓଜନ ବିଶିଷ୍ଟ ବୋଲି ଜଣାପଡ଼ିଛି। ଯାହାର ଫଳସ୍ୱରୂପ, ନିଓଣ୍ଟାଲ ଇଣ୍ଟେନସିଭ୍ କେୟାର ୟୁନିଟ୍ (Neonatal Intensive Care Unit) ଏନଆଇସିୟୁ ୟୁନିଟ (RIMS NICU Unit) ଠାରେ ରଖାଯାଉଛି। ରିମ୍ସ ଡାକ୍ତର (RIMS Doctor) କହିଛନ୍ତି ଡାକ୍ତରଖାନା ଇତିହାସରେ ଏହା ପ୍ରଥମ ଥର ପାଇଁ ଏନଆଇସିୟୁ ଠାରେ ପ୍ରସବ କରାଯାଇଛି।
ରାଜ୍ୟରେ ଜଣେ ମହିଳା ଥରକେ ୫ ପିଲା ଜନ୍ମ କରିବା ସମ୍ପର୍କରେ ଟ୍ୱିଟ କରି ଜଣାଇଛନ୍ତି ଝାଡଖଣ୍ଡ ରାଜଧାନୀ ରାଞ୍ଚି ଠାରେ ଅବସ୍ଥିତ ରିମ୍ସ ଡାକ୍ତରଖାନା କର୍ତ୍ତୃପକ୍ଷ। ଏନେଇ ରିମ୍ସ ପକ୍ଷରୁ ଟ୍ୱିଟ କରାଯାଇ ସେହି ୫ ପିଲାଙ୍କ ଫଟୋ ସେୟାର କରାଯାଇଛି। ଏହା ସହିତ ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ ନବଜାତ ଶିଶୁଙ୍କୁ ଏନଆଇସିୟୁ ୟୁନିଟ ଠାରେ ରଖାଯାଉଛି। ଉଭୟ ମାଆ ଏବଂ ନବଜାତକଙ୍କ ସ୍ୱାସ୍ଥବସ୍ଥା ଭଲ ରହିଛି। ସମସ୍ତ ପିଲାଙ୍କ ଓଜନ ଏକ କିଲୋଗ୍ରାମରୁ ୭୫୦ ଗ୍ରାମ ମଧ୍ୟରେ ରହିଥିବା ଜଣାପଡ଼ିଛି।
ରିମ୍ସ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, ରାଜ୍ୟର ଚତାରା ଜିଲ୍ଲାର ଇତଖୋରୀ ବ୍ଲକର ଜଣେ ମହିଳା ମହିଳା ଏବଂ ଶିଶୁ ପ୍ରସବ ବିଭାଗରେ ପାଞ୍ଚଟି ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କର ନବଜାତକଙ୍କୁ ଏନଆଇସିୟୁ ୟୁନିଟ ଠାରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଡାକ୍ତର ଶଶୀବାଳା ସିଂହଙ୍କ ନେତୃତ୍ୱରେ ସଫଳ ପ୍ରସବ କରାଯାଇଥିଲା। ସମସ୍ତ ନବଜାତକଙ୍କୁ ନିଓଣ୍ଟାଲ ଇଣ୍ଟେନସିଭ୍ କେୟାର ୟୁନିଟ୍ ବିଭାଗରେ ଭର୍ତ୍ତି କରାଯାଇଛି। ଏହି ପିଲାଙ୍କ ଓଜନ ସାଧାରଣ ଅପେକ୍ଷା ବହୁତ କମ୍। ଏହି ସମୟରେ ଉଭୟ ମାଆ ଏବଂ ପିଲା ଠିକ ଅଛନ୍ତି। ଡାକ୍ତରୀ ଦଳ ସେମାନଙ୍କ ଉପରେ ନଜର ରଖିଛନ୍ତି। ଏହି ପିଲା ଏପର୍ଯ୍ୟନ୍ତ ଅପରିପକ୍ୱ ଅଛନ୍ତି। ସେମାନେ କେବଳ ୨୭-୨୭ ସପ୍ତାହରେ ଜନ୍ମ ହୋଇଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ନିରନ୍ତର ଡାକ୍ତରଙ୍କ ପକ୍ଷରୁ ମନିଟରିଂ କରିବାର ଆବଶ୍ୟକତା ରହିଛି। ନବଜାତକଙ୍କ ସଠିକ୍ ଯତ୍ନ ନିଆଯାଉଛି।