Mahashivratri 2023: ୭ଶହ ବର୍ଷ ପରେ ପଡିଛି ଏଭଳି ମହାସଂଯୋଗ, ଶିବରାତ୍ରୀରେ ଏହି ସବୁ କାର୍ଯ୍ୟର କରନ୍ତୁ ଶୁଭାରମ୍ଭ
Advertisement
Article Detail0/zeeodisha/odisha1575218

Mahashivratri 2023: ୭ଶହ ବର୍ଷ ପରେ ପଡିଛି ଏଭଳି ମହାସଂଯୋଗ, ଶିବରାତ୍ରୀରେ ଏହି ସବୁ କାର୍ଯ୍ୟର କରନ୍ତୁ ଶୁଭାରମ୍ଭ

Mahashivratri 2023: ଆସନ୍ତାକାଲି (ଶନିବାର) ମହାଶିବରାତ୍ରୀ (mahashivratri ) । ଚଳିତ ବର୍ଷ ମହାଶିବତ୍ରୀରେ ଏଭଳି ଏକ ବିରଳ ଘଟଣା ଘଟିବାକୁ ଯାଉଛି ,ଯାହା ୭ଶହ ବର୍ଷ ପରେ (mahayoga in 700 years)ପ୍ରଥମ ଥର ପାଇଁ ଘଟିବ । ମହାଶିବରାତ୍ରୀ ଦିନ ୫ ଟି ମହା ସଂଯୋଗ(five mahayoga in 700 years pradosh vrat ) ପଡିଛି। ଏହା ବ୍ୟତୀତ ଶିବରାତ୍ରୀ ଦିନ ଠାରୁ କିଛି ରାଶିରେ ମଧ୍ୟ ଏଭଳି ପରିବର୍ତ୍ତନ ଘଟିବାକୁ ଯାଉଛି।

ସୌଜନ୍ୟ- ସୋସିଆଲ ମିଡିଆ

Mahashivratri 2023: ଆସନ୍ତାକାଲି (ଶନିବାର) ମହାଶିବରାତ୍ରୀ (mahashivratri ) । ଚଳିତ ବର୍ଷ ମହାଶିବତ୍ରୀରେ ଏଭଳି ଏକ ବିରଳ ଘଟଣା ଘଟିବାକୁ ଯାଉଛି ,ଯାହା ୭ଶହ ବର୍ଷ ପରେ (mahayoga in 700 years)ପ୍ରଥମ ଥର ପାଇଁ ଘଟିବ । ମହାଶିବରାତ୍ରୀ ଦିନ ୫ ଟି ମହା ସଂଯୋଗ(five mahayoga in 700 years pradosh vrat ) ପଡିଛି। ଏହା ବ୍ୟତୀତ ଶିବରାତ୍ରୀ ଦିନ ଠାରୁ କିଛି ରାଶିରେ ମଧ୍ୟ ଏଭଳି ପରିବର୍ତ୍ତନ ଘଟିବାକୁ ଯାଉଛି। କେବଳ ସେତିକି ନୁହେଁ, କୌଣସି ବ୍ରତଧାରୀ ଉପବାସ କରିବା ଦ୍ବାରା ମହାଦେବ ସେମାନଙ୍କ ମନସ୍କାମନା ପୁରଣ କରିବା ସହ ଉତ୍ତମ ଫଳ ଦେବା। ଏବଂ ଏହି ଶିବରାତ୍ରୀରୁ ଆପଣ କିଛି ଶୁଭ କାର୍ଯ୍ୟ ମଧ୍ୟ ଆରମ୍ଭ କରିପାରିବେ। ଯାହା ଆପଣଙ୍କ ଉପରେ ଧନବର୍ଷା ହେବ।

୫ଟି ମହାସଂଯୋଗ ୨୦୨୩ ଶିବରାତ୍ରୀରୁ ଆରମ୍ଭ ହେବାକୁ ଯାଉଛି: କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀର ଜ୍ୟୋତିଶାଚାର୍ଯ୍ୟ ଡକ୍ଟର ଗଣେଶ ମିଶ୍ର କହିଛନ୍ତି ଯେ ,ଏଥର ମହାଶିବରାତ୍ରୀରେ ୫ଟି ଶୁଭ ଯୋଗ ପଡିଛି ।  ଏହି ଦିନ ପ୍ରାଦୋଶ ବ୍ରତରେ ତ୍ରୟୋଦଶୀ ତିଥି ରାତି ୮ଟା ୨ ମିନିଟ୍ ଏବଂ ଏହା ପରେ ମହାଶିବରାତ୍ରୀ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହେଉଛି। ଏହି ବିରଳ ସମୟରେ ଆପଣ ମହାଦେବଙ୍କ ପାଇଁ ଉପବାସ ରଖି , ପୂଜା କରିପାରିବେ। ଯାହା ଦ୍ବାରା ମହାଦେବ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ କରିବେ। ଏବଂ ଆର୍ଶିବାଦ ମଧ୍ୟ ପ୍ରଦାନ କରିବେ।

