Odisha News: ଏଇଠି ଶସ୍ତାରେ ମିଳୁଛି ଇଲିସି, କିଲୋ ୨୫୦
Advertisement
Article Detail0/zeeodisha/odisha2426496

Odisha News: ଏଇଠି ଶସ୍ତାରେ ମିଳୁଛି ଇଲିସି, କିଲୋ ୨୫୦

Odisha News: ଜାଲରେ ପଡୁଛି ପ୍ରଚୁର ଇଲିସି। ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ସମୁଦ୍ରରେ ମତ୍ସଜୀବୀଙ୍କ ଜାଲରେ ପ୍ରଚୁର ପରିମାଣରେ ଇଲିସି ମାଛ ପଡୁଥିବା ବେଳେ ଓଡିଶା ସମୁଦ୍ରରେ ମତ୍ସଜୀବୀ ନିରାଶ । 

Odisha News: ଏଇଠି ଶସ୍ତାରେ ମିଳୁଛି ଇଲିସି,  କିଲୋ ୨୫୦

Odisha News: ଜାଲରେ ପଡୁଛି ପ୍ରଚୁର ଇଲିସି। ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ସମୁଦ୍ରରେ ମତ୍ସଜୀବୀଙ୍କ ଜାଲରେ ପ୍ରଚୁର ପରିମାଣରେ ଇଲିସି ମାଛ ପଡୁଥିବା ବେଳେ ଓଡିଶା ସମୁଦ୍ରରେ ମତ୍ସଜୀବୀ ନିରାଶ । ଅବପାତ ଜନିତ ବର୍ଷାରେ ବଙ୍ଗୋପସାଗରରେ ମାଛର ରାଣୀ ଇଲିସି ଏବେ ପଶ୍ଚିମବଙ୍ଗ ମତ୍ସଜୀବୀଙ୍କୁ ମାଲେମାଲ କରୁଛି । ଦିଘା ସ୍ଥିତ ଆନ୍ତରାଜ୍ୟ ମାଛ ବଜାରରେ ଟନ ଟନ ଇଲିଶି ବିକ୍ରି ହେଉଛି ।  ଛୋଟ ଇଲିସି ୨୫୦ ଟଙ୍କା କିଲୋରୁ ଆରମ୍ଭ ହୋଇ କେଜିକିଆ ଇଲିସି ୮ଶହ ଟଙ୍କାରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । 

ALSO READ: Shani Budh Yuti 2024: ଶନି-ବୁଧଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ଦ୍ବି-ଗୁଣିତ ଲାଭ ସାଙ୍ଗକୁ...

ALSO READ: Surya Gochar 2024: ସେପ୍ଟେମ୍ବର ୧୬ରେ କନ୍ୟାକୁ ଚଳନ କରିବେ ସୂର୍ଯ୍ୟ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

ଗ୍ରାହକ ମାନେ ମଧ୍ୟ କିଲୋ କିଲୋ ଘରକୁ ନେଉଥିବା ବେଳେ ବାହାର ବଜାରକୁ ମଧ୍ୟ ରପ୍ତାନି ହେଉଛି । ତେବେ ନିକଟରେ ଥିବା ଓଡିଶା ସମୁଦ୍ର କୂଳ ତାଳସାରୀ, କୀର୍ତ୍ତନିଆ, ଖଡ଼ିବିଲ ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରରେ ଜୀବିକା କରୁଥିବା ଓଡ଼ିଆ ମତ୍ସଜୀବୀ ମାନଙ୍କ ଜାଲରେ ଇଲିସି ପଡ଼ୁ ନଥିବାରୁ ଏମାନେ ନିରାଶ ହେଉଛନ୍ତି ।  ତେବେ ଓଡିଶା ଉପକୂଳରେ ପାଣିପାଗର ପରିବର୍ତ୍ତନ ନା ମାଛର ଅନିୟମିତ ପ୍ରଜଜନ ଏଥିପାଇଁ ଦାୟୀ ତାହା ଏବେ ଗବେଷଣା ସାପେକ୍ଷ ।