Viral News: ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ ଓ ପ୍ରେମ ନୈସର୍ଗିକ । ଦୁଇଟି ଶବ୍ଦର ଏହି ଅକ୍ଷର ଦୁଇଟି ଭିନ୍ନ ମଣିଷକୁ ଏକତ୍ର କରିଦିଏ। ପ୍ରେମ ମାନେନା ବାଧାବିଘ୍ନ। ମାନେନା ସୀମା ସରହଦ। ଜାତି, ଧର୍ମ, ବର୍ଣ୍ଣ ସବୁରି ଉପରେ ଭଲ ପାଇବାର ପରିଭାଷା। ପ୍ରେମ ବିନା ଜୀବନ ରଙ୍ଗହୀନ। କେତେବେଳେ ଏହାର ଆଖିରେ ଆଖିତ ଆଉ କେତେବେଳେ ଏହା ଇସାରାରୁ ଆରମ୍ଭ ହୋଇଥାଏ। ଯାହା ଆଗରେ ଦୁନିଆ ହାରିଯାଏ, ତାହା ପ୍ରେମ , ହାରିବା ଭିତରେ ଯେଉଁଠି ଜିତିବା ଦେଖାଯାଏ, ତାହା ପ୍ରେମ।


COMMERCIAL BREAK
SCROLL TO CONTINUE READING

ପରିଣତ ବୟସରେ ପ୍ରେମ କରି ବିବାହ କରିଛନ୍ତି ଏକ ଦମ୍ପତି ।  ତେବେ,ତେବେ ବରର ବୟସ ୭୫ ହୋଇଥିବା ବେଳେ କନ୍ୟାର ବୟସ ୬୫ ବୋଲି କୁହାଯାଉଛି। ମଧ୍ୟପ୍ରଦେଶ ସତନା ଜିଲ୍ଲାର ଦେଓରି ଗାଁ(madhya pradesh satna)ରେ ଏଭଳି ଏକ ପ୍ରେମୀ ଯୁଗଳ ବିବାହ କରିଛନ୍ତି। ଦେଓରି ଗାଁରେ ରୁହନ୍ତି ୭୫ ବର୍ଷିୟ ବୃଦ୍ଧ ଭଗଓ୍ବଦ୍ଦିନ୍ । ଏବଂ ସେହି ଗାଁରେ ରୁହନ୍ତି  ମୋହନାଇ ବାଇ । ଭଗଓ୍ବଦ୍ଦିନଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସେ ଏକାକୀ ରହୁଥିଲେ। ଆଉ ସେହି ଗାଁରେ ରହୁଥିବା ମୋହନାଇଙ୍କୁ ସେ ମନେ ମନେ ଭଲ ପାଇ ବସିଥିଲେ। ମୋହାଇନ ମଧ୍ୟ କୌଣସି କାରଣରୁ ଅବିବାହିତ ରହିଥିଲେ । ବାଟଘାଟରେ ହେଉଥିବା ଦେଖାଚାହାଁରେ ମୋହନାଇଙ୍କୁ ଭଲପାଇ ବସିଥିଲେ ଭଗଓ୍ବଦ୍ଦିନ । କାଳ ବିଳମ୍ବ ନକରି ଭଗଓ୍ବଦ୍ଦିନ ମୋହନାଇଙ୍କୁ ମନର କଥା ମଧ୍ୟ କହିଥିଲେ। 


Also Read : Mahashivratri 2023: ୭ଶହ ବର୍ଷ ପରେ ପଡିଛି ଏଭଳି ମହାସଂଯୋଗ, ଶିବରାତ୍ରୀରେ ଏହି ସବୁ କାର୍ଯ୍ୟର କରନ୍ତୁ ଶୁଭାରମ୍ଭ


Also Read : Wedding News: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬ଟି ଛୁଆର ବାପା, ଜାଣନ୍ତୁ ଏହି ନିଆରା ବାହାଘର ବିଷୟରେ...


