Srimandir Security: ବଡ଼ଦେଉଳର ଢି଼ଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଲେ ବଙ୍ଗୀୟ ଶ୍ରଦ୍ଧାଳୁ
Advertisement
Article Detail0/zeeodisha/odisha1449757

Srimandir Security: ବଡ଼ଦେଉଳର ଢି଼ଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଲେ ବଙ୍ଗୀୟ ଶ୍ରଦ୍ଧାଳୁ

Srimandir Security: ଶ୍ରଦ୍ଧାଳୁ ଜଣକ ଜଗମୋହନ ଭିତରକୁ ଯାଇ ମହାପ୍ରଭୁଙ୍କ ଫଟୋ ଉଠାଇଛନ୍ତି। ମହାପ୍ରଭଙ୍କ ଭିତରକାଠ ନିକଟରୁ ଦର୍ଶନ ସମୟର ଏହି ଫଟୋ ଉଠାଯାଇଛି। କିନ୍ତୁ କିଛି ଘଣ୍ଟା ପରେ ଫଟୋକୁ ସେ ଡିଲିଟ କରିଦେଲେ। 

Srimandir Security: ବଡ଼ଦେଉଳର ଢି଼ଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଲେ ବଙ୍ଗୀୟ ଶ୍ରଦ୍ଧାଳୁ

Srimandir Security, ପୁରୀ: ପୁଣି ଥରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏଥର ଜଣେ ବଙ୍ଗୀୟ ଶ୍ରଦ୍ଧାଳୁ, ପୋଲିସ ପ୍ରଶାସନ ଓ ଜେଟିପିଙ୍କ ପାରିବାପଣିଆକୁ ପଦାରେ ପକାଇଛନ୍ତି। ଶ୍ରଦ୍ଧାଳୁ ଜଣକ ଜଗମୋହନ ଭିତରକୁ ଯାଇ ମହାପ୍ରଭୁଙ୍କ ଫଟୋ ଉଠାଇଛନ୍ତି। କେବଳ ଫଟୋ ଉଠାଇ ନାହାନ୍ତି, ବରଂ ସୋସିଆଲ ମିଡିଆରେ ତାକୁ ପୋଷ୍ଟ ମଧ୍ୟ କରିଛନ୍ତି। ତେବେ ଭାଇରାଲ ଫଟୋ କାର୍ତ୍ତିକ ସମୟ ହୋଇପାରେ ବୋଲି ଅନୁମାନ କରାଯାଉଛି। 

ଚତୁର୍ଦ୍ଧାମୁର୍ତ୍ତିଙ୍କ ଅବକାଶ ନୀତି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହାପ୍ରଭଙ୍କ ଭିତରକାଠ ନିକଟରୁ ଦର୍ଶନ ସମୟର ଏହି ଫଟୋ ଉଠାଯାଇଛି। ଆକାଶ ଚୌଧୁରୀ ନାମକ ୟୁଜର ତାଙ୍କ ଫେସବୁକ ଆକାଉଣ୍ଟରୁ ଏହି ଫଟୋ ଛାଡିଛନ୍ତି। କିନ୍ତୁ କିଛି ଘଣ୍ଟା ପରେ ଫଟୋକୁ ସେ ଡିଲିଟ କରିଦେଲେ। ବେଙ୍ଗୀୟ ଭାଷାରେ  ଆକାଶ ଚୌଧୁରୀ ଲେଖିଛନ୍ତି, "ଆମାର ଜୀବନେର୍ ଆଜକେର୍ ଏହି ମୂହୁର୍ତ୍ତଟି କୋନଦିନ ଭୁଲବ୍ ନା। ଆଜ୍ ପୁରୀର୍ ଜଗନ୍ନାଥ ଦେବେରେ୍ ଦର୍ଶନ ପେଲା।" ଏହାର ଅର୍ଥ, ମୋ ଜୀବନରେ ଆଜିର ଏହି ମୂହୁର୍ତ୍ତଟି କୌଣସି ଦିନ ଭୁଲିବି ନାହି। ଆଜି ପୁରୀର ଜଗନ୍ନାଥ ଦେବଙ୍କ ଦର୍ଶନ ପାଇଲି।  

Also Read: Jagannath Temple: ଶ୍ରୀକ୍ଷେତ୍ରରେ ଆଜି ପାଳିତ ହେଉଛି ଆବିର୍ଭାବ ଦିବସ, ଜାଣନ୍ତୁ ଏହାର ବିଶେଷତ୍ୱ

ସେ ବହୁତ କଷ୍ଟ କରି ଜଗନ୍ନାଥଙ୍କ ଫଟୋ ଉଠାଇଥିବା ଆକାଶ କାହିଛନ୍ତି। ଏହା ପ୍ରଥମ ଥର ନୁହଁ, ଏଭଳି ଅନେକ ବାର ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହୋଇଛି। ଜଗନ୍ନାଥ ମନ୍ଦିର ଭିତରକୁ ମୋବାଇଲ କିମ୍ବା କ୍ୟାମେରା ନେବାକୁ ଅନୁମତି ନାହିଁ। ସିହଂଦ୍ୱାରରେ ଚେକିଂ ମଧ୍ୟ ଯୋରଦାର ହେଉଛି। ମନ୍ଦିର ଭିତରେ ସୁରକ୍ଷାକର୍ମୀ ମଧ୍ୟ ମୁତୟନ ଅଛନ୍ତି। ତଥାପି ଭକ୍ତ ଓ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରର ଫଟୋ ଉଠାଇବାରେ ସକ୍ଷମ ହେଉଛନ୍ତି। ଯାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କିଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଫଟୋକୁନେଇ ତଦନ୍ତ କରାଯାଉଛି ଏବଂ ତାଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ହେଉଛି ତା ଉପରେ ନଜର ରହିଲା।