"ଆୟୁଷ୍ମାନ ମସ୍ତରାମ୍" ସଫଳତାର ସେଲିବ୍ରେସନ
Advertisement
Article Detail0/zeeodisha/odisha2303908

"ଆୟୁଷ୍ମାନ ମସ୍ତରାମ୍" ସଫଳତାର ସେଲିବ୍ରେସନ

Entertainment News: କୌସ୍ତୁଭ ଡ୍ରିମୱାର୍କ୍ସ ଷ୍ଟୁଡିଓ ପ୍ରଯୋଜିତ ଆୟୁଷ୍ମାନ ମସ୍ତରାମ୍ ପହିଲି ରଜରେ ଷ୍ଟ୍ରିମିଙ୍ଗ ହୋଇଥିବା ବେଳେ ଗୋଟିଏ ସପ୍ତାହରେ ବେଶ ଲୋକପ୍ରିୟତା ହାସଲ କରିଥିବା ଯୋଗୁଁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଏହାର ସେଲିବ୍ରସନ ହୋଇଥିଲା । ଏହି ସେଲିବ୍ରେସନ ରେ ଆଓ ନେକ୍ସଟର ପ୍ରତିଷ୍ଠାତା କୌଶିକ ଦାସ, ନିର୍ଦ୍ଦେଶକ ଅଜୟ ରଥ, ଅଭିନେତା ବିରଞ୍ଚି ନାୟକ, ଅଭିନେତ୍ରୀ ରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

"ଆୟୁଷ୍ମାନ ମସ୍ତରାମ୍" ସଫଳତାର ସେଲିବ୍ରେସନ

Entertainment News: ଓଡ଼ିଶାର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଆଓ ନେକ୍ସଟ ୟା' ପୂର୍ବରୁ ଆନ୍ଥୋନୀ , କ୍ଲବ 69, ଫୋର, ଯାଯାବର, ଦଶମ ଭଳି ଅନେକ ୱେବ ସିରିଜ୍ ଓ ଚଳଚ୍ଚିତ୍ର ଦର୍ଶକମାନଙ୍କୁ ଭେଟି ଦେବା ପରେ  ପ୍ରଥମ ଥର ପାଇଁ ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଏକ ମଜାଦାର କମେଡି କାହାଣୀ "ଆୟୁଷ୍ମାନ ମସ୍ତରାମ୍" ।

କୌସ୍ତୁଭ ଡ୍ରିମୱାର୍କ୍ସ ଷ୍ଟୁଡିଓ ପ୍ରଯୋଜିତ ଆୟୁଷ୍ମାନ ମସ୍ତରାମ୍ ପହିଲି ରଜରେ ଷ୍ଟ୍ରିମିଙ୍ଗ ହୋଇଥିବା ବେଳେ ଗୋଟିଏ ସପ୍ତାହରେ ବେଶ ଲୋକପ୍ରିୟତା ହାସଲ କରିଥିବା ଯୋଗୁଁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଏହାର ସେଲିବ୍ରସନ ହୋଇଥିଲା । ଏହି ସେଲିବ୍ରେସନ ରେ ଆଓ ନେକ୍ସଟର ପ୍ରତିଷ୍ଠାତା କୌଶିକ ଦାସ, ନିର୍ଦ୍ଦେଶକ ଅଜୟ ରଥ, ଅଭିନେତା ବିରଞ୍ଚି ନାୟକ, ଅଭିନେତ୍ରୀ ରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ୱେବ ସିରିଜ୍ ରେ ଅଭିନୟରେ ଅଭିନେତା ବିରଞ୍ଚି ନାୟକ, କେ.କେ, ଦିଲ୍ଲୀପ ଚୌଧୁରୀ, ସରୋଜ ଦାସ, ଫିଲୁ, ଅଭିନେତ୍ରୀ ପ୍ରିୟା ରୟ, ଦିବ୍ୟା, ରାଣୀ ପଣ୍ଡା ଏବଂ ମିଲି ପ୍ରମୁଖ ରହିଛନ୍ତି । ଏହାର ଡ଼ି.ଓ.ପି ଧୃବାନନ୍ଦ ପଣ୍ଡା, ସମ୍ପାଦକ ସରୋଜ ରାଉଳ, କଳା ନିର୍ଦ୍ଦେଶନାରେ ପାଣ୍ଡିଆ ଅଛନ୍ତି । 
କାହାଣୀ ଭୁବନେଶ୍ୱର ସହରରେ ଘଟୁଥିବା ଘଟଣାବଳିକୁ ନେଇ ଗଢ଼ା ହୋଇଛି । ଭୁବନେଶ୍ୱର ସହରକୁ ସମସ୍ତେ ନିଜର ସ୍ବପ୍ନ ପୂରଣ କରିବା ଆଶାରେ ଧାଇଁ ଆସିଥାନ୍ତି । ଆୟୁଷ୍ମାନ ମଧ୍ୟ ସଂଘର୍ଷ କରି ସ୍ବପ୍ନ ପୂରଣ ପାଇଁ ଅଣ୍ଟା ଭିଡିଛି । ସ୍ବପ୍ନ ତାର ଜଣେ ଲେଖକ ହେବ । ବାପା ମାଆ ତାକୁ ଇଞ୍ଜିନିଅର ହେବା ପାଇଁ ପାଠ ପଢ଼େଇଥିଲେ ନିଜର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ହେଲେ, ଆୟୁଷ୍ମାନ ଲେଖକ ହୋଇ ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଜିଦ୍ଦି ରେ ଅଟଳ ଥିଲା । ଗୋଟିଏ ପବ୍ଲିକେସନ ହାଉସରୁ ଆଉ ଗୋଟିଏକୁ ଧୌଡି ଦୌଡ଼ି ସଫଳ ହୋଇପାରୁନଥିଲା । ଶେଷରେ ଭଗବାନ ତା ଡାକ ଶୁଣି ତା ସ୍ବପ୍ନ ପୂରଣ କରିଥିଲେ କି ନା ତା'ରି ଉପରେ ଆଧାରିତ । 

ଆଓ ନେକ୍ସଟକୁ ଦର୍ଶକ ଆଜି ପର୍ଯ୍ୟନ୍ତ ଢେର ଭଲ ପାଇବା ଦେଇଆସିଛନ୍ତି । ଆୟୁଷ୍ମାନ ମସ୍ତରାମ୍ କୁ ମଧ୍ୟ ସେଇ ଅନୁପାତରେ ଭଲ ପାଇବା ଦେବେ ବୋଲି ପ୍ରଯୋଜକ କୌଶିକ ଦାସ ଆଶା ରଖିଛନ୍ତି ।

Also Read- ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦିଆଗଲା

Also Read- ସଜେଇ ହେଉଛି ଜନ୍ମମାଟି, ଗାଁକୁ ଯିବେ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