Indian Railway News: ଆଜି ୧୭୫ ଟ୍ରେନ ବାତିଲ-୧୫ ଡାଇଭର୍ଟ, ଘରୁ ବାହାରିବା ପୂର୍ବରୁ ଦେଖିନିଅନ୍ତୁ ଲିଷ୍ଟ୍
Advertisement
Article Detail0/zeeodisha/odisha1230869

Indian Railway News: ଆଜି ୧୭୫ ଟ୍ରେନ ବାତିଲ-୧୫ ଡାଇଭର୍ଟ, ଘରୁ ବାହାରିବା ପୂର୍ବରୁ ଦେଖିନିଅନ୍ତୁ ଲିଷ୍ଟ୍

ବେଳେବେଳେ ବିଭିନ୍ନ କାରଣରୁ ରେଳବାଇକୁ ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନେବାକୁ ପଡେ। ଯାହା ଯାତ୍ରୀମାନଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି କରିଥାଏ। ଶୁକ୍ରବାର ପାଇଁ ରେଳବାଇ ୧୭୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ କରିଛି। ତେଣୁ ଘରୁ ବାହାରିବା ପୂର୍ବରୁ ବାତିଲ ହୋଇଥିବା ଟ୍ରେନର ଲିଷ୍ଟ ଯାଞ୍ଚ କରିନିଅନ୍ତୁ।

ପ୍ରତିକାତ୍ମକ ଫଟୋ

Indian Railway News: ଭାରତୀୟ ରେଳବାଇ ଦେଶବାସୀଙ୍କ ଲାଇଫ୍ ଲାଇନ୍ ଭାବରେ ପରିଚିତ। ଦେଶର ବିଭିନ୍ନ ରାଜ୍ୟକୁ ପ୍ରତିଦିନ ଲକ୍ଷ ଲକ୍ଷ ଟ୍ରେନ୍ ଚଳାଚଳ କରୁଛି। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କ ଯାତ୍ରା ସୁଗମ କରିବା ପାଇଁ ରେଳବାଇ ଅନେକ ସୁବିଧା ଯୋଗାଇଥାଏ। କିନ୍ତୁ ବେଳେବେଳେ ବିଭିନ୍ନ କାରଣରୁ ରେଳବାଇକୁ ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନେବାକୁ ପଡେ। ଯାହା ଯାତ୍ରୀମାନଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି କରିଥାଏ। ଶୁକ୍ରବାର ପାଇଁ ରେଳବାଇ ୧୭୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ କରିଛି। ତେଣୁ ଘରୁ ବାହାରିବା ପୂର୍ବରୁ ବାତିଲ ହୋଇଥିବା ଟ୍ରେନର ଲିଷ୍ଟ ଯାଞ୍ଚ କରିନିଅନ୍ତୁ।

ଟ୍ରେନ୍ ବାତିଲ୍, ଗତିପଥ ବଦଳାଇବା କିମ୍ବା ରିସିଡ୍ୟୁଲ କରିବା ପଛରେ ଅନେକ ଭିନ୍ନ କାରଣ ଅଛି। ବେଳେବେଳେ ବନ୍ୟା, ଝଡ ତଥା ଖରାପ ପାଗ ଯୋଗୁଁ ଟ୍ରେନଗୁଡିକ ବାତିଲ କରିବାକୁ ପଡେ। ବେଳେବେଳେ ରେଳ ଟ୍ରାକ୍ ମରାମତି ହେତୁ ଏହାକୁ ବାତିଲ୍ କରିବାକୁ ପଡେ। ଦେଶରର ବିଭିନ୍ନ ପ୍ରାନ୍ତକୁ ପ୍ରତିଦିନ ହଜାର ହଜାର ଟ୍ରେନ୍ ଚଳାଚଳ କରୁଛି। ଏଭଳି ପରିସ୍ଥିତିରେ ରେଳ ଟ୍ରାକର ରକ୍ଷଣାବେକ୍ଷଣ ମଧ୍ୟ ଆବଶ୍ୟକ। ଏହା ବ୍ୟତୀତ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳବାଇକୁ ଟ୍ରେନ୍ ବାତିଲ୍ କରିବାକୁ ପଡେ। ଅଗ୍ନିପଥ ଯୋଜନା ବିରୋଧରେ ହୋଇଥିବା ପ୍ରଦର୍ଶନ ବେଳେ ଅନେକ ରାଜ୍ୟରେ ଟ୍ରେନକୁ ଟାର୍ଗେଟ୍ କରାଯାଉଥିଲା। ଏହି କାରଣରୁ ରେଳବାଇ ଅନେକ ଟ୍ରେନର ଚଳାଚଳ ବନ୍ଦ କରି ଦେଇଥିଲା।

Also Read: ଭୁବନେଶ୍ୱର ରେଳଷ୍ଟେସନରୁ ଏରୋସ୍ପେସ ଇଂଜିନିୟରିଂ ଛାତ୍ରୀ ନିଖୋଜ

 

ଶୁକ୍ରବାର ୧୭୫ଟି ଟ୍ରେନ୍ ବାତିଲ ହୋଇଛି, ୧୫ଟି ଟ୍ରେନ୍ ଡାଇଭର୍ଟ ହୋଇଛି। ଏଥିସହିତ ମୋଟ ୧୧ଟି ଟ୍ରେନର ରିସିଡ୍ୟୁଲ କରାଯାଇଛି। ଯଦି ଆପଣ ଶୁକ୍ରବାର ଟ୍ରେନ୍ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ରଳର ସ୍ଥିତି ଯାଞ୍ଚ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା କିପରି, ଆପଣ ଘରେ ବସି ବାତିଲ, ରିସିଡ୍ୟୁଲ ଏବଂ ଡାଇଭର୍ଟ ହୋଇଥିବା ଟ୍ରେନର ତାଲିକା ଦେଖିବେ-

  • ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ enquiry.indianrail.gov.in/mntes/ ର ୱେବସାଇଟ୍ ଭିଜିଟ୍ କରନ୍ତୁ।
  • Exceptional Trains ଅପସନ୍ ଦେଖାଯିବ। ଏହି ଅପସନ ଚୟନ କରନ୍ତୁ।
  • ବାତିଲ, ରିସିଡ୍ୟୁଲ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।
  • ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।