Odisha Daily News Live: BSKY କାର୍ଡକୁ ନେଇ ଆସିଲା ଅପଡେଟ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Prabhudatta Moharana Thu, 06 Jun 2024-10:25 pm,

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • Sunil Chhetri Retirement: ଫିଫା ବିଶ୍ୱକପ ୨୦୨୬ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତ ଓ କୁଏତ ମଧ୍ୟରେ ମ୍ୟାଚ୍ ୦-୦ ଡ୍ରରେ ଶେଷ ହୋଇଛି। ଏହି ମ୍ୟାଚ୍ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଖେଳାଯାଇଥିଲା ଓ ଏହା ଭାରତୀୟ ଅଧିନାୟକ ସୁନୀଲ ଛତ୍ରୀଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଥିଲା। ଫାଇନାଲ-୧୮ ପର୍ଯ୍ୟାୟକୁ ଯିବା ପାଇଁ ଭାରତ ଏହି ମ୍ୟାଚ ଜିତିବା ଆବଶ୍ୟକ ଥିଲା। 

  • VK Pandian in Delhi: ଦିଲ୍ଲୀ ଗସ୍ତରେ ଅଛନ୍ତି ଭିକେ ପାଣ୍ଡିଆନ୍। ଆଜି ସନ୍ଧ୍ୟାରେ ବିଜେଡି ପ୍ରେସ ମିଟ୍ କରି ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ଗସ୍ତରେ ଥିବା ସୂଚନା ଦେଇଛନ୍ତି।

  • Chardham Yatra Uttarakhand: ୧୦ ମେ’ରେ ଉତ୍ତରାଖଣ୍ଡରେ ଆରମ୍ଭ ହୋଇଥିବା ଚାରିଧାମ ଯାତ୍ରାରେ ସ୍ୱାସ୍ଥ୍ୟଗତ କାରଣରୁ ୮୬ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୮୬ ଜଣଙ୍କ ମଧ୍ୟରୁ ୧୮ ଜଣ ବଦ୍ରିନାଥ ଧାମରେ, ୪୨ ଜଣ କେଦାରନାଥ ଧାମରେ, ଗାଙ୍ଗୋତ୍ରୀ ଧାମରେ ୭, ଯମୁନୋତ୍ରୀ ଧାମରେ ୧୯ ମୃତ୍ୟୁ ଘଟିଛି। ୨୦୨୩ ମସିହାରେ ଚାରିଧାମ ଯାତ୍ରା ସମୟରେ ସମୁଦାୟ ୨୪୫ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

  • Kangana Ranaut Slapped Case: ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଲୋକସଭା ନିର୍ବାଚନରେ ​​ଜିତିଥିବା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ଜଣେ ମହିଳା ସିଆଇଏସ୍ଏଫ୍ କର୍ମଚାରୀ ଚାପୁଡ଼ା ମାରିଥିଲେ। ବର୍ତ୍ତମାନ ଅଭିଯୁକ୍ତ ମହିଳା ସିଆଇଏସ୍ଏଫ୍ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିଏସ୍ଏଫ୍ ଡିଜି ତାଙ୍କୁ ନିଲମ୍ବନ କରିଛନ୍ତି। ଏହା ବ୍ୟତୀତ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି।

  • Gopal Rai On INDIA alliance: ଦିଲ୍ଲୀର ସମସ୍ତ ସାତୋଟି ଆସନରେ ପରାଜୟ ପରେ ଆମ୍ ଆଦମୀ ପାର୍ଟି କଂଗ୍ରେସ ସହ ମେଣ୍ଟ ରଦ୍ଦ କରିବାକୁ ଘୋଷଣା କରିଛି। ଗୋପାଳ ରାୟ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି କଂଗ୍ରେସ ସହିତ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ।

     

