Cyclone Dana Live Updates: ମାଡି ଆସୁଛି ସାମୁଦ୍ରିକ ଝଡ଼ ଦାନା, ଏଠାରେ ପଢନ୍ତୁ ଟିକିନିଖ ଅପଡେଟ ଖବର

Prabhudatta Moharana Thu, 24 Oct 2024-12:39 pm,

Cyclone Dana Live Updates: ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଦାନା। ମହାବାତ୍ୟା ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡି ଆସୁଛି ବାତ୍ୟା ଦାନା। ପାଣିପାଗ ବିଭାଗ ଅନୁଯାୟୀ ବାତ୍ୟା ଦାନା ସ୍ଥଳ ଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ। ଅତିରୁ ଅତି ପ୍ରବଳ ବର୍ଷା ହେବ। ଏହାରି ମଧ୍ୟରେ ପବନର ବେଗ ୧୨୦ ମଧ୍ୟ ଛୁଇଁପାରେ। ୨୪ ତାରିଖ ମଧ୍ୟ ରାତ୍ରିରେ ସ୍ଥଳଭାଗ ଛୁଇଁବାକୁ ଥିବା ଏହି ବାତ୍ୟାର ପ୍ରଭାବ ବହୁ କମ ସମୟ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସ୍ଥଳଭାଗରେ ମାତ୍ର ୩୦ କିମି ପର୍ୟ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ। ସେପଟେ ବାତ୍ୟାକୁ ନେଇ ରାଜ୍ୟ ସରକାର ବେଶ ଆଲର୍ଟ ମୋଡରେ କାର୍ଯ୍ୟ କରୁଛନ୍ତି। ଏନଡିଆରଏଫ ଟିମକୁ ସରକାର ସଜାଗ ରଖିଥିବା ବେଳେ ବିପଦ ରହିଥିବା ଜିଲ୍ଲା ଗୁଡ଼ିକ ଦାୟିତ୍ୱରେ ସଚିବ ଓ ନେତା ମନ୍ତ୍ରୀ ରହିଛନ୍ତି।

Cyclone Dana Live Updates: ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଦାନା। ମହାବାତ୍ୟା ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡି ଆସୁଛି ବାତ୍ୟା ଦାନା। ପାଣିପାଗ ବିଭାଗ ଅନୁଯାୟୀ ବାତ୍ୟା ଦାନା ସ୍ଥଳ ଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ। ଅତିରୁ ଅତି ପ୍ରବଳ ବର୍ଷା ହେବ। ଏହାରି ମଧ୍ୟରେ ପବନର ବେଗ ୧୨୦ ମଧ୍ୟ ଛୁଇଁପାରେ। ୨୪ ତାରିଖ ମଧ୍ୟ ରାତ୍ରିରେ ସ୍ଥଳଭାଗ ଛୁଇଁବାକୁ ଥିବା ଏହି ବାତ୍ୟାର ପ୍ରଭାବ ବହୁ କମ ସମୟ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସ୍ଥଳଭାଗରେ ମାତ୍ର ୩୦ କିମି ପର୍ୟ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ। ସେପଟେ ବାତ୍ୟାକୁ ନେଇ ରାଜ୍ୟ ସରକାର ବେଶ ଆଲର୍ଟ ମୋଡରେ କାର୍ଯ୍ୟ କରୁଛନ୍ତି। ଏନଡିଆରଏଫ ଟିମକୁ ସରକାର ସଜାଗ ରଖିଥିବା ବେଳେ ବିପଦ ରହିଥିବା ଜିଲ୍ଲା ଗୁଡ଼ିକ ଦାୟିତ୍ୱରେ ସଚିବ ଓ ନେତା ମନ୍ତ୍ରୀ ରହିଛନ୍ତି। 

नवीनतम अद्यतन

  • #Cyclone Dana Update: ବାତ୍ୟା ମୁକାବିଲା ପାଇଁ ୧୮-୧୯ NDRF ଟିମ୍‍, ୫୧  ODRAF, ୧୭୮ ଅଗ୍ନିଶମ ଟିମ ଚମତ୍କାର ପ୍ରସ୍ତୁତି କରିଛନ୍ତି। ୧୦ ମିନିଟରେ ଗଛ କଟାଯିବାର ଅତ୍ୟାଧୁନିକ ମେସିନ, ଗ୍ଲାସ କଟର ମହାଜୁଦ ଅଛି। ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛୁ ଯେ ଓଡ୍ରାଫ, NDRF ଓ ଅଗ୍ନିଶମ ଟିମକୁ ସହଯୋଗ କରିବାକୁ ଜଣେ ଜଣେ ଅଧିକାରୀ ଦିଆଯାଇଛି। ସେହି ଅଧିକାରୀ ଖାଦ୍ୟ ଓ ORS ବ୍ୟବସ୍ଥା କରିଵେ। ଜିଲ୍ଲା ପ୍ରଶାସନକୁ ଖର୍ଚ୍ଚ କରିବାର କ୍ଷମତା ଦିଆଯାଇଛି। ସେମାନେ ଖୋଲା ହାତରେ ଖର୍ଚ୍ଚ କରନ୍ତୁ ବୋଲି ଅଧିକାରୀଙ୍କୁ କହିଛନ୍ତି ରାଜସ୍ୱମନ୍ତ୍ରୀ।

  •  #Cyclone Dana Update: ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ସତର୍କ ରହିଛନ୍ତି ସରକାର। ବିଭାଗୀୟ ମନ୍ତ୍ରି କହିଛନ୍ତି,  ପ୍ରାଥମିକ ଆକଳନ ରଖିଥିଲୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବୁ। ହେଲେ ଏବେ 10 ଲକ୍ଷ ଲୋକ ସ୍ଥାନାଦନ୍ତର ହୋଇଛନ୍ତି। ପୁରୀରେ ପ୍ରଭାବ କମ୍‍ ରହିଛି।    ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରାଯାଉଛି ବୋଲି ସେ କହିଛନ୍ତି।

  • #Cyclone Dana Update: ସାପ କାମୁଡା ଔଷଧ ସମ୍ବେଦନଶୀଳ ଅଞ୍ଚଳର 20 କିଲୋମିଟର ଭିତରେ ଗଛିତ ଅଛି। ଅଧ ଘଣ୍ଟାରୁ କମ ସମୟରେ ରୋଗୀ ପାଖରେ ପଞ୍ଚିବାକୁ ପ୍ରସ୍ତୁତ ରହିଛି ପ୍ରଶାସନ। ଏହା ସହ ସଂକ୍ରମଣ ରୋକିବାକୁ ପାଣିରେ କ୍ଲୋରିନ ଓ ବ୍ଲିଚିଙ୍ଗ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ।  

  • #Cyclone Dana Update: ୧୩ ଜିଲ୍ଲାରେ ସରକାର ଆଲର୍ଟରେ ଅଛନ୍ତି। ସହରାଞ୍ଚଳରେ ବି ପାଣି ପଶିବାର ସମ୍ଭାବନା ରହିଛି। ଏଥିଲାଗି ଜଳସେଚନ ବିଭାଗ ସହ କଥା ହୋଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ। ନିଷ୍କାସନ କାମ ବି ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ଡ୍ୟାମରେ ଯେପରି ପାଣି ରହି ପାରିବ, ସେ ବ୍ୟବସ୍ଥା ବି ହୋଇଥିବା ସେ କହିଛନ୍ତି।

  • #Cyclone Dana Update: କାଲି ସକାଳ ସୁଦ୍ଧା କୌଣସି ସମୟରେ ହିଟ ହୋଇପାରେ। ଆଜି ରାତି 8.30 ରୁ କାଲି ରାତି 8.30 ଯାଏଁ ରେଡ ସତର୍କତା ଜାରି କରାଯାଇଛି। 20 ସେଣ୍ଟିମିଟର ବର୍ଷା ହେବାର ଆଶଙ୍କା ରହିଛି।  ଏଣୁ ସ୍ଥାନାନ୍ତର କାମ ଚାଲିଛି। ପ୍ରଶାସନ, ପୋଲିସ ଓ ସ୍ଥାନୀୟ ପ୍ରତିନିଧି ଏହି କାମରେ ଅଛନ୍ତି। ଆଶ୍ରୟସ୍ଥଳୀରେ ଲୋକେ ପହଂଚି ସାରିଲେଣି। ରିଲିଫ ସେଣ୍ଟରକୁ ଆସୁଥିବା ଲୋକ ଗୃହପାଳିତ ପଶୁଙ୍କୁ ଘରେ ବାନ୍ଧିକି ରଖୁଛନ୍ତି। ହେଲେ ଏପରି କରନ୍ତୁ ନାହିଁ , ବୋଲି ନିବେଦନ କରିଛନ୍ତି ରାଜସ୍ୱ ମନ୍ତ୍ରୀ।  ତାଙ୍କୁ ଉଚ୍ଚ ସ୍ଥାନରେ ଛାଡ଼ିଦେବାକୁ ସେ କହିଛନ୍ତି।

  • #Cyclone Dana Update: ବାତ୍ୟାର ଗତିପଥ ସାମାନ୍ୟ ପରିବର୍ତ୍ତନ ହୋଇଛି। ଭିତରକନିକା ପାର୍ଶ୍ଵରେ ହେବା ନେଇ ଅନୁମାନ କରାଯାଉଛି। ହେଲେ ଲ୍ୟାଣ୍ଡ ନ କରିବା ଯାଏଁ କହି ହେବନି ବୋଲି କହିଛନ୍ତି  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆମେ  ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିଛୁ। ମନ୍ତ୍ରୀମାନେ ଗ୍ରାଉଣ୍ଡ ଜିରୋରେ ଏହାର ନିରୀକ୍ଷଣ କରୁଛନ୍ତି। ବରିଷ୍ଠ IAS ଅଫିସର ସେହି ଜିଲ୍ଲା ଯାଇଛନ୍ତି, ଯେଉଁଠି ସେମାନେ ପୂର୍ବରୁ କାମ କରିଛନ୍ତି ଓ ବନ୍ୟା ବାତ୍ୟାରେ କାମ କରିବାର ଅନୁଭବ ରଖିଛନ୍ତି। ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ପରି ଜିଲ୍ଲାରେ ବର୍ଷା ହେବ ବୋଲି ସେ କହିଛନ୍ତି।

  • #Cyclone Dana Update: ଘଣ୍ଟାକୁ ୧୫ କିଲେମିଟର ବେଗରେ ମାଡ଼ି ଆସୁଛି  ବିପଦ।  ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ‘ଦାନା’ ଏବେ ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ ପୂର୍ବ ଓ ଧାମରାରୁ ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ, ସାଗର ଦ୍ୱୀପଠାରୁ ୩୫୦ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି। ଏହା ବର୍ତ୍ତମାନ ଉତ୍ତର- ପଶ୍ଚିମ ଦିଗକୁ ଗତି କରୁଛି। ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ବୋଲି କହିଛନ୍ତି ପାଣିପାଗ ନିର୍ଦ୍ଦେଶିକା।

  • #Cyclone Dana Update: ଅବପାତ ପରେ ଲେଉଟିବ ବାତ୍ୟା ‘ଦାନା’। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରାମା ମହାନ୍ତି। ବାତ୍ୟାର ଗତିପଥରେ କିଛି ପରିବର୍ତ୍ତନ ହେବ ନାହିଁ କିନ୍ତୁ ବାତ୍ୟା ମାଡ଼ ହେବା ପରେ ରିକର୍ଭ କରିପାରେ ବୋଲି ସେ ସୂଚନା ଦେଇଥିଲେ। ଏହି ପରି ରିକର୍ଭ ଦ୍ୱାରା ପୁରୀରେ ଅବପାତ ଘଟିଥିବା ‘ଫନି’ ବ୍ୟାପକ କ୍ଷତି କରିଥିଲା। ଲେଉଟାଣି ବାତ୍ୟା ବୋଲି ଏହାକୁ କୁହାଯାଇପାରେ। ବାତ୍ୟାର ଗତିପଥ ଯାହା ଥିଲା, ତାହା ରହିଛି। ବାତ୍ୟା ‘ଦାନା’  ଅତି ଭୀଷଣ ରୂପ ନେଇ ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ  ଭିତରକନିଆ ଓ ଧାମରା ପାଖାପାଖି  ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍‌ ପରେ ଏହା ସାମାନ୍ୟ ପଶ୍ଚିମ ପଶ୍ଚିମ ଦକ୍ଷିଣ ଦିଗକୁ ରିକର୍ଭ କରିପାରେ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ।

  •  #Cyclone Dana Update: ବାତ୍ୟା ‘ଦାନା’ ରେ ଶୂନ୍ୟ ମୃତ୍ୟୁ ନିଶ୍ଚିତ କରିବାକୁ ତୁହାକୁ ତୁହା ସରକାରୀ ଅଧିକାରୀଙ୍କ ଭିତରେ ବୈଠକ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସ୍ୱଥନ୍ତ୍ର ରିଲିଫ୍‍ କମିଶନରଙ୍କ କାର୍ଯ୍ୟାଳୟରେ ପ୍ରତ୍ୟକ୍ଷ ନିରୀକ୍ଷଣ ଲାଗି ଆଜି ସକାଳେ ରାଜୀଭବନ ପହଞ୍ଚିଛନ୍ତି।

  • #Cyclone Dana Update, #203Trains Cancelled due to #Dana ସମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବକୁ ଆଖିରେ ରଖି ସମୁଦାୟ ୨୦୩ଟି ଟ୍ରେନକୁ ବାତିଲ କରାଯାଇଛି। ଏଥିରେ ୧୭୫ଟି ଆନ୍ତଃ ଜୋନ ଟ୍ରେନ ହୋଇଥିବା ବେଳେ ୨୮ଟି ଟ୍ରେନ ପୂର୍ବତଟ ରେଳବାଇ ଅଧୀନସ୍ଥ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ୨୨ ତାରିଖରୁ ଏହି ଟ୍ରେନ ବାତିଲ ଆରମ୍ଭ ହୋଇଛି। ୨୯ ତାରିଖ ଯାଏ ଏପରି ବାତିଲ ଜାରି ରହିବ ଏବଂ ରାଜ୍ୟରୁ ଯାଉଥିବା ବା ରାଜ୍ୟକୁ ଆସୁଥିବା ଟଅେନ ପ୍ରଭାବିତ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

     

  • Cyclone Dana: ସାମୁଦ୍ରିକ ଝଡ଼ ଦାନା ଭୀଷଣ ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡି ଆସୁଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ଏବଂ ରାଜଭବନର କଣ୍ଟ୍ରୋଲ ରୁମରୁ ସାଇକ୍ଲୋନ ଦାନାର ଗତିବିଧି ଉପରେ ନଜର ରଖିବେ। ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି ଯେ ଆମେ ବର୍ତ୍ତମାନ ସଙ୍କଟ ସମୟରେ ଅଛୁ। ସାଇକ୍ଲୋନିକ୍ ଝଡ ଦାନା ପାଖେଇ ଆସୁଛି, କିନ୍ତୁ ପଶ୍ଚିମବଙ୍ଗରେ ଆମେ ଅନେକ ଝଡର ସମ୍ମୁଖୀନ ହୋଇଛୁ। ଆତ୍ମବିଶ୍ୱାସ ଏବଂ ଧୈର୍ଯ୍ୟ ସହିତ ଆମେ ଦାନାକୁ ମଧ୍ୟ ସାମ୍ନା କରିବୁ। 

  • Cyclone Dana: ଲ୍ୟାଣ୍ଡଫଲ୍ ବେଳେ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି।ତାସହ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ଗଛ, ବିଦ୍ୟୁତ୍ ଖୁଣ୍ଟ ଓ କଚା ଘରକୁ ବାତ୍ୟା ବିପଦ ପହଞ୍ଚାଇବାର ଆଶଙ୍କା ରହିଛି। ପ୍ରଭାବରେ ଗତକାଲିଠୁ ବିଭିନ୍ନ ସ୍ଥାନରେ ବର୍ଷା ଚାଲିଛି। IMD ଡିଜି କହିଛନ୍ତି- ୪ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକରେ ରହିବ ସାଇକ୍ଲୋନର ଅଧିକ ପ୍ରଭାବ।

     

  • Cyclone Dana: ବାତ୍ୟା ଦାନା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାରେ ଲାଗିଛି। ଧୀରେ ଧୀରେ ପବନର ବେଗ ମଧ୍ୟ ତୀବ୍ର ହେଲାଣି। ଗଙ୍ଗାସାଗର ଅଞ୍ଚଳରେ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୃଦ୍ଧ ବୃଦ୍ଧା ଏବଂ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସାରିଛି। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗରେ ଅନେକ ଟ୍ରେନ୍ ବାତିଲ କରାଯାଇଛି। ଆଜି ରାତି ୮ଟାରୁ କାଲି ପର୍ଯ୍ୟନ୍ତ ଅନେକ ଦୂରଗାମୀ ଟ୍ରେନ୍ ଏବଂ ଲୋକାଲ ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି।

  • CYclone Updates: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଦାନା ବଙ୍ଗୋପସାଗରର କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ଦିଗକୁ ଗତ ୬ ଘଣ୍ଟା ମଧ୍ୟରେ ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହା ସହିତ ଆଜି ସକାଳ ସାଢେ ୫ଟା ସୁଦ୍ଧା କେନ୍ଦ୍ରୀଭୂତ ହୋଇଛି। ଉତ୍ତର-ପଶ୍ଚିମ ଏବଂ ବଙ୍ଗୋପସାଗରର କେନ୍ଦ୍ରୀୟ ଉପସାଗର, ପାରାଦୀପ (ଓଡିଶା) ର ଦକ୍ଷିଣ-ପୂର୍ବରେ ୨୬୦ କିଲୋମିଟର, ଧାମରା (ଓଡିଶା) ର ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ସାଗର ଦ୍ୱୀପ (ପଶ୍ଚିମବଙ୍ଗ) ର 350 କିଲୋମିଟର ଦକ୍ଷିଣରେ ରହିଥିବା ଜଣାପଡ଼ିଛି। 

     

  • Clone Dana:  ଆଜି ଓ କାଲି ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ବନ୍ଦ ରଖିବାକୁ ନିଷ୍ପତ୍ତି। ବାତ୍ୟା ପ୍ରଭାବ ଯୋଗୁଁ ବନ୍ଦ ରଖିବାକୁ ନିଷ୍ପତ୍ତି। 

  • Cyclone Dana: ସ୍ଥଳ ଭାଗ ଛୁଇଁଲା ଦାନାର ବାହ୍ୟ ବଳୟ, ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ
    ମାଡି଼ ଆସୁଛି ବାତ୍ୟା 'ଦାନା'। 'ଦାନା' ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ବିଶେଷକରି, ରାଜଧାନୀ ଭୁବନେଶ୍ବରରେ ଭୀଷଣ ବର୍ଷା ଆରମ୍ଭ ହୋଇଯାଇଛି।  ବାତ୍ୟାର କେନ୍ଦ୍ରସ୍ଥଳରୁ ୨୦୦ କିଲୋମିଟର ଗୋଲେଇ ଭିତର ତାଣ୍ତବ ଖେଳାଇବ ବାତ୍ୟା 'ଦାନା'। ଆଜି ରାତି ସାଢେ ୧୧ଟାରୁ ଶୁକ୍ରବାର ମଧ୍ୟାହ୍ନ ଯାଏଁ  ୧୧୦ ରୁ ୧୨୦ କିଲୋମିଟର ବେଗରେ ମାଡ଼ ହେବ ପବନ। ପଢନ୍ତୁ ପୂରା ରିପୋର୍ଟ...

  • ଜୀ ଓଡ଼ିଶାର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆମେ ବାତ୍ୟା ଦାନା ସମ୍ପର୍କିତ ଟିକିନିଖ ଖବର ଆପଣଙ୍କୁ ପ୍ରଦାନ କରିବୁ। ଟିକିନିଖି ଖବର ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link