Haryana: ଗୋଚାଲଣ କରୁଥିବା ସନ୍ଦେହରେ ୨ ଜଣଙ୍କୁ ଜୀବନ୍ତ ଜଳାଇଲେ ବଜରଙ୍ଗୀ ଦଳ କର୍ମୀ! କାର ଭିତରୁ ମିଳିଲା କଙ୍କାଳ
Advertisement

Haryana: ଗୋଚାଲଣ କରୁଥିବା ସନ୍ଦେହରେ ୨ ଜଣଙ୍କୁ ଜୀବନ୍ତ ଜଳାଇଲେ ବଜରଙ୍ଗୀ ଦଳ କର୍ମୀ! କାର ଭିତରୁ ମିଳିଲା କଙ୍କାଳ

Haryana News: ହରିୟାଣାର ଭିଓ୍ବାନି (Haryana Bhiwani) ଅଞ୍ଚଳରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି । ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗୋ ଚାଲଣ(cattle smuggler) କରିବା ଅଭିଯୋଗରେ ଏକ କାର ସହିତ ଦୁଇ ଜଣଙ୍କୁ ଜୀଅଁନ୍ତା ଜଳା ଯାଇଥିବା ଅଭିଯୋଗ ହୋଇଛି । ଆଉ ଏହି ଘଟଣାରେ ବଜରଙ୍ଗୀ ଦଳ(bajrang dal)ର ହାତ ଥିବା ଅଭିଯୋଗ ହୋଇଛି । ପୋଡା ଯାଇଥିବା ବୋଲେର (bolero car) ମଧ୍ୟରୁ ଦୁଇ ଜଣଙ୍କ କଙ୍କାଳ ମଧ୍ୟ ଉଦ୍ଦାର କରାଯାଇଛି।

ସୌଜନ୍ୟ- ସୋସିଆଲ ମିଡିଆ

Haryana News: ହରିୟାଣାର ଭିଓ୍ବାନି (Haryana Bhiwani) ଅଞ୍ଚଳରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି । ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗୋ ଚାଲଣ(cattle smuggler) କରିବା ଅଭିଯୋଗରେ ଏକ କାର ସହିତ ଦୁଇ ଜଣଙ୍କୁ ଜୀଅଁନ୍ତା ଜଳା ଯାଇଥିବା ଅଭିଯୋଗ ହୋଇଛି । ଆଉ ଏହି ଘଟଣାରେ ବଜରଙ୍ଗୀ ଦଳ(bajrang dal)ର ହାତ ଥିବା ଅଭିଯୋଗ ହୋଇଛି । ପୋଡା ଯାଇଥିବା ବୋଲେର (bolero car) ମଧ୍ୟରୁ ଦୁଇ ଜଣଙ୍କ କଙ୍କାଳ ମଧ୍ୟ ଉଦ୍ଦାର କରାଯାଇଛି। ଉଭୟ ମୃତ ହେଉଛନ୍ତି ଭରତପୁରର ବାସିନ୍ଦା। ଉଭୟଙ୍କ ନାଁ ଜୁନିଆଦ ଓ ନାସିର ବୋଲି ଜଣାପଡିଛି ।  ହରିୟାଣାର ଭଓ୍ବାନୀ ଜିଲ୍ଲାରେ ଲୋହରୁ ଅଞ୍ଚଳରୁ ଉଭୟଙ୍କ କଙ୍କାଳ ମିଳିବା ପରେ ଉତ୍ତେଜନା ଦେଖାଦେଇଛି। ମୃତଦେହକୁ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଏହା ସହ ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି

ରିପୋର୍ଟ ଅନୁଯାୟୀ, ଏହି ପୁରା ଘଟଣା ଗୋଚାଲାଣ ସହ ଜଡିତ ବୋଲି କୁହାଯାଉଛି। ମୃତକଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ଉଭୟଙ୍କୁ ଭରତପୁରରୁ ବଜରଙ୍ଗ ଦଳ କର୍ମୀ ଅପହରଣ କରି ନେଇଥିଲେ ଏବଂ ପରେ ଉଭୟଙ୍କୁ ହତ୍ୟା କରାଯାଇଥିଲା। କିଛି ଲୋକ ଏହି ଦୁଇ ଜଣଙ୍କ ଗୋଚାଲାଣ କରୁଥିବା ନେଇ ସନ୍ଦେହ କରୁଥିଲେ। 

 