Also Read :  Haryana: ଗୋଚାଲଣ କରୁଥିବା ସନ୍ଦେହରେ ୨ ଜଣଙ୍କୁ ଜୀବନ୍ତ ଜଳାଇଲେ ବଜରଙ୍ଗୀ ଦଳ କର୍ମୀ! କାର ଭିତରୁ ମିଳିଲା କଙ୍କାଳ


ଆଉ ଭଗଓ୍ବଦ୍ଦିନଙ୍କ ଏଭଳି ପ୍ରସ୍ତାବରେ ମନା କରିପାରିନ ଥିଲେ ମୋହନାଇ । ଉଭୟଙ୍କ ଆର୍ଥିକ ଅବସ୍ଥା ଖରାପ ଥିବାରୁ ସରକାରଙ୍କ ତରଫରୁ ଥିବା(Mukhyamantri Kanya Vivah Yojana) ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା(cm kanya vivah yojana)ରେ ହେଉଥିବା ଗଣ ବିବାହରେ ଉଭୟଙ୍କ ବିବାହ ହୋଇଥିଲା । ତେବେ,ସବୁଠାରୁ ବଡ କଥା ହେଉଛି ଯେ, ଭଗଓ୍ବଦ୍ଦିନ ଶାରୀରିକ ଅକ୍ଷମତ ହେତୁ ସେ ଠିକ୍ ଭାବରେ ଚାଲି ପାରନ୍ତି ନାହିଁ। କିନ୍ତୁ ମଣ୍ତପ ନିକଟକୁ କିଛି ଲୋକେ ତାଙ୍କୁ ଟେକି ଟେକି ଆଣିଥିଲେ । ତେବେ,ବୈଦିନ ରୀତିନୀତିରେ ଉଭୟଙ୍କ ହାତଗଣ୍ଠି ପଡିଥିଲା । ତେବେ ଏହି ବିବାହରେ ବରକନ୍ୟା ବେଶ ଖୁସିଥିବା କହିଛନ୍ତି । ବିବାହ ସମାରୋହରେ ଉପସ୍ଥିତ ଥିବା ରାଜ୍ୟ ମନ୍ତ୍ରୀ ରାମକେଲାଭାନ ପଟେଲ (Ramkhelavan Patel) କହିଛନ୍ତି ଯେ, ଏହା ସମଗ୍ର ବିଶ୍ୱରେ ଏକ ଉଦାହରଣ। ଉଭୟ ନିୟମ ଅନୁଯାୟୀ ବିବାହ କରିଛନ୍ତି। ଏହି ବିବାହରେ ଦୁହେଁ ବହୁତ ଖୁସି ଅଛନ୍ତି ।



ନିକଟରେ ଉତ୍ତରପ୍ରଦେଶର ବାରବାଙ୍କୀରେ ଏଭଳି ଏକ ନିଆରା ବାହାଘର ମଧ୍ୟ ହୋଇଥିଲା । ଜଣେ ୬୩ ବର୍ଷିୟ ବୃଦ୍ଧ ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ବିବାହ କରିଥିଲେ। ତେବେ, ଏହି ବୃଦ୍ଧଙ୍କର ୬ଟି ସନ୍ତାନ ମଧ୍ୟ ଅଛନ୍ତି। ତେବେ, ବୃଦ୍ଧଙ୍କର ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ସେ ଏକାକୀ ରହୁଥିଲେ।  ଏକାକୀ ରହି ତାଙ୍କ ଜୀବନ ଦୁର୍ବିଶ ହୋଇ ପଡିଥିଲା । ଏ-ନେଇ ସେ ପୁଣିଥରେ ବିବାହ କରିବାକୁ ନିସ୍ପତି ନେଇଥିଲେ। ତେବେ, ଏହି ନିଆରା ବିବାହ କେବଳ ଜିଲ୍ଲାରେ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ଲାଗିଛି