Maharastra Crisis : ବନ୍ୟାରେ ଉବୁଟୁବୁ ହେଉ ଥିବା ଆସାମ ବର୍ତ୍ତମାନ ରାଜନୈତିକ ପର୍ଯ୍ୟଟନସ୍ଥଳି ପାଲଟିଛି। ମହାରାଷ୍ଟ୍ରର ୪୫ରୁ ଉର୍ଦ୍ଧ୍ୱ ବିଧାୟକ ରାଜଧାନୀ ଗୌହାଟୀସ୍ଥିତ ଏକ ତାରକା ହୋଟେଲରେ ରହୁଛନ୍ତି। ହୋଟେଲ ସମ୍ପୂର୍ଣ୍ଣ ରୂପେ ପୋଲିସ ଛାଉଣୀରେ ପରିବର୍ତ୍ତନ ହୋଇଛି। ସେଠାକୁ ଗଣମାଧ୍ୟମ ପ୍ରତିନିଧି କି କୌଣସି ବାହାର ଲୋକଙ୍କ ପ୍ରବେଶ ନିଷେଧ ରହିଛି। ସପ୍ତାହକ ପାଇଁ ବିଳାସପୂର୍ଣ୍ଣ ହୋଟେଲରେ ମହାରାଷ୍ଟ୍ର ବିଧାୟକଙ୍କ ରହିବା ବ୍ୟବସ୍ଥା ରହିଛି। ତେବେ ଆସନ୍ତୁ ଜଣିବା ଏହି ହୋଟେଲର ଟାରିଫ୍ କେତେ? 


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ରର ପ୍ରାୟ ୫୦ ଜଣ ବିଧାୟକ ଓ ନେତାମାନଙ୍କୁ ଗୌହାଟୀର ଗୋଟାନଗର ଅଞ୍ଚଳରେ ଜାତୀୟ ରାଜପଥ ୩୭ କଡରେ ଥିବା ରେଡିସନ୍ ବ୍ଲୁ ହୋଟେଲରେ ରଖାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ସାତ ଦିନ ପାଇଁ ହୋଟେଲରେ ଅତି କମରେ ୭୦ଟି ରୁମ୍ ବୁକ୍ କରାଯାଇଛି। ହୋଟେଲରେ ଥିବା ରୁମଗୁଡ଼ିକ ପାଇଁ ସାତ ଦିନର ଟାରିଫ୍ ବା ଦେୟ ପ୍ରାୟ ୫୬ ଲକ୍ଷ ଟଙ୍କା। ହୋଟେଲର ସୂତ୍ର ଅନୁସାରେ, ରାଜନେତାମାନଙ୍କ ଖାଦ୍ୟ ଏବଂ ଅନ୍ୟାନ୍ୟ ସେବାର ଦୌନିକ ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା। ସେଥିରୁ ବିମାନ ଏବଂ ଅନ୍ୟାନ୍ୟ ପରିବହନ ଦେୟକୁ ବାଦ ଦିଆଯାଇଛି। ତେବେ ସପ୍ତାହକ ପାଇଁ ରେଡିସନ୍ ବ୍ଲୁ ହୋଟେଲ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆୟ କରିବ। 


Also Read: Indian Railway News: ଆଜି ୧୭୫ ଟ୍ରେନ ବାତିଲ-୧୫ ଡାଇଭର୍ଟ, ଘରୁ ବାହାରିବା ପୂର୍ବରୁ ଦେଖିନିଅନ୍ତୁ ଲିଷ୍ଟ୍


ବିଦ୍ରୋହି ବିଧାୟକମାନଙ୍କୁ ଗୌହାଟୀ ଅନ୍ତର୍ଜାତୀୟ ବିମାନବନ୍ଦର (Guwahati Airport) ରେ ଆସାମ ବିଜେପି ସାଂସଦ ପଲ୍ଲବ ଲୋଚାନ ଦାସ ଏବଂ ବିଧାୟକ ସୁଶାନ୍ତ ବୋରଗୋହେନ ସ୍ୱାଗତ କରିଥିଲେ। ବିମାନବନ୍ଦରରେ ଅବତରଣ କରିବା ପରେ ବିଦ୍ରୋହୀ ବିଧାୟକମାନଙ୍କୁ ପୋଲିସ ଦ୍ୱାରା ଆସାମ ରାଜ୍ୟ ପରିବହନ ନିଗମ ବିଳାସପୂର୍ଣ୍ଣ ବସ୍‌ରେ ସହରର ଉପକଣ୍ଠରେ ଥିବା ହୋଟେଲକୁ ନିଆଯାଇଥିଲା। ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ହୋଟେଲ ଏବଂ ଏହାର ଆଖପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଘରୋଇ ସୁରକ୍ଷା କର୍ମୀଙ୍କୁ ହଟାଇ ରେଡିସନ୍ ବ୍ଲୁ ହୋଟେଲ ବାହାରେ ଆସାମ ପୋଲିସର ଯବାନମାନଙ୍କୁ ନିଯୋଜନ କରାଯାଇଛି।


ବିଜେପି ବିଧାୟକ ସୁଶାନ୍ତ ବୋରଗୋହେନ ଗଣମାଧ୍ୟମକୁ କହିଛନ୍ତି, "ବିଧାୟକମାନେ ଆମର ପରିଚିତ। ସେମାନେ ଏଠାକୁ ଆସିଥିଲେ ଏବଂ ଆମେ ସେମାନଙ୍କୁ ସୌଜନ୍ୟମୂଳକ ଭାବେ ଗ୍ରହଣ କରିଛୁ।" ପୂର୍ବରୁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Himanta Biswa Sharma) ଗଣମାଧ୍ୟମକୁ କହିଛନ୍ତି, "ଆସାମକୁ ୪୦ ଜଣ ଲୋକ ଆସିଥିଲେ। ଏହା ଭଲ କଥା। ଯଦି ଅଧିକ ଲୋକ ଆସନ୍ତି ତେବେ ଆମେ ଆହୁରି ଖୁସି ହେବୁ। ଏହି ସମୟରେ ଆମ ରାଜ୍ୟରେ କୌଣସି ପର୍ଯ୍ୟଟକ ନାହାଁନ୍ତି। ସମୟ ମିଳିଲେ ମୁଁ ତାଙ୍କୁ ସାକ୍ଷାତ କରିବି।"


Also Read: Maharastra Crisis : ଯେକୌଣସି ମୁହୂର୍ତ୍ତରେ ଭାଙ୍ଗିପାରେ ଉଦ୍ଧବ ସରକାର


ସୂଚନାଯୋଗ୍ୟ, ଆସାମ ବନ୍ୟା (Assam flood) ରେ ବିଡୁଛି। ଏଥିରେ ପ୍ରାୟ ୩୦ଟି ଜିଲ୍ଲାର ୪୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ବନ୍ୟା ଯୋଗୁଁ ୧୦୭ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀରେ ଅଛନ୍ତି। ବାୟୁସେନା (IAF)ର ହ୍ୟାଲିକେପଟ୍ର ଯୋଗେ ଲୋକଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏନଡିଆରଏଫ ଓ ଭରତୀୟ ସେନା (Indian Army) ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବନ୍ୟାରେ ଅନେକ ଜୀବଯନ୍ତୁ ବି ପ୍ରାଣହରାଇଥିବା ସୂଚନା ମିଳିଛି।