Odisha Daily News Live: ଆଜିଠୁ ଅଲାରନାଥ ଦର୍ଶନ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Prabhudatta Moharana Sun, 23 Jun 2024-10:55 pm,

नवीनतम अद्यतन

  • Odisha Daily News Live: ICC T20 ବିଶ୍ବକପର ସୁପର-୮ର ଏକ ମ୍ୟାଚରେ ଆମେରିକାକୁ ୧୦ ଓ୍ବିକେଟରେ ପରାସ୍ତ କରିଛି ଇଂଲଣ୍ଡ । ଆମେରିକା ଆଗରେ ୧୧୬ ରନର ଲକ୍ଷ୍ୟ ରହିଥିଲା । ଇଂଲଣ୍ଡ ମାତ୍ର ୯.୪ ତମ ଓଭରରେ ମ୍ୟାଚ ଜିତିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ଜସ୍ ବଟଲର ୮୩ ରନ ଓ ଫିଲିପ୍ ସଲ୍ଟ ୨୫ ରନ ସଂଗ୍ରହ କରିଥିଲେ

  • Odisha Daily News Live: ଜୟପୁର ସହରର ଅଧିଷ୍ଠାତ୍ରୀ ଦେବୀ ତଥା ମାଆ ଭଗବତୀଙ୍କ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମାଆଙ୍କ ମନ୍ଦିର ଭିତରୁ ୯ଟି ରୁପା ଚୁଡି ସମେତ ଦାନ ହୁଣ୍ଡି ଚୋରି ହୋଇଯାଇଛି । ଏହି ଘଟଣା ପରେ ପୂଜକ ଏବଂ ଶ୍ରଦ୍ଧାଳୁ ତୀବ୍ର ଅସନ୍ତୋଶ ପ୍ରକାଶ କରିବା ସହ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ଦାବି କରିଛନ୍ତି ।

  • Odisha Daily News Live: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜନ୍ମମାଟି କେନ୍ଦୁଝର ଗ୍ରସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମାଆ ତାରିଣୀଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତୀ ପାଇଁ ୫୦ କୋଟି ଟଙ୍କା ଘୋଷଣା କରିଛନ୍ତି । ଏଥିସହ ସମ୍ବର୍ଦ୍ଧନା ସଭାରେ କେନ୍ଦୁଝରରେ ହୋଇଥିବା ଖଣି ଲୁଟ୍ ଏବଂ ଅନ୍ୟାନ୍ୟ ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଛନ୍ତି । ସମସ୍ତ ବିଷୟକୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ଅଭିଯୁକ୍ତଙ୍କୁ ଛଡାଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

  • Odisha Daily News Live: ସ୍ନାନ ବେଦୀରେ ମହାପ୍ରଭୁଙ୍କୁ ଦିବ୍ୟ ସ୍ନାନ କରାଯିବା ପରେ ବର୍ତ୍ତମାନ ଜ୍ୱରରେ ପଡିଛନ୍ତି ଶ୍ରୀଜିଉ । ୧୫ ଦିନ ପର୍ଯ୍ୟନ୍ତ ବର୍ତ୍ତମାନ ଅଣସର ପିଣ୍ଡିରେ ଚାଲିବ ମହାପ୍ରଭୁଙ୍କ ଗୁପ୍ତ ସେବା । ତେଣୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳୀ ବିଶେଷ ନାହିଁ । ଅନ୍ୟପଟେ ଆଜିଠୁ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଲକ୍ଷାଧିକ ଭକ୍ତ ଆଜି ଅଲାରନାଥଙ୍କ ଦର୍ଶନ କରିଛନ୍ତି ।

  • Odisha Daily News Live: ଅଲିମ୍ପିକ୍ସ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି । ନ୍ୟାସନାଲ ଆଣ୍ଟିଂ ଡୋପିଂ ଏଜେନ୍ସି (NADA) ଏହି ଆକ୍ସନ ନେଇଥିବା ସୂଚନା ମିଳିଛି । ମୂତ୍ର ନମୁନା ପରୀକ୍ଷଣ ପାଇଁ ନ ଦେବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ଡୋପିଂ କଣ୍ଟ୍ରୋଲ ଅଫିସର (DCO)ଙ୍କ ଚେତାବନୀ ମାନି ନ ଥିଲେ । ଜୁଲାଇ ୧୧ ସୁଦ୍ଧା ସସ୍‌ପେଣ୍ଡ୍‌ ନୋଟିସ୍‌ ଉତ୍ତର ଦେବାକୁ ପୁନିଆଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

