Palm leaf manuscripts missing: ବର୍ତ୍ତମାନ ରାଜ୍ୟ ସଂଗ୍ରହାଳୟର ଦାୟିତ୍ୱରେ ଭାଗ୍ୟଲିପି ମଲ୍ଲ ଆଛନ୍ତି। ତାଙ୍କର କହିବା ଅନୁସାରେ, ୨୦୦୨ ମସିହାରେ ରାଜ୍ୟ ସଂଗ୍ରହାଳୟରେ ଥିବା ପାଣ୍ଡୁଲିପିର ଅଡିଟ କରାଯାଇଥିଲା। ସେହି ସମୟରେ ସେଠାରେ ୧୯ ହଜାର ୧୩୨ଟି ତାଳ ପତ୍ର ପାଣ୍ଡୁଲିପି ଥିଲା।
">Odisha State Museum: କିଏ ନେଇଗଲା ୨୦,୦୦୦ ଭୂଜ ପତ୍ର? ଅନଲାଇନରେ ଅଛି, ମ୍ୟୁଜିୟମରେ ନାହିଁ
Palm leaf manuscripts missing: ବର୍ତ୍ତମାନ ରାଜ୍ୟ ସଂଗ୍ରହାଳୟର ଦାୟିତ୍ୱରେ ଭାଗ୍ୟଲିପି ମଲ୍ଲ ଆଛନ୍ତି। ତାଙ୍କର କହିବା ଅନୁସାରେ, ୨୦୦୨ ମସିହାରେ ରାଜ୍ୟ ସଂଗ୍ରହାଳୟରେ ଥିବା ପାଣ୍ଡୁଲିପିର ଅଡିଟ କରାଯାଇଥିଲା। ସେହି ସମୟରେ ସେଠାରେ ୧୯ ହଜାର ୧୩୨ଟି ତାଳ ପତ୍ର ପାଣ୍ଡୁଲିପି ଥିଲା।
Trending Photos
Palm leaf manuscripts missing, ଭୁବନେଶ୍ୱର: ରାଜ୍ୟ ସଂଗ୍ରହାଳୟରେ ଅସୁରକ୍ଷିତ ଭୂଜ ପତ୍ର ପାଣ୍ଡୁଲିପି। ୨୦ ହଜାର ତାଳ ପତ୍ରରେ ଲିଖିତ ପାଣ୍ଡୁଲିପି ନିଖୋଜ ହୋଇଛି। ଏହି କଥାକୁ ନିଜେ ସରକାର ମାନିଛନ୍ତି। ଏକ ସୂଚନାଧିକାର ଆଇନ ବଳରେ ମଗାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟ ସଂଗ୍ରହାଳୟରେ ପ୍ରାୟ ୨୦ ହଜାର ପୁରାତନ ଭୂଜ ପତ୍ର ପାଣ୍ଡୁଲିପି ରହିଛି। କିନ୍ତୁ ରାଜ୍ୟ ସରକାରଙ୍କ ଇ-ପୋଥି ପୋର୍ଟାଲରେ ୪୦ ହଜାର ପାଣ୍ଡୁଲିପି ଥିବା ଦର୍ଶା ଯାଇଛି। ତେଣୁ ବଳକା ପାଣ୍ଡୁଲିପି କୁଆଡେ ଗଲା ତାହାକୁ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଛି।
ପାଣ୍ଡୁଲିପିକୁ ନେଇ ରାଜ୍ୟ ସଂସ୍କୃତି ବିଭାଗ ବିବାଦ ଘେରକୁ ଆସିଛି। କାରଣ ରାଜ୍ୟ ସଂଗ୍ରହାଳୟରୁ ପ୍ରାୟ ୨୦ ହଜାର ପାଣ୍ଡୁଲିପି ଗାଏବ ହୋଇଯାଇଛି। ସଂସ୍କୃତି ବିଭାଗ ଅଧିନରେ ସଂଗ୍ରହାଳୟ ଅଛି। ଲକ୍ଷ୍ମୀନାରାୟଣ କାନୁନଗୋ ନାମକ ଜଣେ ସୂଚନାଧିକାର କର୍ମୀ RTI ମାଧ୍ୟରରେ ରାଜ୍ୟ ସଂଗ୍ରହାଳରରେ ଥିବା ପାଣ୍ଡୁଲିପି ବିଷୟରେ ତଥ୍ୟ ମାଗିଥିଲେ। ଯାହାର ଉତ୍ତରରେ ସଂଗ୍ରହାଳୟ କର୍ତ୍ତୃପକ୍ଷ କହିଥିଲେ ଯେ, ବର୍ତ୍ତମାନ ସେଠାରେ ପ୍ରାୟ ୨୦ ହଜାର ତାଳ ପତ୍ର ପାଣ୍ଡୁଲିପି ଓ ୫୦ ହଜାର ପୁରାତନ ସାମଗ୍ରୀ ରହିଛି। ଆଉ ସଂଗ୍ରହାଳୟ ଦ୍ୱାରା ପାଣ୍ଡୁଲିପିର ରକ୍ଷଣବେକ୍ଷଣ କରାଯିବା ସହ ତାର ଡିଜିଟାଲିକରଣ ମଧ୍ୟ କରାଯାଇଛି।
Also Read: Self immolation: SDJM କୋର୍ଟ ପରିସରରେ ମହିଳାଙ୍କ ଆତ୍ମାହୂତୀ ଉଦ୍ୟମ
୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଇ-ପୋଥି କାର୍ଯ୍ୟକ୍ରମର ତଥ୍ୟ ଓ ଆରଟିଆଇରେ ମଗାଯାଇଥିବା ତଥ୍ୟରେ ସାମଞ୍ଜସ୍ୟ ରହୁନାହିଁ। ଅନଲାଇନରେ ଯେଉଁ ତଥ୍ୟ ରହିଛି ତାହା ରାଜ୍ୟ ସଂଗ୍ରହାଳୟରେ ନାହିଁ। ଇ-ପୋଥି ଅନୁସାରେ ରାଜ୍ୟ ସଂଗ୍ରହାଳୟରେ ୨୭ ବର୍ଗରେ ପ୍ରାୟ ୪୦ ହଜାର ପାଣ୍ଡୁଲିପିକୁ ସଂରକ୍ଷଣ କରି ରଖାଯାଇଛି। ଏଥିରେ ବେଦ, ତନ୍ତ୍ର, ଧର୍ମ, ଆୟୁର୍ବେଦ, ଗଣିତ, ସଙ୍ଗୀତ ଓ ଅନ୍ୟାନ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ସିବି ପଟେଲଙ୍କ ସମୟରେ ମ୍ୟୁଜିୟମରେ ୩୭ ହାଜର ୨୭୩ଟି ପାଣ୍ଡୁଲିପି ଥିବା କୁହାଯାଉଛି।
ବର୍ତ୍ତମାନ ରାଜ୍ୟ ସଂଗ୍ରହାଳୟର ଦାୟିତ୍ୱରେ ଭାଗ୍ୟଲିପି ମଲ୍ଲ ଆଛନ୍ତି। ତାଙ୍କର କହିବା ଅନୁସାରେ, ୨୦୦୨ ମସିହାରେ ରାଜ୍ୟ ସଂଗ୍ରହାଳୟରେ ଥିବା ପାଣ୍ଡୁଲିପିର ଅଡିଟ କରାଯାଇଥିଲା। ସେହି ସମୟରେ ସେଠାରେ ୧୯ ହଜାର ୧୩୨ଟି ତାଳ ପତ୍ର ପାଣ୍ଡୁଲିପି ଥିଲା। ସଂସ୍କୃତି ବିଭାଗ ପକ୍ଷରୁ ଅତିରିକ୍ତ ପୂରାତନ ପାଣ୍ଡୁଲିପି କିଣା ଯାଉଛି। ୨୦୦୨ ପରଠାରୁ ୪୦୦୦ରୁ ୫୦୦୦ ପାଣ୍ଡୁଲିପି କିଣି ରାଜ୍ୟ ସଂଗ୍ରହାଳୟରେ ରଖାଯାଇଛି। ସଂଖ୍ୟାରେ କୌଣସି ଗଡବଡ ହୋଇନାହିଁ। ପାଣ୍ଡୁଲିପି ଗୁଡିକୁ ବଣ୍ଡଲରେ ରଖାଯାଏ। ଗୋଟିଏ ବଣ୍ଡଲରେ ବିଷୟ ଅନୁସାରେ ୮ରୁ ୧୦ଟି ଭୂଜ ପତ୍ର ଥାଏ ବୋଲି ମଲ୍ଲ ସୂଚନା ଦେଇଛନ୍ତି।