  • Odisha News Live: ସରକାରୀ ଓକିଲ ଭାବେ କାର୍ଯ୍ୟରତ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଆଇନ ବିଭାଗ ପକ୍ଷରୁ ଆହ୍‍ଭୋକେଟ୍‍ ଜେନେରାଲ୍‍ ଦାୟିତ୍ୱ ଦେଇଛନ୍ତି। ସେ ତାଙ୍କ ଦାୟତ୍ୱ ସହ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବେ। ନୂଆ ସରକାର ଶପଥ ନେବା ପରେ ନୂତନ ଆଡଭୋକେଟ ଜେନେରାଲ୍‍ ନିଯୁକ୍ତ ହେବେ।

  • Kangana Ranaut: ବଲିଉଡ ଅଭିନେତ୍ରୀ ତଥା ମଣ୍ଡି ଆସନ ବିଜେପି ସାଂସଦ କଙ୍ଗନା ରଣାୱତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ଜଣେ ସିଏସଏଫ ମହିଳା ରାକ୍ଷୀଙ୍କୁ ଚାପୁଡ଼ା ମାରିଛନ୍ତି। କୁହାଯାଉଛି ଯେ କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ କଙ୍ଗନା ଦେଇଥିବ ବୟାନରେ କୁଲବିନ୍ଦର କୌର ରାଗିକି ହୋଇଥିଲେ, ସେଥିପାଇଁ ସେ ବିଜେପି ସାଂସଦଙ୍କୁ ଚାପୁଡ଼ା ମାରିଥିଲେ। 

  • Narendra Modi Oath Ceremony Date: ଲୋକସଭା ନିର୍ବାଚନ ୨୦୨୪ ର ଫଳାଫଳ ପ୍ରକାଶ ପାଇବା ପରେ ଦିଲ୍ଲୀରେ ସରକାର ଗଠନ ପାଇଁ ବିଶୃଙ୍ଖଳା ଏବେବି ଜାରି ରହିଛି। ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ, ନରେନ୍ଦ୍ର ମୋଦୀ ଜୁନ୍ ୯ ରେ ସନ୍ଧ୍ୟା ୬ ଟାରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରିବେ। ଏହାପୂର୍ବରୁ ଜୁନ୍ ୮ ପାଇଁ ଶପଥ ଗ୍ରହଣ ତାରିଖ ସ୍ଥିର କରାଯାଇଥିଲା।

  • Odisha News Live Updates: BSKY ଚାଲୁ ରହିଛି: ସ୍ୱାସ୍ଥ୍ୟ ବିଭାଗ
    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଦେଇଛି ଗୁରୁତ୍ୱପୂର୍ଣ୍ଣ ସୂଚନା। BSKY ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ ହୋଇଥିବା ଚୁକ୍ତି ବା ଏମ୍‌ଓୟୁ ବଳବତ୍ତର ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁମାନଙ୍କର କାର୍ଡ ଅଛି, ସେମାନଙ୍କୁ ତାଲିକାଭୁକ୍ତ ହସ୍‌ପିଟାଲଗୁଡ଼ିକ ପୂର୍ବଭଳି  ଚିକିତ୍ସା ସେବା ଯୋଗାଇ ଦିଅନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚିକିତ୍ସା ବାବଦକୁ ହସ୍‌ପିଟାଲ୍‌ଗୁଡ଼ିକ ଯେଉଁ ବିଲ୍ ଦେବେ ପୂର୍ବଭଳି SHAS ମାଧ୍ୟମରେ ଅର୍ଥ ପାଇବେ। ରୋଗୀମାନେ ଯେପରି ଚିକିତ୍ସା ସେବା ପାଇବାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ, ତାହା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ହସ୍‌ପିଟାଲ୍‌ଗୁଡ଼ିକୁ କହିଛନ୍ତି। 

     

