Odisha News live updates: ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି, ପଢ଼ନ୍ତୁ ଆଜିର ସମସ୍ତ ବଡ଼ ଖବର

Jagdish Barik Wed, 12 Jun 2024-10:01 pm,

Odisha CM Mohan Majhi’s oath-taking ceremony live: ଓଡ଼ିଶାରେନୂଆ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦୁଝର ବିଧାୟକ ମୋହନ ମାଝି ଆଜି ଶପଥ ନେଉଛନ୍ତି । ୨୪ ବର୍ଷ ପରେ ଓଡ଼ିଶା ଏକ ନୂଆ ସରକାର ଦେଖିବ। ବୁଧବାର ଦିନ ଅପରାହ୍ନ ୪ଟା ୪୫ରେ ମୋହନ ମାଝି ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ହେବି ୱେଟ୍ ସାମିଲ୍ ହେବେ। ଏହି ଶପଥ ସମାରୋହର ସମସ୍ତ ଟିକିନିଖି ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ।

नवीनतम अद्यतन

  • CM Mohan Majhi First Cabinet Meeting: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ଶପଥ ଗ୍ରହଣ ଉତ୍ସବ ପରେ ଆଜି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ଲୋକସେବା ଭବନରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ଆଲୋଚନା ହୋଇଛି । ସେଗୁଡିକ ମଧ୍ୟରେ ରହିଛି ଶ୍ରୀମନ୍ଦିର ୪ଦ୍ୱାର ଖୋଲିବା ପ୍ରସଙ୍ଗ, ଶ୍ରୀମନ୍ଦିର ପରିଚାଳନା ନିମନ୍ତେ ୫ଶହ କୋଟି ଟଙ୍କାର କର୍ପସ ପାଣ୍ଠି, ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ନୀତି, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ।

     

  • Kuwait fire Update: କୁଏତ ଅଗ୍ନିକାଣ୍ଡ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଏତ ଗସ୍ତ ପାଇଁ ବୈଦେଶିକ ରାଜ୍ୟ ମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୁଏତର ଏକ ଆବାସିକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଯୋଗୁଁ ବହୁ ସଂଖ୍ୟାରେ ଭାରତୀୟଙ୍କ ମୃତ୍ୟୁ ଓ ଆହତଙ୍କୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ରିଲିଫ କାର୍ଯ୍ୟ ଉପରେ ନଜର ରଖିବା ଏବଂ କୁଏତ ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ବୈଦେଶିକ ରାଜ୍ୟ ମନ୍ତ୍ରୀ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

  • Mohan Majhi first Cabinet Meeting: ରାଜ୍ୟରେ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ ମିଟିଂ ଆରମ୍ଭ ହୋଇଛି। ଏହି ବୌଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଧ୍ୟକ୍ଷତା କରୁଛନ୍ତି। ବୈଠକରେ ୨ ଉପମୁଖ୍ୟମନ୍ତ୍ରୀ ଓ ସମସ୍ତ କ୍ୟାବିନେଟ ମନ୍ତ୍ରୀ ସାମିଲ ଅଛନ୍ତି।

  • Kuwait Fire Helpline Number: କୁଏତରେ ୪୦ ଜଣ ଭାରତୀୟଙ୍କର ମୃତ୍ୟୁ, ଭାରତ ସରକାର ପ୍ରିୟଜନଙ୍କୁ ଖୋଜିବା ପାଇଁ ଜାରି କଲେ ହେଲ୍ପଲାଇନ ନମ୍ବର

  • Odisha News live updates: ରଣପୁର ବିଧାୟିକା ସୁରମା ପାଢୀ ହେବେ ରାଜ୍ୟର ନୂତନ ବାଚସ୍ପତି

  • Odisha News live updates: ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏବଂ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡ଼ା

  • Odisha CM Mohan Majhi’s oath-taking ceremony live: ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦୁଝର ବିଧାୟକ ମୋହନ ମାଝି ଆଜି ଶପଥ ନେଉଛନ୍ତି। ଏଠାରେ ଦେଖନ୍ତୁ ଶପଥ ସମାରେହର ସିଧାସଳଖ ଦୃଶ୍ୟ:

     

     

     