  • Odisha Daily News Live: ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ ହେବ । ସେହିପରି ଟାଉନ ଥାନା ଅଞ୍ଚଳରେ ସକାଳ ୬ରୁ ଅପରାହ୍ନ ୨ଟା ସମୟ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ । 

  • Odisha Daily News Live: ବାଲେଶ୍ବର ପୌରାଞ୍ଚଳରେ କାଲିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକ୍‌ରେ । କାଲିଠୁ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ଗ୍ରାହକଙ୍କୁ ମିଳିବ ବୋଲି ସୂଚନା ମିଳିଛି ।

  • Odisha Daily News Live: ହୀରାକୁଦ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ମିଳିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଡିସେମ୍ବର ସୁଦ୍ଧା ସବୁ ସରକାରୀ ବିଭାଗକୁ ମିଳିବ ଜମି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ।

  • Odisha Daily News Live: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ହାଇକୋର୍ଟଙ୍କ ରହିତାଦେଶ ବିରୋଧରେ ଫେରାଦ ଦେଇଛନ୍ତି । ଟ୍ରାଏଲ କୋର୍ଟଙ୍କ ଜାମିନ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି । ଜାମିନ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରିବା ସହ ପିଟିସନ୍‌ ଦାଖଲ କରିଛନ୍ତି କେଜ୍ରିୱାଲ ।

  • Odisha Daily News Live:  AICC ଅଧ୍ୟକ୍ଷ ଖଡ଼ଗେଙ୍କୁ ଭେଟିଛନ୍ତି ଓଡ଼ିଶାର ୬ ବିଧାୟକ । କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଏହି ଭେଟଘାଟ ହୋଇଛି । କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ ଏନେଇ ଚର୍ଚ୍ଚା ହେଉଥିବା ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ହୋଇଛି । ସୌଜନ୍ୟମୂଳକ ସାକ୍ଷାତ ହୋଇଥିବା କହିଛନ୍ତି ସାଂସଦ ଉଲାକା । ବିଧାୟକ ଦଳ ନେତା କିଏ ହେବେ ସେ ସମ୍ପର୍କରେ ହାଇକମାଣ୍ଡ ନିଷ୍ପତ୍ତି ନେବେ । ଯାହା ନିଷ୍ପତ୍ତି ନିଆଯିବ ତାହାକୁ ଗ୍ରହଣ କରିବୁ ବୋଲି ବିଧାୟକ ରାମଚନ୍ଦ୍ର କାଡ଼ାମ କହିଛନ୍ତି ।

  • Odisha Daily News Live: ଓଡ଼ିଶା ଆସି ଗୋଟିଏ ପାରିବାରିକ ଚଳଚ୍ଚିତ୍ର କରିଥିବା ପ୍ରଯୋଜକ ରୁପେଶ କୁମାର ବିତରକ ପ୍ରକାଶ ଫିଲ୍ମସ ନାଁରେ ଅଭିଯୋଗ ଆଣିଛନ୍ତି । ଅଧିକ ପଢ଼ନ୍ତୁ

  • Odisha Daily News Live: ପାଗ ଅନୁକୂଳ ଥିବା କାରଣରୁ ୨୪ ଜୁନ ସୋମବାର ଦିନରୁ ସ୍କୁଲ କାର୍ଯ୍ୟ ସ୍ବାଭାବିକ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଛନ୍ତି । ଖରା ଛୁଟି ଜୁନ୍ ୧୮ରେ ସ୍କୁଲ ଖୋଲିଥିଲା ।

  • Odisha Daily News Live:  ଖୁବ୍‌ଶୀଘ୍ର ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକଙ୍କୁ ନିଯୁକ୍ତି କରାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ରାଜ୍ୟ ସରକାରଙ୍କ ପ୍ରଥମ ୧୦୦ ଦିନର ଏଜେଣ୍ଡା ମଧ୍ୟରେ ଏହି ବିଷୟ ମଧ୍ୟ ରହିଛି । 

  • Odisha Daily News Live: NEET ପରୀକ୍ଷାରେ ସ୍ୱଚ୍ଛତା ପାଇଁ, ଶିକ୍ଷା ମନ୍ତ୍ରଣାଳୟ ଏହାର ବିସ୍ତୃତ ଅନୁସନ୍ଧାନକୁ ସମୀକ୍ଷା ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI)କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟରେ ଅଭିଯୋଗ କରିବା ପରେ ସିବିଆଇ ଏକ ନୂଆ ମାମଲା ରୁଜୁ କରିଛି। ଏକ ବିସ୍ତୃତ ଅନୁସନ୍ଧାନ କରିବା ପରେ, ଅନୁସନ୍ଧାନକାରୀ ସଂସ୍ଥା ରାଜ୍ୟଗୁଡିକରେ ଥିବା ଏଫ୍ଆଇଆର ଗୁଡ଼ିକୁ ଗ୍ରହଣ କରିବେ।

  • Odisha Daily News Live: ରାଜ୍ୟର ସମସ୍ତ ଅଞ୍ଚଳକୁ ପ୍ରବେଶ କରିଛି ମୌସୁମୀ ବାୟୁ । ମୌସୁମୀ ସକ୍ରିୟ କାରଣରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ତେବେ ୨୬ ଜୁନରୁ ବର୍ଷାର ମାତ୍ରା ବଢିବ ବୋଲି କୁହାଯାଇଛି । ଏନେଇ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

  • Odisha Daily News Live: ବାରିପଦା ବସ୍‌ଷ୍ଟାଣ୍ଡରୁ ଆଜି ସନ୍ଧ୍ୟା ସୁଦ୍ଧା ଘରୋଇ ବସ୍‌ ଗଡ଼ିବ । ବେତନଟୀରେ ଘରୋଇ ବସ୍‌ ମାଲିକ ସଂଘ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି ଉତ୍ତର ଓଡ଼ିଶା ବସ୍‌ ମାଲିକ ସଂଘ ସମ୍ପାଦକ । ବସ୍‌ ଷ୍ଟାଣ୍ଡକୁ ବସ୍ ପ୍ରବେଶ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହଣାକଟା ହୋଇଥିଲା । ଫଳରେ ୬ରୁ ଉର୍ଦ୍ଧ ବସ ମାଲିକ ଏବଂ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

  • Odisha News Live Updates: ସୁଭଦ୍ରା ଯୋଜନାରେ ଓଡ଼ିଶାର ସବୁ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍
    ସୁଭଦ୍ରା ଯୋଜନାରେ ଓଡ଼ିଶାର ସବୁ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍। ଏନେଇ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନା ରାଜ୍ୟ କ୍ୟାବିନେଟ  ଅନୁମୋଦନ ଲାଭ କରିବା ପରେ ଏବେ ଡ୍ରାଫ୍ଟିଙ୍ଗ ଷ୍ଟେଜରେ ଅଛି । ଆଗାମୀ ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ। ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ସ୍କିମ ଟଙ୍କା। ଆଗାମୀ ଦୁଇ ବର୍ଷ ଭିତରେ ଏହି ଟଙ୍କାକୁ ମହିଳାମାନେ ନିଜ ଘରର ଆବଶ୍ୟକତା ଲାଗି ବ୍ୟୟ କରିପାରିବେ।

  • Odisha News Live Updates: ଆଫଗାନିସ୍ତାନ ସମ୍ମୁଖରେ ଅଷ୍ଟ୍ରେଲିଆ ଧରାଶାୟୀ, ୮ ବୋଲର କଲେ ବୋଲିଂ
    ଟି-୨୦ ବିଶ୍ୱକପ୍ ୨୦୨୪ର ଗ୍ରୁପ୍-୧ର ସୁପର-୮ ମ୍ୟାଚ୍‌ରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆ ବିପକ୍ଷରେ ଇତିହାସ ରଚିଛି। ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିବା ରବିବାର ମ୍ୟାଚ୍‌ରେ ଆଫଗାନିସ୍ତାନ ଦଳ କିମ୍ବଦନ୍ତୀ ଅଷ୍ଟ୍ରେଲୀୟ ଦଳକୁ ପରାସ୍ତ କରି ଜିତିଛି। ଆଫଗାନିସ୍ତାନର ଯୋଦ୍ଧାମାନେ ଚାରି ଥର ଅଷ୍ଟ୍ରେଲିଆ ଦଳକୁ ପରାସ୍ତ କରି ଏହି ବିଜୟ ହାସଲ କରିଥିଲେ। ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ ଏବଂ ବୋଲରମାନେ ସମଗ୍ର ମ୍ୟାଚରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍ ଜିତିବା ପାଇଁ ଆଫଗାନିସ୍ତାନ ପ୍ରତ୍ୟେକ କୌଶଳ ବ୍ୟବହାର କରିଥିଲା।

  • Odisha News LIve Updates: ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି
    ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସତସଙ୍ଗ ବିହାର ସ୍ଥିତ ମୁଖାର୍ଜୀ  ପାର୍କରେ ଡଃ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି।

  • Odisha news Live Updaes: ୨୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା
    ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଛି ମୌସୂମୀ ବାୟୁ। ସମଗ୍ର ଓଡ଼ିଶାରେ ମୌସୁମୀ ବାୟୁ ଜନିତ ବର୍ଷା ହେଉଥିଲେ ମଧ୍ୟ ରାଜ୍ୟ ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ପାଣିପାଗ ବିଭାଦ ଦେଇଥିବା ସୂଚନା ଅନୁଯାୟୀ ଆଜି ସୁଦ୍ଧା ୮୩.୬ ମିମି ବର୍ଷା ହୋର କଥା। ମାତ୍ର ସେହି ଅନୁଯାୟୀ ବର୍ଷା ହୋଇପାରିନାହିଁ। ୨୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି। ପୁରୀରେ ସର୍ବାଧିକ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ୮ଟି ଜିଲ୍ଲା ନୂଆପଡ଼ା, ସମ୍ବଲପୁର, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ଢେଙ୍କାନାଳ, କଟକ ଓ ଜଗତସିଂହପୁର ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଅନ୍ୟ ୧୭ଟି ଜିଲ୍ଲାରେ କମ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। 

  • Odisha News Live Updates: ସରକାରୀ ବାବୁଙ୍କୁ ଉପସ୍ଥାନ ଛାଟ
    ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ କେନ୍ଦ୍ର ସରକାର କହିଛନ୍ତି କି ସରକାରୀ ବାବୁମାନେ ଏଣିକି ୯.୧୫ ମିନିଟରେ ଅଫିସରେ ପହଞ୍ଚିବେ। ଯଦି ୯.୧୫ ସୁଦ୍ଧା ଅଫିସରେ ନ ପହଞ୍ଚିନ୍ତି ତେବେ ତାଙ୍କର ଅଧା ଦିନ ଛୁଟି ପଡ଼ିବ। ଏଥିରେ ମାତ୍ର ୧୫ ମିନିଟର ଗ୍ରେସ ପିରିୟଡ ରହିଛି। ଡିଓପିଟି (କାର୍ମିକ ଏବଂ ତାଲିମ ବିଭାଗ) ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। 

  • Odisha News Live Updates: ଆରମ୍ଭ ହେଲା ପଟ୍ଟିଦିଅଁ ପୂଜା
    ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଦିବ୍ୟସ୍ନାନ ପରେ ଏବେ ଜ୍ୱରରେ ପୀଡ଼ିତ ମହାପ୍ରଭୁ। ଜୟବିଜୟ ଦ୍ୱାର ଓ କଳାହାଟ ଦ୍ୱାର ମଝିରେ ଅଣସର ଘରେ ଶ୍ରୀଜିଉ ବିଜେ କରିଛନ୍ତି। ଫଳରେ ଆଜି ଠାରୁ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା ପାଇବେ। ଏଥିପାଇଁ ରବିବାର ବିଳମ୍ବିତ ରାତିରେ ପଟିଦିଅଁ ଓ ଅନ୍ୟ ଦେବଦେବୀ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି। 

  • Odisha News Live Updates: ଆଜିଠୁ ଅଲାରନାଥ ଦର୍ଶନ
    ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦୀରେ ଦିବ୍ୟସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଶ୍ରଦ୍ଧାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ନ ପାଇ ଆଜି ଠାରୁ ପଟ୍ଟିଦିଅଁଙ୍କୁ ଦର୍ଶନ କରିବେ। ଏହି ଅବସରରେ ଅଲାରନାଥଙ୍କ ଅଣସର ଦର୍ଶନ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ପିଣ୍ଡିରେ ବିଜେ ସମୟରେ ଶ୍ରୀଅଲାରନାଥଙ୍କ ଦର୍ଶନ ସମଫଳ ପ୍ରଦାନ କରିଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। 

  • Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link