Odisha Daily News Live: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆରମ୍ଭ ହେଲା କ୍ୟାବିନେଟ୍ ବୈଠକ, କାହାକୁ ମିଳିଲା କେଉଁ ମନ୍ତ୍ରଣାଳୟ?

Prabhudatta Moharana Tue, 11 Jun 2024-7:03 am,

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।

नवीनतम अद्यतन

  • India vs Pakistan: ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୪ ର ମ୍ୟାଚ୍ ଶେଷ ହୋଇଛି ଓ ଭାରତ ଏକ ଜବରଦସ୍ତ ବିଜୟ ପଞ୍ଜୀକରଣ କରି ପାକିସ୍ତାନର ଦଳକୁ ବ୍ୟାକଫୁଟକୁ ଠେଲିଦେଇଛି। କିନ୍ତୁ ଏସବୁ ମଧ୍ୟରେ ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଲାହୋରର ଗାଡଫି ଷ୍ଟାଡିୟମରେ ୨୦୨୫ ଚମ୍ପିଅନ୍ସ ଟ୍ରଫି ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁଖ୍ୟ ମ୍ୟାଚ୍ ଆୟୋଜନ କରିବ।

     

  • PM Modi 3.0 Cabinet List LIVE: କାହାକୁ ମିଳିଲା କେଉଁ ମନ୍ତ୍ରାଳୟ, ଦେଖନ୍ତୁ ତାଲିକା

  • PM Modi 3.0 Cabinet List LIVE: କାହାକୁ ମିଳିଲା କେଉଁ ମନ୍ତ୍ରାଳୟ, ଦେଖନ୍ତୁ ତାଲିକା
    ଦକ୍ଷତା ବିକାଶ ଏବଂ ଶିଳ୍ପ ମନ୍ତ୍ରଣାଳୟ- ଏଚ଼ଡି କୁମାରସ୍ୱାମୀ 
    ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରଣାଳୟ- ଗଜେନ୍ଦ୍ର ଶେଖୱାତ
    ମହିଳା ଏବଂ ଶିଶୁ ବିକାଶ- ଅନ୍ନପୂର୍ଣ୍ଣା ଦେବୀ 
    ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ- ରାବଣୀତ ସିଂ ବିଟୁ
    ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ- ସୁରେଶ ଗୋପୀ
    କ୍ରୀଡା ଏବଂ ଶ୍ରମ- ମାନସୁଖ ମାଣ୍ଡଭିଆ 

  • PM Modi 3.0 Cabinet List LIVE: କାହାକୁ ମିଳିଲା କେଉଁ ବିଭାଗ, ଦେଖନ୍ତୁ ତାଲିକା
    ଗୃହ ମନ୍ତ୍ରଣାଳୟ - ଅମିତ ଶାହ
    ପ୍ରତିରକ୍ଷା ମନ୍ତ୍ରଣାଳୟ- ରାଜନାଥ ସିଂ
    ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ- ଏସ ଜୟଶଙ୍କର 
    ଅର୍ଥ ମନ୍ତ୍ରଣାଳୟ- ନିର୍ମଳା ସୀତାରମଣ 
    କୃଷି ମନ୍ତ୍ରଣାଳୟ- ଶିବରାଜ ସିଂ ଚୌହାନ 
    ସଡକ ପରିବହନ ମନ୍ତ୍ରଣାଳୟ- ନିତିନ ଗଡକରୀ 
    ଶକ୍ତି ମନ୍ତ୍ରଣାଳୟ- ମନୋହର ଲାଲ ଖଟ୍ଟର 
    ନଗର ଉନ୍ନୟନ ମନ୍ତ୍ରଣାଳୟ- ମନୋହର ଲାଲ ଖଟ୍ଟର 
    ବାଣିଜ୍ୟ ମନ୍ତ୍ରଣାଳୟ- ପୀୟୁଷ ଗୋୟଲ 
    ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ- ହାର୍ଦ୍ଦିକ ସିଂ ପୁରୀ
    ରେଳ ମନ୍ତ୍ରଣାଳୟ- ଅଶ୍ୱିନୀ ବୈଷ୍ଣବ 
    ଶିକ୍ଷା ମନ୍ତ୍ରଣାଳୟ- ଧର୍ମେନ୍ଦ୍ର ପ୍ରଧାନ
    ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ- ଜେପି ନାଡ୍ଡା 
    ପରିବେଶ ମନ୍ତ୍ରଣାଳୟ- ଭୁପେନ୍ଦ୍ର ଯାଦବ 
    ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରଣାଳୟ- ରାମ ମୋହନ ନାଇଡୁ 
    କ୍ରୀଡା ମନ୍ତ୍ରଣାଳୟ- ଚିରାଗ ପାସୱାନ୍ 
    ସଂସଦୀୟ ବ୍ୟାପାର ମନ୍ତ୍ରୀ- କିରନ ରିଜିଜୁ
    କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ- ଜିତନ ରାମ ମଞ୍ଜୀ 
    ଦକ୍ଷତା ବିକାଶ- ଏଚ.ଡି କୁମାରସ୍ୱାମୀ 

     

  • PM Modi 3.0 Cabinet List LIVE: ଚିରାଗ ପାସୱାନ୍ ପାଇଲେ ଯୁବ ଏବଂ କ୍ରୀଡା ମନ୍ତ୍ରଣାଳୟ
    ଚିରାଗ ପାସୱାନ୍- କ୍ରୀଡା ମନ୍ତ୍ରଣାଳୟ 
    ଧର୍ମେନ୍ଦ୍ର ପ୍ରଧାନ- ଶିକ୍ଷା ମନ୍ତ୍ରଣାଳୟ
    ସିଆର୍ ପାଟିଲ- ଜଲ ଶକ୍ତି ମନ୍ତ୍ରଣାଳୟ 
    ଶୋଭା କରନ୍ଦଲାଜେ- ଏମଏସଏମଇ ପାଇଁ ରାଜ୍ୟ ମନ୍ତ୍ରୀ

  • PM Modi 3.0 Cabinet List LIVE: ଅଶ୍ୱିନୀ ବୈଷ୍ଣବଙ୍କୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
    ନିର୍ମଳା ସୀତାରମଣ- ଅର୍ଥ ମନ୍ତ୍ରଣାଳୟ 
    ରାଜନାଥ ସିଂ- ପ୍ରତିରକ୍ଷା ମନ୍ତ୍ରଣାଳୟ
    ଜିତିନ୍ ରାମ ମାଞ୍ଜୀ- MSME ମନ୍ତ୍ରଣାଳୟ 

  • PM Modi 3.0 Cabinet List LIVE: ଶିବରାଜ ସିଂ ଚୌହାନଙ୍କୁ ସହ କୃଷି ମନ୍ତ୍ରଣାଳୟ
    ନିତିନ ଗଡକରୀ- ସଡକ ଏବଂ ପରିବହନ ମନ୍ତ୍ରଣାଳୟ 
    ମନୋହର ଲାଲ ଖଟ୍ଟର - ନଗର ଉନ୍ନୟନ ମନ୍ତ୍ରଣାଳୟ 
    ଶିବରାଜ ସିଂ ଚୌହାନ- କୃଷି ଓ କୃଷକ କଲ୍ୟାଣ ତଥା ପଞ୍ଚାୟତ ରାଜ ଓ ବିକାଶ ମନ୍ତ୍ରୀ

  • PM Modi 3.0 Cabinet List LIVE: ନିତିନ ଗଡକରୀ ପୁଣି ମିଳିଲା ସଡକ ପରିବହନ ମନ୍ତ୍ରଣାଳୟ 
    ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନିତିନ ଗଡକରୀଙ୍କୁ ପୁଣି ସଡକ ପରିବହନ ମନ୍ତ୍ରଣାଳୟ ଦିଆଯାଇଛି।

  • PM Modi 3.0 Cabinet List LIVE: ମୋଦୀ କ୍ୟାବିନେଟର ପ୍ରଥମ ନିଷ୍ପତ୍ତି, ୩ କୋଟି ଲୋକ ପାଇବେ ଘର 
    ନରେନ୍ଦ୍ର ମୋଦୀ କ୍ୟାବିନେଟର ପ୍ରଥମ ବୈଠକ ଚାଲିଛି। ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଭାରତ ସରକାର ୨୦୧୫-୧୬ ରେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଆରମ୍ଭ କରିଥିଲେ। ଏହା ଅଧୀନରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗରିବ ଲୋକଙ୍କୁ ଘର ଦିଆଯାଉଛି। ଏହା ଅଧୀନରେ ୪.୨୧ କୋଟି ଘର ନିର୍ମାଣ କରାଯାଇଛି। ଏହି ଘରେ ଟଏଲେଟ୍, ଏଲପିଜି ସଂଯୋଗ, ବିଦ୍ୟୁତ୍ ସଂଯୋଗ ଏବଂ ଜଳ ସଂଯୋଗ ଯୋଗାଇ ଦିଆଯାଇଛି।

  • PM Modi 3.0 Cabinet List LIVE:  ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଥମ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ସମସ୍ତ ମନ୍ତ୍ରୀ ଆଜି ନିଜେ ମନ୍ତ୍ରଣାଳୟର ଦାୟିତ୍ୱ ପାଇବେ। ଏହାପୂର୍ବରୁ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ରବିବାର ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟ ୭୧ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଥିଲେ।

  • Seema Haider News: ସୀମା ହାଇଦର ପ୍ରସଙ୍ଗ ଏବେ ପାକିସ୍ତାନରେ ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନର ଜାତୀୟ ଶିଶୁ କଲ୍ୟାଣ ଆୟୋଗ ଭାରତରେ ପାକିସ୍ତାନୀ ଭାବୀ ନାମରେ ଜଣାଶୁଣା ସୀମା ହାୟଦର ଚାରି ପିଲାଙ୍କୁ ଫେରାଇ ଆଣିବାକୁ ଦାବି କରିଛନ୍ତି।

  • Odisha News Live Updates: ଶୁଭେଚ୍ଛା ଜଣାଇଲେ ନବୀନ
    ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ରାଜ୍ୟର ତିନି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ ପରେ ଶୁଭେଚ୍ଛା ଜଣାଇଛନ୍ତି।  ସେ ନିଜର ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବା ପରେ ଆପଣଙ୍କ ଏକ ସଫଳ କାର୍ଯ୍ୟକାଳ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ଆପଣଙ୍କ ଦଳକୁ ଶୁଭେଚ୍ଛା ଜଣାଉଛି। ଆପଣଙ୍କ ନେତୃତ୍ୱରେ ଆମର ପ୍ରିୟ ଦେଶ ବିକାଶର ନୂତନ ସୋପାନରେ ପହଞ୍ଚୁ।

     

  • Odisha News Live Updates: ଆପ୍‌ର ଦିଲ୍ଳୀ ରାଉସ ଆଭେନ୍ୟୁ ଦଳୀୟ କାର୍ଯ୍ୟାଳୟ ଖାଲି କରିବାର ଅବଧି ଅଗଷ୍ଟ ୧୦ ପର୍ଯ୍ୟନ୍ତ ବଢ଼ାଇଲେ ସୁପ୍ରିମ୍‌କୋର୍ଟ

    ଆମ୍ ଆଦମୀ ପାର୍ଟି (ଆପ୍‌) ର ରାଉସ୍ ଆଭେନ୍ୟୁ ଦଳୀୟ କାର୍ଯ୍ୟାଳୟ ଖାଲି କରିବାର ଅବଧି ସୁପ୍ରିମକୋର୍ଟ ସୋମବାର ବଢ଼ାଇ ଦେଇଛନ୍ତି। ପୂର୍ବରୁ ଜୁନ୍‌ ୧୫ ସୁଦ୍ଧା କାର୍ଯ୍ୟାଳୟ ଖାଲି କରିବାକୁ କୁହାଯାଇଥିବା ବେଳେ ଏବେ ତାହାକୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଏହି ସମୟସୀମା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବରିଷ୍ଠ ଆଡଭୋକେଟ୍ ଅଭିଷେକ ସିଂଭିଙ୍କ ଏକ ଦାଖଲ ଉପରେ ଏହି ଶୁଣାଣି ହୋଇଛି।

  • Odisha News Live Updates: ତୃତୀୟ ପାଳିର ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦସ୍ତଖତ
    ଶପଥ ନେବା ପରେ ପ୍ରଥମ ଥର ପାଇଁ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  କିଛି ସମୟ ପୂର୍ବରୁ ସାଉଥ୍ ବ୍ଲକରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଛିଛନ୍ତି ନରେନ୍ଦ୍ର ମୋଦୀ। ସେ ତାଙ୍କ ତୃତୀୟ ପାଳିର ଆଜି ପ୍ରଥମ ଦିନରେ ପ୍ରଥମେ ୨୦ ହଜାର କୋଟି ଟଙ୍କାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଫାଇଲ୍‌ର ୧୭ତମ କିସ୍ତିରେ ଦସ୍ତଖତ କରିଛନ୍ତି। ଏହା ଦ୍ବାରା ପ୍ରାୟ ୯.୩ କୋଟି ଚାଷୀ ଉପକୃତ ହେବେ। ପ୍ରଥମ ଦସ୍ତଖତ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆମେ କୃଷକ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ। ଏହା କୃଷକ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବନ୍ଧତାକୁ ଦର୍ଶାଉଛି। ଆମ ସରକାର କୃଷକମାନଙ୍କୁ ପାଇଁ ପୂରାପୂରି ଭାବେ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ଆମେ କୃଷକମାନଙ୍କ ପାଇଁ ଅଧିକରୁ ଅଧିକ କାମ କରିବୁ।

  • Odisha News Live Updates: ପଦ ଛାଡିଲେ ଭକ୍ତ ଦାସ
    କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ନିଜ ପଦବୀ ଛାଡ଼ିଛନ୍ତି। ଦଳର ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରି ସେ ପଦବୀରୁ ଇସ୍ତଫା ଦେଇଥିବା ଏଆଇସିସିକୁ ପତ୍ରଯୋଗେ ଲେଖିଛନ୍ତି। ମାର୍ଚ୍ଚ ୨୨ ତାରିଖଣେ ସେ ତତ୍‍କାଳୀନ ପ୍ରଚାର କମିଟି ଅଧ୍ୟକ୍ଷ  ତଥା ପୂର୍ବତନ ଆଇଏଏସ୍‍ ଅଧିକାରୀ ବିଜୟ କୁମାର ପଟ୍ଟନାୟକଙ୍କୁ  ଅପସାରଣ କରି ଏହି ପଦବୀ ମଣ୍ଡିତ ହୋଇଥିଲେ। ତେବେ ନା ସେ ବିଧାନସଭାକୁ ନିର୍ବାଚିତ ହୋଇପାରିଲେ ନା ବିଜୟ ପଟ୍ଟନାୟକ। ଏପରିକି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ମଧ୍ୟ ନିର୍ବାଚନ ହାରିଥିଲେ। କଂଗ୍ରେସ ଏହି ନିର୍ବାଚନରେ ୧୪ଟି ଆସନ ଦଖଲ କରିଛି।

  • Odisha Daily News Live: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ। ଉପକୂଳ ଠୁ ଉପାନ୍ତ ସବୁଠି ଗରମ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଭଲ ଖବର ଦେଇଛି। ଆଜି ଉପକୂଳ ଓଡି଼ଶାରେ ବର୍ଷା ହୋଇପାରେ।  ବର୍ଷା ସହିତ ବିଜୁଳି ଓ ଘଡଘଡି଼ ବି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  କାଳବୈଶାଖି ପ୍ରଭାବରେ  ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା କହିତ ପବନ ବହିପାରେ ନେଇ ବିଭାଗ ପକ୍ଷରୁ କୁହାଯାଇଛି।  ବାଲେଶ୍ବର, ଯାଜପୁର,  ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ସମ୍ବଲପୁର,ଝାରସୁଗୁଡା, ବୌଦ୍ଧ ଓ ନୂଆପଡାରେ ବର୍ଷା ସମ୍ଭାବନା ରହିଛି।  ଉପକୂଳ ଓଡି଼ଶାର କିଛି ସ୍ଥାନରେ ଆଜି ଗୁଳୁଗୁଳି ହୋଇପାରେ। ୧୨ ତାରିଖରେ ପଶ୍ଚିମ ଓଡି଼ଶାରେ ଗ୍ରୀଷ୍ମ ପ୍ରବାହ ବହିବ।  ଝାରସୁଗୁ଼ଡା, ସମ୍ବଲପୁର , ବୌଦ୍ଧ  ଓ ନୂଆପଡାରେ ଗ୍ରୀଷ୍ମ ପ୍ରବାହ ବହିବ। ଉପକୂଳର ବିଭିନ୍ନ ସ୍ଥାନରେ କାଳବୌଶାଖି ପ୍ରଭାବରେ ବର୍ଷା ଜାରି ରହିବ। 

  • Odisha News Live Updates: ମୋଦୀ ୩.୦: ରବିବାର ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ
     କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥର ମୋଦୀ କ୍ୟାବିନେଟରେ ପୂର୍ବ ସରକାରରେ ମନ୍ତ୍ରୀ ଥିବା ପ୍ରାୟ ୨୦ ଜଣ (ବିଜୟୀ/ପରାଜିତ )ନେତାଙ୍କୁ ସ୍ଥାନ ମିଳିନାହିଁ। ବିଜେପି ଏଥର ଏକାକୀ ସଂଖ୍ୟାଗରିଷ୍ଠତାଠାରୁ ଯଥେଷ୍ଟ ଦୂରରେ ରହିଛି। କ୍ୟାବିନେଟରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ନୂଆ ସରକାରରେ ସହଯୋଗୀ ଦଳମାନଙ୍କୁ ପ୍ରାୟ ଏକ ଡଜନ ମନ୍ତ୍ରଣାଳୟ ଆବଣ୍ଟନ କରାଯାଇଛି। ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର ଏବଂ ନାରାୟଣ ରାଣେ ମୋଦୀ ୩.୦ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି।

  • Odisha News Live Updates: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ବିଜେପିର ଦୁଇ ପର୍ଯ୍ୟବେକ୍ଷକ ନିଯୁକ୍ତ
    କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବେ ତାରି ଉପରେ ସମସ୍ତଙ୍କ ନଜର। ଏହାରି ଭିତରେ ଯେତେେବେଳ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେଇସାରିଛନ୍ତି। ଏଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ଦୁଇ ପର୍ଯ୍ୟବେକ୍ଷକ ବିଜେପି ମଧ୍ୟ ନିଯୁକ୍ତ କରାଯାଇଛି। ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପିନ୍ଦର ଯାଦବଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ତାହା ଏହି ଦୁଇ ନେତା ନିର୍ଣ୍ଣୟ କରିବେ।

  • Odisha News Live Upadtes: ଓଡ଼ିଶାର ଅସ୍ମିତା ହାସଲ କରିବାକୁ ପଡ଼ିବ: ‌ସୌମ୍ୟରଞ୍ଜନ
    ଚଳିତ ନିର୍ବାଚନରେ ଓଡ଼ିଶାର ଅସ୍ମିତା ମୁଖ୍ୟ ପ୍ରସଙ୍ଗ ହେଲା। କେବଳ ଉଚ୍ଚାରଣରେ ଅସ୍ମିତା କ‌ହିଲେ ଚଳିବ ନାହିଁ। ଆଚରଣରେ କିପରି ଅସ୍ମିତା ଦେଖାଉଛନ୍ତି, ତାହା ଦେଖିବାକୁ ପଡ଼ିବ ବୋଲି ସମ୍ବାଦ ସାହିତ୍ୟଘରର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଜି ଦାନଗଦୀ ବ୍ଲକ୍‌ ସମ୍ବାଦ ସାହିତ୍ୟଘରର ଅଷ୍ଟମ ବାର୍ଷିକୋତ୍ସବରେ ଉଦ୍‌ଘାଟକ ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିବା ସହ ସାହିତ୍ୟିକ, ସାମ୍ବାଦିକମାନେ ସାଧାରଣ ଜନତାର ଆଭିମୁଖ୍ୟ ଆକଳନ କରିବାରେ ବିଫଳ ହୋଇଛନ୍ତି ବୋଲି ଚଳିତ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ବୋଲି ଟିପ୍ପଣୀ ଦେଇଥିଲେ। ଓଡ଼ିଆ ଅସ୍ମିତାକୁ ନେଇ ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ସେ ସମୟରେ ନାଗରିକ ସମାଜ କିମ୍ବା ଗଣମାଧ୍ୟମ ନିଜର ଭୂମିକା ଠିକ୍‌ ଭାବେ ନିର୍ବାହ କରିନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। 

  • Odisha News Live Updates: କାନ୍ନାଡାରେ ଭାରତୀୟ ମୂଳ ଯୁବକଙ୍କୁ ଗୁଳି ମାରି ହତ୍ୟା
    ପଞ୍ଜାବର ଲୁଧିଆନାର ଜଣେ ଭାରତୀୟ ମୂଳ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତ ଜଣକ ହେଲେ ଯୁବରାଜ ଗୋୟଲ। ସେ ୨୦୧୯ ମସିହାରେ ଭିସା ନେଇ କାନାଡାରେ ପହଞ୍ଚିଥିଲେ ଏବଂ ନିକଟରେ ସେ କାନଡୀୟ ସ୍ଥାୟୀ ବାସିନ୍ଦା ମାନ୍ୟତା ପାଇଥିଲେ। ୨୮ ବର୍ଷୀୟ ଯୁବରାଜ ଜଣେ ସେଲ୍‌ ଏକ୍‌ଜିକ୍ୟୁଟିଭ୍‌ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପିତା ରାଜେଶ ଗୋୟଲ ଏକ କାଠ ବ୍ୟବସାୟ କରୁଥିବାବେଳେ ତାଙ୍କ ମା ଶକୁନ ଗୋୟଲ ଜଣେ ଗୃହିଣୀ ଅଟନ୍ତି। ଯୁବରାଜଙ୍କର କୌଣସି ଅପରାଧିକ ରେକର୍ଡ ନଥିବା ଜଣାପଡିଥିଲା ​​ଏବଂ ତାଙ୍କ ହତ୍ୟାକାଣ୍ଡର କାରଣ ଜାଣିବାକୁ ଅନୁସନ୍ଧାନ ଜାରି ରହିଛି ବୋଲି ରୟାଲ କାନାଡୀୟ ପୁଲିସ କହିଛି।

  • Odisha News Live Updates: କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡି଼ବେ ଏହି ରାଶିର ଲୋକେ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?
    ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୧୦ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

  • Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link