Birthday Cake Cutting with Weapon: ଜନ୍ମଦିନ ଅବସରରେ ହତିଆରରେ କେକ୍ କାଟିବାର ଏକ ନୂଆ ଟ୍ରେଣ୍ଡ ଏବେ ଆରମ୍ଭ ହୋଇଯାଇଛି। ମଧ୍ୟ ପ୍ରଦେଶ ଭିଣ୍ଡ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାରେ ଅସ୍ତ୍ରଶସ୍ତ୍ରରେ  କେକ କାଟି ଜନ୍ମଦିନ ପାଳନ କରିବାର ଧାରା ବୃଦ୍ଧି ପାଇବାରେ ଲାଗିଛି। ସଦ୍ୟ ନଭେମ୍ବର ୧୬ ତାରିଖରେ ଘଟିଯାଇଛି ଏଭଳି ଏକ ଘଟଣା। ଜିଲ୍ଲାର ଗୋହାଦ୍ ଥାନା ଅଞ୍ଚଳର ପିପହାଣ୍ଡି ଗ୍ରାମ ନିବାସୀ ୧୯ ବର୍ଷୀୟ ପ୍ରଶାନ୍ତ ପଣ୍ଡିତ ଏବେ ଚର୍ଚ୍ଚାକୁ ଆସିଛନ୍ତି। ନିଜ ଜନ୍ମଦିନ ଅବସରରେ ସେ ବେଆଇନ ପିସ୍ତଲ ସହିତ ତାଙ୍କ ସାଙ୍ଗଙ୍କ ଉପସ୍ଥିତିରେ ଲଗାତାର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୦ କେକ କାଟି ଜନ୍ମଦିନ ପାଳନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଜରିଆରେ ସେ ତାଙ୍କର ଏହି ଭିଡିଓ ସେୟାର କରି ଏହାକୁ ଭାଇରାଲ କରି ଦେଇଛନ୍ତି।  


COMMERCIAL BREAK
SCROLL TO CONTINUE READING

ବେଆଇନ ପିସ୍ତଲ ସହିତ କେକ୍ କାଟିବା (Cake Cutting with Gun) ଘଟଣା ସ୍ଥାନୀୟ ପୋଲିସ ନଜରକୁ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଏବଂ ଭୟ ବିସ୍ତାର କରିବା ଅଭିଯୋଗରେ ପୋଲିସ ପ୍ରଶାନ୍ତ ପଣ୍ଡିତଙ୍କୁ ଗିରଫ କରିଥିଲା। ପୋଲିସ ପ୍ରଶାନ୍ତ ପାଖରୁ ପିସ୍ତଲ ସହ ଜୀବନ୍ତ ଗୁଳି (Pistol and Cartridges) ଜବତ କରିଛି। ଏହାର ୫ ଦିନ ପୂର୍ବରୁ ବରୋହି ଥାନା ଅଞ୍ଚଳର ଗୋନା ଗ୍ରାମର ସରପଞ୍ଚ ରାଜୁ ସିଂହ ତାଙ୍କ ଜନ୍ମଦିନ ଅବସରରେ ଏକ ଦେଶୀ ବନ୍ଧୁକରେ କେକ କାଟି ଏହାକୁ ସୋସିଆଲ ମିଡିଆ ସାଇଟ ଫେସବୁକ ଜରିଆରେ ଲାଇଭ ପ୍ରସାରଣ କରିଥିଲେ। ଏହି ଘଟଣା ବାବଦରେ ଖବର ପାଇବା ମାତ୍ରେ ପୋଲିସ ଅଭିଯୁକ୍ତ ସରପଞ୍ଚ ଏବଂ ତାଙ୍କର ଅନ୍ୟ ୩ ସହଯୋଗୀଙ୍କୁ ଅସ୍ତ୍ରଶସ୍ତ୍ର ସହିତ ଗିରଫ କରି କାର୍ଯ୍ୟାନୁଷ୍ଠାନ ଶେଷ କରିଥିଲା।


ମଧ୍ୟ ପ୍ରଦେଶର ଚମ୍ବଲ ଅଞ୍ଚଳ (Madhya Pradesh Chambal Region) ଦୁର୍ଗମ, ବିଦ୍ରୋହୀ, ବନ୍ଧୁକ, ଅପହରଣ ଏବଂ ଦାଦା ବଟି ଆଦାୟ ପାଇଁ କୁଖ୍ୟାତ ଥିଲା। ହେଲେ ୨୦୦୭, ୧୩ ମାର୍ଚ୍ଚରେ ଭିଣ୍ଡ-ମୁରୈନ ଜିଲ୍ଲା ସୀମାରେ (Bhid Moorea Distrcit Border) ଅବସ୍ଥିତ ଗଢି-ବୁଧାରା ଗ୍ରାମର ଶେଷ ଡକାୟତ ଜଗଜୀବନ ପରିହାର ଶେଷ ହେବା ସହ ପରିସ୍ଥିତି ବଦଳି ଯାଇଥିଲା। ବର୍ତ୍ତମାନ ବେଆଇନ ଅସ୍ତ୍ରଶସ୍ତ୍ର ରଖିବାର ନୂଆ ଧାରା ଆରମ୍ଭ ହେବା ସହ ସର୍ବସାଧାରଣରେ ଏହାକୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରି ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିବା ତଥା ଆତଙ୍କ ବିସ୍ତାର କରିବା ମାମଲା ପୁଣି ଥରେ ଚମ୍ବଲ (Chambal) ଏବଂ ଭିଣ୍ଡ ଜିଲ୍ଲାରେ (Bhind District) ବିଦ୍ରୋହୀ ତଥା ବନ୍ଧୁକ ଧରି ଆତଙ୍କ ଖେଳାଇବାର ପୁରୁଣା ଦିନକୁ ଫେରାଇ ଆଣିଛି।