House on Beautiful Lacation But No One Comes to Live:  ବିଳାସମୟ ଘରେ ରହିବାକୁ କାହାକୁ ବା ଭଲ ନ ଲାଗେ । କିନ୍ତୁ ବିଳାସମୟ ଘର ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ତାହା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଘର ବିଷୟରେ କହିବାକୁ ଯାଉଛୁ ,ଯାହା ଦିର୍ଘ ୧୦୦ ବର୍ଷ ଧରି ବନ୍ଦ ପଡିଛି । ଘରଟି ଆମ୍ବାନୀଙ୍କ ଆଣ୍ଟିଲ୍ୟାକୁ ମଧ୍ୟ ପଛରେ ପକାଇଦେବ। ଘରେ ହୋଇଥିବା ଇଣ୍ଟେରିୟର ଡିଜାଇନରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ଘର ଭିତରେ ସୁଇମିଙ୍ଗ ପୁଲ ଠାରୁ ଆରମ୍ଭ କରି ରହିଛି ସବୁକିଛି । ଘର ନିକଟରେ ରହିଛି  ସୁନ୍ଦର ସମୁଦ୍ର ସହିତ ସବୁଜ ଘାସ ଗାଲିଚା । ମନଲୋଭା ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ପୁରା ପରିବେଶ । କିନ୍ତୁ ଏହି ଘରେ ରହିବାକୁ କେହିବି ପ୍ରସ୍ତୁତ ନୁହଁନ୍ତି। ଯାହାକୁ ଦୁନିଆର ନିସଙ୍ଗ ଦୁନିଆ (World's Loneliest House) ବୋଲି କୁହାଯାଏ । 


COMMERCIAL BREAK
SCROLL TO CONTINUE READING


ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ଦୁନିଆରେ ଏଭଳି ଏକ ଘର,ଯାହା ଦିର୍ଘ ୧୦୦ ବର୍ଷ ଧରି (100 years) ବନ୍ଦ ରହିଛି। କୁହାଯାଏ ଯେ ଏହା ପୂର୍ବରୁ ଜଣେ ବ୍ୟବସାୟୀଙ୍କ (safe house) ସେଫ ହାଉସ ଥିଲା। କିନ୍ତୁ  ବର୍ଷ ବର୍ଷ ଧରି ଏଠାରେ କେହି ରହୁ ନାହାଁନ୍ତି। ଏହି ଘରଟି ଆଇଲାଣ୍ତ(Island) ଦକ୍ଷିଣରେ ଅବସ୍ଥିତ ଦ୍ୱୀପରେ ଅବସ୍ଥିତ ଏବଂ ଯାହା ପାଖରେ ସମୁଦ୍ର ରହିଛି। 


Also Read : Viral News: ବିମାନରେ ମହିଳାଙ୍କ ଅଜବ କାରନାମା , ଏହି କାରଣରୁ ସର୍ବସମ୍ମୁଖରେ ନିଜର ଡ୍ରେସ ଖୋଲିଦେଲେ 


Also Read : Viral News: ୭୫ ବର୍ଷୀୟ ବରକୁ ୬୫ ବର୍ଷୀୟ କନ୍ୟା, ସରକାର କରାଇଲେ ବିବାହ...


ଏଭଳି ଏକ ଗୁଜବ ଉଠିଥିଲା:ଗତକିଛି ଦିନ ତଳେ ଏହି ଘରକୁ ନେଇ ଏଭଳି ଏକ ଖବର ଆସିଥିଲା ଯେ, ଏହି ଘର ନାମ ହେଉଛି ଇଲିଦେ (Elliðaey)। ୧୮ରୁ ୧୯ ଶତାବ୍ଦୀ ମଧ୍ୟରେ ଏହି ସ୍ଥାନରେ ଅନେକ ଲୋକ ବାସ କରୁଥିଲେ । ଏଠାରେ ବସବାସ କରୁଥିବା ଲୋକଙ୍କ ଜୀବନ ବେଶ ଭଲରେ ଚାଲୁଥିଲା। କିନ୍ତୁ କୌଣସି କାରଣରୁ  ୧୯୩୦ ମସିହାରେ ଏଠାରେ ବସବାସ କରୁଥିବା ଲୋକେ ଏହି ସ୍ଥାନ ଛାଡି ଅନତ୍ର ପଳାଇ ଯାଇଥିଲେ। ସେବେଠାରୁ ହିଁ ଏହି ଘରେ ବା ଏହାର ଆଖପାଖରେ କୌଣସି ଲୋକେ ରହୁ ନାହାଁନ୍ତି । ଦିର୍ଘ ଦିନ ବନ୍ଦ ପଡିବା ପରେ ଘରେ ଭୁତମାନଙ୍କ ରାଜ୍ ଚାଲୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ,ଏହି ଘରଟି ଭଲ ଅବସ୍ଥାରେ ଥିଲେ ମଧ୍ୟ କୌଣସି ଲୋକେ ଭୟରେ ଏଠି ରହିବାକୁ ଆସୁ ନାହାଁନ୍ତି। 


ଏହି ଘର ବିଷୟରେ କୁହାଯାଏ ଯେ, ଏକଦା ଏହି ଘରଟି କୋଟିପତିଙ୍କ ଦ୍ୱାରା ନିର୍ମିତ ହୋଇଥିଲା | କିଛି ଲୋକ ବିଶ୍ବାସ କରନ୍ତି ଯେ, ଏଠାରେ କିଛି ଧାର୍ମିକ ବ୍ୟକ୍ତି ରହୁଥିଲେ । କିନ୍ତୁ ଲୋକକଥାରୁ ଶୁଣାଯାଏ  ଯେ ,ଏହି ସ୍ଥାନକୁ ଆଇଲାଣ୍ତ(Island) ସରକାର ପ୍ରସିଦ୍ଧ ଗାୟକ ବିଜର୍କଙ୍କୁ(famous singer Bjork) ଉପହାର ଦେଇଥିଲେ। ଯଦିଓ ଟୁର୍ କମ୍ପାନୀଗୁଡିକ ଲୋକମାନଙ୍କୁ ପାହାଡ ଉପରେ ଯାତ୍ରା କରନ୍ତି କାରଣ ଏଠାରେ ପରିବେଶ ବହୁତ ଭଲ ଥାଏ। ତେବେ ଏହି ଘର ଭିତରେ, ରୋଷେଇ ଘର, ଆସବାବପତ୍ର, ନିଆଁ ଜଳାଇବା ପାଇଁ ଏକ ସ୍ଥାନ ଏବଂ ସମସ୍ତ ଆଧୁନିକ  ଫର୍ଣ୍ଣିଚର ରହିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି,ଏହି ଘରକୁ ମଧ୍ୟ କେହି ରହିବାକୁ ଆସନ୍ତି ନାହିଁ ।