Kedarnath yatra 2023: କେଦାରନାଥ ଯାତ୍ରା (kedarnath yatra 2023) ଆରମ୍ଭ ହେବା ପୂର୍ବରୁ ଉତ୍ତରାଖଣ୍ତରେ (uttarakhand) ଘଟିଛି ଏକ ବଡ଼ ଦୁର୍ଘଟଣା । ରବିବାର ଅପରାହ୍ନରେ ହେଲିକପ୍ଟରର ପଙ୍ଖାରେ ଜଣେ ଯୁବକଙ୍କର ବେକ କଟିଯିବାରୁ (kedarnath helicopter accident) ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଜିତେନ୍ଦ୍ର କୁମାର ସାଇନି । ସେ ଉତ୍ତରାଖଣ୍ତର ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକ ଭାବେ କାର୍ଯ୍ୟ କରୁଥିଲେ । ସୂଚନା ଅନୁଯାୟୀ, କେଦାରନାଥ ଧାମରେ ଥିବା ହେଲିପ୍ୟାଡ଼ରେ ହେଲିକପ୍ଟରଟି (Helicopter) ଅବତରଣ କରିବା ସମୟରେ ଜିତେନ୍ଦ୍ର ହେଲିକପ୍ଟର ନିକଟକୁ ସେଲଫି ନେବାକୁ ଯାଇଥିଲେ । ଏହି ସମୟରେ ହେଲିକପ୍ଟରର ପଛପଟେ ଲାଗିଥିବା ପଙ୍ଖାରେ ଯୁବକଙ୍କର ବେକ କଟି ଯାଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ସମୟରେ ଉତ୍ତରାଖଣ୍ତର ବେସାମରିକ ବିମାନ ଚଳାଚଳର ସିଇଓ ମଧ୍ଯ ଉପସ୍ଥିତ ଥିବା ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ତେବେ ଆଗାମୀ ଏପ୍ରିଲ ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା କେଦାରନାଥ ଯାତ୍ରା ପୂର୍ବରୁ ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ତେବେ  କେଦାରନାଥ ଯାତ୍ରାକୁ ଦେଖି ଏବେ ପ୍ରଶାସନ ପକ୍ଷରୁ ଜୋରଧାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏବେ ମନ୍ଦିର ସଜାଇବା କାମ ଆରମ୍ଭ ହୋଇଛି । ତୀର୍ଥ ଯାତ୍ରୀଙ୍କ ପାଇଁ କେଦାରନାଥ ଧାମରେ ହେଲିପ୍ୟାଡ଼ରେ ହେଲିକପ୍ଟର ପହଁଞ୍ଚସାରିଛି । କେଦାରନାଥ ଯାତ୍ରା (Kedarnath yatra 2023) ପାଇଁ ଚଳିତବର୍ଷ ପାଇଁ ଡ଼ିଜିସିଏ ୯ଟି ହେଲିକାପ୍ଟରକୁ ଅନୁମତି ଦେଇଛି । ରିଷିକେଶ ଓ ହରିଦ୍ୱାରରେ ଗତ କିଛି ଦିନ ଧରି ଖରାପ ପାଗ ଯୋଗୁଁ ଉତ୍ତରପ୍ରଦେଶ ସରକାର କେଦାରନାଥ ଧାମ ଯାତ୍ରୀଙ୍କ ପାଇଁ ପଞ୍ଜୀକରଣକୁ (kedarnath yatra registration) ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି। ଗରୱାଲ ହିମାଳୟର ଉଚ୍ଚ ପାହାଡରେ ଲଗାତାର ପ୍ରବଳ ବର୍ଷା ହେତୁ ରାଜ୍ୟ ସରକାର ରବିବାର ଦିନ ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ଚାରିଧାମ ତୀର୍ଥଯାତ୍ରୀମାନଙ୍କୁ ନିବେଦନ କରିଛନ୍ତି ଯେ, ପାଣିପାଗକୁ ଦୃଷ୍ଟିରେ ରଖି ସୁରକ୍ଷିତ ଭାବେ ଯାତ୍ରା କରନ୍ତୁ । ଏପ୍ରିଲ ୨୫ ଦିନ କେଦାରନାଥ ଧାମର (Kedarnath) ଦ୍ୱାର ଖୋଲୁଛି । ଗରୱାଲ ଡିଭିଜନର ଅତିରିକ୍ତ କମିଶନର ତଥା ଚାରିଧାମ ଯାତ୍ରା ପ୍ରଶାସନର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନରେନ୍ଦ୍ର ସିଂ କାଭିରିୟାଲ କହିଛନ୍ତି ଯେ, ଖରାପ ପାଗ ଓ ପ୍ରବଳ ତୁଷାରପାତକୁ ଦୃଷ୍ଟିରେ ରଖି ରିଷିକେଶ ଓ ହରିଦ୍ୱାରରେ କେଦାରନାଥ (Kedarnath) ଧାମ ତୀର୍ଥଯାତ୍ରୀଙ୍କ ପାଇଁ ପଞ୍ଜୀକରଣ ବନ୍ଦ କରାଯାଇଛି। ସେ ଆଉ ମଧ୍ଯ କହିଛନ୍ତି ଯେ, ସରକାର ଆଗାମୀ ଦିନରେ ପାଣିପାଗକୁ ଦୃଷ୍ଟିରେ ରଖି କେଦାରନାଥ ଧାମ ପଞ୍ଜୀକରଣ ସମ୍ପର୍କରେ ସମୀକ୍ଷା କରିବା ସହ ଯାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉପଯୁକ୍ତ ନିଷ୍ପତ୍ତି ନେବେ।