ଚଳଚ୍ଚିତ୍ର ବିତରକ ପ୍ରକାଶ ଫିଲ୍ମସ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପ୍ରଯୋଜକ ରୁପେଶ କୁମାର
Advertisement
Article Detail0/zeeodisha/odisha2305066

ଚଳଚ୍ଚିତ୍ର ବିତରକ ପ୍ରକାଶ ଫିଲ୍ମସ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପ୍ରଯୋଜକ ରୁପେଶ କୁମାର

Ollywood News: ପାରିବାରିକ ଚଳଚ୍ଚିତ୍ର କରିଥିବା ପ୍ରଯୋଜକ ରୁପେଶ କୁମାର ବିତରକ ପ୍ରକାଶ ଫିଲ୍ମସ ନାଁରେ ଅଭିଯୋଗ ଆଣିଛନ୍ତି ।

ଚଳଚ୍ଚିତ୍ର ବିତରକ ପ୍ରକାଶ ଫିଲ୍ମସ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପ୍ରଯୋଜକ ରୁପେଶ କୁମାର

ଭୁବନେଶ୍ୱର: ଜଣେ ଚଳଚ୍ଚିତ୍ର ନିର୍ମାତା ବିତରଣଙ୍କ ଉପରେ ଭରସା କରିଥାନ୍ତି ଇନଭେଷ୍ଟ ଟଙ୍କା ଫେରସ୍ତ ପାଇବା ପାଇଁ । ଯୋଉ ଟଙ୍କାକୁ ନେଇ ଗୋଟେ ସିନେମା ୟୁନିଟର ପ୍ରାୟ ୫୦ ଟି ପରିବାରର ଗୁଜୁରାଣ ମେଣ୍ଟିଥାଏ । ହେଲେ ବିତରକ ଘରେ ବସି ନିଷ୍ପତ୍ତି ନିଅନ୍ତି ଓଡ଼ିଆ ଫିଲ୍ମ କୋଉ ସିନେମା ହଲ୍ ରେ କୋଉ ସମୟରେ ପଡିବ । ହିନ୍ଦୀ ଚଳଚ୍ଚିତ୍ରକୁ ଗୁରୁତ୍ୱ ଦେଇ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଅବହେଳା କରି ଜଣେ ପ୍ରଯୋଜକଙ୍କୁ ବୁଡ଼େଇ ଦେବାକୁ ପ୍ରୟାସ କରିଥାନ୍ତି ବିତରକ । ଏହି ସବୁ ସମସ୍ୟା ଗୁଡିକୁ ସମସ୍ତ ସିନେ ପ୍ରଯୋଜକ ସାମ୍ନା କରି ଗୁମୁରି ଗୁମୁରି କାନ୍ଦୁଥିବା ବେଳେ ନିକଟରେ ଆମେରିକାରୁ ଓଡ଼ିଶା ଆସି ଗୋଟିଏ ପାରିବାରିକ ଚଳଚ୍ଚିତ୍ର କରିଥିବା ପ୍ରଯୋଜକ ରୁପେଶ କୁମାର ବିତରକ ପ୍ରକାଶ ଫିଲ୍ମସ ନାଁରେ ଅଭିଯୋଗ ଆଣିଛନ୍ତି ।

ଆମ ଦର୍ଶକମାନେ ଚାହିଁ ରହିଥାନ୍ତି ସିନେମା ଦେଖିବା ପାଇଁ ହେଲେ ବିତରକଙ୍କ ମନମାନୀ ଯୋଗୁଁ ସଠିକ ସମୟରେ ହଲ୍ କୁ ଆସି ଦର୍ଶକ ସିନେମା ଦେଖିବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟରେ ଥିବା ଫିଲ୍ମ ପ୍ରଯୋଜକ ସଂଘକୁ ବାରମ୍ବାର ଏକଥା ଜଣାଇବା ପରେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ନାହିଁ । ତେଣୁ ଆଗକୁ ଯେଉଁ ପ୍ରଯୋଜକମାନେ ଓଡ଼ିଆ ଫିଲ୍ମ ନିର୍ମାଣ ପାଇଁ ଆସିବେ ସେମାନେ ମଧ୍ୟ ଏମିତି କୋଟି କୋଟି ଟଙ୍କା ବ୍ୟୟ କରି କ୍ଷତିରେ ପଡିବେ । ସେଥିପାଇଁ ସଜାଗ ହେବାକୁ ପ୍ରଯୋଜକ ରୁପେଶ କୁମାର ଆହ୍ୱାନ କରିଛନ୍ତି ।

Also Read- Naxal Attack: ସୁକୁମାରେ ନକ୍ସଲ ହମଲା, ୨ ଯବାନ ସହିଦ

Also Read- NEET ପେପର୍ ଲିକ୍ ମାମଲାରେ ସିବିଆଇର ବଡ଼ ଆକ୍ସନ