Odisha Daily News Live: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Prabhudatta Moharana Sat, 22 Jun 2024-11:04 pm,

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • Odisha Daily News Live: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଡିଜି ପଦବୀରୁ ହଟିଲେ ସୁବୋଧ କୁମାର।ତାଙ୍କ ସ୍ଥାନରେ କେନ୍ଦ୍ରୀୟ ସଚିବ ଆଇଏଏସ୍ ପ୍ରଦୀପ ସିଂହ ଖରୋଲାଙ୍କୁ ନିଯୁକ୍ତି ଦିଆଯାଇଛି।

  • Odisha Daily News Live: NEET-PG ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ ଖୁବଶୀଘ୍ର ପରୀକ୍ଷା ପାଇଁ ଆଉ ଏକ ନୂଆ ତାରିଖ ଘୋଷଣା କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ପରୀକ୍ଷା ଜୁନ୍ ୨୩ ରବିବାର ଦିନ ଅନୁଷ୍ଠିତ ହେବାର ଥିଲା। କିଛି ପ୍ରତିଯୋଗିତାମୂଳକ ପରୀକ୍ଷାର ଉପରେ ହୋଇଥିବା ଅଭିଯୋଗକୁ ଧ୍ୟାନରେ ରଖି ଜାତୀୟ ପରୀକ୍ଷା ବୋର୍ଡ (NTA) ଦ୍ୱାରା ପରିଚାଳିତ NEET-PG ପ୍ରବେଶିକା ପରୀକ୍ଷଣର ଦୃଷ୍ଟତା ଉପରେ ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

  • Odisha Daily News Live: ଅସ୍ଥିର ରହୁଥିବା ପେଟ୍ରୋଲ, ଡିଜେଲ, ଏଲପିଜି ଏବଂ ବିମାନ ଇନ୍ଧନ ଜିଏସ୍‍ଟି ପରିସରଭୁକ୍ତ ହେବ କି? ଦୀର୍ଘ ଦିନ ଧରି ଏ ପ୍ରଶ୍ନ ପ୍ରତିଟି ଭାରତୀୟଙ୍କ ମନକୁ ଆକ୍ରାନ୍ତ କରିଛି। ତେବେ କେନ୍ଦ୍ର ସରକାର ଏଥିରେ ସହମତ ରହିଛନ୍ତି କିନ୍ତୁ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥାତ୍‍ ରାଜ୍ୟ ସଦରକାରମାନେ ଏକମତ ହେଲେ ପେଟ୍ରୋଲ ଡିଜୋଲ୍‍, ରନ୍ଧନ ଗ୍ୟାସ ଏବଂ ବିମାନ ଇନ୍ଧନ ସବୁକିଛି ଏକକ ଦ୍ରବ୍ୟ ଓ ସେବାକର ଅନ୍ତର୍ଭୁକ୍ତ ହେବ। 

  • Odisha Daily News Live: ରତ୍ନଭଣ୍ଡାର ଖୋଲାଯିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ହାତୀ ବେଶ ଦର୍ଶନ ପରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ରତ୍ନଭଣ୍ଡାର ଗଣତି ଦିନେ କି ଦୁଇ ଦିନର କାମ ନୁହେଁ ପୂର୍ବରୁ ୭୦ ଦିନ ଲାଗିଥିଲା ତେଣୁ ଏଥର ଲମ୍ବା ସମୟ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରାରମ୍ଭିକ ଆଲୋଚନା ସରିଛି ତେବେ ଖୋଲିବା ତାରିଖ ଶୀଘ୍ର ଜଣାଇବୁ ବୋଲି ମନ୍ତ୍ରୀ କହିଥିଲେ ।

