Sawan 2023: ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବାରୁ ବିଭିନ୍ନ ଶୈବକ୍ଷେତ୍ରକୁ ଛୁଟୁଛି ଶିବ ଭଙ୍କଙ୍କ ସୁଅ । କୁହାଯାଏ ଯେ, ଶ୍ରାବଣ ମାସରେ ଭକ୍ତି ମନରେ ମହାଦେବଙ୍କୁ ଜଳ (Water) ଲାଗି କଲେ ପ୍ରତ୍ୟକ ବ୍ୟକ୍ତିଙ୍କର ମନ ସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସରେ ପ୍ରଭୁ ଶିବ ଶଙ୍କର (Lord Shiv Shankar)ଙ୍କର ଏକ ବିଶେଷ ମନ୍ଦିର ବିଷୟରେ ଜାଣିବା ଯେଉଁଠିକୁ ମାନସିକ ରଖି ଛୁଟି ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ । କୁହାଯାଏ ଏହି ମନ୍ଦିରରେ ପୂଜାପାଠ କଲେ ଅକାଳ ମୃତ୍ୟୁରୁ ବି ମିଳେ ମୁକ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ଦୁନିଆର ଏକମାତ୍ର ଶିବ ଲିଙ୍ଗ ଯେଉଁଥିରେ ରହିଛି ୧୦୦୧ ଛିଦ୍ର (Hole) । ବିଶ୍ୱାସ ରହିଛି ଯେ, ପ୍ରଭୁ ମହାମୃତ୍ୟୁଞ୍ଜୟ ଏଠାରେ ରୁହନ୍ତି ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ ଏହି ମନ୍ଦିର ନିର୍ମାଣ ସମ୍ପର୍କରେ ମଧ୍ୟ କିଛି ତଥ୍ୟ ଜଣାଇବୁ । ଲେକ କଥା ରହିଛି ଯେ, ପ୍ରାୟ ୫ଶହ ବର୍ଷ ପୂର୍ବରୁ ରାଜକୁମାର ବାଇଗ୍ରାଦେବ ସିଂ ଶିକାର କରୁଥିବା ସମୟରେ ଏହି ସ୍ଥାନକୁ ଆସିଥିଲେ । ରାଜାଙ୍କ ଦୃଷ୍ଟିରେ ଏକ ଭିନ୍ନ ଦୃଶ୍ୟ ପଡିଥିଲା । ସେ ଦୃଶ୍ୟ ହେଉଛି ଏକ ମନ୍ଦିର ପରିସରରେ ଚିତା ବାଘ (Cheetah) ପଛରେ ଗୋଟିଏ ସିଂହ (Lion) ଦୌଡିବାରେ ଲାଗିଛି । କିନ୍ତୁ ଚିତା ବାଘଟି ଯେତେବେଳେ ପାହାଡ (hill) ପାଖରେ ପହଞ୍ଚିଗଲା ସେତେବେଳେ ଚିତାକୁ ଗୋଡାଉଥିବା ସିଂହଟି ଆଉ ଆକ୍ରମଣ (Attack) କରିଲା ନାହିଁ । ବରଂ ଶାନ୍ତ ହୋଇଗଲା ସିଂହଟି । ସେହି ସମୟରେ ଉକ୍ତ ସ୍ଥାନରେ ମହାରାଜା କିଛି ଅଭୁତ ଶକ୍ତି ଅଛି ବୋଲି ଅନୁମାନ କରିଥିଲେ । ତେଣୁ ରାଜା ସେଠାରେ ଏକ ମନ୍ଦିର (Temple) ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଖୁବ୍ କମ ଦିନ ମଧ୍ୟରେ ଉକ୍ତ ସ୍ଥାନରେ ଏହି ମନ୍ଦିରଟି