Ratha Yatra 2024: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଆଜି ୩ ରଥ ନେବେ ଉତ୍ତର ମୋଡ଼
Advertisement
Article Detail0/zeeodisha/odisha2323992

Ratha Yatra 2024: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଆଜି ୩ ରଥ ନେବେ ଉତ୍ତର ମୋଡ଼

Ratha Yatra 2024: ଆସନ୍ତା କାଲି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ୫୩ବର୍ଷ ପରେ ପଡିଛି ବିରଳ ରଥଯାତ୍ରା। ୧୫ଦିନ ପରିବର୍ତ୍ତେ ୧୩ ଦିନିଆ ଅଣସର ହୋଇଛି ମହାପ୍ରଭୁଙ୍କର। ଦେବସ୍ନାନ ମଣ୍ଡପରେ ୧୦୮ଗରା ସୁବାସିତ ଜଳରେ ସ୍ନାନ କରି ଥଣ୍ଡା ଜ୍ୱରରେ ଥିଲେ ମହାବାହୁ। ହେଲେ ଦଶମୀ ଦିନ ଦଶମୂଳ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ନିକଟରେ ଲାଗି ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଶ୍ରୀଅଙ୍ଗ ସେବକ ଦଇତାପତି ମାନେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ପ୍ରଦାନ କରିବା ପରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି।

ସେପଟେ ମହାପ୍ରଭୁଙ୍କ ଘଣାଲାଗି, ଖଳିଲାଗି ଓ ଖଡିଲାଗି ସମ୍ପର୍ଣ୍ଣ ହେବା ପରେ ଦୁଇଦିନ ଧରି ଦତ୍ତମହାପାତ୍ର ସେବକ ମାନେ ବନକଲାଗୀ କରିଛନ୍ତି। ସେପଟେ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ସକାଳ ଧୂପ ପରେ ପଟିଦିଅଁଙ୍କ ନିକରୁ ବିଜେ ହୋଇଛି ରଥ ଆଜ୍ଞାମାଳ । ସଂନ୍ଧ୍ୟା ଆଳତୀ ପରେ ଧ୍ୱଜା ଆଜ୍ଞାମାଳ ବିଜେ ହୋଇ ମହାପ୍ରଭୁଙ୍କ ତିନିରଥର ଦକ୍ଷିଣ ମୋଡ କରାଯିବ। ବିଧିବ୍ଯବସ୍ଥା ଅନୁସାରେ ପ୍ରଥମେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ ହୋଇ ସିଂହଦ୍ଵାର ନିକଟକୁ ଆସିବେ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ବଡଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ ସିଂହଦ୍ଵାର ନିକଟକୁ ଦକ୍ଷିଣ ମୋଡ ହୋଇ ଆସିବେ।

ଆସନ୍ତାକାଲି ଗୋଟିଏ ଦିନରେ ପଡୁଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ସହ ଶ୍ରୀଗୁଣ୍ଡିଚା ଯାତ୍ରା। ଅବକାଶ ନିତି ପରେ ଦଶଅବତାର ଠାକୁର ବାହୁଡା ବିଜେ ହେବା ପରେ ଅନ୍ଯାନ୍ଯ ନିତି ବଢି ପୂର୍ବାହ୍ନ୧୧ଟାରେ ରଥପ୍ରତିଷ୍ଠା,ଓ ଗୋଟାଏ ରେ ମଙ୍ଗଳାର୍ପଣ ଓ ଦିନ ୧.୧୦ରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବ। ଛେରାପହଁରା ଓ ଚାରବନ୍ଧା,ଘୋଡାସାରଥି ଲାଗିବା ପରେ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ।