Dinosaur Egg Found in MP: କୁହାଯାଏ ଯେ ପ୍ରାଚୀନ ଆସ୍ଥା କିମ୍ବା ବିଶ୍ୱାସ ତର୍କ ଅଥବା ବିଜ୍ଞାନକୁ ମଧ୍ୟ ଗ୍ରହଣ କରେ ନାହିଁ। ସଦ୍ୟ ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହହଣ। ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ "ପଥର ବଲ୍: ଭାବରେ ବିବେଚନା କରାଯାଉଥିଲା, ତାହାକୁ ଏକ ବିଶେଷଜ୍ଞ ଦଳ ଡାଇନୋସର ଅଣ୍ଡାର ଜୀବାଶ୍ମ ବୋଲି ବର୍ଣ୍ଣନା କରିଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ନିଜ ପୂର୍ବପୁରୁଷଙ୍କ ପରମ୍ପରାକୁ ଅନୁସରଣ କରି ପଡଲ୍ୟା ଗ୍ରାମର ବେସ୍ତା ମଣ୍ଡଲୋଇ ନାମକ ଜଣେ ବ୍ୟକ୍ତି ଏହି ବଲ୍କୁ "କାକର ଭୈରବ" ରୂପରେ ପୂଜାର୍ଚ୍ଚନା କରୁଥିଲେ। ବେସ୍ତା ମଣ୍ଡଲୋଇ ବିଶ୍ୱାସ କରୁଥିଲେ ଯେ  "କାକର ଭୈରବ" ତାଙ୍କ ଜମି ଏବଂ ଗାଈଗୋରୁଙ୍କୁ ଅସୁବିଧା ଏବଂ ଦୁର୍ଭାଗ୍ୟରୁ ରକ୍ଷା କରିବେ।


COMMERCIAL BREAK
SCROLL TO CONTINUE READING

କେବଳ ବେସ୍ତା ମଣ୍ଡଲୋଇ ନୁହେଁ ବରଂ ତାଙ୍କ ଆଖ ପାଖର ଅନେକ ଲୋକଙ୍କ ଦ୍ୱାରା "କାକର ଭୈରବ" ପୂଜା ପାଉଥିଲେ। ସ୍ଥାନୀୟ ଭାଷାରେ "କାକର" ଶବ୍ଦର ଅର୍ଥ ହେଉଛି ଭୂମି କିମ୍ବା କ୍ଷେତ୍ର ଏବଂ "ଭୈରବ" ଶବ୍ଦର ଅର୍ଥ ଭଗବାନଙ୍କୁ ବୁଝାଏ। ଧାର ଏବଂ ଏହାର ଆଖପାଖ ଜିଲ୍ଲାରେ ଖନନ ସମୟରେ ମିଳୁଥିବା ଏପରି ଗୋଲାକାର ପଦାର୍ଥକୁ ସ୍ଥାନୀୟ ଲୋକ ପୂଜାର୍ଚ୍ଚନା କରିଥାନ୍ତି।


ବିଶେଷଜ୍ଞଙ୍କ ପରିଦର୍ଶନ ପରେ ସାମ୍ନାକୁ ଆସିଲା ସତ୍ୟତା
ଏହି ଘଟଣାର ପର୍ଦ୍ଦାଫାଶ ସେତେବେଳେ ହୋଇଥିଲା ଯେତେବେଳେ ବିଶେଷଜ୍ଞ ଦଳ ପଡଲ୍ୟା ଗ୍ରାମ ପରିଦର୍ଶନ କରିଥିଲେ। ଯେତେବେଳେ ଲକ୍ଷ୍ନୌ ସ୍ଥିତ ବୀରବଲ ସାହନି ଇନଷ୍ଟିଚ୍ୟୁଟ୍ ଅଫ୍ ପୋଲିଓସାଇନ୍ସ ବିଶେଷଜ୍ଞ ଏହି ଅଞ୍ଚଳ ପରିଦର୍ଶନ କରିବା ସମୟରେ ଏହି "ପଥର ବଲ୍" ବିଷୟରେ ଜାଣିଲେ ସେତେବେଳେ ସତ୍ୟ ସାମ୍ନାକୁ ଆସିଥିଲା। ସେମାନେ ଆବିଷ୍କାର କରିଥଲେ ଯେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ପୂଜା କରାଯାଉଥିବା "ପଥର ବଲ" ହେଉଛି ଡାଇନୋସର ବର୍ଗର ଟାଇଟାନୋସରସ୍ ପ୍ରଜାତିର ଜୀବାଶ୍ମ ଅଣ୍ଡା। 


Also Read: India: ଦେଶରେ ଠାବ ହେଲା 'ଜୁରାସିକ୍ ପାର୍କ', ମିଳିଲା ୨୫୬ ଡାଇନୋସର ଅଣ୍ଡାର ଜୀବାଶ୍ମ


ଟାଇଟାନୋସରସ୍ ଡାଇନୋସର
ସଠିକ୍ ଭାବରେ ନାମିତ ଏବଂ ବର୍ଣ୍ଣନା କରାଯାଇଥିବା ଟାଇଟାନୋସରସ୍ ହେଉଛି ପ୍ରଥମ ଭାରତୀୟ ଡାଇନୋସର (Titanosaurus Species Dinosaur)। ଏହି ପ୍ରଜାତି ସମ୍ପର୍କରେ ସର୍ବପ୍ରଥମେ ୧୮୭୭ ମସିହାରେ ଜଣାପଡ଼ିଥିଲା। ଟାଇଟାନୋସରସ୍ ନାମର ଅର୍ଥ ହେଉଛି "ଟାଇଟାନିକ: ଝିଟିପିଟି। ପୃଥିବୀ ଭଳି ଗ୍ରହଣରେ ବୁଲୁଥିବା ଟାଇଟାନୋସର ସବୁଠୁ ବଡ ଡାଇନୋସର ଥିଲା। ଏନେଇ ହୋଇଥିବା ଏକ ଆକଳନ ଅନୁଯାୟୀ ଟାଇଟାନୋସରସ୍ ପ୍ରଜାତି ପ୍ରାୟ ୭ କୋଟି ବର୍ଷ ପୂର୍ବେ କ୍ରେଟାସିୟସ୍ ସମୟରେ ଏହି ଅଞ୍ଚଳରେ ବୁଲୁଥିଲା।


Also Read: ମଧ୍ୟ ଭାରତରୁ ମିଳିଲା ସ୍ୱତନ୍ତ୍ର ଡାଇନେସୋର ଅଣ୍ଡା; ଚକିତ ହୋଇଗଲେ ବୈଜ୍ଞାନିକ


ମଧ୍ୟ ପ୍ରଦେଶରେ ମିଳିଛି ବହୁ ସଂଖ୍ୟାରେ ଡାଇନୋସର ଅଣ୍ଡା 
ପୂର୍ବରୁ ମଧ୍ୟ ପ୍ରଦେଶର ଧାର ଜିଲ୍ଲାର ଏକଦା ନର୍ମଦା ଉପତ୍ୟକାରେ ବୁଲୁଥିବା ଟାଇଟାନିକ୍ ଝିଟିପିଟିର ୨ ଶହରୁ ଅଧିକ ଅଣ୍ଡା ଆବିଷ୍କୃତ ହୋଇଥିଲା। ଜାନୁଆରୀ ମାସରେ "PLPS One" ନାମକ ବୈଜ୍ଞାନିକ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଭୋପାଳ ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକ ଅନୁସନ୍ଧାନକାରୀ ଦଳ ଦ୍ୱାରା କରାଯାଇଥିବା ବିସ୍ତୃତ କ୍ଷେତ୍ର ଅନୁସନ୍ଧାନ ଉପରେ ଆଲୋକପାତ କରାଯାଇଥିଲା। ସେମାନେ ୨୫୬ ଜୀବାଶ୍ମ ଟାଇଟାନୋସର ଅଣ୍ଡା ଧାରଣ କରିଥିବା ୯୨ ବାସସ୍ଥାନ ଆବିଷ୍କାର କରିଥିଲେ।