  • Odisha CM Mohan Majhi’s oath-taking ceremony live: ମୋହନ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ବିଭିନ୍ନ ନେତା ମାନଙ୍କୁ କଲ୍ ଯିବା ଆରମ୍ଭ କରିଛି। ଏହି କ୍ରମରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପାରାଦୀପ ବିଧାୟକ ସଂପଦ ସ୍ବାଇଁ, ମୋରଡ଼ା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର, ଧାମନଗର ବିଧାୟର ସୂର୍ଯ୍ୟବଂଶୀ ସୂରଜ, ଗୋପାଳପୁର ବିଧାୟକ ବିଭୁତି ଜେନାଙ୍କ ପାଖକୁ ବି ଫୋନ୍‌ ଆସିଥିବା ସୂଚନା ରହିଛି।

     

  • Odisha CM Mohan Majhi’s oath-taking ceremony live: ଭୁବନେଶ୍ୱରରେ ପହଞ୍ଚିଲେ ମୋଦି, ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବରେ ହେବେ ସାମିଲ

  • Odisha News Live updates: ଛୁଟି ନିୟମ ବଦଳିଲା
    ଛୁଟି ନିୟମ ବଦଳିଲା: ନୂଆ ସରକାରଙ୍କ ଦାୟିତ୍ୱଗ୍ରହଣ ପରିପ୍ରେକ୍ଷୀରେ ସରକାରୀ ଅଧିକାରୀଙ୍କ ଉପରେ ଲାଗିଥିବା କଟକଣାକୁ କେହଳ କରିଛନ୍ତି ସରକାର। ଏଥିନେଇ ସାଧାରଣ ପ୍ରଶାସନ ପକ୍ଷରୁ ପୁଣିଥରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ୩୦ ତାରିଖ ଯାଏ  ଯେଉଁମାନେ ସରକାରୀ ଅଧିକାରୀମାନେ ଛୁଟି ଚାହୁଁଛନ୍ତି ସେମାନଙ୍କୁ ଛୁଟି ମିଳିବ କିନ୍ତୁ ଜରୁରୀକାଳୀନ ସ୍ଥିତିରେ ସେମାନଙ୍କୁ ଅଫିସ ଆସିବାକୁ ହେବ। ଏଥିଲାଗି ସେମାନେ ନିଜର ମୋବାଇଲ ଫୋନ ଚାଲୁ ରଖିବା ଲାଗି କୁହାଯାଇଛି। ପୁର୍ବରୁ ୩୦ ତାରିଖ ଯାଏ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିଲା। ଅଧିକାରୀଙ୍କୁ ମୁଖ୍ୟାଳୟ ଛାଡ଼ିବା ଉପରେ କଟକଣା ଲାଗୁ କରାଯାଇଥିଲା।

  • Odisha News Live Updates: ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୋଦୀଙ୍କୁ ଆଲିଙ୍ଗନ କଲେ ନାଇଡୁ
    ଆଜି ସକାଳେ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଚନ୍ଦ୍ରବାବୁ ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏକ ବିଶେଷ ମୁହୂର୍ତ୍ତ ବିତାଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ତାଙ୍କ ଶପଥ ଗ୍ରହଣ ପରେ ନାଇଡୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ଯାଇଥିଲେ ଉଭୟ ଉଭୟଙ୍କୁ ଏକ କଡ଼ା ଆଲିଙ୍ଗନ (ଟାଇଟ୍‌ ହଗ୍‌) କରିଥିଲେ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଶପଥ ଗ୍ରହଣ ସମାରୋହରେ ଅମିତ ଶାହା, ନିତିନ ଗଡକରୀ ଏବଂ ଜେପି ନଡ୍ଡାଙ୍କ ସହ ତାଙ୍କର ଅନେକ କ୍ୟାବିନେଟ ସହକର୍ମୀ ଯୋଗ ଦେଇଥିଲେ।

  • Odisha News Live Updates: ଜନତା ମୈଦାନରେ ବ୍ୟାପକ ସୁରକ୍ଷା
    ଲକ୍ଷାଧିକ ଲୋକ ଏବଂ ହଜାର ହଜାର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ନୂଆ ସରକାର ଶପଥ ଗ୍ରହଣ କରିବେ । ଗହଳିକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ସମାରୋହରେ ସାମିଲ ହେବାକୁ ଓଡିଶା ଆସୁଛନ୍ତି । ସେହିପରି ୯ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ । ତେଣୁ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।

  • Odisha News Live Updates:  ଓଡିଶାରେ ପହଞ୍ଚୁଛନ୍ତି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ
    ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡିଶା ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସା, ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓଡିଶାରେ ଆସି ପହଞ୍ଚିସାରିଛନ୍ତି। ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ନେଇ ସୂଚନା ରହିଛି ।ଏହାବାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ମଧ୍ୟ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବେ । ଅପରାହ୍ନ ୪ଟା ୪୫ ମିନିଟ୍ ସମୟରେ ଜନତା ମୈଦାନରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବାବେଳେ, ମୋହନ ମାଝୀଙ୍କ ସହ ତାଙ୍କ ମନ୍ତ୍ରୀ ମଣ୍ଡଳ ପଦ ଓ ଗୋପନୀୟତାର ଶପଥ ପାଠ କରିବେ ।

  • Odisha News Live Udpates: ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଜାମିନ
    ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନିୟମିତ ଜାମିନ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଜାମିନ ଉପରେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ। ଏନେଇ ସୂଚନା ଦେଇଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଲାଗି ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। ପୂର୍ବରୁ ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ  ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଥିଲା। ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ୍ ତାଙ୍କୁ ଏହି ଜାମିନ ପ୍ରଦାନ କରିଥିଲେ। ୯ ତାରିଖରୁ ତାଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଥିଲା। ତିନି ଦିନିଆ ଅନ୍ତରୀଣ ଦେଇଥିଲେ ଖୋର୍ଦ୍ଧା ଏଡିଜେ-୧ କୋର୍ଟ। ଶପଥ ଗ୍ରହଣ, ମେଡିକାଲ ଗ୍ରାଉଣ୍ଡ ଓ ଦଶାହ କ୍ରିୟା ପାଇଁ ଜାମିନ ଆବେଦନ ହୋଇଥିଲା।

  • Odisha News Live Updates: ଇଟାଲୀ ଯିବେ ପ୍ରଧାନମନ୍ତ୍ରୀ
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ମଙ୍ଗଳବାରଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ମୋଦୀ ୩.୦ ର ପଦକ୍ଷେପରୁ ଏହା ସ୍ପଷ୍ଟ ହୋଇଛି ଯେ ତୃତୀୟ କାର୍ଯ୍ୟକାଳରେ ଜାତୀୟ ସୁରକ୍ଷା ସରକାରଙ୍କ ପ୍ରଥମ ପ୍ରାଥମିକତା ହେବ। ତେଣୁ ନିଜର ତୃତୀୟ ପାଳି କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ବିଦେଶ ଗସ୍ତ ଭାବେ ଆସନ୍ତା ୧୩ ତାରିଖରେ ଇଟାଲୀ ଯିବେ। ଜୁନ୍ ୧୩ ରେ ଇଟାଲୀରେ ଜି-୭ ବୖଠକ ଅନୁଷ୍ଠିତ ହେବ। ଏହି ସଭାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଇଟାଲୀ ଯିବେ। ଏହି ସମୟ ମଧ୍ୟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଇଟାଲୀ ଯିବେ। ଶପଥ ଗ୍ରହଣ କରିବା ପରେ ଏହା ମୋଦୀଙ୍କର ପ୍ରଥମ ବିଦେଶ ଗସ୍ତ ହେବ। ଜି-୭ ପ୍ଲାଟଫର୍ମରେ ନରେନ୍ଦ୍ର ମୋଦୀ କେଉଁ ପ୍ରସଙ୍ଗରେ ଆଲୋଚନା କରିବେ ତାହା ଉପରେ ଅନ୍ତର୍ଜାତୀୟସ୍ତରରେ ସମସ୍ତଙ୍କର ନଜର ରହିଛି।