  • Odisha Daily News Live: ଲାଞ୍ଚ ନେବା ଅଭିଯୋଗରେ CBI ପଞ୍ଝାରେ ପଡିଛନ୍ତି ଡାକ ବିଭାଗର ୨ ଅଧିକାରୀ । ବାରିପଦା ବଡ଼ସାହି ଉପଡାକଘରର ୨ ଅଧିକାରୀଙ୍କୁ ଗିରଫ ସିବିଆଇ ଗିରଫ କରିଛି । ପୋଷ୍ଟାଲ ଇନସ୍ପେକ୍ଟର ରୁବି ଦାସ ଏବଂ ଓଭରସିୟର ସୁଶାନ୍ତ ଦାସ ଗିରଫ ହୋଇଥିବା ସୂଚନା ମିଳିଛି । ଇନିକ୍ରିମେଣ୍ଟ ଟଙ୍କା କରାଇ ଦେବା ବାହାନାରେ ଜଣେ ଡାକ ସେବକଙ୍କ ଠାରୁ ୫୦ ହଜାର ଲାଞ୍ଚ ନେବା ସମୟରେ ସିବିଆଇ ରେଡ୍ କରିଛି ।

  • Odisha Daily News Live: ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବା OTET ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଆସନ୍ତା ୨୪ ତାରିଖରୁ OTET ପାଇଁ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଜୁନ୍ ୨୪ରୁ ଜୁଲାଇ ୫ ତାରିଖ ମଧ୍ୟରେ ଆବେଦନ କରିପାରିବେ।

  • Odisha Daily News Live: ଇଡ୍‌କୋକୁ ରିପୋର୍ଟ ତଲବ କରିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ରାଜ୍ୟରେ ଶିଳ୍ପ କ୍ଷେତ୍ରର ଷ୍ଟାଟସ, କେତେ ଜମି ବିକାଶ ହୋଇଛି ଏନେଇ ତଥ୍ୟ ମାଗିଛନ୍ତି । କେଉଁ ସଂସ୍ଥାକୁ କେତେ ଜମି ଦିଆଯାଇଛି, କେତେ ଶିଳ୍ପ ହୋଇଛି, କେତେ ଶିଳ୍ପ ବନ୍ଦ ହୋଇଛି, କେଉଁ କାରଣରୁ କେଉଁ ଶିଳ୍ପ ହୋଇନି ଏ ସମ୍ପର୍କରେ ପ୍ରଶ୍ନ କରିଛନ୍ତି । ଇଡ୍‌କୋରୁ ରିପୋର୍ଟ ଆସିବା ପରେ ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

  • Odisha Daily News Live: ଓଡ଼ିଶାର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଆଓ ନେକ୍ସଟ ୟା' ପୂର୍ବରୁ ଆନ୍ଥୋନୀ , କ୍ଲବ 69, ଫୋର, ଯାଯାବର, ଦଶମ ଭଳି ଅନେକ ୱେବ ସିରିଜ୍ ଓ ଚଳଚ୍ଚିତ୍ର ଦର୍ଶକମାନଙ୍କୁ ଭେଟି ଦେବା ପରେ  ପ୍ରଥମ ଥର ପାଇଁ ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଏକ ମଜାଦାର କମେଡି କାହାଣୀ "ଆୟୁଷ୍ମାନ ମସ୍ତରାମ୍" । ଅଧିକ ପଢ଼ନ୍ତୁ

  • ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦିଆଗଲା

    ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ଏହି ଅଧ୍ୟକ୍ଷ ମାନଙ୍କ ଯୋଗୁ ନିଗମ ଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

  • Odisha Daily News Live: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଗାଁକୁ ଫେରୁଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଗ୍ରାମବାସୀ ଏବେ ଗାଁକୁ ସଜେଇବାରେ ଲାଗିପଡିଛନ୍ତି । ଗାଁର ପୁଅ ଯେ ଦିନେ ମୁଖ୍ୟମନ୍ତ୍ରୀ ହେବ ଏହା ସଭିଙ୍କ କଳ୍ପନା ବାହାରେ ଥିବା ସମୟରେ ବର୍ତ୍ତମାନ ମୋହନ ମାଝୀଙ୍କ ପ୍ରିୟଜନ ଏବଂ ଗ୍ରାମବାସୀ ଅନେକ ଉତ୍ସାହିତ ଥିବା ଜଣାପଡିଛି । 