  • Odisha News Live Updates: BSKY ଚାଲୁ ରହିଛି: ସ୍ୱାସ୍ଥ୍ୟ ବିଭାଗ
    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଦେଇଛି ଗୁରୁତ୍ୱପୂର୍ଣ୍ଣ ସୂଚନା। BSKY ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ ହୋଇଥିବା ଚୁକ୍ତି ବା ଏମ୍‌ଓୟୁ ବଳବତ୍ତର ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁମାନଙ୍କର କାର୍ଡ ଅଛି, ସେମାନଙ୍କୁ ତାଲିକାଭୁକ୍ତ ହସ୍‌ପିଟାଲଗୁଡ଼ିକ ପୂର୍ବଭଳି  ଚିକିତ୍ସା ସେବା ଯୋଗାଇ ଦିଅନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚିକିତ୍ସା ବାବଦକୁ ହସ୍‌ପିଟାଲ୍‌ଗୁଡ଼ିକ ଯେଉଁ ବିଲ୍ ଦେବେ ପୂର୍ବଭଳି SHAS ମାଧ୍ୟମରେ ଅର୍ଥ ପାଇବେ। ରୋଗୀମାନେ ଯେପରି ଚିକିତ୍ସା ସେବା ପାଇବାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ, ତାହା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ହସ୍‌ପିଟାଲ୍‌ଗୁଡ଼ିକୁ କହିଛନ୍ତି। 

  • Odisha News Live Updates: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା
    ଧରାକୋଟ ବ୍ଲକ ଶୁଣ୍ଢିପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଛି। ଧରାକୋଟ ବ୍ଲକ ଶୁଣ୍ଢିପଲ୍ଲୀ ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ସୂଚନା ଅନୁଯାୟୀ,ଗତ କାଲି ଅର୍ଥାତ ବୁଧବାର ଦିନ ଧରାକୋଟ ବ୍ଲକ ଶୁଣ୍ଢିପଲ୍ଲୀ ଗାଁରେ ମିଟୁ ବିଶୋଇ ଓ କାଳୁ ନାୟକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ କାଳୁ ମିଟୁ ଉପରେ ଆକ୍ରମଣ କରିଥିଲା। ମିଟୁଙ୍କୁ ସାଙ୍ଘାତିକ ଭାବେ ଆକ୍ରମଣ କରାଯାଇଥିଲା। ଅତି ନିର୍ଦ୍ଦୟ ଭାବେ ତାଙ୍କୁ ଠେଙ୍ଗାରେ ପିଟଥିଲେ କାଳୁ। ପରେ ସେଠାରୁ କାଳୁ ସେଠାରୁ ପଳାଇଯାଇଥିଲେ। ସ୍ଥାନୀୟ ଲୋକେ ମିଟୁଙ୍କୁ  ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବ ଆଜି ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ଯୁବକ ଜଣକ ପ୍ରାଣ ହରାଇଛନ୍ତି। ଘଟଣା ସ୍ଥଳରେ ବଡ଼ଗଡ଼ ଥାନା ପୋଲିସ ପହଁଞ୍ଚି ଅଭିଯୁକ୍ତକୁ ଗିରଫ କରିଛି।

  • Odisha News Live Updates: ‘ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ’
    ଚଳିତ ଥର ନିର୍ବାଚନରେ ଦେଖିବାକୁ ମିଳିଛି ବଡ ପରିବର୍ତନ । ଯାହା  ସମସ୍ତଙ୍କୁ ଚମକାଇ ଦେଇଛି । ରାଜ୍ୟରେ ବିଜେପିକୁ ମିଳିଛି ବଡ଼ ବିଜୟ । ଓଡ଼ିଶାରେ ବିଜେପିକୁ ସ୍ପଷ୍ଟ ବହୁମତ। ସେପଟେ  ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ  ୨୪ ବର୍ଷ ଶାସନ କ୍ଷମତା ଖସିଯାଇଛି  । ଏହାରି ଭିତରେ ଦ୍ବନ୍ଦ୍ବ  ଲାଗିରହିଛି କିଏ ହେବ ମୁଖ୍ୟମନ୍ତ୍ରୀ । ବିଜେପି ନେତା ଜୟନାରାୟଣ ମିଶ୍ର ପ୍ରେସମିଟ୍‌ କରି ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି , ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆରେ କହି ପାରୁଥିବେ  । ଓଡ଼ିଶାର ବିକାଶ ଓ ଏକ ନମ୍ବର ରାଜ୍ୟ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ଜୟନାରାୟଣ । ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ପରେ ଆମର ପ୍ରଥମ କାମ ରତ୍ନଭଣ୍ଡାର ଚାବି ବାହାର କରିବୁ, କୋଷ୍ଟାଲ ହାଇୱେ କରିବୁ ।

  • Odisha News Live Updates: ବିଷାକ୍ତ ସାପ କାମୁଡାରେ ଭାଇ ମୃତ
    ବଣାଇଁ ଥାନା ଅନ୍ତର୍ଗତ କଟୁରିଧୁଆ ଗ୍ରାମରେ ଗତରାତିରେ ଘରେ ଶୋଇଥିବା ଅବସ୍ଥାରେ ଭାଇ ଭଉଣୀକୁ କାମୁଡିଲା ବିଷାକ୍ତ ସାପ। ସାପ କାମୁଡ଼ିବାରେ ୪ ବର୍ଷୀୟ ଭାଇ ସନ୍ଦୀପ ଓରାମଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ୧୨ ବର୍ଷୀୟ ଭଉଣୀ ଅଲିଶା ଓରାମ ଗୁରୁତର ହୋଇ ରାଉରକେଲା ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏବେ ଝଅର ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

  • Odisha News Live Updates: ଗାଧେଇବାକୁ ଯାଇ ବୁଡ଼ିଗଲେ ଭାଇ-ଭଉଣୀ
    ନୟାଗଡ଼ ବାଉଁଶିଆପଡ଼ା ଗାଁରେ ଅଘଟଣ । ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ଭାଇ ଭଉଣୀ, ମୃତ ଘୋଷଣା କଲେ ଡାକ୍ତର । ମୃତ ଦୁଇ ଶିଶୁ ସ୍ଥାନୀୟ ଗାଁର ଦ୍ୱିତୀକୃଷ୍ଣ ସେଠୀଙ୍କ ୮ ବର୍ଷୀୟ ପୁଅ ସାଇ ସେଠୀ ଓ ୧୨ ବର୍ଷୀୟ ଝିଅ କାଜଲ ସେଠୀ ବୋଲି ସୂଚନା ମିଳିଛି । କୁସୁମା ନଦୀର ବନ୍ଧ ଜରିଆରେ ଜମା ହୋଇଥିବା ପାଣିରେ ଗାଧୋଇବାକୁ ଯାଇ ମୃତ୍ୟୁବରଣ କରିଛନ୍ତି । ଉଭୟଙ୍କୁ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ଉଭୟ ଶିଶୁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

  • Odisha News Live Updates:  ବଢ଼ିଲା କେଜ୍ରିୱାଲଙ୍କ ନ୍ୟାୟିକ ହାଜତ
    ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡବଲ ଝଟକା। ବଢ଼ିଲା କେଜ୍ରିୱାଲଙ୍କ ନ୍ୟାୟିକ ହାଜତ। ଏଥିସହ ଅନ୍ତରୀଣ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ । ଡାକ୍ତରୀଯାଞ୍ଚ ପାଇଁ ୭ଦିନର ଜାମିନ ଆବେଦନ କରିଥିଲେ। ତେବେ ଜୁନ ୧୯ ପର୍ଯ୍ୟନ୍ତ ତାଙ୍କର ନ୍ୟାୟିକ ହାଜତ ବୃଦ୍ଧି ହୋଇଛି। ଦେଶର ପ୍ରଥମ ରାଜନୈତିକ ଦଳ ଭାବେ ଆମ ଆଦମୀ ପାର୍ଟି ବିରୋଧରେ ମାମଲା ରୁଜୁ କରାଯାଇଛି। ଇଡିର ଆରୋପପତ୍ର ଭିତିରେ ମାମଲା ଦର୍ଜ କରାଯାଇଛି। ଆରୋପପତ୍ରରେ କୁହାଯାଇଛି ଯେ ମଦ ବ୍ୟବସାୟରେ ନିବେଶ କରିବାକୁ ଯାଇ ଦଳ ପଞ୍ଜାବର ଅନେକ ବ୍ୟବସାୟୀଙ୍କଠୁ ଲାଞ୍ଚ ନେଇଛି। କେବଳ ସେତିକି ନୁହେଁ ବ୍ୟବସାୟୀଙ୍କୁ ଦିଲ୍ଲୀରେ ମଦ ବ୍ୟବସାୟୀ ପାଇଁ ଲାଇସେନ୍ସ ବି ଦିଆଯାଇଛି।

