Top 10 News Today: ଭରତପୁର ଘଟଣାରେ ହେବ ପଲିଗ୍ରାଫ୍‌ ଟେଷ୍ଟ୍, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2446284

Top 10 News Today: ଭରତପୁର ଘଟଣାରେ ହେବ ପଲିଗ୍ରାଫ୍‌ ଟେଷ୍ଟ୍, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today: ଦିନଟିରେ ରାଜ୍ୟ  ଏବଂ ଦେଶ ବିଦେଶରେ ଘଟିଯାଇଛି ଅନେକ ଘଟଣା । ସେହିସବୁ ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ଅଳ୍ପରେ

Top 10 News Today: ଭରତପୁର ଘଟଣାରେ ହେବ ପଲିଗ୍ରାଫ୍‌ ଟେଷ୍ଟ୍, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today

Headlines 01-  ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ । କଙ୍ଗନା ପୁଣିଥରେ କୃଷକଙ୍କ ଉପରେ ବୟାନ ଦେଇ କହିଛନ୍ତି ଯେ, ତିନି କୃଷି ଆଇନ୍‌କୁ ଫେରାଇ ଆଣିବା ଉଚିତ । କଙ୍ଗନାଙ୍କ ଏହି ବୟାନକୁ ନେଇ ଏବେ ଜୋରଧରିଛି ରାଜନୀତି। କଙ୍ଗନାଙ୍କ ବିବୃତ୍ତିରୁ ବିଜେପି ନିଜକୁ ଦୂରେଇ ରଖି କହିଛି ଯେ, ଏହା ଦଳର ବିବୃତ୍ତି ନୁହେଁ ।

Headlines 02- ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ୬ଟି ଜିଲ୍ଲାର ୨୬ଟି ଆସନରେ ମତଦାନ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ​​ଜଡିତ ଅନେକ କ୍ଷେତ୍ର ଆତଙ୍କବାଦୀଙ୍କ କାର୍ଯ୍ୟକଳାପର କେନ୍ଦ୍ର ରହିଛି।, ତେଣୁ ଏହି ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ କାଶ୍ମୀର ଘାଟି ଅଞ୍ଚଳର ୧୫ଟି ବିଧାନସଭା ଆସନ ଏବଂ ଜାମ୍ମୁ ଡିଭିଜନର ୧୧ଟି ଆସନରେ ଭୋଟ୍ ଗ୍ରହଣ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ୨୫.୭୮ ଲକ୍ଷ ଭୋଟର ୨୬ଟି ଆସନରେ ୨୩୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ।

Headlines 03- ‘ସୁଭଦ୍ରା’ ଯୋଜନାରେ ୯୨ ଲକ୍ଷ ମହିଳା ଆବେଦନ କରିସାରିଲେଣି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଉ ମାତ୍ର ୧ ସପ୍ତାହ ମଧ୍ୟରେ ଆବେଦନ ୧ କୋଟି ଛୁଇଁଯିବ ବୋଲି ସେ କହିଛନ୍ତି । ଇ-କେୱାଇସି ପାଇଁ ଟିକେ ସମୟ ଲାଗୁଛି ବୋଲି ଆବେଦନ ବିଳମ୍ୱ ହୋଇଛି । ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଛି । ୧ କୋଟି ମହିଳାଙ୍କ ପାଖରେ ପହଞ୍ଚିବାକୁ ୪ ସ୍ଲାବ ରହିଛି । ମାର୍ଚ୍ଚ ୮ ପୂର୍ବରୁ ପ୍ରଥମ କିସ୍ତି ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ପ୍ରଭାତି କହିଛନ୍ତି ।

Headlines 04- ଓଡ଼ିଶା ଉପକୂଳରେ ମିଳିତ ସମରାଭ୍ୟାସ ''ସାଗର କବଚ ୨''। ଓଡିଶା ଓ ପଶ୍ଚିମବଙ୍ଗ ମିଳିତ ଭାବେ ସମନ୍ୱୟ ରକ୍ଷା କରି ଏହି ସମରାଭ୍ୟାସ ଆରମ୍ଭ ହୋଇଛି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ। ପାରାଦୀପରେ ଏହି ମିଳିତ ସମରାଭ୍ୟାସରେ ମେରାଇନ ପୋଲିସ,କୋଷ୍ଟ ଗାର୍ଡ, ନାଭାଲ,ବନ ବିଭାଗ, ମତ୍ସ୍ୟ ବିଭାଗ,ଓଡ୍ରାଫ ଓ ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ଏଥିରେ ସାମିଲ ହୋଇଥିବା ବେଳେ ଏମାନଙ୍କୁ ରେଡ୍ ଓ ବ୍ଲୁ ଟିମ୍ ଭାବେ ଦୁଇଟି ବିଭାଗରେ ବିଭକ୍ତ କରା ଯାଉଛି।

