Vande Bharat Trainରେ ଦିଆଯାଉଛି ଖରାପ ଖାଦ୍ୟ ? ଫଟୋ ଭାଇରାଲ୍, IRCTC ରଖିଲା ଉତ୍ତର
Advertisement
Article Detail0/zeeodisha/odisha1768398

Vande Bharat Trainରେ ଦିଆଯାଉଛି ଖରାପ ଖାଦ୍ୟ ? ଫଟୋ ଭାଇରାଲ୍, IRCTC ରଖିଲା ଉତ୍ତର

ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ପ୍ରଥମ ଥର ଏବଂ ପରେ କିପରି ଖାଦ୍ୟ (Food) ଦିଆଯାଇଛି ତାର ଦୁଇଟି ଫଟୋ ହିମାଂଶୁ ମୁଖାର୍ଜୀ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ (Social media post) କରିଛନ୍ତି । ବନ୍ଦେ ଭାରତର ଟ୍ରେନ ନମ୍ୱର ୨୨୨୩୦ (Train number 22230)ରେ ଯାତ୍ରୀଙ୍କୁ ପରିବେଷଣ କରାଯାଇଥିବା ଖାଦ୍ୟର

Vande Bharat Trainରେ ଦିଆଯାଉଛି ଖରାପ ଖାଦ୍ୟ ? ଫଟୋ ଭାଇରାଲ୍, IRCTC ରଖିଲା ଉତ୍ତର

Vande Bharat Train: ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ପ୍ରଥମ ଥର ଏବଂ ପରେ କିପରି ଖାଦ୍ୟ (Food) ଦିଆଯାଇଛି ତାର ଦୁଇଟି ଫଟୋ ହିମାଂଶୁ ମୁଖାର୍ଜୀ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ (Social media post) କରିଛନ୍ତି । ବନ୍ଦେ ଭାରତର ଟ୍ରେନ ନମ୍ୱର ୨୨୨୩୦ (Train number 22230)ରେ ଯାତ୍ରୀଙ୍କୁ ପରିବେଷଣ କରାଯାଇଥିବା ଖାଦ୍ୟର ମାନ ଖରାପ (Bad quality) ବୋଲି ସୋସିଆଲ ମିଡିଆରେ ପ୍ରକାଶ ହୋଇଛି । ସେ ଟୁଇଟ୍ କରି କହିଛନ୍ତି ଯେ, ଯାତ୍ରୀଙ୍କୁ ପରସା ଯାଉଥିବା ଖାଦ୍ୟ ଦ୍ରବ୍ୟରେ ଉନ୍ନତି ଆଣିବା ନିହାତି ଆବଶ୍ୟକ । ବନ୍ଦେ ଭାରତ ଟ୍ରେନ ନମ୍ୱର ୨୨୨୩୦ ଏକ୍ସପ୍ରେସ୍ ମାଡଗାୱଁ ଜଙ୍କସନରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ପର୍ଯ୍ୟନ୍ତ ଯାତ୍ରା (Travel) କରୁଥିବା ସମୟରେ ଏହି ଖାଦ୍ୟ ପରସା ଯାଇଥିଲା । ତେଣୁ ସେ ତୁରନ୍ତ ତାହାର ଫଟୋ ଉଠାଇ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟିଗୋଚର କରିଥିଲେ ।

