Odisha News Live Updates: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Narmada Behera Sat, 06 Jul 2024-8:56 pm,

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • IND vs ZIM 1st T20I: ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଦର୍ଶନ ଲଜ୍ଜାଜନକ ରହିଥିଲା। ଏହି ମ୍ୟାଚରେ ଜିମ୍ବାୱେ ଭାରତୀୟ ଦଳକୁ ୧୩ ରନରେ ପରାସ୍ତ କରିଛି।
  • President Droupadi Murmu arrives in Odisha: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ପହଞ୍ଚିଛନ୍ତି। ମହମହିମ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ସ୍ବାଗତ କରିଥିଲେ। ଭୁବନେଶ୍ବର ମେୟର ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ।  କହିରଖୁଛୁ ଯେ ୪ ଦିନିଆ ଓଡି଼ଶା ଗସ୍ତରେ ରାଷ୍ଟ୍ରପତି ଆସିଛନ୍ତି।  ରାଷ୍ଟ୍ରପତି ଏହି ଅବଧିରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।

     

     

  • Union Budget 2024: ଜୁଲାଇ ୨୩ ରେ ନୂତନ ସରକାରଙ୍କ ପ୍ରଥମ ସାଧାରଣ ବଜେଟ୍ ଉପସ୍ଥାପନ କରାଯିବ। ଏହି ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ। ଏହା ଷଷ୍ଠ ଥର ପାଇଁ ହେବ, ଯେଦେବେଳେ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ।

     

  • PM Modi speaks to new UK PM Keir Starmer: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିର ଷ୍ଟାରମରଙ୍କ ସହ ଫୋନଯୋଗେ କଥା ହୋଇଛନ୍ତି ଓ ତାଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ଗ୍ରହଣ କରିବା ଏବଂ ଲେବର ପାର୍ଟିର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଐତିହାସିକ ଭାରତ-ବ୍ରିଟେନ ସମ୍ପର୍କ ଓ ରଣନୀତିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ଦୁଇ ନେତା ଆଲୋଚନା କରିଥିଲେ।

     

  • Soldier Killed In Encounter In Kashmir's Kulgam: ଆଜି କାଶ୍ମୀରର କୁଲଗାମରେ ସୈନିକ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଜଣେ ସୌନିକଙ୍କୁ ସହିଦ ହୋଇଛନ୍ତି। ସୁରକ୍ଷା କର୍ମୀମାନେ ସୂଚନା ପାଇଥିଲେ ଯେ ଆତଙ୍କବାଦୀମାନେ କୁଲଗାମ ନିକଟ ମୋଦରଗାମରେ ଲୁଚି ରହିଥିଲେ। ଯାହା ପରେ ଏକ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହି ସମୟରେ ଏକ ସ୍ଥାନରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୈନିକମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଓ ସୈନିକମାନେ ମଧ୍ୟ ଏହାର ପ୍ରତିଶୋଧ ନେଇଥିଲେ। ଏହି ଏନକାଉଣ୍ଟରରେ ଅନ୍ୟ ଜଣେ ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଛନ୍ତି।

     

  •  Odisha News Live Updates: ନିଟ ୟୁଜି ୨୦୨୪ର କାଉନସେଲିଂକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପେପର୍ ଲିକକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି ହେବାକୁ ଥିବା କାଉନସେଲିଂ ସ୍ଥଗିତ ରଖାଯାଇଛି।ଜାତୀୟ ପରୀକ୍ଷା ଏଜେନ୍ସି (NTA) କାଉନସେଲିଂକୁ ସ୍ଥଗିତ ରଖିଛି। ଏନେଇ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏଜେନ୍ସି କହିଛି। ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଜୁଲାଇ ୮ରେ ଅନେକ ନିଟ ୟୁଜି ୨୦୨୪ ଆବେଦନ ଶୁଣାଣି ହେବାର କାର୍ଯ୍ୟକ୍ରମ ରହିଛି। ଏହି ପିଟିସନରେ ପେପର ଲିକ ଅଭିଯୋଗ, ସମ୍ପୂର୍ଣ୍ଣ ପରୀକ୍ଷା ବାତିଲ କରିବା ଓ ପୁଣି ଆୟୋଜନ କରିବାକୁ ଦାବି, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ର କାର୍ଯ୍ୟର ତଦନ୍ତ ଦାବି ଏବଂ ଅନ୍ୟାନ୍ୟ ଚିନ୍ତାଧାରା ଅନ୍ତର୍ଭୁକ୍ତ ରହିଛି। ସୂଚନାଯୋଗ୍ୟଯେ,ନିଟ ୟୁଜି କାଉନସେଲିଂ ଏକାଧିକ ରାଉଣ୍ଡରେ ଚାଲିଥାଏ, ଯେଉଁଥିରେ ଖାଲି ପଦବୀ ଏବଂ ମୋପ ଅପ ରାଉଣ୍ଡ ଅନ୍ତର୍ଭୁକ୍ତ। ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ଛାତ୍ରମାନେ ପ୍ରଥମେ ନିଟ ୟୁଜି କାଉନସେଲିଂ ପାଇଁ ପଞ୍ଜିକରଣ ଏବଂ ଦେୟ ଦେବାକୁ ପଡିବ। ଏହା ପରେ ବିକଳ୍ପଗୁଡ଼ିକ ପୂରଣ ଏବଂ ଲକ କରିବାକୁ ପଡିବ। ପରେ ଡକ୍ୟୁମେଣ୍ଟଗୁଡିକ ଅପଲୋଡ କରିବାକୁ ପଡିବ ଏବଂ ଜଣଙ୍କୁ ଆଲର୍ଟ କରାଯାଇଥିବା ଅନୁଷ୍ଠାନରେ ବ୍ୟକ୍ତିଗତ ଭାବରେ ରିପୋର୍ଟ କରିବାକୁ ପଡିବ।

  • Odisha News Live Updates: କୁଚିଣ୍ଡା ବାସୀଙ୍କ ଅଧିକାର ପୂରା କରିବା ସହ ଦାୟିତ୍ୱ ନେବା ଓ ଲୋକ କଲ୍ୟାଣରେ ନିଜକୁ ଉତ୍ସର୍ଗ କରିବା ଆମର ପ୍ରାଥମିକତା ବୋଲି କହିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି କୁଚିଣ୍ଡା ଗସ୍ତ ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବା ସହ ଏହା କହିଥିଲେ । ପ୍ରଧାନମନ୍ତ୍ରୀ ଏବଂ ବିଜେପି ପ୍ରତି ଥିବା ଆସ୍ଥାକୁ ବଜାୟ ରଖିବା ପାଇଁ ଶୁକ୍ରବାର କୁଚିଣ୍ଡାରେ ଆୟୋଜିତ ‘ବିଜୟ ସମ୍ବର୍ଦ୍ଧନା ଉତ୍ସବ’ରେ ଯୋଗଦେବା ଅବସରରେ କାର୍ଯ୍ୟକର୍ତ୍ତାଙ୍କୁ ସୁପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପିକୁ ଆଶୀର୍ବାଦ କରିଥିବାରୁ କୁଚିଣ୍ଡାର ଜନସାଧାରଣ ବିଶେଷତଃ ମାତୃଶକ୍ତି ଏବଂ ଯୁବଶକ୍ତିଙ୍କୁ ଧନ୍ୟବାଦ ଜଣାଉଛି । ସ୍ୱାଧୀନତା ପରେ କୁଚିଣ୍ଡା ଅଞ୍ଚଳର ଜନପ୍ରତିନିଧି ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଭାବେ ଲୋକଙ୍କ ସେବା କରିବାର ଦାୟିତ୍ୱ ନେଇଛନ୍ତି, ଯାହା ଅଞ୍ଚଳ ପାଇଁ ଗୌରବର ବିଷୟ । ସେ ଆହୁରି କହିଛନ୍ତି ଯେ କୁଚିଣ୍ଡା ହେଉଛି ଏକ କୃଷି ପ୍ରାଧାନ୍ୟ ଅଞ୍ଚଳ । ଏହି ଅଞ୍ଚଳରେ ପାଣି ଅଭାବ ନାହିଁ । ଉର୍ବର ଜମିର ଅଭାବ ନାହିଁ । ଏଠାରେ ଧାନ, ବିଭିନ୍ନ ରକମର ପନିପରିବା, ଜଙ୍ଗତଜାତ ଦ୍ରବ୍ୟ ଉତ୍ପାଦିତ ହେଉଛି । 

  • Odisha News Live Updates:  ଫ୍ରାଇଡେ ରିଲିଜ୍ ଅବସରରେ ପ୍ରେକ୍ଷାଳୟକୁ ଚାଷୀଙ୍କ ସମସ୍ୟା ନେଇ ଆସିଲା ଓଡ଼ିଆ ସିନେମା - ସଂଘର୍ଷର କାହାଣୀ ‘ସୀତା । ରାଜ୍ୟର ୧୦ଟି ହଲ୍‌ରେ ରିଲିଜ୍ ହେଇଥିବାବେଳେ ଭୁବନେଶ୍ଵରର ଏକ ମଲ୍ଟିପ୍ଲେକ୍ସରେ ଅପରାହ୍ଣ ୪ଟା ୧୫ରେ ପ୍ରିମିୟର ସୋ' ଅନୁଷ୍ଠିତ ହୋଇଥିଲା । ଏଥିରେ ପୂରା ପ୍ରଯୋଜନା ଟିମ୍ ଓ କଳାକାର ଙ୍କ ସହିତ ଇଣ୍ଡଷ୍ଟ୍ରିର ଅନେକ ନାମୀ ଦାମୀ ପ୍ରଯୋଜକ, ନିର୍ଦ୍ଦେଶକ, ବରିଷ୍ଠ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ରହି ଦର୍ଶକଙ୍କ ଗହଣରେ ସିନେମା ଦେଖିଥିଲେ । 

  • Odisha News Live Updates: ଦିନକୁ ଦିନ ସୋସିଆଲ ମିଡିଆର ବ୍ୟବହାର ବଢ଼ି ବଢ଼ି ଚାଲୁଛି।ଏପରିକି ସୋସିଆଲ ମିଡ଼ିଆ ବିନା ବଞ୍ଚିବା ଅସମ୍ଭବ ହୋଇ ପଡ଼ିଛି।ଆମ ଦୈନନ୍ଦିନ ଜୀବନର ଏକ ନିତ୍ୟ ବ୍ୟବହାର୍ଯ୍ୟ କହିଲେ ଅତ୍ୟକ୍ତି ହେବ ନାହିଁ।ତେବେ ବର୍ତ୍ତମାନ ପାକିସ୍ତାନ ଶହବାଜ୍ ସରକାର ଦେଶରେ ସୋସିଆଲ ମିଡିଆ ଚଳାଇବା ଉପରେ ବ୍ୟାନ୍ ଲଗାଇଛନ୍ତି।ପ୍ରକାଶ ଥାଉଯେ,ବିଗତ କିଛି ମାସ ହେବ ପାକିସ୍ତାନରେ ମାଇକ୍ରୋ ବ୍ଲଗିଂ ସାଇଟ୍ ‘ଏକ୍ସ’ ବ୍ୟବହାର କରିବା ଉପରେ ରୋକ୍ ଲଗାଯାଇଛି। ଦେଶରେ ସୋସିଆଲ ମିଡିଆରେ ଘୃଣ୍ୟ ବିଷୟବସ୍ତୁ ଏବଂ ଭୁଲ ତଥ୍ୟକୁ ନିୟନ୍ତ୍ରଣ କରିବା ଏବଂ ସାମ୍ପ୍ରଦାୟିକ ହିଂସାକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଗୁରୁବାର ପାକିସ୍ତାନ ସରକାର ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଛି।

     

  • Odisha News Live Updates: ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠବ ଆରମ୍ଭ ହୋଇଯାଇଛି। ନୂତନ ଭାବରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଆଜି ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ବସିଛି। ପୂର୍ବତନ ଜଷ୍ଟିସ ବିଶ୍ୱର ନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ଟିମ୍ ସଦସ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା କରୁଛନ୍ତି। ତା ପୂର୍ବରୁ ମନ୍ତବ୍ୟ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ଯେ, କେବେ ରତ୍ନଭଣ୍ଡାର ଖୋଲିବ, ମୋଡାଲିଟି କଣ ରହିବ ସେ ନିଷ୍ପତ୍ତି କମିଟି ନେବ। ସେମାନେ ଯେଉଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବେ ସରକାର ତାହାକୁ ମାନିବେ। 

     

  • Odisha News Live Updates: ଘରେ ରାତିରେ ମା ପାଖରେ ଶୋଇଥିଲା ୪ମାସର ଶିଶୁକନ୍ଯା। ହଠାତ୍ କାନ୍ଦି ଉଠିଲା ଶିଶୁକନ୍ଯାଟି , ହେଲେ କେହି କିଛି ବୁଝି ପାରିଲେ ନାହିଁ। ମା ପୁଣିଥରେ କାନ୍ଦୁଥିବା ଝିଅଟିକୁ ଶାନ୍ତ କରି ସୁଆଇଦେଲା। କେଇଘଣ୍ଟାପରେ ଶିଶିକନ୍ଯାଟି ଅତି ଗୁରୁତର ହେବାରୁ ତାକୁ ଡାକ୍ତର ଖାନା ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କଲେ। ରାତିରେ କୌଣସି ଏକ ବିଷାକ୍ତ ସାପ କାମୁଡିଥିବା ରୁ ଶିଶୁଟିର ମୃତ୍ଯୁ ଘଟିଥିବା ଡାକ୍ତର ପରିବାର ଲୋକଙ୍କୁ ଜଣାଇଛନ୍ତି। ଆନନ୍ଦପୁର ଥାନା ରଟୁଆଁ ଗାଁ ରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତକ ଗାଁ ର ଚନ୍ଦନ ମାଝୀ ଙ୍କ ଝୀଅ ପିହୁ ମାଝୀ ଙ୍କ ଏଭଳି ମୃତ୍ଯୁ କୁ ନେଇ ଗାଁ ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

  • Odisha News Live Updates: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବୋଲଗଡ ବ୍ଲକ ଜେଇ। ୧୯ ହଜାର ୨ଶହ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବଶିଲା ଭିଜିଲାନ୍ସ। ବୋଲଗଡ ବ୍ଲକର କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ ଙ୍କୁ ଲାଞ୍ଚ ନେବାବେଳେ ଧରିଲା ଭୁବନେଶ୍ୱର-ନୟାଗଡ ଭିଜିଲାନ୍ସ ଟିମ୍ । ନୃସିଂହ ନାଥ ପ୍ରଧାନଙ୍କୁ ଭିଜିଲାନ୍ସ ଟିମ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା।

  • Odisha News Live Updates: ବ୍ରିଟେନ ସାଧାରଣ ନିର୍ବାଚନରେ ପରାଜିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । କଞ୍ଜରଭେଟିବ ପାର୍ଟିର ସୁନକଙ୍କୁ ବିପୁଳ ବ୍ୟବଧାନରେ ହରାଇ ଲେବର ପାର୍ଟିର କେର ଷ୍ଟାରମର ବ୍ରିଟେନର ପ୍ରଧାନମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ସୁନକଙ୍କ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ, ସ୍ୱପ୍ନରେ ରହିଯାଇଛି ।ତେବେ  ଋଷି ସୁନକଙ୍କ ନେତୃତ୍ବାଧୀନ କଞ୍ଜର୍ଭେଟିଭ ଦଳ ଘୋର ପରାଜୟର ସମ୍ମୁଖୀନ ହୋଇଛନ୍ତି। କାରଣ ଭୋଟରମାନେ ସେମାନଙ୍କୁ ଜୀବନ ଧାରଣର ଖର୍ଚ୍ଚ ବୃଦ୍ଧି, ପର୍ଯ୍ୟାପ୍ତ ଜନସେବାର ଅଭାବ ଏବଂ ଅନେକ ଦୁର୍ନୀତି ପାଇଁ ଉତ୍ତରଦାୟୀ କରିଥିଲେ। 

    ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : House of Commons set new record : ୟୁକେ ସରକାରରେ ୨୬ ଭାରତୀୟ ବଂଶୋଭବ ସାଂସଦ, ଜାଣନ୍ତୁ ତାଲିକାରେ ଅଛନ୍ତି କେଉଁମାନେ?