Headlines 05-  ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଏନେଇ ସୂଚନା ଦେଇଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଦିନ ସାଢ଼େ ୧୧ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟାଳୟରେ ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦଳୀୟ ସଦସ୍ୟତା ଅଭିଯାନ ନେଇ ପରାମର୍ଶ ଦେବେ। ଏହାପରେ ପୁରୀ ଜିଲାର ସୁଆଣ୍ଡୋ ଗସ୍ତ ନେଇ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

Headlines 06- ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ବିଭିନ୍ନ ଦିଗରକୁ ଆଗେଇଛି ତଦନ୍ତ। ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍। ପଥରଗାଡ଼ିଆ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କିଛି ରୋଡ୍ ରୋମିଓ ଝାମେଲା କରିଥିଲେ।  ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ୍‌ ଟେଷ୍ଟ ହେବ । ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି SDJM କୋର୍ଟ । ପଲିଗ୍ରାଫ୍‌ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା  ।

Headlines 07- ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ ରାଜ୍ୟ ଭିତରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିଲେ ବିମାନରେ ଯାଇପାରୁଥିଲେ। ଏହି ତାଲିକାରେ ଏବେ ଗ୍ରୁପ୍-ଏ ଶ୍ରେଣୀର ଅଧିକାରୀ ଯୋଡ଼ି ହୋଇଛନ୍ତି। ଯେଉଁ ଗ୍ରୁପ୍-ଏ କର୍ମଚାରୀ (ଲେଭେଲ୍‌-୧୨ ଏବଂ ଏହାଠାରୁ ଅଧିକ)ର ଥିବେ ସେମାନେ ଏହି ସୁବିଧା ପାଇବେ ବୋଲି ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। 

Headlines 08- ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ନେଇ ଲୋକସେବା ଭବନରେ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ନର୍ସିଂ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ପ୍ରତିନିଧି ସାମିଲ୍ ହୋଇଛନ୍ତି । ଆଲୋଚନା ସକାରାତ୍ମକ ରହିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଧର୍ମଘଟ ପ୍ରତ୍ୟାହାର ପାଇଁ ନର୍ସିଂ ସଂଘକୁ ସ୍ୱାସ୍ଥ୍ୟ ସଚିବ ଅନୁରୋଧ କରିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ନର୍ସିଂ ଧର୍ମଘଟ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଆସିବାର ବୋଲି ଆଶା ରହିଛି ।

Headlines 09- କୋଣାର୍କରେ ପୋଲିସ ଗାଡ଼ି ଧକ୍କାରେ ୨ ସ୍କୁଲ୍ ପିଲା ଆହତ ହୋଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ଏସ୍କର୍ଟ କରୁଥିବା ପିସିଆର୍ ସ୍କୁଲ୍ ପିଲାଙ୍କୁ ଧକ୍କା ଦେଇଥିଲା । ଗୋପ ମହାଜନସାହି ନିକଟରେ ଏହି ଦୁର୍ଘଟଣା ଘଟିଛି । ୨ ପିଲାଙ୍କ ମଧ୍ୟରେ ଅଛନ୍ତି ପ୍ରଥମ ଶ୍ରେଣୀ ଛାତ୍ର ଓ ପଞ୍ଚମ ଶ୍ରେଣୀ ଛାତ୍ରୀ । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Headlines 10- ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ  ଓଡ଼ିଶା ଉପକୂଳ ପଶ୍ଚିମ କେନ୍ଦ୍ରୀୟ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ  ଉତ୍ତର  ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ଅଧିକ  ବର୍ଷା ହୋଇପାରେ।  ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର, କଳାହାଣ୍ତି, ବଲାଙ୍ଗୀର ଓ ନୂଆପଡାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।  ଆଉ କିଛି ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବ।