Kotia: ଆନ୍ଧ୍ରର ୧୦୦ ଦିନର ସଫଳତା ନେଇ କୋଟିଆରେ ପ୍ରଚାର
Advertisement
Article Detail0/zeeodisha/odisha2446289

Kotia: ଆନ୍ଧ୍ରର ୧୦୦ ଦିନର ସଫଳତା ନେଇ କୋଟିଆରେ ପ୍ରଚାର

Kotia: ଆନ୍ଧ୍ରର ଚନ୍ଦ୍ର ବାବୁ ନାଇଡୁ ସରକାର ନିଜର ୧୦୦ ଦିନର ସଫଳତା ଗ୍ରାମାଞ୍ଚଳକୁ ବ୍ୟାପକ କଲେ। ଏପରିକି କୋଟିଆରେ ବି ଆନ୍ଧ୍ର ସରକାର ୧୦୦ ଦିନର ସଫଳତା ନେଇ ଲୋକଙ୍କୁ ସଚେତନ କଲେ। କୋଟିଆର ବିଭିନ୍ନ ଗ୍ରାମରେ ଲଗାଇଲେ ସଫଳତାର ପୋଷ୍ଟର। ଇଦି ମାଞ୍ଚି ପ୍ରଭୂତ୍ଵମ (ଏହା ଭଲ ସରକାର) ନାମରେ ଲଗାଇଲେ ପୋଷ୍ଟର। ଘରକୁ ଘର ବୁଲି ଲୋକଙ୍କୁ ବାଣ୍ଟିଲେ ପାମ୍ପଲଟ।

Kotia: ଆନ୍ଧ୍ରର ୧୦୦ ଦିନର ସଫଳତା ନେଇ କୋଟିଆରେ ପ୍ରଚାର

Kotia: ଓଡ଼ିଶା ସରକାର ୧୦୦ ଦିନର ସଫଳତା ନେଇ ଜିଲ୍ଲା ସ୍ତରରେ ପ୍ରଚାର ଓ ପ୍ରସାର ବ୍ୟବସ୍ଥା କଲେ। କିନ୍ତୁ ଆନ୍ଧ୍ରର ଚନ୍ଦ୍ର ବାବୁ ନାଇଡୁ ସରକାର ନିଜର ୧୦୦ ଦିନର ସଫଳତା ଗ୍ରାମାଞ୍ଚଳକୁ ବ୍ୟାପକ କଲେ। ଏପରିକି କୋଟିଆରେ ବି ଆନ୍ଧ୍ର ସରକାର ୧୦୦ ଦିନର ସଫଳତା ନେଇ ଲୋକଙ୍କୁ ସଚେତନ କଲେ। କୋଟିଆର ବିଭିନ୍ନ ଗ୍ରାମରେ ଲଗାଇଲେ ସଫଳତାର ପୋଷ୍ଟର। ଇଦି ମାଞ୍ଚି ପ୍ରଭୂତ୍ଵମ (ଏହା ଭଲ ସରକାର) ନାମରେ ଲଗାଇଲେ ପୋଷ୍ଟର। ଘରକୁ ଘର ବୁଲି ଲୋକଙ୍କୁ ବାଣ୍ଟିଲେ ପାମ୍ପଲଟ।

ଆନ୍ଧ୍ର ସରକାର ୧୦୦ ଦିନ ମଧ୍ୟରେ ଭତ୍ତା ବୃଦ୍ଧି କରିଥିବାବେଳେ, ଶିକ୍ଷକ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆ ଯାଇଥିବା, ଜମି ସମ୍ପର୍କିତ ଧାରା ଉଚ୍ଛେଦ ସମେତ ଅନ୍ୟାନ୍ୟ ବହୁ ପଦକ୍ଷେପ ନେଇଥିବା ନେଇ ପାମ୍ପ୍ଲେଟ ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟିବା ସହିତ ସଚେତନ କରାଇଛନ୍ତି।
କୋଟିଆରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୦ ଦିନର ସଫଳତା ନେଇ କୌଣସି ପ୍ରଚାର ପ୍ରସାର ହୋଇ ନ ଥିବାବେଳେ, ଆନ୍ଧ୍ର କିନ୍ତୁ ଏହି କ୍ଷେତ୍ର ରେ ପାଦେ ଆଗରେ ରହିଛି। ରାଜ୍ୟରେ ଭାଜପା ସରକାର ଆସିବା ପରେ କୋଟିଆର ସମାଧାନ ହେବ ବୋଲି ଅନେକ ଆଶା କରିଛନ୍ତି। କିନ୍ତୁ କୋଟିଆକୁ ନେଇ ରାଜ୍ୟ ସରକାର ନୀରବ ରହିଥିବାବେଳେ ଆନ୍ଧ୍ର କୋଟିଆ ଭିତରକୁ ପ୍ରବେଶ କରି ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି।