Odisha News: ତୃଟିପୂର୍ଣ୍ଣ ଚିକିତ୍ସାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା
Advertisement
Article Detail0/zeeodisha/odisha2426547

Odisha News: ତୃଟିପୂର୍ଣ୍ଣ ଚିକିତ୍ସାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

Odisha News: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। 

Odisha News: ତୃଟିପୂର୍ଣ୍ଣ ଚିକିତ୍ସାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

Odisha News: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ଘଟଣାରୁ ପ୍ରକାଶ ଯେ, କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନିହାଲ ସିଂ ଛକ ନିକଟରେ ରହୁଥିବା ସୁରେଶ ସ୍ୱାଇଁ ଙ୍କପୁତ୍ର ବିକାଶ (୨୪)ବର୍ଷର ଜ୍ୱରରେ ପୀଡିତ ହୋଇଥିଲେ। ପରେ ପରିବାର ଲୋକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଷ ମେଡ଼ିସିନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। 

ସନ୍ଧ୍ୟାରେ ଡାକ୍ତର ପିକେ ମିଶ୍ରଙ୍କ ପରାମର୍ଶ ଅନୁଯାୟୀ ଷ୍ଟାଫ ନର୍ସ ଇଞ୍ଜେକେସନ ଦେବାର ମାତ୍ର କେଇ ମିନିଟ ପରେ ମୃତ୍ୟୁ ହୋଇଥିଲା । ଏହା ପରେ ଶହ ଶହ ଯୁବକ ଓ ମୃତକଙ୍କ ନିକଟ ସମ୍ପର୍କୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଂଚି ପ୍ରତିବାଦ କରିବା ସହ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଫୋର୍ସ ମେଡିକାଲରେ ପହଂଚି ପରିସ୍ଥିତି ଉପରେ ନଜର ରଖିଥିଲେ। ଏ ନେଇ ଡାକ୍ତରଖାନା ପକ୍ଷରୁ କାହାରି ପ୍ରତିକ୍ରିଆ ମିଳିପାରିନାହିଁ।