  • Odisha News Live Updates: ବିମାନ ଦୁର୍ଘଟଣାରେ ମାଲୱି ଉପରାଷ୍ଟ୍ରପତିଙ୍କ ସମେତ ୯ ମୃତ
    ପୂର୍ବ ଆଫ୍ରିକୀୟ ଦେଶ ମାଲୱିର ୫୧ ବର୍ଷିୟ ଉପରାଷ୍ଟ୍ରପତି ସାଉଲୋସ କ୍ଲାସ ଚିଲିମାଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ସହ ବିମାନରେ ଥିବା ଆଉ ୯ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୋମବାରଠୁ ଏହି ବିମାନଟି ନିଖୋଜ ଥିଲା। ମାଲୱି ରାଷ୍ଟ୍ରପତି ଲାଜାରସ ଚକୱେରା ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି। ଦେଶର ଉତ୍ତର ପାର୍ବତ୍ୟ ଜଙ୍ଗଲରେ ମଲାୱୀର ଉପରାଷ୍ଟ୍ରପତି ସୋଲସ ଚିଲିମା ଏବଂ ପୂର୍ବତନ ପ୍ରଥମ ମହିଳା ଶାନିଲ ଡିଜିମିରିଙ୍କୁ ନେଇ ଏକ ସାମରିକ ନିଖୋଜ ବିମାନକୁ ସୈନିକମାନେ ଖୋଜିଥିଲେ ବୋଲି ରାଷ୍ଟ୍ରପତି ଲାଜାରସ ଚକୱେରା ସୋମବାର କହିଛନ୍ତି। ସୋମବାରଠୁ ଦକ୍ଷିଣ ପୂର୍ବ ଆଫ୍ରିକାର ମାଲୱିର ଉପ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ଏକ ବିମାନ ନିଖୋଜ ଥିଲା।

  • Odisha News LIve Updates: ମୁଁ ବିଜେପିର ଜଗୁଆଳୀ: ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ
    ପ୍ରଶାନ୍ତ ଜଗଦେବ ବିଧାୟକ ନୁହେଁ, ସେ ବିଜେପିର ଜଗୁଆଳୀ। ଆଜି ବିଜେପିର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ ପୂର୍ବରୁ ଏଭଳି କହିଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ। ସେ କହିଛନ୍ତି, ଆଜି ବିଜେପିର ପ୍ରତିଟି ଓଡ଼ିଶାବାସୀଙ୍କ ପାଇଁ ଦୀପାବଳି। ଓଡ଼ିଶାର ପ୍ରତି ଘରେ ବିଜେପିର ପତାକା ଲଗାଇବାକୁ ଦଳ କର୍ମୀମାନଙ୍କୁ କହିଛି। ମୁଁ ବାସ୍ନା ବାରିବା ପରେ ଜାଣିଥିଲି ଯେ ଏଥର ଓଡ଼ିଶାରେ ବିଜେପି ସରକାର। ବିଜେପିର ସମସ୍ତ ମୋର୍ଚ୍ଚା ଓ ଆମର ମୂଳ ସଂଗଠନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ଖୁସି ଅଛନ୍ତି।

  • Odisha News Live Updates: ନବୀନଙ୍କୁ ଭେଟିଲେ ମୋହନ
    ନବୀନ ନିବାସରେ ତାଙ୍କୁ ଭେଟିବା ପରେ ଶ୍ରୀ ମାଝି କହିଛନ୍ତି  ‘ସରକାର ପରିବର୍ତ୍ତନ ହେବାକୁ ଯାଉଛି। ବିଜେପି ସରକାର ଗଠନ ପାଇଁ ଶପଥ ଗ୍ରହଣ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଯୋଗ ଦେବା ଲାଗି ନିମନ୍ତ୍ରଣ କରିବାକୁ ମୁଁ ତାଙ୍କ ( ନବୀନଙ୍କ) ବାସଭବନକୁ ଆସିଥିଲି ଏବଂ ନୂଆ ସରକାରକୁ ଆଶୀର୍ବାଦ ଦେବାକୁ ସେ ସମ୍ମତି ପ୍ରକାଶ କରିଛନ୍ତି। ସେ ନିଶ୍ଚିତ ଭରାବେ ଉପସ୍ଥିତ ରହିବେ ବୋଲି କହିଛନ୍ତି ମୋହନ ମାଝି’।

  • Odisha News Live Updates: ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ
    ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କଲେ ଚନ୍ଦ୍ରବାବୁ ନାଇଡ଼ୁ। ପଦ ଓ ଗୋପନୀୟତାର ଶପଥ ସେ ତେଲୁଗୁ ଭାଷାରେ ଗ୍ରହଣ କରିଛନ୍ତି। ତୃତୀୟଥର ପାଇଁ ଶ୍ରୀ ନାଇଡ଼ୁ ଶପଥ ଗ୍ରହଣ କରିଛନ୍ତି। ଏହି ସମାବେଶରେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିଛନ୍ତି।  ତାଙ୍କ ସହ ୨୪ ଜଣ ଅନ୍ୟ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମୁଦାୟ ଶପଥଗ୍ରହଣ ସମାବେଶ ତେଲୁଗୁ ଭାଷାରେ ପରିଚାଳନା କରାଯାଇଛି।