  • Odisha Daily News Live: ସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଲାଗି ରହିଛି ।

  • Odisha Daily News Live: ଉତ୍ତର କାଶ୍ମୀରର ବାରମୁଲ୍ଲା ସ୍ଥିତ ଉରି ଗୋହଲାନ ଅଞ୍ଚଳରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଖଣ୍ଡନ କରିଛନ୍ତି ଯବାନ । ଉରି ସେକ୍ଟରରେ LOC ନିକଟରେ ଦୁଇଜଣ ଆତଙ୍କବାଦୀ ଏନକାଉଣ୍ଟରରେ ଟଳି ପଡିଛନ୍ତି । ସୂଚନା ଅନୁଯାୟୀ ଉଭୟ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସମୟରେ ସୁରକ୍ଷାବାହିନୀଙ୍କ ଦୃଷ୍ଟିରେ ପଡିଥିଲେ । ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି।

  • Odisha Daily News Live: ବନ୍ୟା ନିୟନ୍ତ୍ରଣ ଲାଗି ଏବେଠୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଜଳ ସଂପଦ ବିଭାଗର ବିଳମ୍ବିତ ପ୍ରକଳ୍ପ ଶୀଘ୍ର ସାରିବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରେ ବିଭାଗୀୟ ସଚିବ ଅନୁ ଗର୍ଗ ଏନେଇ ସୂଚନା ଦେଇଛନ୍ତି । ୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ବଳ ନଦୀବନ୍ଧଗୁଡିକୁ ଅଧିକ ସୁଦୃଢ଼ କରିବା ଓ ସଜାଗ ରହିବାକୁ ନିର୍ଦ୍ଦେଶ ମିଳିଛି । 

  • Odisha Daily News Live: ବାରିପଦାରେ ବାଣ ଭିଡ଼ୁଥିବା ବେଳେ ଅଘଟଣ ଘଟିଛି । ଆଜବେଷ୍ଟସ୍ ଉଡିଯିବା ସହ ଜଣଙ୍କର ମୃତ୍ୟୁ ହୋଇଛି । ବୈସିଙ୍ଗା ଥାନା ବଡ଼ଗୋପାଳପୁର ଗାଁରେ ବାଣ ବିସ୍ଫୋରଣ ହୋଇଛି । ବାଣ ଭିଡ଼ୁଥିବା ବ୍ୟକ୍ତି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • Odisha Daily News Live: ଇଡ୍‌କୋକୁ ରିପୋର୍ଟ ତଲବ କରିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ରାଜ୍ୟରେ ଶିଳ୍ପ କ୍ଷେତ୍ରର ଷ୍ଟାଟସ, କେତେ ଜମି ବିକାଶ ହୋଇଛି ଏନେଇ ତଥ୍ୟ ମାଗିଛନ୍ତି । କେଉଁ ସଂସ୍ଥାକୁ କେତେ ଜମି ଦିଆଯାଇଛି, କେତେ ଶିଳ୍ପ ହୋଇଛି, କେତେ ଶିଳ୍ପ ବନ୍ଦ ହୋଇଛି, କେଉଁ କାରଣରୁ କେଉଁ ଶିଳ୍ପ ହୋଇନି ଏ ସମ୍ପର୍କରେ ପ୍ରଶ୍ନ କରିଛନ୍ତି । ଇଡ୍‌କୋରୁ ରିପୋର୍ଟ ଆସିବା ପରେ ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

