Kenya Road Crash: ପଶ୍ଚିମ କେନିଆର (western Kenya) ଲୋଣ୍ଡିଆନିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା (Road Accident) ସାମ୍ନାକୁ ଆସିଛି । ଶୁକ୍ରବାର ଦିନ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀମାନେ ଏ ବିଷୟରେ ସୂଚନା ଦେଇଥିଲେ । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଏକ ସିପିଂ କଣ୍ଟେନର ନେଇ ଯାଉଥିବା ଏକ ଲୋରୀ ରାସ୍ତାରୁ ଓହ୍ଲାଇ ଅନେକ ଗାଡିରେ ଧକ୍କା ଦେଇ ଏହି ଘଟଣା ଘଟାଇଛି । ଦୁର୍ଘଟଣା ପରେ ଏହାର ଅନେକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓଗୁଡିକରେ କ୍ଷତିଗ୍ରସ୍ତ ମିନିବସ୍ ଓ ଟ୍ରକ୍ ସହିତ କାର୍ ଏବଂ ମୋଟରସାଇକେଲର ଖଣ୍ଡ ଖଣ୍ଡ ଦେଖାଯାଇଛି ।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ ଆଞ୍ଚଳିକ ପୋଲିସ କମାଣ୍ଡର ଟମ ଓଡେରା ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ "ଶୁକ୍ରବାର ଦିନ ସନ୍ଧ୍ୟାରେ ହୋଇଥିବା ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୮ ପହଁଞ୍ଚିଛି । ଏଥିସହିତ ଦୁର୍ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ଡ୍ରାଇଭର ପିଟର ଓଟିନୋ କହିଛନ୍ତି ଯେ ଏକ ଟ୍ରେଲର ଉଚ୍ଚ ବେଗରେ ଆସୁଛି । ମୁଁ କାର୍ କୁ ଘୁଞ୍ଚାଇ ଦେଲି ଓ ଏହାକୁ ଧକ୍କା ଦେଲା । ସେ କହିଥିଲେ ଯେ ମୁଁ ନିଜ ଆଖିରେ ପ୍ରାୟ ୨୦ଟି ମୃତଦେହ ଦେଖିଛି । ଏହି ସମୟ ମଧ୍ୟରେ ଅନ୍ୟାନ୍ୟ ଶବ ମଧ୍ୟ ଗାଡି ତଳେ ଥିଲା ।"


ଶୋକ ପ୍ରକାଶ କଲେ କେନିଆ ରାଷ୍ଟ୍ରପତି
କେନିଆ ରେଡ କ୍ରସ୍ ମଧ୍ୟ ଏହା ବିଷୟରେ ସୂଚନା ଦେଇଛି । ରେଡକ୍ରସ ରିପୋର୍ଟ କରିଛି ଯେ ଏହି ଲୋରୀ ୬ ରୁ ଅଧିକ ଗାଡିକୁ ଧକ୍କା ଦେଇଛି । ଏହା ସହିତ ଅନେକ ପଥଚାରୀକୁ ମଧ୍ୟ ଚକା ତଳେ ଚାପି ଦେଇଥିଲା । କହିରଖୁଛୁ ଯେ ଅନେକ ଯୁବକ ଓ ବ୍ୟବସାୟୀ ମଧ୍ୟ ମୃତମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଟନ୍ତି । ଏହି ଦୁର୍ଘଟଣାରେ କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ (William Ruto) ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ ଟୁଇଟ୍‌ରେ ଲେଖିଛନ୍ତି ଯେ ଲୋଣ୍ଡିଆନୀରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପାଇଁ ଦେଶ ଶୋକ କରୁଛି ।


ଉଲ୍ଲେଖନୀୟ ଯେ, ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣା କେନିଆ ଇତିହାସରେ ସବୁଠାରୁ ବଡ ସଡ଼କ ଦୁର୍ଘଟଣା । ଏହା ପୂର୍ବରୁ ଗତ ବର୍ଷ କେନିଆର ଏକ ବ୍ରିଜରୁ ଏକ ବସ୍ ନଦୀ ଉପତ୍ୟକାକୁ ଖସିପଡିଥିଲା । ସେହି ଦୁର୍ଘଟଣାରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିଲା ।


ମହାରାଷ୍ଟ୍ରରେ ମଧ୍ୟ ଏକ ସଡକ ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ମୃତ
ମହାରାଷ୍ଟ୍ରର ବୁଲଡାନାରେ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ନାଗପୁରରୁ ପୁଣେ ଅଭିମୁଖେ ଯାଉଥିବା ଏକ ବସ୍ ବୁଲଡାନା ଜିଲ୍ଲାର ସିନ୍ଧଖେରାଜା ଠାରେ ସମୃଦ୍ଧି ମହାମର୍ଗ ଏକ୍ସପ୍ରେସୱେରେ (Samruddhi Mahamarg Expressway) ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଦୁର୍ଘଟଣା ପରେ ବସ୍‌ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । କୁହାଯାଉଛି ଯେ ବସ୍‌ରେ ୩୩ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ସମୟରେ ସମସ୍ତେ ଶୋଇଥିଲେ । ଯେତେବେଳେ ନିଆଁ ଲାଗିଲା, ଏହି ଲୋକମାନେ ନିଜକୁ ବାହାର କରିପାରିଲେ ନାହିଁ । ଏଥିରେ ୨୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଏଥିସହ ଆଠ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା କିନ୍ତୁ ସେମାନେ ଗୁରୁତର ଅଛନ୍ତି ।


ଏହା ବି ପଢନ୍ତୁ: Maharashtra Bus Fire: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ


ଏହା ବି ପଢ଼ନ୍ତୁ: Tomato Price: ଗୃହିଣୀଙ୍କ ପାଇଁ ଭଲ ଖବର! କେବେ କମିବ ଟମାଟୋର ଦର? ସରକାର କହିଲେ ତାରିଖ