  • Odisha News Live Updates: ଶ୍ରୀଜିଉଙ୍କ ଦର୍ଶନ କରିବେ ରାଜନାଥ
    ପୁରୀରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ତାଙ୍କ ସହ ପୁରୀ ସାଂସଦ ସମ୍ବିତ ପାତ୍ର ବି ରହିଛନ୍ତି।   ଆଜି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାବେଶରେ ସେ ଯୋଗ ଦେବେ। ଗତକାଲି ମୁଖ୍ୟମନ୍ତ୍ରୀ ଚୟନ ବେଳେ ଶ୍ରୀ ସିଂହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।

  • Odisha News Live Updates: ୨୪ରେ ଲୋକସଭା ଅଧିବେଶନ, ୨୭ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ
    ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଏହା ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ହେବ। ଯେଉଁଥିରେ ନବ ନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ। ଏହା ଜୁଲାଇ ୩ ତାରିଖ ଯାଏ ଚାଲିବ। ପ୍ରଥମ ତିନିଦିନରେ ଶପଥଗ୍ରହଣ ଶେଷ ହେବ। ଏହି ସମୟରେ ନୂତନ ବାଚସ୍ପତିଙ୍କ ନିର୍ବାଚନ ହେବ। ଏହାପରେ ୨୭ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ସଦନର ସଦସ୍ୟଙ୍କ ଆଗରେ ବକ୍ତବ୍ୟ ରଖିବେ। ଏହି ଅଭିଭାଷଣରେ ଆସନ୍ତା ୫ ବର୍ଷ ଲାଗି ସରକାରଙ୍କ ଯୋଜନା, ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ବର୍ଣ୍ଣନା କରିବେ। ଏଥିନେଇ ଜୁନ୍‍ ୨୭ ତାରିଖ ଦିନ ରାଜ୍ୟସଭାର ୨୬୪ତମ ଅଧିବେଶନ ଡକାଯାଇଛି। ସଂସଦର ଏହି ଅଧିବେଶନ ସମ୍ପର୍କରେ ନୂଆକରି ଦାୟିତ୍ୱ ନାଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‍ ରିଜିଜ୍ଜୁ ତାଙ୍କ ସୋଶାଲ ମିଡିଆ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି।

     

  • Odisha News Live Updates: ନବୀନ ନିବାସ ଯିବେ ମୋହନ ମାଝୀ
    ନବୀନ ନିବାସ ଯିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ନୂଆ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହା ସହିତ ଗରୀବ ଓ ଅଟୋ ଚାଳକଙ୍କୁ ଭେଟିଛନ୍ତି। 

  • Odisha News Live Updates: ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ
    ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ କରିଛନ୍ତି ମୋହନଚରଣ ମାଝି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ଶ୍ରୀ ମାଝି। ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ରହିଛନ୍ତି।

  • Odisha News Live Updates: ଉପେନ୍ଦ୍ର ଦ୍ବିବେଦୀ ନୂଆ ସେନା ମୁଖ୍ୟ
    ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ନୂତନ ସ୍ଥଳସେନା ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି।କେନ୍ଦ୍ର ସରକାର ଦ୍ଵିବେଦୀଙ୍କୁ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି।ବର୍ତ୍ତମାନର ସେନାର ମୁଖ୍ୟ ଥିବା ଜେନେରାଲ ମନୋଜ ସି ପାଣ୍ଡେ ଜୁନ୍ ୩୦ ରେ ଅବସର ନେଉଛନ୍ତି। ଉପେନ୍ଦ୍ର ଦ୍ୱିବେଦୀ ବର୍ତ୍ତମାନ ସ୍ଥଳସେନା ର ଉପମୁଖ୍ୟ ଥିବାବେଳେ  ଆସନ୍ତା ଜୁନ୍ ୩୦ ଅପରାହ୍ନରେ ସେ ସେନା ମୁଖ୍ୟ ଭାବରେ କାର୍ଯ୍ୟଭାର। ଗ୍ରହଣ କରିବେ।

  • Today Horoscope: ମେଷ, ତୁଳା ରାଶିର ବ୍ୟକ୍ତିଙ୍କୁ ମିଳିବ ଅପାର ସଫଳତା, ଜାଣିନିଅନ୍ତୁ କଣ କହୁଛି ଆପଣଙ୍କ ଆଜିର ରାଶିଫଳ
    ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୧୨ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

  • Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link