  • Odisha News Live Updates: ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ନବନିର୍ବାଚିତ ବିଜେପି ସାଂସଦ
    ଓଡ଼ିଶାର ବିଜେପିର ନବ ନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା ହୋଇଛି। ଏଣୁ ସମସ୍ତ ୨୦ ନବନିର୍ବାଚିତ ବିଜେପି ସାଂସଦ ଆଜି ଦିଲ୍ଲୀ ଯିବେ ବୋଲି ଜଣାଯାଇଛି। ଆସନ୍ତାକାଲି ବିଜେପିର ସଂସଦୀୟ ଦଳର ବୈଠକ ବସୁଛି। ୨୦ ନବନିର୍ବାଚିତ ବିଜେପି ସାଂସଦ ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ। ରାଜ୍ୟର ସରକାର ଗଠନ ସମ୍ପର୍କରେ ମତାମତ ନେଇ ପାରନ୍ତି ଶୀର୍ଷ ନେତୃତ୍ୱ। ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରିବେ ଶୀର୍ଷ ନେତୃତ୍ୱ। ରାଜ୍ୟରେ ୨୦ ଜଣ ବିଜେପି ସାଂସଦଙ୍କ ବିଜୟ ହେବା ପରେ ଦିଲ୍ଲୀରେ ପ୍ରଥମ ବୈଠକ ହେଉଛି। ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ଥର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଜଣାଯାଇଛି।

  • Odisha News Live Udpates: ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚାଲିଛି ଅଙ୍କକଷା
     କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ? ମୁଖ୍ୟମନ୍ତ୍ରୀଙ୍କୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । ଫଳାଫଳ ଆସିବାର ଗୋଟିଏ ଦିନ ପରେ ବି ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ସମସ୍ତେ କେନ୍ଦ୍ରୀୟ ନିଷ୍ପତିକୁ ଅପେକ୍ଷା କରି ରହିଛନ୍ତି । ଦିନେ ଦୁଇ ଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି । ଦିଲ୍ଲୀରୁ ନାଁ ଚୂଡାନ୍ତ ହେବା ପରେ ଏଠାରେ ବିଧାୟକ ଦଳ ବୈଠକ ବସି ତାଙ୍କୁ ନେତା ନିର୍ବାଚିତ କରାଯିବ ।

  • Odisha News Live Udpates: ମଙ୍ଗୁ ଖିଲ ଆହତ
    ସାପ ଚୋଟରେ ନବନିର୍ବାଚିତ ବିଧାୟକ ଗୁରୁତର। ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଖବର ଅନୁଯାୟୀ ଗୁରୁତର ହୋଇ ପଡ଼ିଥିବା ବିଧାୟକ ଚିତ୍ରକୋଣ୍ଡାର ନବନିର୍ବାଚିତ ମଙ୍ଗୁ ଖିଲ। ସୂଚନା ଅନୁଯାୟୀ ବୁଧବାର ଶ୍ରୀ ଖିଲଙ୍କୁ ସାପ କାମୁଡ଼ିଥିଲା। ଏ ସମ୍ପର୍କରେ ପରିବାର ସଦସ୍ୟ ଜାଣିବା ପରେ ତାଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ରହିଥିବା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 