ବନ୍ଦେ ଭାରତ ଟ୍ରେନରେ ଖରାପ ମାନର ଫଟୋ ପୋଷ୍ଟ କରିବା ସହ ହିମାଂଶୁ ଲେଖିଛନ୍ତି ଯେ, ଏଥିପାଇଁ ଖାଦ୍ୟର ମାନ ଖରାପ ଯେ, ପଥର ପରି ପନିର, ଥଣ୍ଡା ଖାଦ୍ୟ ସହ ବାସି ତଥା ଲୁଣିଆ ଡାଲି ଯାତ୍ରୀଙ୍କୁ ଦିଆଯାଉଛି । ହିମାଂଶୁ ମୁଖାର୍ଜୀ ଟ୍ୱିଟରେ ଆହୁରି ମଧ୍ୟ କହିଛନ୍ତି ଯେ, ଦହି ଏବଂ ସାନିଟାଇଜର (Sanitizer) ଲୋକଙ୍କୁ ଦିଆଯାଉନାହିଁ । ସାଧାରଣ ଯାତ୍ରୀ ଅଧିକ ଟଙ୍କା (Money) ଦେଇ କାହିଁକି ସଠିକ୍ ମାନର ଖାଦ୍ୟ ପାଇପାରିବେ ନାହିଁ ବୋଲି ହିମାଂଶୁ ପ୍ରଶ୍ନ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ, ବନ୍ଦେ ଭାରତ ଟ୍ରେନର ଏପରି କାମ ଯାତ୍ରୀଙ୍କ ମନରେ ଖରାପ ଭାବ ସୃଷ୍ଟି କରିଛି । ଜୁଲାଇ ୧ରେ ଘଟିଥିବା ଏହି ଘଟଣାକୁ ଟ୍ୱିଟରରେ ଲକ୍ଷାଧିକ ଲୋକ ଦେଖିଛନ୍ତି । ବନ୍ଦେ ଭାରତ ଟ୍ରେନ ଯେଉଁଦିନ ଉଦଘାଟନ (vande bharat train inauguration) ହୋଇଥିଲା ସେଦିନ ଯାତ୍ରାଙ୍କୁ ଖୁବ ଭଲ ଖାଦ୍ୟ (Good Food) ଖାଇବାକୁ ଦିଆଯାଇଥିଲା । ଅନେକ ଯାତ୍ରୀ ସୋସିଆଲ ମିଡିଆରେ ପ୍ରଶଂସା (Appreciation) ମଧ୍ୟ କରିଥିଲେ । କିନ୍ତୁ ପରେ ଧିରେ ଧିରେ ଖାଦ୍ୟର ମାନ ହ୍ରାସ ପାଇବାରେ ଲାଗିଛି । 

ହିମାଂଶୁଙ୍କ ଏହି ଟ୍ୱିଟର ଉତ୍ତର ରଖିଛି ରେଳ ବିଭାଗ । ଆଇଆରସିଟିସି (IRCTC) କହିଛି ଯେ, ଆମେ ଖାଦ୍ୟର ପ୍ରସ୍ତୁତି ଓ ବିତରଣ ଦିଗରେ ସବୁବେଳେ ସର୍ବୋଚ୍ଚ ମାନ ବଜାୟ ରଖିବାକୁ ଚେଷ୍ଟା କରିଥାଉ । ଏହା କହିବା ସହ ପିଏନଆର (PNR) ଏବଂ ମୋବାଇଲ ନମ୍ୱର ମେସେଜ୍ କରିବା ପାଇଁ ଆଇଆରସିଟିସି ହିମାଂଶୁଙ୍କୁ ସୂଚନା ଦେଇଛି ।

 

ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଛି ବନ୍ଦେ ଭାରତ ଏକ୍ସପ୍ରେସ

ଦୃତ୍ତଗାମୀ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ସାମ୍ନାକୁ ଆସିଥାଏ । କିଛିଦିନ ତଳେ ସାମାନ୍ୟ ଦୁର୍ଘଟଣା (Minor Accident) ରେ ଟ୍ରେନର ଆଗ ଭାଗ ନଷ୍ଟ ହୋଇଥିବାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ସେହିପରି ନିକଟରେ ପୁରୀରୁ ହାୱଡା (Puri to howrah) ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ କାଳବୈଶାଖି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ଟ୍ରେନ୍ ବିଳମ୍ୱ ହେବା ସହ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । ସେହିପରି ଅନ୍ୟ ଏକ ଚର୍ଚ୍ଚାର କାରଣ ହେଉଛି ଯେ, ଜଣେ ବ୍ୟକ୍ତି ବିନା ଟିକେଟରେ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା (Travel) କରୁଥିଲେ । ରେଳ ଅଧିକାରୀ ଏ ବିଷୟରେ ଜାଣିବା ପରେ ବ୍ୟକ୍ତିଙ୍କୁ ଟ୍ରେନରୁ ତଳକୁ ଯିବାକୁ କହିବା ପରେ ବ୍ୟକ୍ତି ଜଣଙ୍କ ନାନା ବାହାନା କରିଥିଲେ ।

Also Read- କଳିଯୁଗର ଶ୍ରବଣ କୁମାର: ମାଆଙ୍କୁ ଝୁଲାରେ ବସାଇ କରାଇଲେ ମହାଦେବଙ୍କ ଦର୍ଶନ