Loksabha Result: ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଭୋଟ ଗଣତି । ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଭୋଟ୍ ଗଣତି । ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି ଚାଲିଛି। ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ଚାଲିଛି । ତେବେ ଧିରେ ଧିରେ ଟ୍ରେଣ୍ଡ ସାମ୍ମାକୁ ଆସୁଥିବା ବେଳେ ସବୁ ଦଳରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ଓଡ଼ିଶାର ୨୧ ଟି ଲୋକସଭା ଆସନରୁ ବିଜେପି ସାଂସଦ ପ୍ରାର୍ଥୀ ଆଗୁଆ ରହିଛନ୍ତି । ସବୁଠାରୁ ବଡ଼ କଥା ହେଲା ଚର୍ଚ୍ଚାରେ ରହିଥିବା ସମ୍ବଲପୁର ଆସନ ଉପରେ ପୂରା ରାଜ୍ୟବାସୀଙ୍କ ନଜର ରହିଛି। ଏହି ଆସନରେ ବିଜେପିରୁ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିରୁ ପ୍ରଣବ ପ୍ରକାଶ ଦାସ । ସେହିପରି କଂଗ୍ରେସରୁ ନଗେନ୍ଦ୍ର କୁମାର ରହିଛନ୍ତି । 


COMMERCIAL BREAK
SCROLL TO CONTINUE READING

ହେଲେ ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ଆସନରେ ଆଗୁଆ ରହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ  ୨୦ ହଜାର ୧୧୬ ଖଣ୍ଡ ଭୋଟ ପାଇ ୪ ହଜାର ୯୯୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସେହିପରି ପଛକୁ ପଛ ପ୍ରଣବ ପ୍ରକାଶ ଦାସ ରହିଛନ୍ତି । ପ୍ରଣବ ପ୍ରକାଶ ୧୫ ହଜାର ୧୧୯ ଖଣ୍ଡ ଭୋଟ ପାଇଛନ୍ତି ଏବଂ କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ ୩ ହଜାର ୧୩୫ ଖଣ୍ଡ ଭୋଟ ପାଇଛନ୍ତି।