  • Odisha News Live Updates: BSKY କାର୍ଡକୁ ନେଇ ଆସିଲା ଅପଡେଟ
    ରାଜ୍ୟରେ ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ସ୍ପଷ୍ଟିକରଣ ରଖିଲା ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ କହିଛନ୍ତି ବିଏସକେୱାଇ ଯୋଜନା ଜାରି ରହିଛି । ବିଏସକେୱାଇକୁ ନେଇ ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର କରିଥିବା ଏମଓୟୁ ଏବେ ବି ବଳବତର ରହିଛି । ବିଏସକେୱାଇ କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟସେବା ମିଳୁନଥିବା ଖବର ଗୁଜବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ବିଜେପି ସରକାର ଆସିବା ପରେ ସାମଜିକ ଗଣମାଧ୍ୟମରେ ପ୍ରଚାର ହେଉଛି ଯେ ଘରୋଇ ହସ୍ପିଟାଲରେ ବିଏସକେୱାଇରେ ଚିକିତ୍ସା ଅର୍ଥ ଆଉ ପାଇବେ ନାହିଁ । ତେଣୁ ସେମାନେ ଡାକ୍ତରଖାନାରେ ରୋଗୀଙ୍କୁ ଭର୍ତି କରିବାକୁ ଅମଙ୍ଗ ହେଉଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁଜବ ବୋଲି କହିଛି ।

  • Odisha News Live Updates: ଭାରସାମ୍ୟ ହରାଇ ଖାଇକୁ ଖସିଲା କାର୍
    ବୁଧବାର ରାତିରେ କୌଣସି ଏକ କାମରେ ୧୦ ଜଣ ଲୋକେ ଏକ କାରରେ କାଂଶ୍ୟୁର ରୁ ପୋଟଲଟ୍ ଯାତ୍ରା କରୁଥିଲେ। କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ  ହଠାତ୍ ଭାରସାମ୍ୟ ହରାଇ କାରଟି ପୋଟଲଟର ଓଖଲାଖଣ୍ତାରେ ରାସ୍ତାରେ ଥିବା ରାସ୍ତାର ଗାତ (ଖାଇ) କୁ ଖସି ପଡିଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣ ପ୍ରାଣ ହରାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟମ ପାଇଁ ପଠାଇଛି।

     

  • Odisha Daily News Live:  ବଦଳିବ ରାଜ୍ୟର ପାଣିପାଗ, ଆଜି ଏହି ସବୁ ଜିଲ୍ଲାରେ ହୋଇପାରେ ବର୍ଷା
    ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଖୁସି କଲା ପରି ଖବର ଦେଇଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଓଡି଼ଶା ଛୁଇଁବ। ମୌମୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଛି।  ୯  କିମ୍ବା ୧୦ ତାରିଖରେ ମୌମୁମୀ ବର୍ଷା ହେବ। ଏହା ପୂର୍ବରୁ ରାଜ୍ୟରେ କିଛି ଜିଲ୍ଲାରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି।  ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ,ନବରଙ୍ଗପୁର, କୋରାପୁଟ, ନୟାଗଡ଼, ଗଞ୍ଜାମ,  ଖୋର୍ଦ୍ଧା , ବାଲେଶ୍ୱର, କେନ୍ଦୁଝର ଓ କନ୍ଧମାଳ ।  ୧୨ ଓ ୧୩ ତାରିଖ ବେଳକୁ  ପଶ୍ଚିମ ଓଡି଼ଶାରେ ତାତି ପୁଣି ବଢିବ। କିଛି ସ୍ଥାନରେ ୪୫ ଡିଗ୍ରୀ ଟପିପାରେ।

     

  • Odisha Daily News Live: ଏହି ରାଶିଙ୍କୁ ରହିଛି ଆକସ୍ମିକ ଧନପ୍ରାପ୍ତିର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?
    ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୬ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ଖବର...

  • Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

     

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link