ନିର୍ମାଣ ହୋଇଥିବା ବିଶ୍ୱାସ ରହିଛି । ମନ୍ଦିରକୁ ନେଇ ଅନ୍ୟ ଏକ ଲୋକ କଥା ମଧ୍ୟ ରହିଛି । ତାହା ହେଉଛି, ବହୁ ବର୍ଷ ପୂର୍ବରୁ ସାଧୁ ସନ୍ଥମାନେ ଏହି ମୂର୍ତ୍ତିକୁ ନେଇ ଏକ ସ୍ଥାନକୁ ଯାଉଥିବା ସମୟରେ ରାତିରେ ଏଠାରେ ବିଶ୍ରାମ ନେଇଥିଲେ । ଉକ୍ତ ରାତ୍ରୀରେ ମହାଦେବ ସାଧୁ ସନ୍ଥଙ୍କୁ ସ୍ୱପ୍ନାଦେଶ କରିଥିଲେ ଯେ, ଉକ୍ତ ମୂର୍ତ୍ତିଟିକୁ ଏଇଠି ଛାଡି ଚାଲିଯିବା ପାଇଁ । ସେହି କାରଣରୁ ସାଧୁମାନେ ଏହି ଶିବ ଲିଙ୍ଗଟିକୁ ଉକ୍ତ ସ୍ଥାନରେ ଛାଡି ଚାଲିଯାଇଥିଲେ ।


ଲୋକଙ୍କ ବିଶ୍ୱାସ
ଦୂର ଦୂରାନ୍ତରୁ ଏଠାକୁ ଆସୁଥିବା ଭକ୍ତଙ୍କ ମଧ୍ୟରେ ବିଶ୍ୱାସ ରହିଛି ଯେ,  ଏହି ସ୍ଥାନରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ସହ ରୁଦ୍ରାଭିଷେକ କଲେ ଅନେକ ମହାମାରୀ ରୋଗ (Epidemic disease) ଦୂର ହେବାସହ ଶୀଘ୍ର ଆରୋଗ୍ୟ ମିଳେ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ଶ୍ରାବଣ ମାସରେ ପ୍ରଭୁଙ୍କ କରୁଣା ପାଇବା ପାଇଁ ଭକ୍ତମାନେ ଜଳ ଲାଗି କରିବା ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତି । ବୋଲବମ୍ ଭକ୍ତମାନେ କୁହନ୍ତି ଏଠାରେ ଶ୍ରାବଣମାସରେ ବାବାଙ୍କୁ ପୂଜିଲେ ବାବା ଇଚ୍ଛା ଅନୁସାରେ ଫଳ ଦିଅନ୍ତି । ସେଥିପାଇଁ ହଜାର ହଜାର ମାନସିକଧାରୀ ଏଠାରେ ଏକତ୍ର ହୋଇଥାନ୍ତି । ବିଶେଷ କରି ଏଠାରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପିଲେ ରିଷ୍ଟ ଖଣ୍ଡନ ହେବା ସହ ଅକାଳ ମୃତ୍ୟୁକୁ ମହାଦେବ ହରଣ କରିନିଅନ୍ତି ବୋଲି ଭକ୍ତ କହିଛନ୍ତି । ବର୍ତ୍ତମାନ ଶ୍ରାବଣ ଆରମ୍ଭ ହୋଇଯାଇଥିବା କାରମରୁ ମାଇଲ୍ ମାଇଲ୍ ଦୂରରୁ ଶିବ ଭକ୍ତମାନେ ବାବାଙ୍କ ଏହି ମନ୍ଦିରରେ ଜଳ ଲାଗି କରିବାକୁ ଧାଇଁ ଆସୁଛନ୍ତି । କେବଳ ଦିନ ନୁହେଁ ରାତି ସମୟରେ ମଧ୍ୟ ରାସ୍ତାରେ ଭକ୍ତମାନଙ୍କର ଲମ୍ୱା ଲାଇନ୍ ଦେଖିବାକୁ ମିଳିଥାଏ ।


Also Read- Vande Bharat Trainରେ ଦିଆଯାଉଛି ଖରାପ ଖାଦ୍ୟ ? ଫଟୋ ଭାଇରାଲ୍, IRCTC ରଖିଲା ଉତ୍ତର