Madras High Court on temples, ଚେନ୍ନାଇ: ଦେଶର ଅନେକ ମନ୍ଦିର ଅଛି ଯେଉଁଠି ମୋବାଇଲ ପ୍ରବେଶ ମନା ହୋଇଛି। ସେଥିପାଇଁ ଅନେକ କାରଣ ମଧ୍ୟ ରହିଛି। କିନ୍ତୁ ଏବେ ମଧ୍ୟ କିଛି ମନ୍ଦିରର ଭିତରେ ପୂଜକ ଓ ଶ୍ରଦ୍ଧାଳୁ ସମସ୍ତେ ନିରାଙ୍କୁଶ ଭାବେ ମୋବାଇଲ ବ୍ୟବହାର କରୁଛନ୍ତି। ଏହି ମୋବାଇଲ ବ୍ୟବହାରକୁ ନେଇ ଶୁକ୍ରବାର ମାଦ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମୋବାଇଲ ଯୋଗୁଁ ମନ୍ଦିର ଅଶୁଦ୍ଧ ହେଉଥିବା କୋର୍ଟ ତାଙ୍କ ଟିପ୍ପଣୀରେ କହିଛନ୍ତି। ଏହା ସହ ସମସ୍ତ ମନ୍ଦିରରେ ମୋବାଇଲ ବ୍ୟାନ କରିବା ପାଇଁ ତାମିଲନାଡୁ ସରକାରଙ୍କୁ ମାଦ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ମନ୍ଦିରରେ ମୋବାଇଲ ନେଉଥିବା ଭକ୍ତଙ୍କ ଉପରେ ନିଷେଧାଦେଶ ରହିବା ଉଚିତ ବୋଲି ମାଦ୍ରାସ ହାଇକୋର୍ଟ କହିଛନ୍ତି। ମନ୍ଦିର ଭିତରେ 'ପବିତ୍ରତା ଏବଂ ଶୁଦ୍ଧତା' ବଜାୟ ରଖିବା ପାଇଁ କୋର୍ଟ ଶୁକ୍ରବାର ଏହି ରାୟ ଦେଇଛନ୍ତି। ମନ୍ଦିରକୁ ମୋବାଇଲ ନେବା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରଶାସନକୁ କଡା ନିର୍ଦ୍ଦେଶ ଦିଆଯାଇଛି ଏବଂ ଯଥାଶୀଘ୍ର ନିର୍ଦ୍ଦେଶ ପାଳନ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ଏ ବାବଦରେ ତାମିଲନାଡୁର ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। 


Also Read: Srimandir Security: ବଡ଼ଦେଉଳର ଢି଼ଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଲେ ବଙ୍ଗୀୟ ଶ୍ରଦ୍ଧାଳୁ


ମୋବାଇଲ୍ ସମ୍ବନ୍ଧୀୟ ନିୟମ ରାଜ୍ୟର ସମସ୍ତ ମନ୍ଦିରରେ କାର୍ଯ୍ୟକାରୀ ହେବ। ମାଦ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ସ୍ୱିକାର କରିଛନ୍ତି ଯେ, ମନ୍ଦିରରେ ମୋବାଇଲ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ତିରୁଚେନ୍ଦ୍ର ମନ୍ଦିର ପ୍ରଶାସନ ପୂର୍ବରୁ ଅନେକ ପଦକ୍ଷେପ ନେଇଛି। ଭକ୍ତମାନେ ସୁନ୍ଦର ପୋଷାକ ପିନ୍ଧି ତିରୁଚେନ୍ଦୁର ମନ୍ଦିରକୁ ଆସନ୍ତୁ ବୋଲି ମନ୍ଦିର ପ୍ରଶାସନ ମଧ୍ୟ ନିବେଦନ କରିଛି। ବାସ୍ତବରେ, ତିରୁଚେନ୍ଦ୍ର ମନ୍ଦିର ପ୍ରଶାସନ ନଭେମ୍ବର ୧୪ରୁ ମନ୍ଦିର ଭିତରକୁ ମୋବାଇଲ ପ୍ରବେଶ ମନା କରିଛି।


ତିରୁଚେନ୍ଦ୍ର ମନ୍ଦିର ପ୍ରଶାସନର ନିୟମ ଅନୁସାରେ, ମନ୍ଦିରରେ କାର୍ଯ୍ୟ କରୁଥିବା କର୍ମଚାରୀ, ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ମୋବାଇଲ୍ ଫୋନ୍ ଆଣି ପାରିବେ ନାହିଁ। ମୋବାଇଲ୍ ଜମା କରିବା ପାଇଁ ଟୋକେନ୍ ସିଷ୍ଟମ୍ ମଧ୍ୟ ଆରମ୍ଭ ହୋଇଛି। ଯଦି ମନ୍ଦିର ଭିତରେ କାହା ନିକଟରେ ମୋବାଇଲ୍ ମିଳୁଛି ତେବେ ଏହାକୁ ଜବତ କରାଯିବ ଏବଂ ମୋବାଇଲ୍ ଫେରସ୍ତ କରାଯିବ ନାହିଁ। ବର୍ତ୍ତମାନ ସମଗ୍ର ତାମିଲନାଡୁରେ ଏହି ନିୟମ ଲାଗୁ କରିବାକୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 


Also Read: Odisha State Museum: କିଏ ନେଇଗଲା ୨୦,୦୦୦ ଭୂଜ ପତ୍ର? ଅନଲାଇନରେ ଅଛି, ମ୍ୟୁଜିୟମରେ ନାହିଁ


ସୂଚନାଯୋଗ୍ୟ, ପୁରୀ ଜଗନ୍ନାଥ ମନ୍ଦିରର ଭିତରେ ବହୁ ପୂର୍ବରୁ ମୋବାଇଲ ଉପରେ କଟକଣା ଲଗାଯାଇଛି। ଏହାକୁ ସୁନିଶ୍ଚିତ କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି। କିନ୍ତୁ ଅନେକ ସମୟରେ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଅନେକ ଧର୍ମସ୍ଥଳୀରେ ଯୁବପିଢିମାନେ ଠାକୁରଙ୍କୁ ଦର୍ଶନ କରିବା ବାହାନାରେ ଫଟୋ ସୁଟ୍ କରିବା କିମ୍ବା ଭିଡିଓ ତିଆରି କରିବା ଦେଖିବାକୁ ମିଳୁଛି। କିଛି ଅସାମାଜୀକ ତତ୍ତ୍ୱ ସେଠାରେ ଅଶ୍ଳିଳ କାର୍ଯ୍ୟକଳାପ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।