  • Odisha News Live Updates:  ଆସନ୍ତା କାଲି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ୫୩ବର୍ଷ ପରେ ପଡିଛି ବିରଳ ରଥଯାତ୍ରା। ୧୫ଦିନ ପରିବର୍ତ୍ତେ ୧୩ ଦିନିଆ ଅଣସର ହୋଇଛି ମହାପ୍ରଭୁଙ୍କର। ଦେବସ୍ନାନ ମଣ୍ଡପରେ ୧୦୮ଗରା ସୁବାସିତ ଜଳରେ ସ୍ନାନ କରି ଥଣ୍ଡା ଜ୍ୱରରେ ଥିଲେ ମହାବାହୁ। ହେଲେ ଦଶମୀ ଦିନ ଦଶମୂଳ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ନିକଟରେ ଲାଗି ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଶ୍ରୀଅଙ୍ଗ ସେବକ ଦଇତାପତି ମାନେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ପ୍ରଦାନ କରିବା ପରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। 

    ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Ratha Yatra 2024: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଆଜି ୩ ରଥ ନେବେ ଉତ୍ତର ମୋଡ଼

     

  • Odisha News Live Updates:  ପୁରୀ ବଡ଼ଦାଣ୍ଡ ସଫେଇ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  । ଦୁଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେ . ଭି . ସିଂଦେଓ, ଶ୍ରୀମତି ପ୍ରଭାତି ପରିଡ଼ା,ମନ୍ତ୍ରୀ ମଣ୍ଡଳ ର ସଦସ୍ୟ ବୃନ୍ଦ ଏବଂ ସାଂସଦ ଓ ବିଧାୟକ ମାନେ ମଧ୍ଯ କାର୍ଯ୍ୟକ୍ରମ ରେ ସାମିଲ ।

  •  Odisha News Live Updates: ଆଜିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନବଗଠିତ କମିଟି ବୈଠକ ଅନୁଷ୍ଠିତ ହେବ l ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଦିନ ୧୧ ଟାରେ  କମିଟି ର ଅଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ରତ୍ନ ଭଣ୍ଡାର କେବେ ଖୋଲାଯିବ ଓ ଏହାର ଗଣତି ମଣତି ସମ୍ପର୍କରେ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି। 

     

  • Odisha News Live Updates:ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ତଥା ପ୍ରଜନନକୁ ଗୁରୁତ୍ୱ ଦେଇ ସରକାର ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୫ଟି ମହାବଳ ବାଘ ଆଣିବାକୁ ଯୋଜନା କରିଛନ୍ତି। ସମ୍ବଲପୁର ଜିଲ୍ଲା ଡେବ୍ରିଗନ ଅଭୟାରଣ୍ୟ ପାଇଁ ୩ଟି ଓ ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଇଁ ୨ଟି ମହାବଳ ବାଘ ଆଣିବେ। ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ଏହି ମହାବଳ ଆସିବେ।