ବଜରଙ୍ଗ ଦଳର ସଦସ୍ୟଙ୍କ ବିରୋଧରେ ଅଭିଯୋଗ: ଏହି ମାମଲାରେ ମୃତକଙ୍କ ସମ୍ପର୍କୀୟ ଖାଲିଦ କହିଛନ୍ତି ଯେ ନାସିର ଏବଂ ଜୁନାଇଦଙ୍କ ଅପହରଣ ସମ୍ପର୍କରେ କିଛି ଅଜ୍ଞାତ ବ୍ୟକ୍ତି ସୂଚନା ଦେଇଛନ୍ତି। ଖାଲିଦ ଅନିଲ କହିଛନ୍ତି ଯେ, ଜୁନିଆଦ ଓ ନାସିରଙ୍କ ହତ୍ୟା ପଛରେ ଶ୍ରୀକାନ୍ତ, ରିଙ୍କୁ ସାଇନି, ଲୋକେଶ ସିଙ୍ଗଲା ଏବଂ ମୋନୁଙ୍କ ହାତ ରହିଛି।  ଉଭୟଙ୍କୁ ପ୍ରଥମେ ଅପହରଣ କରି ପରେ ହତ୍ୟା କରାଯାଇଛି । ଖାଲିଦ୍ ଏହା ମଧ୍ୟ କହିଛନ୍ତି ଯେ,  ଏ  ସମସ୍ତ ବ୍ୟକ୍ତି ବଜରଙ୍ଗ ଦଳର ସଦସ୍ୟ ଓ ଗୋରକ୍ଷକ ବୋଲି ଜଣାପଡିଛି । 

 

ମୃତକଙ୍କ ପରିବାରରକୁ ନ୍ୟାୟ ଦେବାକୁ ଟ୍ୱିଟ୍ କଲେ ଅସଦୁଦ୍ଦିନ ଓୱାଇସି: ଏହି ଘଟଣା ସମ୍ପର୍କରେ AIMIM ସାଂସଦ ଅସଦୁଦ୍ଦିନ ଓୱାଇସି(AIMIM Mp Asaduddin Owaisi) ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, "ଦୁଇ ଦିନ ପୂର୍ବେ ଜୁନିଆଦ ଏବଂ ନାସିରଙ୍କୁ ଅପହରଣ କରାଯାଇଥିଲା। ଆଜି ସେମାନଙ୍କର ମୃତଦେହ ମିଳିଛି। ପୋଲିସ ଠିକ୍ ସମୟରେ କାର୍ଯ୍ୟ କରି ନାହିଁ ଏବଂ ଅଭିଯୁକ୍ତକୁ ଗିରଫ କରି ନାହିଁ। ଏହି ଘଟଣା ଘଟାଇଥିବା ଲୋକମାନେ  ଜଣାଶୁଣା ଗାରକ୍ଷକ। ଜୁନିଆଦ ଓ ନାସିରଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ ।"

ଗୋରୁ ଚୋରା ଚାଲାଣ ମାମଲା ପଞ୍ଜିକୃତ ହୋଇଥିଲା: ଏହି ମାମଲାରେ ରାଜସ୍ଥାନର (Rajasthan Police)ଗୋପାଳଗଡ ପୋଲିସ ପରେ ଉଭୟ ମୃତକଙ୍କ ନିଖୋଜ ରିପୋର୍ଟ ପଞ୍ଜିକୃତ ହୋଇଥିଲା। ମୃତକଙ୍କ ପରିଚୟ ପରେ ହରିୟାଣା ପୋଲିସ ଏହି ଘଟଣାରେ ପୋଲିସକୁ ସୂଚନା ଦେଇଥିଲା। ଏହା ବ୍ୟତୀତ ପୋଲିସ ସେମାନଙ୍କ ଡିଏନଏ ପରୀକ୍ଷା କରିବାକୁ ଯୋଜନା ମଧ୍ୟ କରିଛି। ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଖବର ଅଛି ଯେ, ଜୁନିଆଦଙ୍କ ବିରୋଧରେ ଗା-ଚୋରା ଚାଲାଣ କରିବା ମାମଲା ପୂର୍ବରୁ ରହିଛି। କିନ୍ତୁ ନାସିରଙ୍କ ରେକର୍ଡ ସେଭଳି କିଛି ନଥିଲା । ଏଭଳି ପରିସ୍ଥିତିରେ ଗା -ଚୋରା ଚାଲାଣ ସନ୍ଦେହରେ ହତ୍ୟାକାଣ୍ତ ହୋଇଥିବା ଅନୁମାନ କରାଯାଉଛି ।

Also Read : Mahashivratri 2023: ୭ଶହ ବର୍ଷ ପରେ ପଡିଛି ଏଭଳି ମହାସଂଯୋଗ, ଶିବରାତ୍ରୀରେ ଏହି ସବୁ କାର୍ଯ୍ୟର କରନ୍ତୁ ଶୁଭାରମ୍ଭ

Also Read : Health Tips: ଗୋଟିଏ ଦିନରେ କେତେ ଚାମଚ ଲୁଣ ବ୍ୟବହାର କରିବା ଆବଶ୍ୟକ? ଜାଣନ୍ତୁ