  • Odisha News Live Updates: ପୁଅ ନା ରାକ୍ଷସ! ବାପା-ମା’ଙ୍କୁ ହତ୍ୟା କରି ବାଡ଼ିରେ ପୋତିଦେଲା
    ସିମୁଳିଆ ଥାନା ଗରସଙ୍ଗ ଗାଁରେ ପୁଅର ନୃଶଂସ କାଣ୍ଡ । ଜନ୍ମକଲା ବାପା-ମା’ଙ୍କୁ ହତ୍ୟା ପରେ ପୋତିଦେଲା ପୁଅ। ବାରି ପଛପଟୁ ଦୁର୍ଗନ୍ଧ ବାହାରିବାରୁ ବଢ଼ିଲା ସନ୍ଦେହ।ଭାଇକୁ ଦୁଇ ଭଉଣୀ ସନ୍ଦେହ କରିବାରୁ ମାଟି ଖୋଳା ଚାଲିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବାହାର କରୁଛି ପୋଲିସ। ସୂଚନା ଅନୁସାରେ, ଗରସଙ୍ଗ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘରେ ବାପା-ମା ଓ ପୁଅ ରହୁଥିଲେ। ମାତ୍ର ୪ଦିନ ହେବ ମା ଓ ବାପା ଉଭୟ ନିଖୋଜ ହୋଇଯାଇଥିଲେ। ଦୁଇ ଭଉଣୀ ସେମାନଙ୍କୁ ଖୋଜାଖୋଜି କରିଥିଲେ ବି ସେମାନଙ୍କର ପତ୍ତା ମିଳିନଥିଲା। ତେବେ ଭାଇ ମଧ୍ୟ ଘରେ ନଥିବା ଦୁଇ ଭଉଣୀ ଦେଖିଥିଲେ। ତାଙ୍କୁ ଫୋନ କଲେ ସୁଦ୍ଧା ସେ ଉଠାଇ ନଥିଲେ। ଏନେଇ ସନ୍ଦେହ ବଢିଥିଲା।

     

  • Odisha News Live Updates: ମଦ୍ୟପାନକୁ ନେଇ ସୋସାଇଟିର ସୁରକ୍ଷାକର୍ମୀ ଓ ବାସିନ୍ଦା ହାତାହାତି
    ଗୁରୁବାର ଦିନ ଗୁରୁଗ୍ରାମର ଏକ ପୋସ୍ ହାଉସିଂ ସୋସାଇଟିରେ ବାସିନ୍ଦା ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମଦ ପିଇବାକୁ ନେଇ ସଂଘର୍ଷ ଉପୁଜିଛି। ଉଭୟ ପକ୍ଷଙ୍କ ମଧ୍ୟରେ ଭୟଙ୍କର ଯୁକ୍ତିତର୍କ ହେଉଥିବାର ଦେଖିବାକୁ ମିଳିଛି। ଗୁରୁଗ୍ରାମର ସେକ୍ଟର ୯୫ରେ ଥିବା ଆଓଏଫ ଆନନ୍ଦ ସୋସାଇଟିର କମ୍ପ୍‌ଲେକସ ଅଞ୍ଚଳର ଜଣେ ସୁରକ୍ଷାକର୍ମୀ ମଦ ପିଇବାକୁ ନେଇ ଗୁରୁବାର ଦିନ ଆପତ୍ତି ଜଣାଇବା ପରେ ଏହି ଘଟଣା ଜଣାଯାଇଛି।

  • Deba Snana Purnima: ରତ୍ନ ସିଂହାସନ ଛାଡ଼ି ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି
    ରତ୍ନ ସିଂହାସନ ଛାଡ଼ି ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନବେଦୀରେ ମଙ୍ଗଳ ଆଳତି, ମଇଲମ, ଅବକାଶ ଓ ତଡ଼ପଲାଗି ନୀତି ଶେଷ ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ସ୍ନାନ ବେଦୀରେ ଦେଖିବାର ଅପୂର୍ବ ସୁଯୋଗ ପାଇଛନ୍ତି।  ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଭକ୍ତମାନେ ଭାବବିହ୍ବଳ ହୋଇପଡ଼ିଛନ୍ତି।

  • Odisha News Live Updates: CSIR UGC NETକୁ ସ୍ଥଗିତ କଲା NTA
    ନିଟ୍‌ ପେପର ଲିକ ପ୍ରସଙ୍ଗକୁ ନେଇ ସାରା ଦେଶରେ ହଇଚଇ ଜାରି ରହିଛି। ଏସବୁ ଭିତିରେ କାଉନସିଲ୍ ଅଫ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ବା CSIR ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ହୋଇଯାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ୱାରା ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ଏଜେନ୍ସି ପକ୍ଷରୁ ବିବୃତି ଜାରି କରି ସୂଚନା ଦିଆଯାଇଛି। ଏହି ପରୀକ୍ଷା ଆସନ୍ତା ୨୫ରୁ ୨୭ତାରିଖ ମଧ୍ୟରେ ହେବାର ଥିଲା। ତେବେ କିଛି ଅନିବାର୍ଯ୍ୟ କାରଣ ଓ ଲଜିଷ୍ଟିକ୍ କାରଣରୁ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ଏନଟିଏ କହିଛି। ଏଥିସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ପରୀକ୍ଷା ସ୍ଥଗିତ ରହିବ।

  • Odisha News Live Updates: ବାଲେଶ୍ବରରେ କର୍ଫ୍ୟୁ କଟକଣା ଆଂଶିକ କୋହଳ
    ବାଲେଶ୍ବର ସହରରେ ଆଜି ସକାଳୁ ଜନଜୀବନ ସ୍ବାଭାବିକ ହୋଇଛି। ସକାଳେ ଦୋକାନବଜାର ଖୋଲିଛି। ହାଟବଜାରରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି। ସକାଳ ୫ରୁ ଦିନ ୨ଟା ଯାଏ କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଥିବା ହେତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହାସହିତ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍‌ ସେବା ଚାଲୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ମୋବାଇଲ ଇଣ୍ଟରନେଟ୍‌ ଉପରେ ପୂର୍ବ ପରି କଟକଣା ଜାରି ରହିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

  • Odisha News Live updates: ପୱନ କଲ୍ୟାଣ ଜିତିବାରୁ ସତକୁ ସତ ନାମ ବଦଳାଇ ଦେଲେ ୱାଇଏସ୍‌ଆର୍‌ସିପି ନେତା
    ଚ୍ୟାଲେଞ୍ଜ ହାରିବା ପରେ ନିଜ ନାଁ ବଦଳାଇଲେ ୱାଇଏସ୍‌ଆର୍‌ସିପି ନେତା। ଜନସେନା ମୁଖ୍ୟ ପୱନ କଲ୍ୟାଣ ଜିତିବା ପରେ  ୱାଇଏସ୍‌ଆର୍‌ସିପି ବରିଷ୍ଠ ନେତା ମୁଦ୍ରାଗଡା ପଦ୍ମନାଭ ନିଜ ନାଁକୁ କୋର୍ଟରେ ସତ୍ୟପାଠ ଦାଖଲ କରି ବଦଳାଇଛନ୍ତି । ନିର୍ବାଚନ ପୂର୍ବରୁ ପଦ୍ମନାଭ ଏନେଇ ପ୍ରତିଜ୍ଞା କରିଥିଲେ ଆଉ କହିଥିଲେ ଯଦି ସେ ପୱନ କଲ୍ୟାଣୟ ଜିତିବେ ତେବେ ସେ ନିଜ ନାଁ ବଦଳାଇ ଦେବେ। ସତକୁ ସତ ପବନ କଲ୍ୟାଣ ଜିତି ଯାଇଛନ୍ତି। ତେଣୁ ସେ ଯାହା କହିଥିଲେ ତାହାକୁ ରଖିଛନ୍ତି। ପିଠାପୁରମ ନିର୍ବାଚନ ମଣ୍ଡଳୀରେ ପୱନ କଲ୍ୟାଣ ଓ ୱାଇଏସ୍‌ଆର୍‌ସିପି ପ୍ରାର୍ଥୀ ଗୀତା ବିଶ୍ବନାଥମ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ବିଶ୍ବନାଥମଙ୍କୁ ହରାଇ ପବନ କଲ୍ୟାଣ ନିର୍ବାଚନ ଜିତିଯାଇଛନ୍ତି। ସେ ୭୦ ହଜାର ବ୍ୟବଧାନରେ ଭୋଟ୍‌ ଜିତିଥିବା ଜାଣିବାକୁ ମିଳିଛି।

     

  • DebaSnana Purnima: ଦେବସ୍ନାନ ପୂର୍ଣ୍ଣିମାରେ ପୁରୀକୁ ଜଗିଛି ପୁଲିସ 
    ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସକାଳୁ ସକାଳୁ ପୁରୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୃତୟନ କରାଯାଇଛି। ପୁରୀରେ ୪ ଜଣ ଏସପି ରାଙ୍କର ଅଫିସର, ୨ ଜଣ ଅତରିକ୍ତ ଏସପି, ୨୨ଜଣ ଡିଏସପି, ୨୯୦ରୁ ଅଧିକ ସବ୍‌ ଇନସପେକ୍ଟର ମୃତୟନ ହୋଇଛନ୍ତି। ସମୁଦାୟ ୬୮ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। କୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବର ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ପହଣ୍ଡି ସମୟରେ ଟିକେଟଧାରୀ ମାନେ  ଦକ୍ଷିଣ ଦ୍ୱାରରେ ପ୍ରବେଶ କରିପାରିବେ।

  • Today Horoscope: ବଦଳିବ ଏହି ୫ ରାଶିର ଭାଗ୍ୟ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
    ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

  • DebaSnana Purnima: ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ
    ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ପ୍ରବଳ ଭିଡ଼ । ମହାପ୍ରଭୁଙ୍କ ଦୁର୍ଲଭ ହାତୀ ବେଶ ଦେଖିବାକୁ ଜନସମୁଦ୍ର ପାଲଟିଯାଇଛି ବଡ଼ଦାଣ୍ଡ । ଏ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ। ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥର ମାର୍କେଟଛକଠୁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ସେଠୁ ବ୍ୟାରିକେଡରେ ଭକ୍ତମାନେ ପ୍ରବେଶ କରି ସିଂହଦ୍ବାର ବାଟ ଦେଇ ସ୍ନାନବେଦୀକୁ ଦର୍ଶନ ପାଇଁ ଯିବେ। ପହଣ୍ଡି ସମୟରେ ଟିକେଟ୍ ଧାରୀ ଭକ୍ତ ଦକ୍ଷିଣ ଦ୍ବାରରେ ପ୍ରବେଶ କରିବେ। ମାର୍କେଟ ଛକରୁ ଆଗକୁ ନୋ-ଭେଇକିଲ୍ ଜୋନ୍ ଘୋଷଣା ହୋଇଛି। ପାର୍କିଂ ପାଇଁ ବି ବ୍ୟାପକ ବ୍ୟବସ୍ଥା ହୋଇଛି।

  • Daba Snanapurnima: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା
    ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ । ସଜେଇ ହୋଇଛି ସ୍ନାନବେଦୀ । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଆରମ୍ଭ ହୋଇସାରିଛି ବ୍ୟାପକ ପ୍ରସ୍ତୁତି । ଭୋର ୫ଟାରୁ ଆରମ୍ଭ ହୋଇଛି ପହଣ୍ଡି । ପ୍ରଥମେ ଧାଡ଼ି ପହଣ୍ଡିରେ ଆସି ସ୍ନାବେଦିରେ ବିରାଜିଲେ ବଡ଼ଠାକୁର । ହଲି ଦୋହଲି ଟାହିଆ ହଲାଇ ରତ୍ନବେଦିରୁ ଆସି ସ୍ନାନବେଦିରେ ବିରାଜିଲେ ବଡ଼ଠାକୁର । ବଡ଼ଠାକୁରଙ୍କ ପଛେପଛେ ପହଣ୍ଡିରେ ଆସି ରତ୍ନବେଦିରେ ବାରିଜିଛନ୍ତି ମହାପ୍ରଭୁ ଜଗନ୍ନାଥ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link