  • Odisha News Live Updates: ରୋଷେଇ ଘରେ ବ୍ୟବହାର ହେଉଥିବା ଚକଚକିଆ ଷ୍ଟିଲ୍‍ ବାସନର ଗୁଣାତ୍ମକ ମାନ ଠିକ୍‍ ରହିଛି କି? ଯେଉଁ ଆଲୁମିନିୟମ ବାସନ ବ୍ୟବହାର କରାଯାଉଛି ତାହା ଖାଦ୍ୟ ପଦାର୍ଥର ମାନ ରକ୍ଷା କରିବାରେ ସମର୍ଥ କି? ଏ ପ୍ରଶ୍ନ ଏବେ ଅନେକଙ୍କୁ ଆକ୍ରାନ୍ତ କରୁଥିବ। କାରଣ ବର୍ଷ ବର୍ଷ ଧରି ପାର୍ମପରିକ ଭାବେ ଆମେ ବ୍ୟବହାର କରୁଥିବା ଷ୍ଟେନଲେସ୍‍ ଷ୍ଟିଲ ବା ଆଲୁମିନିୟମ ବାସନ, ରୋଷେଇଘର ଉପକରଣଗୁଡ଼ିକର ନିର୍ମାଣ ବେଳେ ଠିକଣା ଧାତୁ ବ୍ୟବହାର ହେଉଛି ବା ନାହିଁ ତାହା ପ୍ରଶ୍ନକୁ ଆସିଥାଏ। ଆଉ ଏହି ପ୍ରଶ୍ନର ସମାଧାନ ପାଇଁ ଭାରତୀୟ ମାନକ ବ୍ୟୁରୋ ଏଣିକି ବଜାରରେ ବିକ୍ରି ହେବାକୁ ଥିବା ସମସ୍ତ ଷ୍ଟିଲ୍‍ ଓ ଆଲୁମିନିୟମ ବାସନ ଉପରେ ‘ଆଇଏସ୍‍ଆଇ’ ଚିହ୍ନକୁ ବାଧ୍ୟ କରିଛନ୍ତି।

  • Odisha News Live Updates:  ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‍ ଅଧିବେଶନ। ଏହା ମୋହନ ସରକାରଙ୍କ ଲାଗି ପ୍ରଥମ ଅଧିବେଶନ ହେବ। ସେପ୍ଟମ୍ବର ୧୩ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ୨୭ଟି କାର୍ଯ୍ୟ ଦିବସ ରହିବ। ରାଜ୍ୟପାଳ ଏହି ଅଧିବେଶନକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ପରେ ଉପ ବାଚସ୍ପତି ନିର୍ବାଚନ ସହ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ଜୁଲାଇ ୨୫ ତାରିଖରେ ବଜେଟ୍‍ ଉପସ୍ଥାପନ ହେବା କାର୍ଯ୍ୟକ୍ରମ ରହିଛି। 

  • Odisha News Live Updates: ରାଜ୍ୟରେ ଜାରି ରହିଛି ମୌମୁମୀ ଜନିତ ବର୍ଷା। ଶୁକ୍ରବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ଼ ହୋଇଥିବା ବେଳେ  ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ରେକର୍ଡ଼ କରାଯାଇଛି।  ଅନୁଗୁଳରେ ସର୍ବାଧିକ ୫୫.୨ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ସମ୍ବଲପୁର, ଖୋର୍ଦ୍ଧା, ମାଲକାନଗିରି, କଟକ, କଳାହାଣ୍ତି, ବରଗଡ଼ ଆଦି ସ୍ଥାନରେ ୩୦ ରୁ ୫୦ ମିମି ବର୍ଷା ରେକର୍ଡ଼ ହୋଇଛି।  ରାଜ୍ୟରେ ଆସନ୍ତା ୭ ଦିନ ବର୍ଷା ଲାଗି ରହିବ। ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି। 

    ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Weather Update: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଆଜି ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

     

  • Odisha News Live Updates: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି। ଆଜିଠାରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ରହିବେ। ରାଷ୍ଟ୍ରପତି ଆଜି ଭୁବନେଶ୍ୱରରେ ହେବାକୁ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ। ଏହା ପରେ ଜୁଲାଇ ୭ ତାରିଖରେ ରାଷ୍ଟ୍ରପତି ପୁରୀ ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦେଖିବେ। ରାଷ୍ଟ୍ରପତି ଜୁଲାଇ ୮ ତାରିଖରେ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ବିଭୂତି କାନୁନଗୋ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ । ସେହିଦିନ ସେ ଭୁବନେଶ୍ୱର ନିକଟସ୍ଥ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀମାନଙ୍କର ଦିବ୍ୟ ରିଟ୍ରିଟ୍ କେନ୍ଦ୍ର ଉଦଘାଟନ କରିବା ସହ ‘ସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ ଅଭିଯାନର ଶୁଭାରମ୍ଭ କରିବେ। ଜୁଲାଇ ୯ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର୍)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ।

  • Horoscope Today 6 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୬ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

    ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତିର ରହିଛି ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link