Rare Albino Cobra: ସଦ୍ୟ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରୁ ଏକ ବିରଳ ପ୍ରଜାତିର ଆଲବିନୋ ନାଗ ସାପ ଉଦ୍ଧାର କରାଯାଇଛି। ଜିଲ୍ଲାର ସିରୋଞ୍ଚା ସ୍ଥିତ ଏକ ରାଇସ ମିଲ ଠାରେ ଏହି ସାପ ଲୁଚି ରହିଥିବାର ଦେଖିବାକୁ ମିଳିଥିଲା। ଯଦିଓ କୋଣସି ସ୍ଥାନରୁ ସାପ ମିଳିବା ଘଟଣା ସାଧାରଣ କଥା, ହେଲେ ଆପଣ ଏଭଳି ବିରଳ ପ୍ରଜାତିର ସାପ ବିଷୟରେ ଅଧିକ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ରାଇସ ମିଲ ପରିସରରୁ ଯେଉଁ ସାପ ମିଳିଛି, ତାହା ବିରଳ ପ୍ରଜାତିର ଆଲବିନୋ ନାଗ ବୋଲି ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ଏଭଳି ବିରଳ ପ୍ରଜାତିର ସାପକୁ ରାଇସ ମିଲ ପରିସରରୁ ଉଦ୍ଧାର କରିବା ପାଇଁ ପୋଲିସ ବିଭାଗ ସହିତ କାର୍ଯ୍ୟ କରୁଥିବା ଜଣେ ବିଶେଷଜ୍ଞ ସାପ ଧରାଳୀ ନଇମ୍ ଶୈଖଙ୍କୁ ଡକାଯାଇଥିଲା। ଧଳା ରଙ୍ଗର ଏହି ଆଲବିନୋ କୋବ୍ରା ସାପ ପ୍ରଜାତି ବହୁତ କ୍ୱଚିତ୍ ପରିମାଣରେ ଦୃଶ୍ୟମାନ ହୋଇଥାଏ। ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଆଲବିନୋ କୋବ୍ରା ଦେଖିବାକୁ ମିଳିଥିଲା। ମିଲ୍ ଭିତରେ ଦେଖାଯାଇଥିବା ଏହି ଆଲବିନୋ କୋବ୍ରା ସାପର ଲମ୍ବା ହେଉଛି ୪ ଫୁଟ ୯ ଇଞ୍ଚ। 


ସାପ ଧରାଳୀ ନଇମ୍ ଶୈଖଙ୍କ କହିବା ଅନୁସାରେ ଏହି ନିର୍ଦ୍ଦିଷ୍ଟ ପ୍ରଜାତିର ସାପ ସାଧାରଣତଃ ବିକଶିତ ହୋଇନାହାଁନ୍ତି। ହେଲେ ଏହି ଆଲବିନୋ କୋବ୍ରା ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇଥିଲା। ଆଲବିନିଜିମ୍ ନାମକ ଏକ ରୋଗ ହେତୁ ଏଭଳି ଧରଣର ସାପର ଚର୍ମ ଧଳା ହୋଇଯାଏ। ଏହା ସାପ ପ୍ରଜାତିରେ ବହୁତ କ୍ୱଚିତ୍ ଦେଖାଯାଇଥାଏ। ପ୍ରାକୃତିକ ବାସସ୍ଥାନ ହ୍ରାସ ହେତୁ ସହର ସହିତ ଗାଁ ଗଣ୍ଡାରେ ନାଗ ହେଉ ଅଥବା ଅନ୍ୟ କୌଣସି ସାପ ଦେଖାଯିବାର ଖବର ଅନେକ ସମୟରେ ଆସିଥାଏ। ହେଲେ ବନ ବିଭାଗ ଏଭଳି ଧରଣର ବିରଳ ସାପକୁ ରାଇସ ମିଲ ପରିସରରୁ ଉଦ୍ଧାର କରିବା ପରେ ଅତି ଯତ୍ନ ସହ ଏହାକୁ ଜଙ୍ଗଲରେ ଛାଡିଥିଲା।