Also Read : Mahashivratri 2023: ଶିବରାତ୍ରୀରେ ପାର୍ବତୀଙ୍କୁ କାହିଁକି ସଧବାନାରୀ ଅର୍ପଣ କରନ୍ତି ସିନ୍ଦୁର, ଜାଣନ୍ତୁ ଏହାର ଗୁଢ଼ ରହସ୍ୟ

Also Read : Mahashivratri 2023: ଜାଣନ୍ତୁ ଶିବରାତ୍ରୀର ମାହାତ୍ମ୍ୟ, ଏହି ଦିନ ପ୍ରଭୁଙ୍କୁ ଏପରି ଅର୍ପଣ କରନ୍ତୁ ବେଲପତ୍ର, ମିଳବ କୋଟିପୁଣ୍ୟ

ମହାଶିବରାତ୍ରୀରେ ପୂଜା ପାଇଁ ଶୁଭ ସମୟ : ଭଗବାନ ଶିବ ଶଙ୍କରଙ୍କ ପୂଜା ସକାଳରୁ ମହାଶିବରାତ୍ରୀରେ ଆରମ୍ଭ ହେବ। କିନ୍ତୁ ଶୁଭ ସମୟରେ ଏହି ଦିନ ପୂଜା କରିବା ଦ୍ବାରା ଆପଣ ଅଧିକ ଶୁଭ ଫଳ ପାଇପାରିବେ। ଏହି ଦିନ ପୂଜା ପାଇଁ ଶୁଭ ସମୟ ହେଉଛି ସକାଳ ୮ଟା ୨୨ରୁ ୯ଟା ୪୬ ପର୍ଯ୍ୟନ୍ତ ରହିଛି । ଉଲ୍ଲେଖଥାଉ କି, ମହାଶିବରାତ୍ରୀ ଦିନ ରାତିରେ ଶିବଙ୍କୁ ପୂଜା କରିବା ଭଲ ବୋଲି ବିବେଚନା କରାଯାଏ। ଏହି ଦିନ ପ୍ରଦୋଶ ବ୍ରତ (Pradosh Vrat) ମଧ୍ୟ ଅଛି । ଏହି କ୍ଷେତ୍ରରେ ଆପଣ ସଂନ୍ଧ୍ୟା ୬ଟା ୧୩ରୁ ରାତି ୭ଟା ୪୯ ମଧ୍ୟରେ ପୂଜା କରିପାରିବେ। 

ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶିବରାତ୍ରୀ ଶୁଭ ଅଟେ: ଯଦି ଆପଣ ମହାଶିବରାତ୍ରୀ ଦିନ କୌଣସି ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି,ତେବେ ଏହା ଅତ୍ୟନ୍ତ ଶୁଭ ଅଟେ। ଏହି ଶିବରାତ୍ରୀରେ ଆପଣ ବ୍ୟବସାୟ ଓ ଅନେକ ଶୁଭ କାର୍ଯ୍ୟ ମଧ୍ୟ ଆରମ୍ଭ କରିପାରିବ। ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ଖାସ୍ କରି ଗୃହପ୍ରବେଶ, କୌଣସି ନୂତନ ଗାଡି ମଧ୍ୟ କ୍ରୟ କରିପାରିବେ।

ମହାଶିବରାତ୍ରୀରେ ପୂଜା ପଦ୍ଦତି: ପ୍ରାତଃ ସମୟରେ ଗାଧୋଇବା ପରେ ପରିଷ୍କାର ପୋଷାକ ପିନ୍ଧନ୍ତୁ ଏବଂ ଶିବଙ୍କ ପାଇଁ ଉପବାସ କରନ୍ତୁ ଏବଂ ଶିବଙ୍କୁ ପୂଜା କରନ୍ତୁ । ଏହା ପରେ, ଶୁଭ ସମୟରେ ପ୍ରଥମେ ଭଗବାନ ଶିବଙ୍କୁ ପାଣିରେ ଅଭିଷେକ କରନ୍ତୁ। ତା’ପରେ ସେମାନଙ୍କୁ ମହାଦେବଙ୍କୁ ବେଲପତ୍ର, ନାନାଦି ଫଳ , ଅରଖ ଫୁଲ ସହ ଗଞ୍ଜେଇ ମଧ୍ୟ ପୂଜାରେ ଅର୍ପଣ କରିପାରିବେ। ତା ପରେ ଶିବ ଚାଲିସାପଢନ୍ତୁ । ଏବଂ ପରେ ଭଗବାନଙ୍କୁ ଆରତୀ କରନ୍ତୁ ।